Posted inଫୁରସତ

ବୃକ୍ଷ ହେଉଛି ମା’ ବାପା ସମ

ପେସା ତାଙ୍କର ଶିକ୍ଷକତା କିନ୍ତୁ ନିଶା ବୃକ୍ଷରୋପଣ । ପ୍ରାକୃତିକ ପରିବେଶରେ ବିଭିନ୍ନ ଜୀବଜନ୍ତୁ କିପରି ନିରାପଦରେ ବିଚରଣ ସହିତ ବଂଶବିସ୍ତାର କରିପାରିବେ, କେମିତି ହୋଇପାରିବ ପରିବେଶର ସୁରକ୍ଷା, ଏମିତି କାର୍ଯ୍ୟରେ ସେ ସର୍ବଦା ଚିନ୍ତିତ । ୧୯୬୦ମସିହାରୁ ସକ୍ରିୟଭାବେ ସେ ଏଥିଲାଗି ଉଦ୍ୟମ ଜାରି ରଖିଛନ୍ତିି । ଏଥିପାଇଁ ବିଭିନ୍ନ ସ୍କୁଲ ହତା, ପୋଖରିହୁଡ଼ା ଓ ପଡ଼ିଆ ସ୍ଥାନରେ ନାନା ପ୍ରକାର ବୃକ୍ଷଲତା ଲଗାଇଛନ୍ତି। ଏବେ ସେ ଜଣେ ଅବସରପ୍ରାପ୍ତ ଶିକ୍ଷକ । ବୃକ୍ଷରୋପଣ ହେଉ କି ଜୀବଜନ୍ତୁଙ୍କ ସୁରକ୍ଷା, ଏହା ତାଙ୍କର ଦୈନନ୍ଦିନ କାର୍ଯ୍ୟ। ସବୁବେଳେ କାନ୍ଧରେ ପଡ଼ିଥାଏ ଏକ ଝୁଲାମୁଣି। ହାତରେ ଧରିଥିବା ଏକ ଜରି ବ୍ୟାଗ୍‌ ଭିତରେ ସାଇତିଥାନ୍ତି ଫୁଲଫଳ, ପଶୁପକ୍ଷୀଙ୍କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଉପାଦେୟ ପ୍ଲାକାର୍ଡ଼-କିଛି ଲିଫ୍‌ଲେଟ ଓ ଫଟୋଚିତ୍ର। ଏପରି ସାମଗ୍ରୀ ଧରି ସେ ଗାଁ ଗାଁ ବୁଲନ୍ତି। ବୟସର ଅପରାହ୍ନରେ ବି ଥକିପଡ଼ିନି ତାଙ୍କ ପାଦ । ମାଡ଼ି ଚାଲିଛନ୍ତି ଆଗକୁ ଆଗ। ଏଥିପାଇଁ ତାଙ୍କୁ ବିଭିନ୍ନ ସଂସ୍ଥାରୁ ମିଳିଛି ଶତାଧିକ ପୁରସ୍କାର ଓ ସମ୍ମାନ । ସେ ହେଲେ ଅନ୍ତର୍ଯ୍ୟାମୀ ସାହୁ, ଜନ୍ମ ତା୨୭.୧୨.୧୯୪୬ରେ। ପିତା ଖଲି ସାହୁ, ମା’ ଗୌରୀ ଦେଈ। ଘର ନୟାଗଡ଼ ଜିଲା କଣ୍ଟିଲୋ ଅଞ୍ଚଳର ଥୋରିଆ ସାହିରେ। ସେ କୁହନ୍ତି, ‘ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍କୁଲରେ ପଢିବା ବୟସରୁ ହିଁ ଗଛ ଲଗାଇବା କାର୍ଯ୍ୟ ଆରମ୍ଭ କରିଥିଲି। ପିଲାଦିନେ ଆମ ଗାଁର ପୋଖରୀ ହୁଡ଼ାରେ ୧୫ଟି ପୁରୁଣା ଆମ୍ବଗଛ ଥିଲା। ସେହି ଗଛମୂଳ ଛାଇରେ କେତେକ ଗାଈବାଛୁରି ବିଶ୍ରାମ ନେଉଥିଲେ। କିନ୍ତୁ ସମୟକ୍ରମେ ସେଠାରୁ ଆମ୍ବଗଛଗୁଡ଼ିକ ମରିଗଲା। ମାତ୍ର ଗୋଟିଏ ଆମ୍ବଗଛ କୋରଡ଼ରେ ଏକ ବରଗଛ ଉଠିଥିଲା। ସେହି ଗଛଟିକୁ ଆଣି ପୋଖରୀ ହୁଡ଼ାରେ ଲଗାଇଥିଲି। ଏବେ ଗଛଟି ତା’ର ଶାଖା ପ୍ରଶାଖା ମେଲାଇ ଅଧିକ ଛାଇ ଦେଉଥିବାରୁ ସେହି ଗଛତଳେ ଏକାଧିକ ଗୋରୁ ଓ ପଥଚାରି ବିଶ୍ରାମ ନେଉଛନ୍ତି। ସେବେଠାରୁ ଗଛ ଲଗାଇବାର ଆଗ୍ରହ ବଢ଼ିଯାଇଥିଲା। ଅବଶ୍ୟ ସ୍କୁଲରେ ପଢ଼ୁଥିବାବେଳେ ଗଛ ଲଗାଇବାରେ ହରିହର ମିଶ୍ର ମୋତେ ସହଯୋଗ କରୁଥିଲେ। ମାଟ୍ରିକ ଶେଷ ବେଳକୁ ବହୁସଂଖ୍ୟକ ଗଛ ଲଗାଇ ସାରିଥିଲି। ଯେଉଁଠି ସବୁଜ ଗଛ ଦେଖେ ସେଠାରେ କିଛି ସମୟ ଅଟକିଯାଏ। ମୋ ଅଜାଣତରେ ମନକୁ ମନ କିଛି କଥା ହୁଏ। ଯାହା ମୋତେ ଭାରି ଆନନ୍ଦ ଦିଏ। ମୋର ମାଟ୍ରିକ୍‌ ସିଟି ପଢ଼ା ସରିଲାପରେ ବୌଦ୍ଧର ପୁରୁଣାକଟକରେ ଏକ ପ୍ରାଥମିକ ସ୍କୁଲରେ ଶିକ୍ଷକ ଭାବେ ଯୋଗଦେଲି। ସେଠାରେ ପରିବେଶ ଓ ଜୀବଜନ୍ତୁଙ୍କ ସୁରକ୍ଷା ନିମନ୍ତେ ନାନା ଜାତିର ଗଛ ଲଗାଇଥିଲି। ହରଭଙ୍ଗା ବ୍ଲକ ଅଧୀନ ଏକ ପ୍ରାଚୀନ ବୁଦ୍ଧପୀଠରେ ଲୁମ୍ବିନୀ ଉଦ୍ୟାନ ଲାଗି ଉଦ୍ୟମ କରିଥିଲି। ସ୍ଥାନୀୟ ସ୍କୁଲ ଛାତ୍ରୀଛାତ୍ର ଓ ଗ୍ରାମବାସୀଙ୍କ ଦ୍ୱାରା ଏହା ସଫଳ ହୋଇଛି। ଜଙ୍ଗଲ ଅଞ୍ଚଳର ପ୍ରାୟ ୪କିମି ରାସ୍ତାରେ ଲୋକଙ୍କୁ ସାମିଲ କରି ଜଙ୍ଗଲରେ ନିଆଁ ଲଗାଇବାରୁ ନିବୃତ ରହିବା ଓ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ଏକ ପଦଯାତ୍ରା କରିଥିଲୁ। ଶିକ୍ଷକତା ପାଇଁ ଯେଉଁ ସ୍କୁଲକୁ ଯାଇଛି ସେଠାରେ ବିଭିନ୍ନ ବୃକ୍ଷଲତା ଲଗାଇ ଆନନ୍ଦ ପାଇଛି। ଭାପୁର କାଳିଆପଲ୍ଲୀରେ ବିଶ୍ୱାବସୁ, ଲଳିତ ଦେବୀ ଉଦ୍ୟାନ, ନବକଳେବର୨୦୧୫ ସ୍ମୃତିରେ ମାଧବ ଉଦ୍ୟାନ ଓ ଗ୍ରାମଲକ୍ଷ୍ମୀ ଉଦ୍ୟାନ ସୃଷ୍ଟି କରାଯାଇଛି। ଧାରକଟା ୟୁପି ସ୍କୁଲରେ ପ୍ରାୟ ୨ଶହ ଶାଗୁଆନ ଗଛ ଲଗାଇବାର ସଫଳତା ମିଳିଛି। ଏଥିପାଇଁ ସମସ୍ତଙ୍କ ସହଯୋଗ ବି ମିଳିଥିଲା। ବୃକ୍ଷରୋପଣ ସମ୍ବନ୍ଧୀୟ ବିଭିନ୍ନ ବାର୍ତ୍ତାର ପୋଷ୍ଟରକୁ ବିଭିନ୍ନ ଘରର କାନ୍ଥରେ, ଗଛରେ, ଦେବାଳୟ ଆଦି ସ୍ଥାନରେ ମାରି ପଥଚାରୀଙ୍କୁ ସଚେତନ କରାଇବାରେ ପ୍ରୟାସ ରହିଛି। ବିଭିନ୍ନ ଜୀବଜନ୍ତୁଙ୍କ ପାଇଁ ନାନା ସ୍ଥାନରେ କୋଚିଲା, ଡିମ୍ବିରି, ପଳାସ, ସିମଳା, ଆଙ୍କୁଲ, କୁସୁମ, ଚାର, କେନ୍ଦୁ, ଖଜୁରି, ତାଳ ,ଆମ୍ବ, ପଣସ, ବେଲ, ଜାମୁ, ବରକୋଳି, ନିମ୍ବ ଓ ଶାଗୁଆନ ଆଦି ପ୍ରାୟ ୩୦ହଜାରରୁ ଊର୍ଦ୍ଧ୍ୱ ବୃକ୍ଷରୋପଣ କରିଛି। ଏପରି କାର୍ଯ୍ୟ ପାଇଁ ମୁଁ ବନବନ୍ଧୁ, ଜୀବବନ୍ଧୁ, ପ୍ରକୃତିବନ୍ଧୁ, ଆଜୀବନ ପରିବେଶ ସାଧକ ପୁରସ୍କାର, ମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହସାମନ୍ତ ହରିଚନ୍ଦନ ମହାପାତ୍ର ସମ୍ମାନ ଆଦିରେ ସମ୍ମାନିତ ହୋଇଛି । ଓଡ଼ିଶା ପରିବେଶ କଂଗ୍ରେସ ପକ୍ଷରୁ ପ୍ରଫେସର ରାଧାମୋହନ ସବୁଜଦୂତ ପୁରସ୍କାର ଏବଂ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର ସମେତ ବିଭିନ୍ନ ସଂସ୍ଥାରୁ ଶତାଧିକ ସମ୍ମାନ ଓ ପୁରସ୍କାର ମଧ୍ୟ ମିଳିଛି। ବୃକ୍ଷ ମା’ ବାପାଙ୍କ ସହ ସମାନ। ତେଣୁ ବୃକ୍ଷର ସେବା ପରମ ଭଗବତ ସେବା। ଯାହା ସମସ୍ତଙ୍କ ଜୀବନର ବ୍ରତ ହେବା ଜରୁରୀ। ମୋର ଏହିସବୁ କାର୍ଯ୍ୟରେ ମୋ ପତ୍ନୀଙ୍କ ସହଯୋଗ ବି ରହିଛି। ମୋର ଏକମାତ୍ର ପୁଅ ଓ ୩ ଝିଅଙ୍କ ବିବାହ ସରିଛି। ପରିବାରର ଦାୟିତ୍ୱ ବହନ କରିବା ଭଳି ପରିବେଶର ଦାୟିତ୍ୱ ବି ସମସ୍ତେ ଉଠାଇବା ଦରକାର।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri