ବାକ୍‌ ସଂଯମ

ଡ.ଅରୁନ୍ଧତୀ ଦେବୀ

ମାନବ ଜନ୍ମ ଦୁର୍ଲଭ ବୋଲି କୁହାଯାଏ। କାରଣ ୮୪ ଲକ୍ଷ ଜନ୍ମ ପରେ ମାନବ ଜନ୍ମ ମିଳେ। ଆମେମାନେ ସମସ୍ତେ ନିଶ୍ଚିତ ଭାବରେ ଭାଗ୍ୟବାନ୍‌ ଓ ଭାଗ୍ୟବତୀ ଯେ ଆମକୁ ମଣିଷ ଶରୀର ମିଳିଛି। ଏହି ଶରୀରକୁ ଆମର ବୁଦ୍ଧି ବିବେକ ବଳରେ ଯଦି ଆମେ ଠିକ୍‌ ଭାବରେ ଉପଯୋଗ କରିପାରିବା, ତା’ହେଲେ ଆମ ଜନ୍ମ ସାର୍ଥକ ହେବ। ପଞ୍ଚ ମହାଭୂତରେ ଗଢ଼ା ଆମ ଶରୀର। ଏ ଶରୀର ଭିତରେ ଆମର ପଞ୍ଚ ଜ୍ଞାନେନ୍ଦ୍ରିୟ ଓ ପଞ୍ଚ କର୍ମେନ୍ଦ୍ରିୟ ରହିଛନ୍ତି। ଏଠାରେ ଗୋଟିଏ ଜ୍ଞାନେନ୍ଦ୍ରିୟ ବିଷୟରେ ଆଲୋଚନା କରିବା। ତାହା ହେଲା ‘ଜିହ୍ବା’। ପ୍ରତ୍ୟେକ ଇନ୍ଦ୍ରିୟ ଗୋଟିଏ ଗୋଟିଏ କାମରେ ନିଯୁକ୍ତ ଥିବାବେଳେ ଏହି ଇନ୍ଦ୍ରିୟଟି ଦୁଇଟି କାମ କରିପାରେ। ଗୋଟିଏ କଥା କହିବାରେ ଶକ୍ତିଦିଏ, ଅନ୍ୟଟି ଖାଦ୍ୟର ସ୍ବାଦ ବାରିବାରେ ସାହାଯ୍ୟ କରେ। ଏହାକୁ ରସନେନ୍ଦ୍ରିୟ ମଧ୍ୟ କୁହାଯାଏ। ଆମେ ବାକ୍‌ଶକ୍ତି ପାଇଛୁ ଏହି ଜିହ୍ବା ସାହାଯ୍ୟ ଯୋଗୁ। ତେଣୁ ଏହି ବାକ୍‌ ଶକ୍ତିକୁ କିପରି ଭାବରେ କାମରେ ଲଗାଇବା ତାହା ଆମ ଉପରେ ନିର୍ଭର କରୁଛି। ବାକ୍‌ ସଂଯମ ଓ ତା’ର ଉପକାରିତା ବିଷୟରେ କିଛି ଆଲୋଚନା କରିବା। ଭଗବାନ୍‌ ସତ୍ୟସାଇ ବାବା ତାଙ୍କ ସଙ୍ଗଠନର ନବବିଧ ଆଚରଣ ଉପରେ ଗୁରୁତ୍ୱ ଦିଅନ୍ତି। ତା’ ଭିତରେ ପ୍ରାର୍ଥନା କରିବା, ଜପ କରିବା, ଭଜନ କରିବା ଇତ୍ୟାଦି ରହିଛି। ସମସ୍ତଙ୍କ ସହିତ ମୃଦୁ ସ୍ବରରେ ବାର୍ତ୍ତାଳପ ଓ ଅନ୍ୟ କାହାରି ନିନ୍ଦା ରଟନା ନ କରିବା ବିଶେଷତଃ ସେମାନଙ୍କ ଅନୁପସ୍ଥିତିରେ ମଧ୍ୟ ରହିଛି। ଏହି ଦୁଇଟି ବିଧି କଷ୍ଟସାଧ୍ୟ ହେଲେ ମଧ୍ୟ ଅଭ୍ୟାସ ବଳରେ ମାନିବା ସମ୍ଭବ ହେବ। ପୁରୁଷ ଲୋକମାନଙ୍କ ଅପେକ୍ଷା ସ୍ତ୍ରୀ ଲୋକମାନେ ଅଧିକ କଥା କହନ୍ତି। ୫/୭ଜଣ ସ୍ତ୍ରୀଲୋକ ଏକାଠି ହୋଇଗଲେ ନାନା ପ୍ରକାର ଗପ ଆରମ୍ଭ ହୋଇଯାଏ। ଅଧିକ କଥା କହିଲେ ଅଧିକ ଭୁଲ ହୁଏ। ତେଣୁ ବାବା କହନ୍ତି- ନୀରବତା ହିଁ ସାଧନାର ପ୍ରଥମ ସୋପାନ। ଯେତିକି ଦରକାର, ସେତିକି କଥା କୁହନ୍ତୁ।
ଆମ ପାଟି ଭିତରେ ଥିବା ଜିହ୍ବାଟି ଅତି କୋମଳ। ସେ ମଧ୍ୟ ସଂଯମ ବଳରେ ମୁନିଆ ଦାନ୍ତମାନଙ୍କ ମଧ୍ୟରେ ନିଜକୁ ସୁରକ୍ଷିତ ରଖିଥାଏ। ଭଗବାନ୍‌ କହନ୍ତି- ତୁମର ଜିହ୍ବାକୁ ପବିତ୍ର କାର୍ଯ୍ୟରେ ନିଯୁକ୍ତ କର। ଏହା ସତ୍ୟ, ମଧୁର ଓ କୋମଳ ବଚନ କହୁ। ତୁମର କଥା ବା ବାଣୀ ଦ୍ୱାରା ଅନ୍ୟ କାହାକୁ କଷ୍ଟ ନ ହେଉ। ଯେଉଁ ବ୍ୟକ୍ତି ଅନ୍ୟକୁ ଗାଳିଦିଏ, ସେ ପ୍ରକୃତରେ ଈଶ୍ୱରଙ୍କୁ ଗାଳିଦିଏ। କାରଣ ଈଶ୍ୱର ସମସ୍ତଙ୍କ ମଧ୍ୟରେ ବିଦ୍ୟମାନ। ଜିହ୍ବାର ପ୍ରଶଂସା କରି ଜୟଦେବ କହିଛନ୍ତି- ‘ଜିହ୍ବେ ରସଜ୍ଞେ ମଧୁର ପ୍ରିୟା ତ୍ୱଂ, ସତ୍ୟଂ ହିତଂ ତ୍ୱା ପରମଂ ବଦାମି, ଅବର୍ଣ୍ଣାୟେଧା ମଧୁକ୍ଷରାଣି, ଗୋବିନ୍ଦ ଦାମୋଦର ମାଧବେତି।’ ପ୍ରଭୁଙ୍କର ନାମ ସର୍ବଦା ଆମ ଜିହ୍ବାରେ ନୃତ୍ୟ କରୁ। କାରଣ ନାମ ସ୍ମରଣ ହିଁ କଳିଯୁଗର ସହଜତମ ଉପାୟ। ଏହି ଜିହ୍ବା ଚାରୋଟି ପାପ କରିଥାଏ । ଯଥା- ମିଛ କହିବା, ଚୁଗୁଲି କରିବା, ଭର୍ତ୍ସନା କରିବା ଓ ବହୁତ କଥା କହିବା। ଏହାଛଡ଼ା ଜିହ୍ବାର ବହୁତ ଭଲ ଗୁଣ ମଧ୍ୟ ରହିଛି। ସତ୍ୟତା, ଦୃଢ଼ତା, ମଧୁରତା, ସଂକ୍ଷିପ୍ତତା, ହିତକାରିତା, ନମ୍ରତା ଓ ଶିଷ୍ଟତା ଇତ୍ୟାଦି। ବେଦ କହେ, ‘ସତ୍ୟଂବଦ ଧର୍ମଂଚର’। ଅର୍ଥାତ୍‌ ସର୍ବଦା ସତ୍ୟକଥା କୁହ ଏବଂ ଧର୍ମର ଆଚରଣ କର। ଆଜିକାଲି କଳିଯୁଗର ଲୋକମାନେ କୁହନ୍ତି- ”ସତ କହିଲେ, ଧର୍ମପଥରେ ଚାଲିଲେ ଆମର ବେଶି କ୍ଷତି ହେଉଛି। ଯେଉଁମାନେ ମିଛ କହି ଅଧର୍ମ ପଥରେ ଯାଉଛନ୍ତି, ସେମାନେ ବହୁତ ସୁଖରେ ରହୁଛନ୍ତି ଓ ତାଙ୍କର ସବୁପ୍ରକାର ଉନ୍ନତି ହେଉଛି।“ କିନ୍ତୁ ଏହା ଠିକ୍‌ ନୁହେଁ। ଯୁଗେ ଯୁଗେ ସତ୍ୟର ଜୟ ହୋଇ ଆସିଛି। ଯେଉଁମାନେ ଅସତ୍ୟ ପଥରେ ଯାଇ ସୁଖରେ ଅଛନ୍ତି ତାହା କ୍ଷଣସ୍ଥାୟୀ। ତେଣୁ କୁହାଯାଏ, ‘ମିଛ କହିବା ମହାପାପ, ସତରେ ଥା’ନ୍ତି ଜଗନ୍ନାଥ’। ସତ କଥାରେ ଆମ ମନ ଦୃଢ଼ ରହେ। ଅନ୍ୟର କଥାରେ ଯଦି ମନ ବିଚଳିତ ନ ହୁଏ, ତା’ହେଲେ ଆମେ ନିଶ୍ଚୟ ସମ୍ମାନର ଅଧିକାରୀ ହୋଇପାରିବା। ତେଣୁ ସମସ୍ତେ ସବୁବେଳେ ସତ କହିବା ଉଚିତ। ନବବିଧ ଆଚରଣ ଆଉ ଗୋଟିଏ ବାଣୀ। ‘ସମସ୍ତଙ୍କ ସହିତ ମୃଦୁ ସ୍ବରରେ ବାର୍ତ୍ତାଳପ’। ଆମେ କାହାକୁ ଧନ ସମ୍ପଦ ନ ଦେଇପାରୁ, ଶ୍ରମଦାନ କରି ନ ପାରୁ; କିନ୍ତୁ ସ୍ନେହ ସହାନୁଭୂତି ଦେଖାଇ ମଧୁର ସ୍ବରରେ କଥା ଦି’ପଦ କହିପାରିବା ତ? ତେଣୁ କୁହାଯାଏ, ‘ମଧୁର ବିନୟ ବଚନ, କହି ତୋଷିବ ଜନମନ’। କାହା ଆଗରେ ନିଜର ବଡ଼ପଣିଆ ଦେଖାଇ କଥାବାର୍ତ୍ତା କରିବା ନାହିଁ। ସବୁବେଳେ ନିଜକୁ ନୂ୍ୟନ ମନେକରି ବଡ଼ମାନଙ୍କ ସହିତ କଥାବାର୍ତ୍ତା କରିବା। ଅଧିକାଂଶ ଲୋକ ଅଛନ୍ତି ମୁହଁରେ ମିଠା ମିଠା କଥା କହନ୍ତି, କିନ୍ତୁ ତାଙ୍କ ହୃଦୟରେ ନିର୍ମଳତା ନଥାଏ। ସେ ଅନ୍ୟ କାହାର ଅନିଷ୍ଟ ଚିନ୍ତା କରୁଥା’ନ୍ତି। ସେପରି ଲୋକଙ୍କଠାରୁ ଦୂରେଇ ରହିବା ଉଚିତ। ଆମ ଭିତରେ ‘ତ୍ରିକରଣ ଶୁଦ୍ଧି’ ରହିବା ଉଚିତ। ଚିନ୍ତା, ବାକ୍ୟ ଓ କର୍ମରେ ସମନ୍ବୟ ରହିବା ଉଚିତ। ଆପଣ ଯାହାସବୁ ପ୍ରଦର୍ଶନୀରେ ଦେଖିଲେ ସେ ସବୁ କ୍ଷଣିକ ଆନନ୍ଦ ଦେଇପାରେ, କିନ୍ତୁ ଗୋଟେ ଭଲ ଜିହ୍ବା ମୃଦୁ ସ୍ବରରେ ପ୍ରେମ ଭାବରେ ସହାନୁଭୂତିର ସହିତ ଯଦି କେତେପଦ କଥା କୁହେ, ତାହା ମଣିଷ ମନରେ ବର୍ଷ ବର୍ଷ ଧରି ଆନନ୍ଦ ପ୍ରଦାନ କରିବ। ଏହା ଦୁଃଖ ଯନ୍ତ୍ରଣା ଭୋଗୁଥିବା ଲୋକଙ୍କ ମନରେ ଆଶାର ସଂଚାର କରାଇବ, ଦୁର୍ବଳକୁ ଉତ୍ସାହିତ କରି ବଳ ଯୋଗାଇବ। ଅସହାୟମାନଙ୍କୁ ସାନ୍ତ୍ୱନା ଦେଇ ସ୍ନେହ, ପ୍ରେମ ଓ ବିଶ୍ୱାସ ଜାଗରଣ କରିବ। ଅର୍ଥାତ୍‌ ଗୋଟିଏ ଭଲ ଜିହ୍ବା କେବଳ ମଣିଷ ମନରେ ଶାନ୍ତି ଓ ଆନନ୍ଦ ପ୍ରଦାନ କରିବ। ଅପରପକ୍ଷରେ ଗୋଟିଏ ଖରାପ ଜିହ୍ବା ମଣିଷ ମନରୁ ସବୁ ସୁଖ, ଶାନ୍ତି ଓ ଆନନ୍ଦକୁ ଦୂରେଇ ନେଇ ମଣିଷ ମନରେ ହତାଶ ଓ ନିରାଶ ଭରିଦେବ। ତେଣୁ ଖରାପ ଜିହ୍ବାଟି ମଣିଷର ସବୁଠାରୁ ବଡ଼ ଶତ୍ରୁ। ଆମେ ମଣିଷ ଜନ୍ମ ପାଇଛୁ। ଆମେ ସମସ୍ତେ ବାକ୍‌ ସଂଯମ କରିବା ଓ ସମସ୍ତଙ୍କ ମନରେ ଶାନ୍ତି ଏବଂ ଆନନ୍ଦ ଭରିଦେବା ପାଇଁ ଚେଷ୍ଟା କରିବା।
ନିର୍ଦ୍ଦେଶିକା-ସମ୍ପାଦିକା, ଆନ୍ତର୍ଜାତିକ ଅଶୋଭନୀୟତା
ନିରୋଧ ଆନ୍ଦୋଳନ, କଟକ, ମୋ: ୯୯୩୭୧୭୨୮୧୦


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri