ବାକ୍‌ ସଂଯମ

ଡ.ଅରୁନ୍ଧତୀ ଦେବୀ

ମାନବ ଜନ୍ମ ଦୁର୍ଲଭ ବୋଲି କୁହାଯାଏ। କାରଣ ୮୪ ଲକ୍ଷ ଜନ୍ମ ପରେ ମାନବ ଜନ୍ମ ମିଳେ। ଆମେମାନେ ସମସ୍ତେ ନିଶ୍ଚିତ ଭାବରେ ଭାଗ୍ୟବାନ୍‌ ଓ ଭାଗ୍ୟବତୀ ଯେ ଆମକୁ ମଣିଷ ଶରୀର ମିଳିଛି। ଏହି ଶରୀରକୁ ଆମର ବୁଦ୍ଧି ବିବେକ ବଳରେ ଯଦି ଆମେ ଠିକ୍‌ ଭାବରେ ଉପଯୋଗ କରିପାରିବା, ତା’ହେଲେ ଆମ ଜନ୍ମ ସାର୍ଥକ ହେବ। ପଞ୍ଚ ମହାଭୂତରେ ଗଢ଼ା ଆମ ଶରୀର। ଏ ଶରୀର ଭିତରେ ଆମର ପଞ୍ଚ ଜ୍ଞାନେନ୍ଦ୍ରିୟ ଓ ପଞ୍ଚ କର୍ମେନ୍ଦ୍ରିୟ ରହିଛନ୍ତି। ଏଠାରେ ଗୋଟିଏ ଜ୍ଞାନେନ୍ଦ୍ରିୟ ବିଷୟରେ ଆଲୋଚନା କରିବା। ତାହା ହେଲା ‘ଜିହ୍ବା’। ପ୍ରତ୍ୟେକ ଇନ୍ଦ୍ରିୟ ଗୋଟିଏ ଗୋଟିଏ କାମରେ ନିଯୁକ୍ତ ଥିବାବେଳେ ଏହି ଇନ୍ଦ୍ରିୟଟି ଦୁଇଟି କାମ କରିପାରେ। ଗୋଟିଏ କଥା କହିବାରେ ଶକ୍ତିଦିଏ, ଅନ୍ୟଟି ଖାଦ୍ୟର ସ୍ବାଦ ବାରିବାରେ ସାହାଯ୍ୟ କରେ। ଏହାକୁ ରସନେନ୍ଦ୍ରିୟ ମଧ୍ୟ କୁହାଯାଏ। ଆମେ ବାକ୍‌ଶକ୍ତି ପାଇଛୁ ଏହି ଜିହ୍ବା ସାହାଯ୍ୟ ଯୋଗୁ। ତେଣୁ ଏହି ବାକ୍‌ ଶକ୍ତିକୁ କିପରି ଭାବରେ କାମରେ ଲଗାଇବା ତାହା ଆମ ଉପରେ ନିର୍ଭର କରୁଛି। ବାକ୍‌ ସଂଯମ ଓ ତା’ର ଉପକାରିତା ବିଷୟରେ କିଛି ଆଲୋଚନା କରିବା। ଭଗବାନ୍‌ ସତ୍ୟସାଇ ବାବା ତାଙ୍କ ସଙ୍ଗଠନର ନବବିଧ ଆଚରଣ ଉପରେ ଗୁରୁତ୍ୱ ଦିଅନ୍ତି। ତା’ ଭିତରେ ପ୍ରାର୍ଥନା କରିବା, ଜପ କରିବା, ଭଜନ କରିବା ଇତ୍ୟାଦି ରହିଛି। ସମସ୍ତଙ୍କ ସହିତ ମୃଦୁ ସ୍ବରରେ ବାର୍ତ୍ତାଳପ ଓ ଅନ୍ୟ କାହାରି ନିନ୍ଦା ରଟନା ନ କରିବା ବିଶେଷତଃ ସେମାନଙ୍କ ଅନୁପସ୍ଥିତିରେ ମଧ୍ୟ ରହିଛି। ଏହି ଦୁଇଟି ବିଧି କଷ୍ଟସାଧ୍ୟ ହେଲେ ମଧ୍ୟ ଅଭ୍ୟାସ ବଳରେ ମାନିବା ସମ୍ଭବ ହେବ। ପୁରୁଷ ଲୋକମାନଙ୍କ ଅପେକ୍ଷା ସ୍ତ୍ରୀ ଲୋକମାନେ ଅଧିକ କଥା କହନ୍ତି। ୫/୭ଜଣ ସ୍ତ୍ରୀଲୋକ ଏକାଠି ହୋଇଗଲେ ନାନା ପ୍ରକାର ଗପ ଆରମ୍ଭ ହୋଇଯାଏ। ଅଧିକ କଥା କହିଲେ ଅଧିକ ଭୁଲ ହୁଏ। ତେଣୁ ବାବା କହନ୍ତି- ନୀରବତା ହିଁ ସାଧନାର ପ୍ରଥମ ସୋପାନ। ଯେତିକି ଦରକାର, ସେତିକି କଥା କୁହନ୍ତୁ।
ଆମ ପାଟି ଭିତରେ ଥିବା ଜିହ୍ବାଟି ଅତି କୋମଳ। ସେ ମଧ୍ୟ ସଂଯମ ବଳରେ ମୁନିଆ ଦାନ୍ତମାନଙ୍କ ମଧ୍ୟରେ ନିଜକୁ ସୁରକ୍ଷିତ ରଖିଥାଏ। ଭଗବାନ୍‌ କହନ୍ତି- ତୁମର ଜିହ୍ବାକୁ ପବିତ୍ର କାର୍ଯ୍ୟରେ ନିଯୁକ୍ତ କର। ଏହା ସତ୍ୟ, ମଧୁର ଓ କୋମଳ ବଚନ କହୁ। ତୁମର କଥା ବା ବାଣୀ ଦ୍ୱାରା ଅନ୍ୟ କାହାକୁ କଷ୍ଟ ନ ହେଉ। ଯେଉଁ ବ୍ୟକ୍ତି ଅନ୍ୟକୁ ଗାଳିଦିଏ, ସେ ପ୍ରକୃତରେ ଈଶ୍ୱରଙ୍କୁ ଗାଳିଦିଏ। କାରଣ ଈଶ୍ୱର ସମସ୍ତଙ୍କ ମଧ୍ୟରେ ବିଦ୍ୟମାନ। ଜିହ୍ବାର ପ୍ରଶଂସା କରି ଜୟଦେବ କହିଛନ୍ତି- ‘ଜିହ୍ବେ ରସଜ୍ଞେ ମଧୁର ପ୍ରିୟା ତ୍ୱଂ, ସତ୍ୟଂ ହିତଂ ତ୍ୱା ପରମଂ ବଦାମି, ଅବର୍ଣ୍ଣାୟେଧା ମଧୁକ୍ଷରାଣି, ଗୋବିନ୍ଦ ଦାମୋଦର ମାଧବେତି।’ ପ୍ରଭୁଙ୍କର ନାମ ସର୍ବଦା ଆମ ଜିହ୍ବାରେ ନୃତ୍ୟ କରୁ। କାରଣ ନାମ ସ୍ମରଣ ହିଁ କଳିଯୁଗର ସହଜତମ ଉପାୟ। ଏହି ଜିହ୍ବା ଚାରୋଟି ପାପ କରିଥାଏ । ଯଥା- ମିଛ କହିବା, ଚୁଗୁଲି କରିବା, ଭର୍ତ୍ସନା କରିବା ଓ ବହୁତ କଥା କହିବା। ଏହାଛଡ଼ା ଜିହ୍ବାର ବହୁତ ଭଲ ଗୁଣ ମଧ୍ୟ ରହିଛି। ସତ୍ୟତା, ଦୃଢ଼ତା, ମଧୁରତା, ସଂକ୍ଷିପ୍ତତା, ହିତକାରିତା, ନମ୍ରତା ଓ ଶିଷ୍ଟତା ଇତ୍ୟାଦି। ବେଦ କହେ, ‘ସତ୍ୟଂବଦ ଧର୍ମଂଚର’। ଅର୍ଥାତ୍‌ ସର୍ବଦା ସତ୍ୟକଥା କୁହ ଏବଂ ଧର୍ମର ଆଚରଣ କର। ଆଜିକାଲି କଳିଯୁଗର ଲୋକମାନେ କୁହନ୍ତି- ”ସତ କହିଲେ, ଧର୍ମପଥରେ ଚାଲିଲେ ଆମର ବେଶି କ୍ଷତି ହେଉଛି। ଯେଉଁମାନେ ମିଛ କହି ଅଧର୍ମ ପଥରେ ଯାଉଛନ୍ତି, ସେମାନେ ବହୁତ ସୁଖରେ ରହୁଛନ୍ତି ଓ ତାଙ୍କର ସବୁପ୍ରକାର ଉନ୍ନତି ହେଉଛି।“ କିନ୍ତୁ ଏହା ଠିକ୍‌ ନୁହେଁ। ଯୁଗେ ଯୁଗେ ସତ୍ୟର ଜୟ ହୋଇ ଆସିଛି। ଯେଉଁମାନେ ଅସତ୍ୟ ପଥରେ ଯାଇ ସୁଖରେ ଅଛନ୍ତି ତାହା କ୍ଷଣସ୍ଥାୟୀ। ତେଣୁ କୁହାଯାଏ, ‘ମିଛ କହିବା ମହାପାପ, ସତରେ ଥା’ନ୍ତି ଜଗନ୍ନାଥ’। ସତ କଥାରେ ଆମ ମନ ଦୃଢ଼ ରହେ। ଅନ୍ୟର କଥାରେ ଯଦି ମନ ବିଚଳିତ ନ ହୁଏ, ତା’ହେଲେ ଆମେ ନିଶ୍ଚୟ ସମ୍ମାନର ଅଧିକାରୀ ହୋଇପାରିବା। ତେଣୁ ସମସ୍ତେ ସବୁବେଳେ ସତ କହିବା ଉଚିତ। ନବବିଧ ଆଚରଣ ଆଉ ଗୋଟିଏ ବାଣୀ। ‘ସମସ୍ତଙ୍କ ସହିତ ମୃଦୁ ସ୍ବରରେ ବାର୍ତ୍ତାଳପ’। ଆମେ କାହାକୁ ଧନ ସମ୍ପଦ ନ ଦେଇପାରୁ, ଶ୍ରମଦାନ କରି ନ ପାରୁ; କିନ୍ତୁ ସ୍ନେହ ସହାନୁଭୂତି ଦେଖାଇ ମଧୁର ସ୍ବରରେ କଥା ଦି’ପଦ କହିପାରିବା ତ? ତେଣୁ କୁହାଯାଏ, ‘ମଧୁର ବିନୟ ବଚନ, କହି ତୋଷିବ ଜନମନ’। କାହା ଆଗରେ ନିଜର ବଡ଼ପଣିଆ ଦେଖାଇ କଥାବାର୍ତ୍ତା କରିବା ନାହିଁ। ସବୁବେଳେ ନିଜକୁ ନୂ୍ୟନ ମନେକରି ବଡ଼ମାନଙ୍କ ସହିତ କଥାବାର୍ତ୍ତା କରିବା। ଅଧିକାଂଶ ଲୋକ ଅଛନ୍ତି ମୁହଁରେ ମିଠା ମିଠା କଥା କହନ୍ତି, କିନ୍ତୁ ତାଙ୍କ ହୃଦୟରେ ନିର୍ମଳତା ନଥାଏ। ସେ ଅନ୍ୟ କାହାର ଅନିଷ୍ଟ ଚିନ୍ତା କରୁଥା’ନ୍ତି। ସେପରି ଲୋକଙ୍କଠାରୁ ଦୂରେଇ ରହିବା ଉଚିତ। ଆମ ଭିତରେ ‘ତ୍ରିକରଣ ଶୁଦ୍ଧି’ ରହିବା ଉଚିତ। ଚିନ୍ତା, ବାକ୍ୟ ଓ କର୍ମରେ ସମନ୍ବୟ ରହିବା ଉଚିତ। ଆପଣ ଯାହାସବୁ ପ୍ରଦର୍ଶନୀରେ ଦେଖିଲେ ସେ ସବୁ କ୍ଷଣିକ ଆନନ୍ଦ ଦେଇପାରେ, କିନ୍ତୁ ଗୋଟେ ଭଲ ଜିହ୍ବା ମୃଦୁ ସ୍ବରରେ ପ୍ରେମ ଭାବରେ ସହାନୁଭୂତିର ସହିତ ଯଦି କେତେପଦ କଥା କୁହେ, ତାହା ମଣିଷ ମନରେ ବର୍ଷ ବର୍ଷ ଧରି ଆନନ୍ଦ ପ୍ରଦାନ କରିବ। ଏହା ଦୁଃଖ ଯନ୍ତ୍ରଣା ଭୋଗୁଥିବା ଲୋକଙ୍କ ମନରେ ଆଶାର ସଂଚାର କରାଇବ, ଦୁର୍ବଳକୁ ଉତ୍ସାହିତ କରି ବଳ ଯୋଗାଇବ। ଅସହାୟମାନଙ୍କୁ ସାନ୍ତ୍ୱନା ଦେଇ ସ୍ନେହ, ପ୍ରେମ ଓ ବିଶ୍ୱାସ ଜାଗରଣ କରିବ। ଅର୍ଥାତ୍‌ ଗୋଟିଏ ଭଲ ଜିହ୍ବା କେବଳ ମଣିଷ ମନରେ ଶାନ୍ତି ଓ ଆନନ୍ଦ ପ୍ରଦାନ କରିବ। ଅପରପକ୍ଷରେ ଗୋଟିଏ ଖରାପ ଜିହ୍ବା ମଣିଷ ମନରୁ ସବୁ ସୁଖ, ଶାନ୍ତି ଓ ଆନନ୍ଦକୁ ଦୂରେଇ ନେଇ ମଣିଷ ମନରେ ହତାଶ ଓ ନିରାଶ ଭରିଦେବ। ତେଣୁ ଖରାପ ଜିହ୍ବାଟି ମଣିଷର ସବୁଠାରୁ ବଡ଼ ଶତ୍ରୁ। ଆମେ ମଣିଷ ଜନ୍ମ ପାଇଛୁ। ଆମେ ସମସ୍ତେ ବାକ୍‌ ସଂଯମ କରିବା ଓ ସମସ୍ତଙ୍କ ମନରେ ଶାନ୍ତି ଏବଂ ଆନନ୍ଦ ଭରିଦେବା ପାଇଁ ଚେଷ୍ଟା କରିବା।
ନିର୍ଦ୍ଦେଶିକା-ସମ୍ପାଦିକା, ଆନ୍ତର୍ଜାତିକ ଅଶୋଭନୀୟତା
ନିରୋଧ ଆନ୍ଦୋଳନ, କଟକ, ମୋ: ୯୯୩୭୧୭୨୮୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri