ମହାମାରୀରେ ମାନବ ଅଧିକାର

ମ୍ୟାରୀ ରବିନ୍‌ସନ

କୋଭିଡ୍‌-୧୯ ମହାମାରୀ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଏହା ସମାଜର ଜାତି, ଲିଙ୍ଗ ଏବଂ ବର୍ଗ କ୍ଷେତ୍ରରେ ଅସମାନତା ବୃଦ୍ଧି କରିଛି। ବହୁ ରାଜନୈତିକ ବ୍ୟବସ୍ଥା ବା ସରକାରରେ ଅସମାନତାକୁ ପଦାରେ ପକାଇଛିି। ମୁଖ୍ୟତଃ ବ୍ୟକ୍ତିର ମାନକ ଅଧିତ୍କାର ଏବଂ ମର୍ଯ୍ୟାଦା ସୁରକ୍ଷା କରିବାରେ ବହୁ ରାଜନୈତିକ ବ୍ୟବସ୍ଥାର ଅକ୍ଷମତାକୁ ଲୋକଲୋଚନକୁ ଆଣିଛି। ଏହି ସଙ୍କଟରୁ ବିଶ୍ୱ ନ ମୁକୁଳିଲେ ପୁନଃ ନିର୍ମାଣ କରିପାରିବ ନାହିଁ କି ବ୍ୟାପକ ଜଳବାୟୁ ପରିବର୍ତ୍ତନ ସଙ୍କଟକୁ ନିୟନ୍ତ୍ରଣ କରବାର କୌଣସି ସୁଯୋଗ ପାଇବ ନାହିଁ। ଆମେ ଯେତେବେଳ ଯାଏ ପୁଣି ଥରେ ରାଜନୈତିକ ଏବଂ ନାଗରିକଙ୍କ ଜୀବନ ଉପରେ ଆଶା ଓ ବିଶ୍ୱାସ ସ୍ଥାପନ ନ କରିବା,ସେତେବେଳ ପର୍ଯ୍ୟନ୍ତ ଏହା ସମ୍ଭବ ହେବ ନାହିଁ। ଭାଗ୍ୟର କଥା, ମାନବ ଅଧିକାର ସମ୍ପର୍କିତ ବୈଶ୍ୱିକ ଘୋଷଣାନାମାରେ ଆଗକୁ ମାନବିକତା ପାଇଁ ପଥପ୍ରଦର୍ଶନ କରିବାର ଏକ ନକ୍ସା ନିହିତ ରହିଛି। ୧୯୪୮ରେ ଜାତିସଂଘର ସାଧାରଣ ସଭାରେ ଏହି ଘୋଷଣାନାମା ଗୃହୀତ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଲୋକଙ୍କ ସାମାଜିକ ଓ ନୈତିକ ସ୍ଥିତି ଦୋହଲି ଯାଇଥିବାବେଳେ ଏହାର ଆବଶ୍ୟକତା ଅଧିକ ଥିଲା ଓ ଏବେ ମଧ୍ୟ ଏହାର ପ୍ରାସଙ୍ଗିକତା ରହିଛି। ଘୋଷଣାନାମାର ଅନୁଚ୍ଛେଦ ୧ ପୂରା ସ୍ପଷ୍ଟ ଓ ଏକ ଗ୍ରହଣୀୟ ସତ୍ୟତାକୁ ପ୍ରକାଶ କରେ। ତାହା ହେଉଛି- ସବୁଲୋକ ଜନ୍ମରୁ ସ୍ବାଧୀନ। ସେମାନେ ସମାନ ଅଧିକାର ଓ ମର୍ଯ୍ୟାଦାର ସହ ଜନ୍ମ ନେଇଛନ୍ତି। ଏବେ ଏହି ଦୃଷ୍ଟିକୋଣକୁ ହୃଦୟଙ୍ଗମ କରିବାକୁ ହେଲେ ନେତାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ, ସୁସଙ୍ଗତ ଏବଂ ଉପଯୁକ୍ତ ପଦକ୍ଷେପ ନେବା ଉପରେ ପ୍ରତିବଦ୍ଧତା ପ୍ରକାଶ କରିବାକୁ ହେବ। ନିର୍ଦ୍ଦିଷ୍ଟ ଭାବେ ସେମାନେ ବିଶ୍ୱ ସ୍ତରରେ କୋଭିଡ୍‌-୧୯ ଟିକାର ସମବଣ୍ଟନ ନିଶ୍ଚିତ କରିବା ଦରକାର। ଏହାବାଦ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ କ୍ଷତି ହେବାର ସମ୍ଭାବନା ଥିବା ଦେଶଗୁଡ଼ିକୁ ପର୍ଯ୍ୟାପ୍ତ ଆର୍ଥିକ ସହଯୋଗ କରିବା ଉଚିତ। ପ୍ରଥମେ ଉଚ୍ଚ ଆୟକାରୀ ଦେଶଗୁଡ଼ିକୁ ଏହା ଆରମ୍ଭ କରିବାକୁ ପଡ଼ିବ। ଗରିବ ଦେଶଗୁଡ଼ିକୁ ୧ ସେପ୍ଟେମ୍ବର ୨୦୨୧ ପୂର୍ବରୁ ଅତି କମ୍‌ରେ ୧୦୦ କୋଟି ଓ ୨୦୨୨ ମଧ୍ୟଭାଗ ସୁଦ୍ଧା ୨୦୦ କୋଟିରୁ ଅଧିକ ଡୋଜ୍‌ ଯୋଗାଇ ଦେବା ଲାଗି ଗାଭି କୋଭାକ୍ସ ଆଡ୍‌ଭାନ୍‌ସ ମାର୍କେଟ କମିଟିର ଲକ୍ଷ୍ୟ ପୂରଣ କରିବା ଦିଗରେ ଏମାନେ ପଦକ୍ଷେପ ନେବା ଆବଶ୍ୟକ।
କିନ୍ତୁ ଧନୀ ରାଷ୍ଟ୍ରଗୁଡ଼ିକ ନିଜ ଲୋକଙ୍କ ପାଇଁ ଅତ୍ୟଧିକ ଟିକା କିଣୁଛନ୍ତି। ଏହା ସ୍ବାସ୍ଥ୍ୟ, ଅର୍ଥନୀତି ଦୃଷ୍ଟିରୁ ଅନ୍ୟାୟ ଓ ଏକ ଅଦୂରଦର୍ଶୀ କାର୍ଯ୍ୟ। ଅଳ୍ପ ସଂସାଧନ ଥିବା ଗରିବ ଦେଶଗୁଡ଼ିକରେ ଯଦି ବିଳମ୍ବ ଯାଏ କରୋନା ଭୂତାଣୁ ରହିବ ଏବଂ ରୂପ ବଦଳାଇ ଚାଲିବ, ତେବେ ପୁଣି ମାନବିକତା ସଙ୍କଟ ପ୍ରକାଶ ପାଇବ। ଜୀବନ ଓ ଜୀବିକା ଉପରେ ବିଜୟ ପାଇବା ଲାଗି କଷ୍ଟକର ହୋଇପଡିବ। ଏହାକୁ ଦୃଷ୍ଟିରେ ରଖିତ୍ ଜି୭ ଏବଂ ଜି୨୦ ଦେଶଗୁଡ଼ିକର ନେତୃବର୍ଗ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ବିଶ୍ୱ ବାଣିଜ୍ୟ ସଂସ୍ଥାର ଘୋଷଣାକୁ ସମର୍ଥନ କରିବା ଉଚିତ। ମୁଖ୍ୟତଃ ଟିକା ଉପତ୍ାଦନରେ ସ୍ବେଚ୍ଛାକୃତ ଭାବେ ଲାଇସେନ୍‌ସ ଏବଂ ପ୍ରଯୁକ୍ତି ଯୋଗାଇ ଦେବାରେ ଏହି ଦେଶଗୁଡ଼ିକ ପ୍ରମୁଖ ଭୂମିକା ନେବାକୁ ହେବ। ଏହା ନ କରିପାରିଲେ, ସେମାନେ ନିର୍ଦ୍ଦିଷ୍ଟ ଭାବେ ବିଶ୍ୱ ବାଣିଜ୍ୟ ସଂଗଠନ ଅଧୀନରେ ଥିବା ଇଣ୍ଟେଲେକଚୁଆଲ ପ୍ରପର୍ଟି ରାଇଟସ୍‌ରୁ ତତ୍‌କ୍ଷଣାତ ଛାଡିଦେବା ଉଚିତ। ନିକଟରେ ଏହି ଅଭିଯାନକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସମର୍ଥନ କରିଛନ୍ତି। କିନ୍ତୁ ଦୁଃଖର ବିଷୟ, ଇଂଲଣ୍ଡରେ ନିକଟରେ ଅନୁଷ୍ଠିତ ସମ୍ମିଳନୀରେ ଜି୭ର ନେତୃମଣ୍ଡଳୀ କୋଭିଡ୍‌-୧୯ ଦ୍ୱାରା ସୃଷ୍ଟି ହୋଇଥିବା ଅସମାନତାର ମୁକାବିଲା କରିବା ପାଇଁ ସେମାନଙ୍କ ଦାୟିତ୍ୱବୋଧ ଉପରେ କୌଣସି ସହମତି ପ୍ରକାଶ କରିବାକୁ ସକ୍ଷମ ହେଲେ ନାହିଁ। ସାମଗ୍ରିିକ ଭାବେ କୋଭିଡ୍‌-୧୯ ସଙ୍କୀର୍ଣ୍ଣ ଜାତୀୟତା ଓ ଲୋକପ୍ରିୟ ଯୋଜନା ଅଭାବକୁ ପ୍ରକାଶ କରିଛି। କହିବାକୁ ଗଲେ ଶକ୍ତି ଓ ଆକାରକୁ ନେଇ କୌଣସି ଦେଶ ତା’ ନିଜର ସାଧାରଣ ସ୍ବାସ୍ଥ୍ୟ ସଙ୍କଟକୁ ପ୍ରଭାବୀ ଢଙ୍ଗରେ ନିୟନ୍ତ୍ରଣ କରିପାରିବ ନାହିଁ। ଏଥିପାଇଁ ସମୂୂହ ସହଯୋଗ ଲୋଡା।
ନେତାମାନେ ସେମାନଙ୍କ ଭୁଲ୍‌ରୁ ଶିକ୍ଷା କରିବା ଉଚିତ। ମହାମାରୀ ପ୍ରସ୍ତୁତି ଏବଂ ମୁକାବିଲା ପାଇଁ ଗଠିତ ବିଶେଷଜ୍ଞଙ୍କ ସ୍ବତନ୍ତ୍ର କମିଟିର ପରାମର୍ଶ ଉପରେ ଧ୍ୟାନ ଦେବା ଅନିବାର୍ଯ୍ୟ। ଉଚିତ ଆର୍ଥିକ ପ୍ରବନ୍ଧନ, ସମନ୍ବିତ, ସଂଗଠିତ ସ୍ବାସ୍ଥ୍ୟ ବ୍ୟବସ୍ଥା ଭବିଷ୍ୟତରେ ମହାମାରୀ ଏବଂ ଜରୁରୀ ସ୍ବାସ୍ଥ୍ୟ ସଙ୍କଟକୁ ସାମ୍ନା କରିବାକୁ ସକ୍ଷମ ହେବ ବୋଲି ସେମାନେ ବୁଝିବା ଦରକାର। ଅନୁରୂପ ଭାବେ ମହାମାରୀକୁ ନିୟନ୍ତ୍ରଣ କରିବାରେ ଧନୀ ବିଶ୍ୱ ବା ବିକଶିତ ଦେଶଗୁଡ଼ିକ ଅସଫଳ ହୋଇଛନ୍ତି। ଏହାଯୋଗୁ ଉନ୍ନତ ଦେଶ ଏବଂ ନିମ୍ନ ଆୟକାରୀ ଦେଶଗୁଡ଼ିକ ମଧ୍ୟରେ ଅବିଶ୍ୱାସ ଆହୁରି ବଢ଼ିଯାଇଛି। ଏହା ଦ୍ୱାରା ଆଗାମୀ ନଭେମ୍ବରରେ ଗ୍ଲାସ୍‌ଗୋରେ ଅନୁଷ୍ଠିତ ହେବାକୁ ଥିବା ମହତ୍ତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ କୋପ୨୬ ଜଳବାୟୁ ସମ୍ମିଳନୀରେ ଏକ ବୁଝାମଣାରେ ପହଞ୍ଚିବା ବହୁତ କଷ୍ଟ ହୋଇଯିବ। କୋପ୍‌-୨୬ ଆଗରୁ ସମସ୍ତ ଦେଶ ନିକଟ ଭବିଷ୍ୟତରେ ସବୁଜଗୃହ ବାଷ୍ପ ନିର୍ଗମନ ହ୍ରାସ କରିବାର ଧାର୍ଯ୍ୟ ପରିମାଣକୁ ବଢ଼ାଇବା ଆବଶ୍ୟକ। ତେବେ ପ୍ରମୁଖ ନିର୍ଗମନକାରୀ ଦେଶଗୁଡ଼ିକ ଏହା କରିବେ ବୋଲି ଆମେ ଦେଖିବାକୁ ଅପେକ୍ଷା କରିଛୁ। ଧନୀ ଦେଶଗୁଡ଼ିକ ପୁଣି ବିଶ୍ୱାସ ଫେରାଇ ଆଣିବା ଉପରେ ଯନତ୍ବାନ୍‌ ହେବା ଉଚିତ। ଜଳବାୟୁ ଅର୍ଥନୀତିକୁ ସେମାନଙ୍କ ଯୋଗଦାନ ବୃଦ୍ଧି କରିବା ସହ ଏବକାର ପରିସ୍ଥିତିକୁ ବଦଳେଇବା ପାଇଁ ଏକ ବୃହତ୍‌ ସହଭାଗିତା ଉପରେ ଗୁରୁତ୍ୱ ଦେବା ଦରକାର। ବିଶ୍ୱତାପନ ବିରୋଧରେ ଲଢ଼େଇ କରିବା ପାଇଁ ପ୍ରତିବର୍ଷ ବିକାଶଶୀଳ ଦେଶଗୁଡ଼ିକୁ ସାହାଯ୍ୟ ଆକାରରେ ୧୦୦ ବିଲିୟନ ଆମେରିକୀୟ ଡଲାର ଯୋଗାଇ ଦେବାକୁ ଧନୀ ଦେଶଗୁଡ଼ିକ ଯେଉଁ ସଙ୍କଳ୍ପ କରିଛନ୍ତି,ସେଥିରେ ସେମାନଙ୍କର ବୃହତ୍‌ ଭାଗୀଦାରି ରହିଲେ ବିଶ୍ୱାସ ପୁନଃପ୍ରତିଷ୍ଠା ହୋଇପାରିବ।
ମାନବ ଅଧିକାର ସୁରକ୍ଷା, ମହାମାରୀ ଉପରେ ବିଜୟ ଏବଂ ଜଳବାୟୁ ସଙ୍କଟକୁ ନିୟନ୍ତ୍ରଣ କରିବାରେ ଆମେ ଅନେକ ଆହ୍ବାନର ସମ୍ମୁଖୀନ ହେଉଛୁ। ଏହା ସମ୍ପର୍କରେ ଆସୁଥିବା ଅଭିଯୋଗଗୁଡ଼ିକ ଉପରେ ଅନୁଧ୍ୟାନ କରିବା ଦରକାର ଏବଂ ଉତ୍ତମ ପରିଣାମ ଲାଗି କାର୍ଯ୍ୟ କରିବା ଉତ୍ତରଦାୟିତ୍ୱ ମଧ୍ୟ ରହିଛି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ନେଲ୍‌ସନ ମଣ୍ଡେଲାଙ୍କ ପ୍ରେରଣାକୁ ଗ୍ରହଣ କରିପାରିବା ଯିଏ କି ମାନବ ଅଧିକାର ଏବଂ ନ୍ୟାୟ ପ୍ରତି ତାଙ୍କ ପ୍ରତିବଦ୍ଧତାରୁ କେବେ ବି ଦୂରେଇ ଯାଇ ନ ଥିଲେ। ଯେଉଁ ବର୍ଷ ଦକ୍ଷିଣ ଆଫ୍ରିକା ତା’ର ବର୍ଣ୍ଣଭେଦ ଶାସନ ପ୍ରତିଷ୍ଠା କଲା ତାହା ଥିଲା ଏ୍ୟତିହାସିକ ବିଡ଼ମ୍ବନା। ସେହି ବର୍ଷ ମାନବ ଅଧିକାରର ବିଶ୍ୱସ୍ତରୀୟ ଘୋଷଣାନାମା ଗୃହୀତ ହୋଇଥିଲା। କିନ୍ତୁ ମଣ୍ଡେଲା ତତ୍‌କ୍ଷଣାତ ଘୋଷଣାନାମାର ଶକ୍ତି ଓ କ୍ଷମତାକୁ ଲକ୍ଷ୍ୟ କରିଥିଲେ। ୧୯୯୭ରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଥିବା ସମୟରେ ସେ ପ୍ରକାଶ କରିଥିଲେ ଯେ, ଘୋଷଣାନାମାର ସରଳ ଓ ଶ୍ରେଷ୍ଠ ଶବ୍ଦଗୁଡ଼ିକ ଆମର ଏକ ଅନ୍ଧକାରମୟ କ୍ଷଣରେ ହଠାତ୍‌ ଏକ ଆଶାର କିରଣ ଭାବେ ଉଭା ହୋଇଥିଲା। ଘୋଷଣାନାମାର ଏ୍ୟକ୍ୟଭାବ ଏବଂ ସାର୍ବଜନୀନ ପ୍ରୟାସର ସିଦ୍ଧାନ୍ତଗୁଡ଼ିକୁ ମଣ୍ଡେଲା ତାଙ୍କ ଜୀବନକାଳରେ ସ୍ପଷ୍ଟ ଭାବେ ପ୍ରକାଶ କରିଥିଲେ। ଏବେ ସେହି ସିଦ୍ଧାନ୍ତଗୁଡ଼ିକୁ ପୁଣି ଅନ୍ବେଷଣ କରି ଦୃଢତାପୂର୍ବକ ସାମ୍ନାକୁ ଆଣିବା ଦରକାର। ଏଥିପାଇଁ ପୂର୍ବାପେକ୍ଷା ଅଧିକ ପ୍ରୟାସ କରିବାକୁ ପଡିବ। ତେବେ ଏବେ ବିପର୍ଯ୍ୟୟ ଏବଂ ଆଘାତକୁ ଦୃଷ୍ଟିରେ ରଖି ଭବିଷ୍ୟତରେ ମହାମାରୀ ଜନିତ ସାମାଜିକ, ପରିବେଶଗତ ତଥା ଆର୍ଥିକ ବିପଦକୁ ହାସ କରିବା ଲକ୍ଷ୍ୟରେ ରଣନୀତି ଗ୍ରହଣ କରିବା ଆମର କାମ ନୁହେଁ। କାରଣ ଆମେ ପୂର୍ବରୁ ଥିବା ସ୍ଥିତି ଯାହା ଅସମାନତା ଏବଂ ନିଷ୍କ୍ରିୟ ବ୍ୟବସ୍ଥା ଉପରେ ପର୍ଯ୍ୟବସିତ, ସେଥିରେ ଆମେ ମହାମାରୀ ପର ପୁନର୍ଗଠନ କରିବାକୁ ସକ୍ଷମ ହୋଇପାରିବା ନାହିଁ। ବରଂ, ମହାମାରୀ ପର ପରିସ୍ଥିତିରେ ଶୀଘ୍ର ପୁନର୍ଗଠନ କରିବା ଆମ ଲକ୍ଷ୍ୟ ହେବ ଦରକାର। ଲୋକମାନଙ୍କର ମହାମାରୀରେ ଯାହା କ୍ଷତି ହୋଇଛି ତାହାକୁ ଭରଣା କରିବା ପାଇଁ ପ୍ରାକୃତିକ ସଂସାଧନ, ପରିଚାଳନା ଏବଂ ଉପତ୍ାଦନ କ୍ଷମତା ବଢ଼ାଇବାକୁ ହେବ। ଏଥିପାଇଁ ଜାତୀୟ ସଂସ୍ଥା ଓ ମାନବୀୟ କ୍ଷମତା ବୃଦ୍ଧି କରିବା ଉପରେ ଜୋର ଦେବା ଆବଶ୍ୟକ। ଆଗାମୀ ପଢ଼ି ପାଇଁ କେବଳ ଏକ ସ୍ଥାୟୀ, ଶାନ୍ତିପୂର୍ଣ୍ଣ ପୃଥିବୀ ଗଠନ କରିବା ପାଇଁ ଲକ୍ଷ୍ୟ ନେଇ ଆମକୁ ପ୍ରୟାସ କରିବାକୁ ହେବ।
ଆୟର୍ଲାଣ୍ଡର ପୂର୍ବତନ ରାଷ୍ଟ୍ରପତି, ପୂର୍ବତନ ୟୁଏନ୍‌ ହାଇ କମିଶନର ଫର୍‌ ହ୍ୟୁମ୍ୟାନ ରାଇଟ୍‌ସ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri