ଶିଶୁଙ୍କ ଟିକାକରଣ ପୂର୍ବରୁ ଦିଆଯିବ ସ୍ବତନ୍ତ୍ର ପ୍ରଶିକ୍ଷଣ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ରାଜ୍ୟରେ ଶିଶୁମାନଙ୍କୁ କୋଭିଡ୍‌ ଟିକା ଦେବା ପାଇଁ ଶୁକ୍ରବାରଠାରୁ ପ୍ରସ୍ତୁତି ଆରମ୍ଭ ହେବ। ଗୁରୁବାର ପରିବାର କଲ୍ୟାଣ ନିର୍ଦ୍ଦେଶକ ତଥା ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି।

ଗୁରୁବାର ଦେଶରେ ଶହେ କୋଟି ଟିକାକରଣ ଟପିଛି। ରାଜ୍ୟରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୩ କୋଟି ୪୮ ଲକ୍ଷ ଟିକାକରଣ ହେଇଛି। ଏଥିରୁ ପ୍ରାୟ ୨କୋଟି ୪୬ଲକ୍ଷ ହିତାଧିକାରୀ ପ୍ରଥମ ଡୋଜ୍‌ ନେଇସାରିଛନ୍ତି। ଏହା ରାଜ୍ୟର ମୋଟ୍‌ ହିତାଧିକାରୀଙ୍କ ମଧ୍ୟରୁ ୭୬% ଟିକା ନେଇଛନ୍ତି। ସେହିପରି ୧ କୋଟିରୁ ଊର୍ଦ୍ଧ୍ୱ ହିତାଧିକାରୀ ଦୁଇଟି ଯାକ ଡୋଜ୍‌ ଟିକା ନେଇସାରିଛନ୍ତି। ତେବେ ୨୪ ଲକ୍ଷ ଲୋକ ଏବେ ବି ଦ୍ବିତୀୟ ଡୋଜ୍‌ ଟିକା ନେଇନାହାନ୍ତି। ଓଡ଼ିଶାରେ ବର୍ତ୍ତମାନ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଟିକା ମହଜୁଦ ରହିଛି। ତେବେ ଶୁକ୍ରବାରଠାରୁ ଶିଶୁମାନଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଭର୍ଚ୍ଚୁଆଲ ମୋଡ୍‌ରେ ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏହି ପ୍ରଶିକ୍ଷଣ ଜିଲାସ୍ତରରେ ମଧ୍ୟ ହେବ। ରାଜ୍ୟରେ ୧ କୋଟି ୪୦ ଲକ୍ଷ ୨ରୁ ୧୮ ବର୍ଷ ବୟସ୍କ ପିଲା ଅଛନ୍ତି। ସେମାନଙ୍କୁ ଟିକା ଦେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଯେକୌଣସି ମୁହୂର୍ତ୍ତରେ ଡ୍ରଗ୍‌ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ(ଡିସିଜିଆଇ) ପକ୍ଷରୁ ଅନୁମତି ଦିଆଗଲେ ଶିଶୁମାନଙ୍କୁ ଟିକା ଦେବା ଆରମ୍ଭ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ପାଣିଗ୍ରାହୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ବାହାରିଲେ ମାଳ ମାଳ ନାଗ ସାପ

ଭଦ୍ରକ ଅଫିସ,୨୬।୬-ଗୋଟିଏ କି ଦୁଇଟି ନୁହିଁ। ଏକାବେଳେ ୪୦ରୁ ଊର୍ଦ୍ଧ୍ୱ ସାପ ଉଦ୍ଧାର ହୋଇଛି। ଏଭଳି ଘଟଣା ଭଦ୍ରକ ବ୍ଲକ କଲେଇ ପଞ୍ଚାୟତ ରଙ୍ଗରାଜପୁର ଗ୍ରାମରେ...

ପୁରୀର ରଥ ନିର୍ମାଣ ପାଇଁ ଅନୁକୂଳ ହେଲା ଗଛ କଟା

ବୌଦ୍ଧ/ତଳଗାଁ,୩ା୩(ସ୍ବ.ପ୍ର./ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ପୁରୀ ଘୋଷଯାତ୍ରା ପାଇଁ ୨୦୧୮ ମସିହାରୁ ବୌଦ୍ଧ ଜିଲାରୁ ରଥ କାଠ ପ୍ରେରଣ କରାଯାଉଛି । ଚଳିତବର୍ଷ ରଥ ନିର୍ମାଣ ପାଇଁ ଗଛ...

ଭଙ୍ଗାଘରେ ଦିନ କାଟୁଛନ୍ତି ତାଳଧ୍ୱଜ ରଥର ବିଶ୍ୱକର୍ମା

ପୁରୀ ଅଫିସ,୨୭।୭:ସେ ହେଉଛନ୍ତି ବିଶ୍ୱକର୍ମା। ତାଳଧ୍ୱଜ ରଥର ମୁଖ୍ୟ ବିନ୍ଧାଣୀ। ତାଙ୍କ ନେତୃତ୍ୱରେ ନିର୍ମାଣ ହେଉଛି ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଭବ୍ୟ ରଥ। ତାଙ୍କ ହାତ ତିଆରି...

ବ୍ୟୟ ମଞ୍ଜୁରୀ ବିଲ୍‌ ଗୃହୀତ

ଭୁବନେଶ୍ୱର,୧ା୪(ବ୍ୟୁରୋ):ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ଆଗତ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧.୭୫ ଲକ୍ଷ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ ବୁଧବାର ବିଧାନସଭାର ଅନୁମୋଦନ...

ନଦୀ ସାଜିଛି ପ୍ରତିବନ୍ଧକ

ଉଦଳା,୨୩ା୧୦(ଡି.ଏନ୍‌.ଏ.)- ବର୍ଷା ଆସିଲେ ଛାତିରେ ଛନକା ପଶେ। ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବା ଆଶଙ୍କା ଘାରେ। ବର୍ଷା ହେଉ କିମ୍ବା ଅନ୍ୟ ଦିନଗୁଡ଼ିକରେ ନଦୀ ପ୍ରତିବନ୍ଧକ...

ସଚେତନ କରୁଛି ବାଇକର୍ସ କ୍ଲବ

ଢେଙ୍କାନାଳ ଅଫିସ, ୩ା୮ ସଡ଼କ ସୁରକ୍ଷା ସହ ଦୁର୍ଘଟଣା ରୋକିବା ଦିଗରେ କାର୍ଯ୍ୟ କରୁଛି ଢେଙ୍କାନାଳ ବାଇକର୍ସ କ୍ଲବ। କ୍ଲବର ମୋଟ୍‌ ୧୨ଜଣ ସଦସ୍ୟ ବର୍ଷକ...

ରାଜ୍ୟରେ ଲେଉଟିଲା ତାତି: ସବୁଠୁ ଉତ୍ତପ୍ତ ସହର ସୋନପୁର

ଭୁବନେଶ୍ୱର,୨୧ା୫(ବ୍ୟୁରୋ): କିଛିଦିନର ବ୍ୟବଧାନ ପରେ ରାଜ୍ୟକୁ ତାତି ଫେରିଛି। ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି। ଶନିବାର ରାଜ୍ୟର ୧୮ ସ୍ଥାନରେ ତାପମାତ୍ରା ୪୦...

ଡିସେମ୍ବର ୨ରୁ ‘ମିଶନ ଇନ୍ଦ୍ରଧନୁଷ୍‌ ୨.୦’: ୧୧ ରୋଗ ପାଇଁ ହେବ ଟିକାକରଣ

ଭୁବନେଶ୍ୱର, ୯ା୧୧(ବ୍ୟୁରୋ): ଶିଶୁଙ୍କୁ ବିଭିନ୍ନ ମାରାତ୍ମକ ରୋଗରୁ ରକ୍ଷା କରିବା ଲାଗି ସରକାର ବ୍ୟାପକ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ମସ୍ତିଷ୍କ ଜ୍ୱର ନିରାକରଣ ପାଇଁ...

Advertisement
Archives

Model This Week