କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ, ସେ ହିଁ ମଞ୍ଚାସୀନ ହେବା ଥୟ। ୧୪୦ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ୧୦୨ ଆସନ ପାଇ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇପାରିଥିଲେ ମଧ୍ୟ ମୁଖିଆ ଚୟନ ପାଇଁ ଦୁଇ ସପ୍ତାହ ଲାଗିଗଲା। ଯାହାଙ୍କୁ ନେଇ ଯେତେ ସମୀକରଣ ସୃଷ୍ଟି କରାଗଲେ ମଧ୍ୟ ଜଣଙ୍କ ପାଖରେ ଥୁକୁଲ ପଡ଼ିଲା, ସେ ହେଲେ ଭି. ଡି. ସତୀଶନ। ରୋକ୍‌ଠୋକ୍‌ ନିଷ୍ପତ୍ତି ଓ ଭୁଲ୍‌ ଆଗରେ ମୁଣ୍ଡ ନ ନୁଅଁାଇବାର ବ୍ୟକ୍ତିତ୍ୱ ୧୮ ମେ’ରେ କେରଳର ତ୍ରୟୋଦଶ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ଶପଥ ଦିଆଇଦେଇଛି।
ଭଦାସେରି ଦାମୋଦର ମେନନ ସତୀଶନ କେରଳର ନେଟୁରରେ ୩୧ ମେ’ ୧୯୬୪ରେ ନାୟର ପରିବାରରେ ମାତା ଭଦାସେର ବିଳାସିନୀ ଆମ୍ମା ଓ ପିତା କେ. ଦାମୋଦର ମେନନଙ୍କଠାରୁ ଜନ୍ମଗ୍ରହଣ କରିଥିଲେ। ପାନାନଗଡ଼ ହାଇସ୍କୁଲରୁ ସେ ସ୍କୁଲଶିକ୍ଷା ସମାପ୍ତ କରିଥିଲେ। ଥେଭାରାସ୍ଥିତ ସାକ୍ରେଡ୍‌ ହାର୍ଟ କଲେଜରୁ ସମାଜବିଜ୍ଞାନରେ ସ୍ନାତକ, କେରଳ ଲ’ ଏକାଡେମୀ ଲ’ କଲେଜରୁ ଆଇନରେ ସ୍ନାତକ, ଥିରୁଭାନନ୍ତପୁରମ୍‌ ସରକାରୀ ଲ’ କଲେଜରୁ ଆଇନରେ ସ୍ନାତକୋତ୍ତର କରିଥିଲେ। ଏଥିସହିତ କାଲାମାସେରିର ରାଜଗିରି କଲେଜ ଅଫ୍‌ ସୋସିଆଲ ସାଇନ୍ସରୁ ସୋସିଆଲ ଓ୍ବାର୍କରେ ପିଜି ଡିପ୍ଲୋମା କରିଥିଲେ। ସତୀଶନ କେରଳ ହାଇକୋର୍ଟରେ ୧୯୯୦ରୁ ୧୦ ବର୍ଷ ଆଇନ ବ୍ୟବସାୟ କରିଥିଲେ। ପ୍ରଚୁର ପଢ଼ିବା ଓ ଟ୍ରେକିଂରେ ତାଙ୍କ ସଉକ ଅଛି। ସେ ଦୁଇଟି ପୁସ୍ତକ ରଚନା କରିଛନ୍ତି। ଜୀବନସାଥୀ ଆର୍‌. ଲକ୍ଷ୍ମୀପ୍ରିୟା ଓ ଏକମାତ୍ର କନ୍ୟା ଉନ୍ନିମାୟାଙ୍କୁ ନେଇ ତାଙ୍କ ସଂସାର।
କେରଳ ଷ୍ଟୁଡେଣ୍ଟ୍‌ ୟୁନିୟନ (କେଏସ୍‌ୟୁ)ରେ ଯୋଗଦେଇ ସତୀଶନ ରାଜନୀତିକୁ ପ୍ରବେଶ କରିଥିଲେ। ଛାତ୍ରନେତାରୁ ଯୁବ କଂଗ୍ରେସରେ ପ୍ରବେଶ କରିବା ପରେ ତାଙ୍କ ରାଜନୈତିକ ଜୀବନ ବ୍ୟାପକତା ଲାଭ କରିଥିଲା। ଏର୍ନାକୁଲମ୍‌ ଜିଲାର ପାରାବୁର୍‌ ବିଧାନସଭା କ୍ଷେତ୍ରରୁ ଲଗାତର ୬ ଥର ପ୍ରତିନିଧିତ୍ୱ କରୁଥିବା ସତୀଶନ ୧୯୯୬ରେ ନିଜର ପ୍ରଥମ ନିର୍ବାଚନରେ ସିପିଆଇର ପି. ରାଜୁଙ୍କଠାରୁ ପରାଜିତ ହୋଇଥିଲେ।
କେରଳ ହାଇକୋର୍ଟର ଯୁବ ଆଇନଜୀବୀ ସତୀଶନ ନିର୍ବାଚନରେ ହାରିବା ସତ୍ତ୍ୱେ ସେହି କ୍ଷେତ୍ର ଛାଡ଼ିବାକୁ ମନା କରିଦେଇଥିଲେ। ପରବର୍ତ୍ତୀ ପାଞ୍ଚ ବର୍ଷରେ ସେ ବିଧାନସଭା କ୍ଷେତ୍ରର ଭୋଟରଙ୍କ ସହିତ ସଯତ୍ନର ସହ ସମ୍ପର୍କ ଗଢ଼ିଥିଲେ, ଯାହା ଫଳରେ ୨୦୦୧ରେ ତାଙ୍କୁ ପ୍ରଥମ ନିର୍ବାଚନୀ ବିଜୟ ପ୍ରଦାନ କରିଥିଲା। ତା’ପରଠାରୁ ସତୀଶନଙ୍କୁ ପଛକୁ ଚାହିଁବାକୁ ପଡ଼ିନାହିଁ। ସେ ପୂର୍ବତନ ମନ୍ତ୍ରୀ ଜି. କାର୍ତ୍ତିକେୟନଙ୍କ ଅଧୀନରେ ସାମାଜିକ ଏବଂ ରାଜନୈତିକ କୌଶଳର ପ୍ରାଥମିକ ପାଠ ଶିଖିଥିଲେ। ସେ ତାଙ୍କୁ ନିଜର ଗୁରୁ ତଥା ଦାର୍ଶନିକ ବୋଲି ସମ୍ମାନ କରନ୍ତି ଏବଂ ଶ୍ରଦ୍ଧାରେ ‘ଜିକେ’ ବୋଲି ଡାକନ୍ତି। ନିଜ ସଫଳତାକୁ ମନେପକାଇ ସତୀଶନ କହନ୍ତି, ପାରାବୁର୍‌ ବିଧାନସଭା କ୍ଷେତ୍ରରୁ ତାଙ୍କୁ ପ୍ରାର୍ଥୀ କରିବା ପାଇଁ ଜିକେ ଦଳ ନେତୃତ୍ୱଙ୍କ ସହିତ ମୂଲଚାଲ କରିଥିଲେ।
ଦଳ ଭିତରେ ସ୍ପଷ୍ଟ କଥା ଯୋଗୁ ସତୀଶନ ବନ୍ଧୁଙ୍କଠାରୁ ଅଧିକ ଶତ୍ରୁ ସୃଷ୍ଟି କରିଥିଲେ। ସେହି ସମୟରେ ଦଳ ଦୁଇଟି ବିରୋଧୀ ଶିବିରରେ ବିଭକ୍ତ ଥିଲା। ଗୋଟିଏ ପୂର୍ବତନ ମୁଖ୍ୟମନ୍ତ୍ରୀ କେ. କରୁଣାକରନ୍‌ଙ୍କ ନେତୃତ୍ୱାଧୀନ ‘ଆଇ’ ଗ୍ରୁପ ଏବଂ ଅନ୍ୟ ଏକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଏ. କେ. ଆଣ୍ଟୋନିଙ୍କ ଅନୁଗାମୀ ‘ଏ’ ଗ୍ରୁପ୍‌। ଯଦିଓ ରାଜନୈତିକ ଜୀବନର ପ୍ରାରମ୍ଭିକ ବର୍ଷରେ ସତୀଶନ ‘ଆଇ’ ଗ୍ରୁପ୍‌ ସହିତ ଜଡ଼ିତ ଥିଲେ, ସେ ଶୀଘ୍ର ଫାକ୍ସନଗୁଡ଼ିକରୁ ଦୂରେଇ ଆସି ନିଜର ସ୍ବାଧୀନ ପରିଚୟ ସୃଷ୍ଟି କରିଥିଲେ।
କେରଳ ବିଧାନସଭାର ତତ୍କାଳୀନ ବିରୋଧୀ ଦଳ ନେତା ସତୀଶନ ୨୦୨୬ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଏକ ରାଜନୈତିକ ବିବୃତି ଦେଇ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ। ସେ ଘୋଷଣା କରିଥିଲେ ଯେ, କଂଗ୍ରେସକୁ କ୍ଷମତାକୁ ଫେରାଇ ଆଣିବାରେ ବିଫଳ ହେଲେ ସେ ରାଜନୈତିକ ସନ୍ନ୍ୟାସ ନେଇଯିବେ। ଏହି ଘୋଷଣା କେରଳ ରାଜନୀତିରେ ଚହଳ ପକାଇଥିଲା।
ଅନେକ ରାଜନୈତିକ ପର୍ଯ୍ୟବେକ୍ଷକ ଏହାକୁ ଏକ ଚତୁର ରାଜନୀତିଜ୍ଞର ଚାଲ୍‌ ବୋଲି ଅଭିହିତ କରିଥିଲେ। ଏଥିପାଇଁ ତାଙ୍କୁ ରାଜନୀତିଆ ଆକ୍ଷେପ କରାଯାଇଥିଲା। ସେ କିନ୍ତୁ ଥିଲେ ଅବିଚଳିତ। ତାଙ୍କ ଟାଣପଣ ସତ ହେଲା। ବାମପନ୍ଥୀ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏଲ୍‌ଡିଏଫ୍‌)କୁ ହରାଇ କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ୟୁଡିଏଫ୍‌)କୁ ବିଜୟୀ କରାଇ ସେ ରାଜନୈତିକ ସନ୍ନ୍ୟାସ ନେବା ବଦଳରେ ରାଜ୍ୟ ମୁଖ୍ୟ ଆସନରେ ଆସୀନ ହେଲେ।
ରାଜ୍ୟ ବିଧାନସଭାରେ ଜୁନିୟର ବିରୋଧୀ ସଦସ୍ୟ ଥିବା ସମୟରେ ସେ ଯୁବ ସାଥୀଙ୍କ ସହିତ ମିଶି ଏକ ଚାପ ଗ୍ରୁପ ‘ଗ୍ରୀନ୍‌ ଏମ୍‌ଏଲ୍‌ଏ’ ଗଠନ କରିଥିଲେ, ଯେଉଁମାନେ ପରିବେଶ ସୁରକ୍ଷା ଦିଗରେ ସ୍ବର ଉଠାଉଥିଲେ। ବିରୋଧୀ ଦଳ ନେତା ଭାବେ ତାଙ୍କର ପାଞ୍ଚ ବର୍ଷ ଏକ ସକ୍ରିୟ ନେତାର ଉଦୟ ଦେଖିଥିଲା, ଯିଏ ବିଧାନସଭାର ମଧ୍ୟଭାଗରେ ସିପିଆଇ(ଏମ୍‌)କୁ ସମ୍ମୁଖୀନ କରୁଥିଲେ। ଲଗାତର ଦୁଇଟି ନିର୍ବାଚନୀ ପରାଜୟ ପରେ ଦୁର୍ବଳ ହୋଇ ପଡ଼ିଥିବା କଂଗ୍ରେସ ଏବଂ ହତାଶ କର୍ମୀଙ୍କୁ ପୁନର୍ଜୀବିତ କରିବା ସହଜ କାର୍ଯ୍ୟ ନ ଥିଲା। କିଛି ପ୍ରମୁଖ ନେତା ଦଳ ଛାଡ଼ି ଭାଜପାରେ ଯୋଗ ଦେଇ ଘୋଷଣା କରିଥିଲେ ଯେ, ରାଜ୍ୟରେ ଦଳର ଦିନ ଶେଷ ହୋଇଯାଇଛି। ତଥାପି ସତୀଶନ କେବେ ହାର ମାନି ନ ଥିଲେ। କ୍ଷତି ଏବଂ ପରାଜୟ ତାଙ୍କର ଲଢ଼େଇ ଶକ୍ତିକୁ କେବେ ଦୁର୍ବଳ କରି ନ ଥିଲା। ଏପରିକି ସତୀଶନ ବାମପନ୍ଥୀ ଦଳଗୁଡ଼ିକ ବିରୋଧରେ ନିଜର ସଂଘର୍ଷକୁ ଏକ ବୈଚାରିକ ଢାଞ୍ଚା ପ୍ରଦାନ କରି କହିଥିଲେ ଯେ, କଂଗ୍ରେସ ପ୍ରକୃତ ବାମପନ୍ଥୀ ସଙ୍ଗଠନ, କାରଣ ବାମପନ୍ଥୀମାନେ ନିଜର ନୀତିକୁ ପାଣିରେ ପକାଇ ଦେଇସାରିଛନ୍ତି। ତାଙ୍କର ଏଭଳି ବାକ୍‌ପଟୁତା ବିରୋଧୀଙ୍କୁ ବିବଶ କରିଦେଇଥାଏ। ଏକଦା ନିଜକୁ ନେହେରୁବାଦୀ ବାମପନ୍ଥୀ କହି ସେ ଆଲୋଡ଼ନ ସୃଷ୍ଟି କରିଥିଲେ। ରାଜନୈତିକ ବିଶେଷଜ୍ଞଙ୍କ ମତରେ, ସତୀଶନ କରୁଣାକରନ୍‌ ଏବଂ ଓମ୍ମେନ ଚାଣ୍ଡିଙ୍କ ପରି ଲୋକପ୍ରିୟ କଂଗ୍ରେସ ନେତାଙ୍କ ମୃତ୍ୟୁ ଏବଂ ଏ. କେ. ଆଣ୍ଟୋନୀଙ୍କ ସକ୍ରିୟ ରାଜନୀତିରୁ ଅବସର ଯୋଗୁଁ ସୃଷ୍ଟି ହୋଇଥିବା ସଙ୍ଗଠନାତ୍ମକ ଶୂନ୍ୟତାରେ ପ୍ରବେଶ କରିବାରେ ସକ୍ଷମ ହୋଇଛନ୍ତି, ଯେଉଁ ନେତାମାନେ ସହଜରେ ଜନସାଧାରଣଙ୍କ ହୃଦୟ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri