ଶରୀର ପାଇଁ ଉପକାରୀ

ରୋଷେଇ ଘରେ ନିତ୍ୟ ବ୍ୟବହୃତ ହେଉଥିବା ଏଭଳି କେତେକ ଖାଦ୍ୟଦ୍ରବ୍ୟ ରହିଛି, ଯାହା ଶରୀରକୁ ସୁସ୍ଥ ରଖିବାରେ ବିଶେଷ ସହାୟକ ହୋଇଥାଏ। ଯେମିତିକି:

ଅଦା-ରସୁଣ: ଭୋକ ବୃଦ୍ଧି କରାଇବା ସହ ଗ୍ୟାସ୍‌, ଆର୍ଥ୍ରାଇଟିସ୍‌, ସ୍ପଣ୍ଡିଲାଇଟ୍ସ, ଥଣ୍ଡା କାଶ ସମସ୍ୟାରୁ ଅଦା ମୁକ୍ତି ଦିଏ। ରସୁଣ କୋଲେଷ୍ଟ୍ରୋଲ୍‌, ବ୍ଲଡ୍‌ ପ୍ରେସର୍‌କୁ ନିୟନ୍ତ୍ରଣରେ ରଖେ ଓ ଥଣ୍ଡାଜନିତ ରୋଗରୁ ରକ୍ଷା ଦେଇଥାଏ।

ଲେମ୍ବୁ: ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ପିଇଲେ ଫ୍ରେଶ୍‌ ଅନୁଭବ ହୁଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା, କୋଲେଷ୍ଟ୍ରୋଲ୍‌କୁ ନିୟନ୍ତ୍ରଣରେ ରଖିବାରେ ବି ସାହାଯ୍ୟ କରିଥାଏ।

ଲବଙ୍ଗ: କିଛି ଲବଙ୍ଗ ଗୁଣ୍ଡକୁ ପାଣିରେ ଫୁଟାଇ ସେହି ପାଣିକୁ ଉଷୁମ ଉଷୁମ ପିଇଲେ ଗ୍ୟାସ ସମସ୍ୟାରୁ ଶୀଘ୍ର ମୁକ୍ତି ମିଳିବା ସହ ଆମ୍ବିଳା ହେକୁଟି ହେବା ବନ୍ଦ ହୋଇଯାଇଥାଏ। ପାଟି ଦୁର୍ଗନ୍ଧ ସମସ୍ୟା, ଆଣ୍ଠୁଗଣ୍ଠି ବିନ୍ଧା ପାଇଁ ବି ଲବଙ୍ଗ ବେଶ୍‌ ଉପକାରୀ ହୋଇଥାଏ।

ମହୁ: ଅଦା ରସରେ କିଛି ମହୁ ମିଶାଇ ଖାଇଲେ ଥଣ୍ଡାକାଶରୁ ମୁକ୍ତି ମିଳେ। ଏହା ହିମୋଗ୍ଲୋବିନ୍‌କୁ ବି ବଢ଼ାଇଥାଏ। ଖଣ୍ଡିଆ କିମ୍ବା ପୋଡାଜଳା ସ୍ଥାନରେ ମହୁ ଲଗାଇଲେ ବି ବେଶ୍‌ ଆରାମ ମିଳେ।

ଡାଲ୍‌ଚିନି: ଏହା କୋଲେଷ୍ଟ୍ରୋଲ୍‌ ଓ ବ୍ଲଡ୍‌ ସୁଗାର୍‌କୁ ନିୟନ୍ତ୍ରଣରେ ରଖିବା ସହ ଓଜନ କମାଇଥାଏ। ମହୁ ସହିତ ଡାଲ୍‌ଚିନି ଗୁଣ୍ଡ ଖାଇଲେ ଆର୍ଥ୍ରାଇଟିସ୍‌ ରୋଗୀଙ୍କୁ ଅନେକ ଆରାମ ମିଳିଥାଏ ବୋଲି ବିଶ୍ୱାସ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ବାହାରିବା ବେଳେ ଏସବୁ ଦେଖିବା ଶୁଭ

ଯେତେବେଳେ ଆମେ କୌଣସି କାମ ଅଥବା ଯାତ୍ରା ପାଇଁ ଘରୁ ବାହାରୁ ସେତେବେଳେ ଭଗବାନଙ୍କ ସାମ୍ନାରେ ହାତ ଯୋଡ଼ି ବାହାରିବାକୁ ଘରର ବୟୋଜ୍ୟେଷ୍ଠମାନେ କହିଥାନ୍ତି। କୁହାଯାଏ...

ବୟସ ୪୦ ଟପିଲେ ହୋଇଯାଆନ୍ତୁ ସତର୍କ, ନଚେତ୍‌ ହୋଇପାରେ ଏସବୁ ରୋଗ

ଯଦି ବୟସ ୪୦ ଟପିଗଲାଣି ତେବେ ସତର୍କ ହୋଇଯାଆନ୍ତୁ ବୋଲି ଆମେରିକାର ଏକ ସ୍ବାସ୍ଥ୍ୟ ବିଶେଷଜ୍ଞ ଟିମ୍‌ ଗବେଷଣା କରି କହିଛନ୍ତି। ଉକ୍ତ ଟିମ୍‌ କହିଛି,...

ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ…

ଆଜିକାଲି ରକ୍ତଚାପ ବା ବ୍ଲଡ ପ୍ରେସର ସମସ୍ୟା ଏକ ସାଧାରଣ ଘଟଣା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଅସନ୍ତୁଳିତ ଜୀବନଶୈଳୀ, ଖାଦ୍ୟପେୟ...

ଜୀବନରେ ଖରାପ ସମୟ ଚାଲିଛି କି.. ଆପଣାନ୍ତୁ ଚାଣକ୍ୟଙ୍କ ଏହି ୫ ଉପାୟ; ହେବେ ସଫଳ

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଖରାପ ସମୟ ଆସିଲେ ବ୍ୟକ୍ତିକୁ ପ୍ରଥମେ ନିଜର ଭୟକୁ ଦୂର କରିବାକୁ ପଡିବ। କାରଣ ଭୟ ଆମକୁ ଦୁର୍ବଳ କରିଦିଏ ଏବଂ...

ମୁଖ ଦୁର୍ଗନ୍ଧ ଦୂର କରିବ ଅଦା ଚା’

ଅଦା ଚା’ ଥଣ୍ଡା କିମ୍ବା ବର୍ଷା ଦିନେ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ଏହି ଚା’ ସେବନ ଦ୍ୱାରା ଚିଡଚିଡାପଣ ଦୂରେଇଯାଏ। ଏବେ ଏକ ଗବେଷଣାରୁ...

ସିକ୍ସ ପ୍ୟାକ୍‌ ନିଶାରେ କି…

ସାଧାରଣତଃ ଯୁବକମାନେ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ସେତେଟା ସଚେତନ ନ ଥାନ୍ତି। ଅନେକ ସମୟରେ ଫିଟ୍‌ ରହିବା ସହ ସିକ୍ସ ପ୍ୟାକ୍‌ କରିବା ନିଶାରେ ସେମାନେ...

୨୦୨୨ ଏହି ୨ ରାଶିଙ୍କ ଭାଗ୍ୟ ବଦଳାଇବ; ଧନ ଲାଭ ହେବାର ଏକରୁ ବଳି ଏକ ସୁଯୋଗ

ନୂଆ ବର୍ଷ ଆରମ୍ଭ ହେବାକୁ ଆଉ ଦିନ କେଇଟା ବାକି। ଏହାକୁ ନେଇ ଏବେଠାରୁ ମନରେ ଅନେକ ପ୍ରଶ୍ନ। ତେବେ ନୂତନ ବର୍ଷ ଗ୍ରହ-ନକ୍ଷତ୍ରଙ୍କ ମଧ୍ୟରେ...

ଅନିଦ୍ରା ସମସ୍ୟା ଦୂର କରିବା ପାଇଁ ତକିଆ ତଳେ ରଖନ୍ତୁ ଏହାକୁ…

ମନୁଷ୍ୟକୁ ନିରୋଗ ରଖିବା ପାଇଁ ଗୋଲାପ ଫୁଲ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅନିଦ୍ରା ରୋଗରୁ ଦୂରେଇ ରହିବା ଲାଗି ଏହା ମହୌଷଧୀ ସଦୃଶ କାମ...

Advertisement
Archives

Model This Week