ଦକ୍ଷତା ବିକାଶ ଓ ଯୁବବର୍ଗ

ଶୁଭନାରାୟଣ ଶତପଥୀ

ଯୁବବର୍ଗଙ୍କ ନିମନ୍ତେ କୌଶଳ ଓ ଦକ୍ଷତାର ଆବଶ୍ୟକତା ଢେର ବେଶି। ଯୁବକ ନିଜର ଶିକ୍ଷା, କୌଶଳକୁ ଯେତେ ଉନ୍ନତ କରନ୍ତି ସେ ସେତେ ଦକ୍ଷ ହୁଅନ୍ତି। ଆଉ ଦକ୍ଷ ବ୍ୟକ୍ତିଟିଏ ହିଁ ସମାଜରେ ସହଜରେ ନିଜର ପତିଆରା ଜାହିର କରେ ଓ ତା’ର ସବୁ ଆବଶ୍ୟକତା ପୂରଣ କରିବାରେ ସମର୍ଥ ହୁଏ। ଏ ଲକ୍ଷ୍ୟ ପୂରଣ ପାଇଁ କେବଳ ସରକାର କାହିଁକି ପ୍ରତ୍ୟେକ ଯୁବବର୍ଗ ନିଜ ପାଇଁ ଚିନ୍ତାକରି ଆଗକୁ ବଢ଼ିବାର ପ୍ରୟାସ କଲେ ବ୍ୟକ୍ତିଗତ, ଗୋଷ୍ଠିଗତ ଓ ଜାତିଗତ ବିକାଶ ସମ୍ଭବ ହେବ।
କେବଳ ନିଜର ଶିକ୍ଷାଗତ ଯୋଗ୍ୟତା ବଢ଼ାଇଲେ ଯେ ଅର୍ଥ ରୋଜଗାର ସମ୍ଭବ ହେବ ତାହା ନୁହେଁ, ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ବିନା ଉଚ୍ଚ ଶିକ୍ଷାଗତ ଯୋଗ୍ୟତାରେ ନିଜ ଦକ୍ଷତା ଆଧାରରେ ଅର୍ଥରୋଜଗାର କ୍ଷତ୍ରରେ ଶୀର୍ଷସ୍ଥାନ ଅଧିକାର କରି ଅନ୍ୟକୁ ରୋଜଗାର ପ୍ରଦାନ କରୁଛନ୍ତି। ଅଧାରୁ କଲେଜ ପାଠ ଛାଡ଼ିଥିବା ବିଲ୍‌ ଗେଟ୍‌ସ ହେଉଛନ୍ତି ବିଶ୍ୱର ଧନିକ ବ୍ୟକ୍ତି ଯିଏ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା, ମାର୍କ ଜୁକରବର୍ଗ ହେଉଛନ୍ତି ଆଉଜଣେ ଅଧାରୁ ପାଠ ଛାଡ଼ିଥିବା ବ୍ୟକ୍ତିତ୍ୱ ଯିଏ ଫେସ୍‌ବୁକର ଜନକ। ସେପରି ଆଉ ଜଣେ ବିଖ୍ୟାତ କାର୍ଟୁନିଷ୍ଟ ଓ ଡିସନି କମ୍ପାନୀର ମାଲିକ ଓାଲ୍ଟ ଡିସନି। ଏମିତି ଅନେକ ସଫଳ ବ୍ୟକ୍ତି ଯେଉଁମାନେ ଉଚ୍ଚଶିକ୍ଷା ନୁହେଁ ବରଂ ନିଜର ଦକ୍ଷତା ବଳରେ ନିଜେ ପ୍ରତିଷ୍ଠିତ ହେବା ସହ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି। ଏହାର ଅର୍ଥ ନୁହେଁ ଯେ ଆମେ ଉଚ୍ଚଶିକ୍ଷାର ଯୋଗ୍ୟତା ହାସଲ କରିବା ନାହିଁ। ଏଣୁ ବୁଦ୍ଧିମାନର କାମ ହେଉଛି, କୌଣସି ଏକ କ୍ଷେତ୍ରରେ ନିଜର ଦକ୍ଷତା ବିକାଶ କରିବା। ମାଟ୍ରିକ ଫେଲ୍‌ଠାରୁ ତଦୂର୍ଦ୍ଧ୍ୱ ଶିକ୍ଷାଗତ ଯୋଗ୍ୟତା ପର୍ଯ୍ୟନ୍ତ କୌଶଳ ବିକାଶ ଯୋଜନାଗୁଡ଼ିକ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଛି। ଦେଖାଯାଉଛି ଏ ସମ୍ବନ୍ଧରେ ଅନେକ ଯୁବତୀଯୁବକଙ୍କ ଅସଚେତନତା ହେତୁ ସେମାନେ ପାରମ୍ପରିକ ଶିକ୍ଷା ପଦ୍ଧତିରେ କେବଳ ଯୋଗ୍ୟତା ହାସଲ କରି ଚାକିରି ଖୋଜିବା ପଥରେ ଅଗ୍ରସର ହେଉଛନ୍ତି। ବରଂ ସେମାନେ ଧନ୍ଦାମୂଳକ ବୈଷୟିକ ତାଲିମପ୍ରାପ୍ତ ଶିକ୍ଷା ଗ୍ରହଣ କଲେ ଅଧିକ ରୋଜଗାରକ୍ଷମ ହୋଇପାରିବେ। ଏ ଶିକ୍ଷା କେବଳ ବୈଷୟିକ ତାଲିମ ନୁହେଁ ବରଂ କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ସୂଚନା ପ୍ରଯୁକ୍ତି ଆଦି କ୍ଷେତ୍ରରେ ନିଜ ଯୋଗ୍ୟତା ଓ ଦକ୍ଷତା ଅନୁଯାୟୀ ୬ ମାସ ଓ ତା’ଠାରୁ ଊର୍ଦ୍ଧ୍ୱ ସମୟ ତାଲିମ ଗ୍ରହଣ କରି ନିଜକୁ ଉକ୍ତ ବୃତ୍ତିଗତ ଧନ୍ଦାମୂଳକ ରୋଜଗାରରେ ନିୟୋଜିତ କଲେ ଅର୍ଥ ରୋଜଗାର ସହଜ ହୋଇଯିବ। ଏହି କୌଶଳ ଶିକ୍ଷା ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ସ୍କଲାରଶିପ, ମାଗଣା ଶିକ୍ଷା ଆଦି କାର୍ଯ୍ୟକାରୀ କରାଯାଉଛି, ଯାହାର ଲାଭ ଉଠାଉଛନ୍ତିିି ମହିଳା, ଅନୁନ୍ନତ ଆଦିବାସୀ, ହରିଜନ ବର୍ଗର ଛାତ୍ରୀଛାତ୍ର। ତା’ଛଡା ଏହି ବ୍ୟବସ୍ଥା ସହ ବ୍ୟାଙ୍କ, ବ୍ୟବସାୟ ପ୍ରତିଷ୍ଠାନ ଆଦି ଅନୁବନ୍ଧିତ ହେଉଥିବାରୁ ଯୁବବର୍ଗଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଅର୍ଥ ମଧ୍ୟ ଯୋଗାଇ ଦେଉଛନ୍ତି। ସେହିପରି ବେସରକାରୀ ସଂସ୍ଥାମାନଙ୍କ ସହଭାଗିତାରେ ସାମାଜିକ, ଅର୍ଥନୈତିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଧନ୍ଦାମୂଳକ ପାଠ୍ୟକ୍ରମର ବିକାଶ ଓ ପ୍ରଶିକ୍ଷଣ ଦିଆଯାଉଛି। ଏସବୁ କାମରେ ସ୍ବୟଂସହାୟକ ଗୋଷ୍ଠୀ ନିଜକୁ ନିୟୋଜିତ କରି ମଧ୍ୟ ଅର୍ଥ ରୋଜଗାର କରୁଛନ୍ତି।
ୟୁନିସେଫ ରିପୋର୍ଟ ୨୦୧୯ ଅନୁସାରେ ଅର୍ଦ୍ଧାଧିକ ଦକ୍ଷିଣ ଏସିଆର ଯୁବତୀଯୁବକ ୨୦୩୦ ସୁଦ୍ଧା ରୋଜଗାର ନିମନ୍ତେ ଆବଶ୍ୟକ ଶିକ୍ଷା ଓ କୌଶଳ ହାସଲ କରିବାର ପଥରେ ନାହାନ୍ତି। ଯେଉଁଥିରୁ ଭାରତର ହେଉଛନ୍ତି ୪୭ ଶତକଡା। ଏଥିପାଇଁ ଲୋଡ଼ା କେବଳ ବ୍ୟକ୍ତିଗତ ଆଗ୍ରହ ଓ ନିଜ ପସନ୍ଦର ଧନ୍ଦାକୁ ଚିହ୍ନିବା। ତାହାହେଲେ ଆମ ଦେଶ ବୈଷୟିକ, ଧନ୍ଦାମୂଳକ ବ୍ୟବସାୟ ଓ ଦକ୍ଷତାରେ ଆଗରେ ଥିବା ଦେଶଗୁଡ଼ିକୁ ଆଗାମୀ ଦିନରେ ପଛରେ ପକାଇଦେବ ଏଥିରେ ସନ୍ଦେହ ନାହିଁ। କାର୍ଯ୍ୟ ବା ଶ୍ରମଗୋଷ୍ଠୀଙ୍କୁ ଅତ୍ୟାଧୁନିକ ଓ ଅଧିକ ଦକ୍ଷ କରିବାକୁ ଯାଇ ସେମାନଙ୍କର ଦକ୍ଷତା, କୌଶଳ, ବ୍ୟବହାର, ବ୍ୟକ୍ତିଗତ ଗୁଣ, ମନୋବୃତ୍ତିକୁ ସମୃଦ୍ଧ କରି ତାଙ୍କ ପାଇଁ କାମ କରିବାର ପରିବେଶ ଓ ପରିସ୍ଥିତି ଅନୁକୂଳ କାର୍ଯ୍ୟ ଯୋଗାଇଦେବାର ପ୍ରୟାସ କରାଯାଉଛି, ଯାହାଫଳରେ ସେମାନେ ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରିବେ। ସେହିପରି ବର୍ତ୍ତମାନ ସମୟରେ ଯୁବବର୍ଗ ସାମାଜିକ ଦକ୍ଷତା, ସମସ୍ୟା ସମାଧାନ, ଦଳଗତ କାର୍ଯ୍ୟ କରିବା, ନେତୃତ୍ୱ ବିକାଶ, ଯୋଗାଯୋଗ, ଉଚ୍ଚ ଭାବନା, ଆତ୍ମ ନିୟନ୍ତ୍ରଣ, ସକାରାତ୍ମକ ସ୍ବଧାରଣା ଆଦି ବିଷୟରେ ଦକ୍ଷତା ହାସଲ କରିବା ଉଚିତ।
ଆକଳନରୁ ଜଣାଯାଏ, ଆମ ଦେଶରେ ୨୫ବର୍ଷ ଓ ୩୫ ବର୍ଷରୁ କମ୍‌ ବୟସର ଯୁବତୀଯୁବକଙ୍କ ସଂଖ୍ୟା ହେଉଛି ଯଥାକ୍ରମେ ୫୦ ଶତକଡା ଓ ୬୫ ଶତକଡା। ଭାରତର ଅନେକ ଯୁବତୀଯୁବକ ବିଦେଶରେ ରୋଜଗାରକ୍ଷମ ଓ ପ୍ରତିଷ୍ଠିତ। ତଥାପି ଦେଶର ଯୁବବର୍ଗର ସିଂହଭାଗ ବେକାରି ସହ ଏବେବି ଯୁଝୁଛନ୍ତି। ନିଜର ଦକ୍ଷତାକୁ ନ ଚିହ୍ନି ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନ ନେଇ ସେମାନେ ନିର୍ଭରଶୀଳ ହୋଇପଡୁଛନ୍ତି। ଯୁବବର୍ଗଙ୍କ ଭବିଷ୍ୟତ ନିର୍ଦ୍ଧାରଣ ଓ ରୋଜଗାର ନିମନ୍ତେ ଗୋଷ୍ଠୀ ସ୍ତରରେ ଯୁବତୀଯୁବକଙ୍କ ସହଭାଗିତାରେ କୌଶଳ ଓ କ୍ୟାରିୟର ନକ୍ସା ପ୍ରସ୍ତୁତ କରି ସେମାନଙ୍କୁ ଉପଲବ୍ଧ ବ୍ୟବସ୍ଥା ସହ ଯୋଡ଼ିଲେ ଓ ସ୍ଥାନୀୟ ନିଯୁକ୍ତି ସୁବିଧା ସୃଷ୍ଟି କଲେ, ଗଁା ଓ ସହରରେ ବେକାରି ହାର ନିଶ୍ଚୟ କମିବ ଓ ସମସ୍ତ ଯୁବବର୍ଗଙ୍କ ନିମନ୍ତେ ରୋଜଗାର ନିଶ୍ଚିତ ହୋଇପାରିବ। ଏଥିପାଇଁ ଗ୍ରାମପଞ୍ଚାୟତସ୍ତରରେ ଦକ୍ଷ ପରାମର୍ଶ ଦଳ ନିୟୋଜିତ କରିବା ଓ ଯୁବଗୋଷ୍ଠୀଙ୍କ ସ୍ଥିତି ସମୀକ୍ଷା କରିବା ଜରୁରୀ।
ତେବେ କୌଶଳ ବିକାଶ କ୍ଷେତ୍ରରେ ଓଡ଼ିଶା ହେଉଛି ଦେଶର ଏକ ଅଗ୍ରଣୀ ରାଜ୍ୟ। ଗ୍ରାମୀଣ ଯୁବତୀଯୁବକଙ୍କୁ କୌଶଳ ଶିକ୍ଷା ପ୍ରଦାନ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଆମ ରାଜ୍ୟ ଓଡ଼ିଶା କେବଳ ପୁରସ୍କୃତ ହୋଇଛି ତାହା ନୁହେଁ ବରଂ ଶ୍ରେଷ୍ଠ ୧୦୦ଟି ଶିଳ୍ପ ତାଲିମ କେନ୍ଦ୍ର ମଧ୍ୟରେ ଓଡ଼ିଶାର ୬ଟି ସ୍ଥାନ ପାଇଛି। ଏହା ଆମ ପାଇଁ ଗୌରବର ବିଷୟ। ସେହିପରି ଗତ ବର୍ଷ ଶିଶୁ ସୁରକ୍ଷା ୟୁନିଟ ପ୍ରୟାସରେ ପୁରୀ ଜିଲାର ବିଭିନ୍ନ ଶିଶୁଯତ୍ନ ଅନୁଷ୍ଠାନରେ ରହୁଥିବା ୨୧ ଜଣ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ପିଲାଙ୍କୁ ମାଟ୍ରିକ ପାସ୍‌ ପରେ ବୈଷୟିକ ଶିକ୍ଷା ଓ ତାଲିମ ନିମନ୍ତେ ଆଇଟିଆଇ ଓ ଡିପ୍ଲୋମା ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଯାଇଛି। ଯାହା ସେମାନଙ୍କୁ ୧୮ ବର୍ଷ ପରେ ରୋଜଗାର ଯୋଗାଇବାରେ ସହାୟକ ହେବ। ଏସବୁ ଆମ ଗୋଟିଏ ଗୋଟିଏ ଉହାହରଣ। ତଥାପି ଏକ୍ଷେତ୍ରରେ ବ୍ୟବସ୍ଥିତ ଢଙ୍ଗରେ ଆହୁରି ଆଗକୁ ଯିବାର ବାକି ଅଛି।
ସମ୍ପ୍ରତି ଏ ବିପରୀତ ସମୟ ବାଧକ ସାଜିଛି। କରୋନା ମହାମାରୀ ଯୋଗୁ ବିପର୍ଯ୍ୟସ୍ତ ହୋଇଛି ଶିକ୍ଷା, ତାଲିମ, ନିଯୁକ୍ତି ଇତ୍ୟାଦି। ନିଯୁକ୍ତି ବଜାର ସଂକୋଚନ ଓ ତାଲାବନ୍ଦର ପ୍ରଭାବ ଯୁବଗୋଷ୍ଠୀଙ୍କ ଉପରେ ପଡିବା ସ୍ବାଭାବିକ କଥା। ଫଳସ୍ବରୂପ ଅନ୍ତର୍ଜାତୀୟ ଶ୍ରମ ସଂସ୍ଥାର ଆକଳନ ଅନୁଯାୟୀ ୨୦୨୦ରେ ସାରା ବିଶ୍ୱରେ ୮.୭ ଶତକଡା ଯୁବତୀଯୁବକଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ହ୍ରାସ ପାଇଛି। ତେବେ ମହାମାରୀ ପରିସ୍ଥିତିରେ ଭାଙ୍ଗି ନ ପଡ଼ି ନିଜକୁ ଖାପଖୁଆଇ ସ୍ବାବଲମ୍ବନ ହେବା ଓ ଆତ୍ମନିର୍ଭର ଭାରତ ଗଠନରେ ସହାୟକ ହେବାକୁ ଯୁବଗୋଷ୍ଠୀ ଆଗେଇ ଆସିବା ଦରକାର। ଏହାଦ୍ୱାରା ଆମେ ଦକ୍ଷତାସମ୍ପନ୍ନ ଧନ୍ଦାମୂଳକ, ବୈଷୟିକ ଶିକ୍ଷା ସମ୍ବନ୍ଧୀୟ ଚିରସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ କରିବାରେ ସକ୍ଷମ ହୋଇପାରିବା।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ-୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri