ମହାମାରୀରେ ମାନବ ଅଧିକାର

ମ୍ୟାରୀ ରବିନ୍‌ସନ

କୋଭିଡ୍‌-୧୯ ମହାମାରୀ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଏହା ସମାଜର ଜାତି, ଲିଙ୍ଗ ଏବଂ ବର୍ଗ କ୍ଷେତ୍ରରେ ଅସମାନତା ବୃଦ୍ଧି କରିଛି। ବହୁ ରାଜନୈତିକ ବ୍ୟବସ୍ଥା ବା ସରକାରରେ ଅସମାନତାକୁ ପଦାରେ ପକାଇଛିି। ମୁଖ୍ୟତଃ ବ୍ୟକ୍ତିର ମାନକ ଅଧିତ୍କାର ଏବଂ ମର୍ଯ୍ୟାଦା ସୁରକ୍ଷା କରିବାରେ ବହୁ ରାଜନୈତିକ ବ୍ୟବସ୍ଥାର ଅକ୍ଷମତାକୁ ଲୋକଲୋଚନକୁ ଆଣିଛି। ଏହି ସଙ୍କଟରୁ ବିଶ୍ୱ ନ ମୁକୁଳିଲେ ପୁନଃ ନିର୍ମାଣ କରିପାରିବ ନାହିଁ କି ବ୍ୟାପକ ଜଳବାୟୁ ପରିବର୍ତ୍ତନ ସଙ୍କଟକୁ ନିୟନ୍ତ୍ରଣ କରବାର କୌଣସି ସୁଯୋଗ ପାଇବ ନାହିଁ। ଆମେ ଯେତେବେଳ ଯାଏ ପୁଣି ଥରେ ରାଜନୈତିକ ଏବଂ ନାଗରିକଙ୍କ ଜୀବନ ଉପରେ ଆଶା ଓ ବିଶ୍ୱାସ ସ୍ଥାପନ ନ କରିବା,ସେତେବେଳ ପର୍ଯ୍ୟନ୍ତ ଏହା ସମ୍ଭବ ହେବ ନାହିଁ। ଭାଗ୍ୟର କଥା, ମାନବ ଅଧିକାର ସମ୍ପର୍କିତ ବୈଶ୍ୱିକ ଘୋଷଣାନାମାରେ ଆଗକୁ ମାନବିକତା ପାଇଁ ପଥପ୍ରଦର୍ଶନ କରିବାର ଏକ ନକ୍ସା ନିହିତ ରହିଛି। ୧୯୪୮ରେ ଜାତିସଂଘର ସାଧାରଣ ସଭାରେ ଏହି ଘୋଷଣାନାମା ଗୃହୀତ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଲୋକଙ୍କ ସାମାଜିକ ଓ ନୈତିକ ସ୍ଥିତି ଦୋହଲି ଯାଇଥିବାବେଳେ ଏହାର ଆବଶ୍ୟକତା ଅଧିକ ଥିଲା ଓ ଏବେ ମଧ୍ୟ ଏହାର ପ୍ରାସଙ୍ଗିକତା ରହିଛି। ଘୋଷଣାନାମାର ଅନୁଚ୍ଛେଦ ୧ ପୂରା ସ୍ପଷ୍ଟ ଓ ଏକ ଗ୍ରହଣୀୟ ସତ୍ୟତାକୁ ପ୍ରକାଶ କରେ। ତାହା ହେଉଛି- ସବୁଲୋକ ଜନ୍ମରୁ ସ୍ବାଧୀନ। ସେମାନେ ସମାନ ଅଧିକାର ଓ ମର୍ଯ୍ୟାଦାର ସହ ଜନ୍ମ ନେଇଛନ୍ତି। ଏବେ ଏହି ଦୃଷ୍ଟିକୋଣକୁ ହୃଦୟଙ୍ଗମ କରିବାକୁ ହେଲେ ନେତାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ, ସୁସଙ୍ଗତ ଏବଂ ଉପଯୁକ୍ତ ପଦକ୍ଷେପ ନେବା ଉପରେ ପ୍ରତିବଦ୍ଧତା ପ୍ରକାଶ କରିବାକୁ ହେବ। ନିର୍ଦ୍ଦିଷ୍ଟ ଭାବେ ସେମାନେ ବିଶ୍ୱ ସ୍ତରରେ କୋଭିଡ୍‌-୧୯ ଟିକାର ସମବଣ୍ଟନ ନିଶ୍ଚିତ କରିବା ଦରକାର। ଏହାବାଦ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ କ୍ଷତି ହେବାର ସମ୍ଭାବନା ଥିବା ଦେଶଗୁଡ଼ିକୁ ପର୍ଯ୍ୟାପ୍ତ ଆର୍ଥିକ ସହଯୋଗ କରିବା ଉଚିତ। ପ୍ରଥମେ ଉଚ୍ଚ ଆୟକାରୀ ଦେଶଗୁଡ଼ିକୁ ଏହା ଆରମ୍ଭ କରିବାକୁ ପଡ଼ିବ। ଗରିବ ଦେଶଗୁଡ଼ିକୁ ୧ ସେପ୍ଟେମ୍ବର ୨୦୨୧ ପୂର୍ବରୁ ଅତି କମ୍‌ରେ ୧୦୦ କୋଟି ଓ ୨୦୨୨ ମଧ୍ୟଭାଗ ସୁଦ୍ଧା ୨୦୦ କୋଟିରୁ ଅଧିକ ଡୋଜ୍‌ ଯୋଗାଇ ଦେବା ଲାଗି ଗାଭି କୋଭାକ୍ସ ଆଡ୍‌ଭାନ୍‌ସ ମାର୍କେଟ କମିଟିର ଲକ୍ଷ୍ୟ ପୂରଣ କରିବା ଦିଗରେ ଏମାନେ ପଦକ୍ଷେପ ନେବା ଆବଶ୍ୟକ।
କିନ୍ତୁ ଧନୀ ରାଷ୍ଟ୍ରଗୁଡ଼ିକ ନିଜ ଲୋକଙ୍କ ପାଇଁ ଅତ୍ୟଧିକ ଟିକା କିଣୁଛନ୍ତି। ଏହା ସ୍ବାସ୍ଥ୍ୟ, ଅର୍ଥନୀତି ଦୃଷ୍ଟିରୁ ଅନ୍ୟାୟ ଓ ଏକ ଅଦୂରଦର୍ଶୀ କାର୍ଯ୍ୟ। ଅଳ୍ପ ସଂସାଧନ ଥିବା ଗରିବ ଦେଶଗୁଡ଼ିକରେ ଯଦି ବିଳମ୍ବ ଯାଏ କରୋନା ଭୂତାଣୁ ରହିବ ଏବଂ ରୂପ ବଦଳାଇ ଚାଲିବ, ତେବେ ପୁଣି ମାନବିକତା ସଙ୍କଟ ପ୍ରକାଶ ପାଇବ। ଜୀବନ ଓ ଜୀବିକା ଉପରେ ବିଜୟ ପାଇବା ଲାଗି କଷ୍ଟକର ହୋଇପଡିବ। ଏହାକୁ ଦୃଷ୍ଟିରେ ରଖିତ୍ ଜି୭ ଏବଂ ଜି୨୦ ଦେଶଗୁଡ଼ିକର ନେତୃବର୍ଗ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ବିଶ୍ୱ ବାଣିଜ୍ୟ ସଂସ୍ଥାର ଘୋଷଣାକୁ ସମର୍ଥନ କରିବା ଉଚିତ। ମୁଖ୍ୟତଃ ଟିକା ଉପତ୍ାଦନରେ ସ୍ବେଚ୍ଛାକୃତ ଭାବେ ଲାଇସେନ୍‌ସ ଏବଂ ପ୍ରଯୁକ୍ତି ଯୋଗାଇ ଦେବାରେ ଏହି ଦେଶଗୁଡ଼ିକ ପ୍ରମୁଖ ଭୂମିକା ନେବାକୁ ହେବ। ଏହା ନ କରିପାରିଲେ, ସେମାନେ ନିର୍ଦ୍ଦିଷ୍ଟ ଭାବେ ବିଶ୍ୱ ବାଣିଜ୍ୟ ସଂଗଠନ ଅଧୀନରେ ଥିବା ଇଣ୍ଟେଲେକଚୁଆଲ ପ୍ରପର୍ଟି ରାଇଟସ୍‌ରୁ ତତ୍‌କ୍ଷଣାତ ଛାଡିଦେବା ଉଚିତ। ନିକଟରେ ଏହି ଅଭିଯାନକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସମର୍ଥନ କରିଛନ୍ତି। କିନ୍ତୁ ଦୁଃଖର ବିଷୟ, ଇଂଲଣ୍ଡରେ ନିକଟରେ ଅନୁଷ୍ଠିତ ସମ୍ମିଳନୀରେ ଜି୭ର ନେତୃମଣ୍ଡଳୀ କୋଭିଡ୍‌-୧୯ ଦ୍ୱାରା ସୃଷ୍ଟି ହୋଇଥିବା ଅସମାନତାର ମୁକାବିଲା କରିବା ପାଇଁ ସେମାନଙ୍କ ଦାୟିତ୍ୱବୋଧ ଉପରେ କୌଣସି ସହମତି ପ୍ରକାଶ କରିବାକୁ ସକ୍ଷମ ହେଲେ ନାହିଁ। ସାମଗ୍ରିିକ ଭାବେ କୋଭିଡ୍‌-୧୯ ସଙ୍କୀର୍ଣ୍ଣ ଜାତୀୟତା ଓ ଲୋକପ୍ରିୟ ଯୋଜନା ଅଭାବକୁ ପ୍ରକାଶ କରିଛି। କହିବାକୁ ଗଲେ ଶକ୍ତି ଓ ଆକାରକୁ ନେଇ କୌଣସି ଦେଶ ତା’ ନିଜର ସାଧାରଣ ସ୍ବାସ୍ଥ୍ୟ ସଙ୍କଟକୁ ପ୍ରଭାବୀ ଢଙ୍ଗରେ ନିୟନ୍ତ୍ରଣ କରିପାରିବ ନାହିଁ। ଏଥିପାଇଁ ସମୂୂହ ସହଯୋଗ ଲୋଡା।
ନେତାମାନେ ସେମାନଙ୍କ ଭୁଲ୍‌ରୁ ଶିକ୍ଷା କରିବା ଉଚିତ। ମହାମାରୀ ପ୍ରସ୍ତୁତି ଏବଂ ମୁକାବିଲା ପାଇଁ ଗଠିତ ବିଶେଷଜ୍ଞଙ୍କ ସ୍ବତନ୍ତ୍ର କମିଟିର ପରାମର୍ଶ ଉପରେ ଧ୍ୟାନ ଦେବା ଅନିବାର୍ଯ୍ୟ। ଉଚିତ ଆର୍ଥିକ ପ୍ରବନ୍ଧନ, ସମନ୍ବିତ, ସଂଗଠିତ ସ୍ବାସ୍ଥ୍ୟ ବ୍ୟବସ୍ଥା ଭବିଷ୍ୟତରେ ମହାମାରୀ ଏବଂ ଜରୁରୀ ସ୍ବାସ୍ଥ୍ୟ ସଙ୍କଟକୁ ସାମ୍ନା କରିବାକୁ ସକ୍ଷମ ହେବ ବୋଲି ସେମାନେ ବୁଝିବା ଦରକାର। ଅନୁରୂପ ଭାବେ ମହାମାରୀକୁ ନିୟନ୍ତ୍ରଣ କରିବାରେ ଧନୀ ବିଶ୍ୱ ବା ବିକଶିତ ଦେଶଗୁଡ଼ିକ ଅସଫଳ ହୋଇଛନ୍ତି। ଏହାଯୋଗୁ ଉନ୍ନତ ଦେଶ ଏବଂ ନିମ୍ନ ଆୟକାରୀ ଦେଶଗୁଡ଼ିକ ମଧ୍ୟରେ ଅବିଶ୍ୱାସ ଆହୁରି ବଢ଼ିଯାଇଛି। ଏହା ଦ୍ୱାରା ଆଗାମୀ ନଭେମ୍ବରରେ ଗ୍ଲାସ୍‌ଗୋରେ ଅନୁଷ୍ଠିତ ହେବାକୁ ଥିବା ମହତ୍ତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ କୋପ୨୬ ଜଳବାୟୁ ସମ୍ମିଳନୀରେ ଏକ ବୁଝାମଣାରେ ପହଞ୍ଚିବା ବହୁତ କଷ୍ଟ ହୋଇଯିବ। କୋପ୍‌-୨୬ ଆଗରୁ ସମସ୍ତ ଦେଶ ନିକଟ ଭବିଷ୍ୟତରେ ସବୁଜଗୃହ ବାଷ୍ପ ନିର୍ଗମନ ହ୍ରାସ କରିବାର ଧାର୍ଯ୍ୟ ପରିମାଣକୁ ବଢ଼ାଇବା ଆବଶ୍ୟକ। ତେବେ ପ୍ରମୁଖ ନିର୍ଗମନକାରୀ ଦେଶଗୁଡ଼ିକ ଏହା କରିବେ ବୋଲି ଆମେ ଦେଖିବାକୁ ଅପେକ୍ଷା କରିଛୁ। ଧନୀ ଦେଶଗୁଡ଼ିକ ପୁଣି ବିଶ୍ୱାସ ଫେରାଇ ଆଣିବା ଉପରେ ଯନତ୍ବାନ୍‌ ହେବା ଉଚିତ। ଜଳବାୟୁ ଅର୍ଥନୀତିକୁ ସେମାନଙ୍କ ଯୋଗଦାନ ବୃଦ୍ଧି କରିବା ସହ ଏବକାର ପରିସ୍ଥିତିକୁ ବଦଳେଇବା ପାଇଁ ଏକ ବୃହତ୍‌ ସହଭାଗିତା ଉପରେ ଗୁରୁତ୍ୱ ଦେବା ଦରକାର। ବିଶ୍ୱତାପନ ବିରୋଧରେ ଲଢ଼େଇ କରିବା ପାଇଁ ପ୍ରତିବର୍ଷ ବିକାଶଶୀଳ ଦେଶଗୁଡ଼ିକୁ ସାହାଯ୍ୟ ଆକାରରେ ୧୦୦ ବିଲିୟନ ଆମେରିକୀୟ ଡଲାର ଯୋଗାଇ ଦେବାକୁ ଧନୀ ଦେଶଗୁଡ଼ିକ ଯେଉଁ ସଙ୍କଳ୍ପ କରିଛନ୍ତି,ସେଥିରେ ସେମାନଙ୍କର ବୃହତ୍‌ ଭାଗୀଦାରି ରହିଲେ ବିଶ୍ୱାସ ପୁନଃପ୍ରତିଷ୍ଠା ହୋଇପାରିବ।
ମାନବ ଅଧିକାର ସୁରକ୍ଷା, ମହାମାରୀ ଉପରେ ବିଜୟ ଏବଂ ଜଳବାୟୁ ସଙ୍କଟକୁ ନିୟନ୍ତ୍ରଣ କରିବାରେ ଆମେ ଅନେକ ଆହ୍ବାନର ସମ୍ମୁଖୀନ ହେଉଛୁ। ଏହା ସମ୍ପର୍କରେ ଆସୁଥିବା ଅଭିଯୋଗଗୁଡ଼ିକ ଉପରେ ଅନୁଧ୍ୟାନ କରିବା ଦରକାର ଏବଂ ଉତ୍ତମ ପରିଣାମ ଲାଗି କାର୍ଯ୍ୟ କରିବା ଉତ୍ତରଦାୟିତ୍ୱ ମଧ୍ୟ ରହିଛି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ନେଲ୍‌ସନ ମଣ୍ଡେଲାଙ୍କ ପ୍ରେରଣାକୁ ଗ୍ରହଣ କରିପାରିବା ଯିଏ କି ମାନବ ଅଧିକାର ଏବଂ ନ୍ୟାୟ ପ୍ରତି ତାଙ୍କ ପ୍ରତିବଦ୍ଧତାରୁ କେବେ ବି ଦୂରେଇ ଯାଇ ନ ଥିଲେ। ଯେଉଁ ବର୍ଷ ଦକ୍ଷିଣ ଆଫ୍ରିକା ତା’ର ବର୍ଣ୍ଣଭେଦ ଶାସନ ପ୍ରତିଷ୍ଠା କଲା ତାହା ଥିଲା ଏ୍ୟତିହାସିକ ବିଡ଼ମ୍ବନା। ସେହି ବର୍ଷ ମାନବ ଅଧିକାରର ବିଶ୍ୱସ୍ତରୀୟ ଘୋଷଣାନାମା ଗୃହୀତ ହୋଇଥିଲା। କିନ୍ତୁ ମଣ୍ଡେଲା ତତ୍‌କ୍ଷଣାତ ଘୋଷଣାନାମାର ଶକ୍ତି ଓ କ୍ଷମତାକୁ ଲକ୍ଷ୍ୟ କରିଥିଲେ। ୧୯୯୭ରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଥିବା ସମୟରେ ସେ ପ୍ରକାଶ କରିଥିଲେ ଯେ, ଘୋଷଣାନାମାର ସରଳ ଓ ଶ୍ରେଷ୍ଠ ଶବ୍ଦଗୁଡ଼ିକ ଆମର ଏକ ଅନ୍ଧକାରମୟ କ୍ଷଣରେ ହଠାତ୍‌ ଏକ ଆଶାର କିରଣ ଭାବେ ଉଭା ହୋଇଥିଲା। ଘୋଷଣାନାମାର ଏ୍ୟକ୍ୟଭାବ ଏବଂ ସାର୍ବଜନୀନ ପ୍ରୟାସର ସିଦ୍ଧାନ୍ତଗୁଡ଼ିକୁ ମଣ୍ଡେଲା ତାଙ୍କ ଜୀବନକାଳରେ ସ୍ପଷ୍ଟ ଭାବେ ପ୍ରକାଶ କରିଥିଲେ। ଏବେ ସେହି ସିଦ୍ଧାନ୍ତଗୁଡ଼ିକୁ ପୁଣି ଅନ୍ବେଷଣ କରି ଦୃଢତାପୂର୍ବକ ସାମ୍ନାକୁ ଆଣିବା ଦରକାର। ଏଥିପାଇଁ ପୂର୍ବାପେକ୍ଷା ଅଧିକ ପ୍ରୟାସ କରିବାକୁ ପଡିବ। ତେବେ ଏବେ ବିପର୍ଯ୍ୟୟ ଏବଂ ଆଘାତକୁ ଦୃଷ୍ଟିରେ ରଖି ଭବିଷ୍ୟତରେ ମହାମାରୀ ଜନିତ ସାମାଜିକ, ପରିବେଶଗତ ତଥା ଆର୍ଥିକ ବିପଦକୁ ହାସ କରିବା ଲକ୍ଷ୍ୟରେ ରଣନୀତି ଗ୍ରହଣ କରିବା ଆମର କାମ ନୁହେଁ। କାରଣ ଆମେ ପୂର୍ବରୁ ଥିବା ସ୍ଥିତି ଯାହା ଅସମାନତା ଏବଂ ନିଷ୍କ୍ରିୟ ବ୍ୟବସ୍ଥା ଉପରେ ପର୍ଯ୍ୟବସିତ, ସେଥିରେ ଆମେ ମହାମାରୀ ପର ପୁନର୍ଗଠନ କରିବାକୁ ସକ୍ଷମ ହୋଇପାରିବା ନାହିଁ। ବରଂ, ମହାମାରୀ ପର ପରିସ୍ଥିତିରେ ଶୀଘ୍ର ପୁନର୍ଗଠନ କରିବା ଆମ ଲକ୍ଷ୍ୟ ହେବ ଦରକାର। ଲୋକମାନଙ୍କର ମହାମାରୀରେ ଯାହା କ୍ଷତି ହୋଇଛି ତାହାକୁ ଭରଣା କରିବା ପାଇଁ ପ୍ରାକୃତିକ ସଂସାଧନ, ପରିଚାଳନା ଏବଂ ଉପତ୍ାଦନ କ୍ଷମତା ବଢ଼ାଇବାକୁ ହେବ। ଏଥିପାଇଁ ଜାତୀୟ ସଂସ୍ଥା ଓ ମାନବୀୟ କ୍ଷମତା ବୃଦ୍ଧି କରିବା ଉପରେ ଜୋର ଦେବା ଆବଶ୍ୟକ। ଆଗାମୀ ପଢ଼ି ପାଇଁ କେବଳ ଏକ ସ୍ଥାୟୀ, ଶାନ୍ତିପୂର୍ଣ୍ଣ ପୃଥିବୀ ଗଠନ କରିବା ପାଇଁ ଲକ୍ଷ୍ୟ ନେଇ ଆମକୁ ପ୍ରୟାସ କରିବାକୁ ହେବ।
ଆୟର୍ଲାଣ୍ଡର ପୂର୍ବତନ ରାଷ୍ଟ୍ରପତି, ପୂର୍ବତନ ୟୁଏନ୍‌ ହାଇ କମିଶନର ଫର୍‌ ହ୍ୟୁମ୍ୟାନ ରାଇଟ୍‌ସ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri