Posted inଫୁରସତ

ବୃକ୍ଷ ହେଉଛି ମା’ ବାପା ସମ

ପେସା ତାଙ୍କର ଶିକ୍ଷକତା କିନ୍ତୁ ନିଶା ବୃକ୍ଷରୋପଣ । ପ୍ରାକୃତିକ ପରିବେଶରେ ବିଭିନ୍ନ ଜୀବଜନ୍ତୁ କିପରି ନିରାପଦରେ ବିଚରଣ ସହିତ ବଂଶବିସ୍ତାର କରିପାରିବେ, କେମିତି ହୋଇପାରିବ ପରିବେଶର ସୁରକ୍ଷା, ଏମିତି କାର୍ଯ୍ୟରେ ସେ ସର୍ବଦା ଚିନ୍ତିତ । ୧୯୬୦ମସିହାରୁ ସକ୍ରିୟଭାବେ ସେ ଏଥିଲାଗି ଉଦ୍ୟମ ଜାରି ରଖିଛନ୍ତିି । ଏଥିପାଇଁ ବିଭିନ୍ନ ସ୍କୁଲ ହତା, ପୋଖରିହୁଡ଼ା ଓ ପଡ଼ିଆ ସ୍ଥାନରେ ନାନା ପ୍ରକାର ବୃକ୍ଷଲତା ଲଗାଇଛନ୍ତି। ଏବେ ସେ ଜଣେ ଅବସରପ୍ରାପ୍ତ ଶିକ୍ଷକ । ବୃକ୍ଷରୋପଣ ହେଉ କି ଜୀବଜନ୍ତୁଙ୍କ ସୁରକ୍ଷା, ଏହା ତାଙ୍କର ଦୈନନ୍ଦିନ କାର୍ଯ୍ୟ। ସବୁବେଳେ କାନ୍ଧରେ ପଡ଼ିଥାଏ ଏକ ଝୁଲାମୁଣି। ହାତରେ ଧରିଥିବା ଏକ ଜରି ବ୍ୟାଗ୍‌ ଭିତରେ ସାଇତିଥାନ୍ତି ଫୁଲଫଳ, ପଶୁପକ୍ଷୀଙ୍କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଉପାଦେୟ ପ୍ଲାକାର୍ଡ଼-କିଛି ଲିଫ୍‌ଲେଟ ଓ ଫଟୋଚିତ୍ର। ଏପରି ସାମଗ୍ରୀ ଧରି ସେ ଗାଁ ଗାଁ ବୁଲନ୍ତି। ବୟସର ଅପରାହ୍ନରେ ବି ଥକିପଡ଼ିନି ତାଙ୍କ ପାଦ । ମାଡ଼ି ଚାଲିଛନ୍ତି ଆଗକୁ ଆଗ। ଏଥିପାଇଁ ତାଙ୍କୁ ବିଭିନ୍ନ ସଂସ୍ଥାରୁ ମିଳିଛି ଶତାଧିକ ପୁରସ୍କାର ଓ ସମ୍ମାନ । ସେ ହେଲେ ଅନ୍ତର୍ଯ୍ୟାମୀ ସାହୁ, ଜନ୍ମ ତା୨୭.୧୨.୧୯୪୬ରେ। ପିତା ଖଲି ସାହୁ, ମା’ ଗୌରୀ ଦେଈ। ଘର ନୟାଗଡ଼ ଜିଲା କଣ୍ଟିଲୋ ଅଞ୍ଚଳର ଥୋରିଆ ସାହିରେ। ସେ କୁହନ୍ତି, ‘ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍କୁଲରେ ପଢିବା ବୟସରୁ ହିଁ ଗଛ ଲଗାଇବା କାର୍ଯ୍ୟ ଆରମ୍ଭ କରିଥିଲି। ପିଲାଦିନେ ଆମ ଗାଁର ପୋଖରୀ ହୁଡ଼ାରେ ୧୫ଟି ପୁରୁଣା ଆମ୍ବଗଛ ଥିଲା। ସେହି ଗଛମୂଳ ଛାଇରେ କେତେକ ଗାଈବାଛୁରି ବିଶ୍ରାମ ନେଉଥିଲେ। କିନ୍ତୁ ସମୟକ୍ରମେ ସେଠାରୁ ଆମ୍ବଗଛଗୁଡ଼ିକ ମରିଗଲା। ମାତ୍ର ଗୋଟିଏ ଆମ୍ବଗଛ କୋରଡ଼ରେ ଏକ ବରଗଛ ଉଠିଥିଲା। ସେହି ଗଛଟିକୁ ଆଣି ପୋଖରୀ ହୁଡ଼ାରେ ଲଗାଇଥିଲି। ଏବେ ଗଛଟି ତା’ର ଶାଖା ପ୍ରଶାଖା ମେଲାଇ ଅଧିକ ଛାଇ ଦେଉଥିବାରୁ ସେହି ଗଛତଳେ ଏକାଧିକ ଗୋରୁ ଓ ପଥଚାରି ବିଶ୍ରାମ ନେଉଛନ୍ତି। ସେବେଠାରୁ ଗଛ ଲଗାଇବାର ଆଗ୍ରହ ବଢ଼ିଯାଇଥିଲା। ଅବଶ୍ୟ ସ୍କୁଲରେ ପଢ଼ୁଥିବାବେଳେ ଗଛ ଲଗାଇବାରେ ହରିହର ମିଶ୍ର ମୋତେ ସହଯୋଗ କରୁଥିଲେ। ମାଟ୍ରିକ ଶେଷ ବେଳକୁ ବହୁସଂଖ୍ୟକ ଗଛ ଲଗାଇ ସାରିଥିଲି। ଯେଉଁଠି ସବୁଜ ଗଛ ଦେଖେ ସେଠାରେ କିଛି ସମୟ ଅଟକିଯାଏ। ମୋ ଅଜାଣତରେ ମନକୁ ମନ କିଛି କଥା ହୁଏ। ଯାହା ମୋତେ ଭାରି ଆନନ୍ଦ ଦିଏ। ମୋର ମାଟ୍ରିକ୍‌ ସିଟି ପଢ଼ା ସରିଲାପରେ ବୌଦ୍ଧର ପୁରୁଣାକଟକରେ ଏକ ପ୍ରାଥମିକ ସ୍କୁଲରେ ଶିକ୍ଷକ ଭାବେ ଯୋଗଦେଲି। ସେଠାରେ ପରିବେଶ ଓ ଜୀବଜନ୍ତୁଙ୍କ ସୁରକ୍ଷା ନିମନ୍ତେ ନାନା ଜାତିର ଗଛ ଲଗାଇଥିଲି। ହରଭଙ୍ଗା ବ୍ଲକ ଅଧୀନ ଏକ ପ୍ରାଚୀନ ବୁଦ୍ଧପୀଠରେ ଲୁମ୍ବିନୀ ଉଦ୍ୟାନ ଲାଗି ଉଦ୍ୟମ କରିଥିଲି। ସ୍ଥାନୀୟ ସ୍କୁଲ ଛାତ୍ରୀଛାତ୍ର ଓ ଗ୍ରାମବାସୀଙ୍କ ଦ୍ୱାରା ଏହା ସଫଳ ହୋଇଛି। ଜଙ୍ଗଲ ଅଞ୍ଚଳର ପ୍ରାୟ ୪କିମି ରାସ୍ତାରେ ଲୋକଙ୍କୁ ସାମିଲ କରି ଜଙ୍ଗଲରେ ନିଆଁ ଲଗାଇବାରୁ ନିବୃତ ରହିବା ଓ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ଏକ ପଦଯାତ୍ରା କରିଥିଲୁ। ଶିକ୍ଷକତା ପାଇଁ ଯେଉଁ ସ୍କୁଲକୁ ଯାଇଛି ସେଠାରେ ବିଭିନ୍ନ ବୃକ୍ଷଲତା ଲଗାଇ ଆନନ୍ଦ ପାଇଛି। ଭାପୁର କାଳିଆପଲ୍ଲୀରେ ବିଶ୍ୱାବସୁ, ଲଳିତ ଦେବୀ ଉଦ୍ୟାନ, ନବକଳେବର୨୦୧୫ ସ୍ମୃତିରେ ମାଧବ ଉଦ୍ୟାନ ଓ ଗ୍ରାମଲକ୍ଷ୍ମୀ ଉଦ୍ୟାନ ସୃଷ୍ଟି କରାଯାଇଛି। ଧାରକଟା ୟୁପି ସ୍କୁଲରେ ପ୍ରାୟ ୨ଶହ ଶାଗୁଆନ ଗଛ ଲଗାଇବାର ସଫଳତା ମିଳିଛି। ଏଥିପାଇଁ ସମସ୍ତଙ୍କ ସହଯୋଗ ବି ମିଳିଥିଲା। ବୃକ୍ଷରୋପଣ ସମ୍ବନ୍ଧୀୟ ବିଭିନ୍ନ ବାର୍ତ୍ତାର ପୋଷ୍ଟରକୁ ବିଭିନ୍ନ ଘରର କାନ୍ଥରେ, ଗଛରେ, ଦେବାଳୟ ଆଦି ସ୍ଥାନରେ ମାରି ପଥଚାରୀଙ୍କୁ ସଚେତନ କରାଇବାରେ ପ୍ରୟାସ ରହିଛି। ବିଭିନ୍ନ ଜୀବଜନ୍ତୁଙ୍କ ପାଇଁ ନାନା ସ୍ଥାନରେ କୋଚିଲା, ଡିମ୍ବିରି, ପଳାସ, ସିମଳା, ଆଙ୍କୁଲ, କୁସୁମ, ଚାର, କେନ୍ଦୁ, ଖଜୁରି, ତାଳ ,ଆମ୍ବ, ପଣସ, ବେଲ, ଜାମୁ, ବରକୋଳି, ନିମ୍ବ ଓ ଶାଗୁଆନ ଆଦି ପ୍ରାୟ ୩୦ହଜାରରୁ ଊର୍ଦ୍ଧ୍ୱ ବୃକ୍ଷରୋପଣ କରିଛି। ଏପରି କାର୍ଯ୍ୟ ପାଇଁ ମୁଁ ବନବନ୍ଧୁ, ଜୀବବନ୍ଧୁ, ପ୍ରକୃତିବନ୍ଧୁ, ଆଜୀବନ ପରିବେଶ ସାଧକ ପୁରସ୍କାର, ମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହସାମନ୍ତ ହରିଚନ୍ଦନ ମହାପାତ୍ର ସମ୍ମାନ ଆଦିରେ ସମ୍ମାନିତ ହୋଇଛି । ଓଡ଼ିଶା ପରିବେଶ କଂଗ୍ରେସ ପକ୍ଷରୁ ପ୍ରଫେସର ରାଧାମୋହନ ସବୁଜଦୂତ ପୁରସ୍କାର ଏବଂ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର ସମେତ ବିଭିନ୍ନ ସଂସ୍ଥାରୁ ଶତାଧିକ ସମ୍ମାନ ଓ ପୁରସ୍କାର ମଧ୍ୟ ମିଳିଛି। ବୃକ୍ଷ ମା’ ବାପାଙ୍କ ସହ ସମାନ। ତେଣୁ ବୃକ୍ଷର ସେବା ପରମ ଭଗବତ ସେବା। ଯାହା ସମସ୍ତଙ୍କ ଜୀବନର ବ୍ରତ ହେବା ଜରୁରୀ। ମୋର ଏହିସବୁ କାର୍ଯ୍ୟରେ ମୋ ପତ୍ନୀଙ୍କ ସହଯୋଗ ବି ରହିଛି। ମୋର ଏକମାତ୍ର ପୁଅ ଓ ୩ ଝିଅଙ୍କ ବିବାହ ସରିଛି। ପରିବାରର ଦାୟିତ୍ୱ ବହନ କରିବା ଭଳି ପରିବେଶର ଦାୟିତ୍ୱ ବି ସମସ୍ତେ ଉଠାଇବା ଦରକାର।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?