ଆପାର୍ଟମେଣ୍ଟ ପାଇଁ ଆଗ୍ରହ ବଢ଼ୁଛି: କଳିଙ୍ଗ କେଶରୀ

ଓଡ଼ିଶାରେ ରିୟଲ୍‌ ଇଷ୍ଟେଟ୍‌ର ସ୍ଥିତି ଭଲ ରହିଛି। ବର୍ତ୍ତମାନ ରାଜ୍ୟବାସୀ ରିୟଲ୍‌ ଇଷ୍ଟେଟ୍‌ କ୍ଷେତ୍ରରେ ନିବେଶ ପାଇଁ ମନ ବଳାଉଛନ୍ତି। ଏହା ଉପରେ କେବଳ ଭୁବନେଶ୍ୱର ନୁହେଁ, ଅନ୍ୟ ସହରଗୁଡ଼ିକରେ ମଧ୍ୟ ଲୋକଙ୍କ ଆଗ୍ରହ ବଢ଼ୁଥିବା କହିଛନ୍ତି ଇଭୋସ ବିଲ୍ଡକନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ। ଧରିତ୍ରୀକୁ ସ୍ବତନ୍ତ୍ର ସାକ୍ଷାତ୍‌କାରରେ ସେ ଅନେକ କଥା ଶେୟାର କରିଛନ୍ତି।

ରିୟଲ ଇଷ୍ଟେଟ୍‌ ବଜାର ସ୍ଥିତି କ’ଣ ରହିଛି?
ଅଗ୍ରଣୀ ଓ ମାନ୍ୟତାପ୍ରାପ୍ତ କ୍ଷେତ୍ରଗୁଡ଼ିକ ମଧ୍ୟରେ ରିୟଲ୍‌ ଇଷ୍ଟେଟ୍‌ ମାର୍କେଟ ଅନ୍ୟତମ। ରାଜ୍ୟରେ ରିୟଲ ଇଷ୍ଟେଟ୍‌ ମାର୍କେଟର ସ୍ଥିତି ଭଲ ରହିଛି ଏବଂ ଏହା ସମ୍ପର୍କରେ ରାଜ୍ୟର ଲୋକମାନେ ଜାଣିଛନ୍ତି ତଥା ଏହା ସେମାନଙ୍କ ଦ୍ୱାରା ସ୍ବୀକୃତିପ୍ରାପ୍ତ।

ଇଷ୍ଟେଟ୍‌ ମାର୍କେଟକୁ କୋଭିଡ୍‌ ମହାମାରୀ କିଭଳି ପ୍ରଭାବିତ କରିଛି?
ଇଷ୍ଟେଟ୍‌ ମାର୍କେଟ ଉପରେ କୋଭିଡ୍‌ ମହାମାରୀର କୌଣସି ପ୍ରଭାବ ପଡ଼ିନାହିଁ। ପୂର୍ବଭଳି ଏହା ଠିକ୍‌ ଭାବରେ ଚାଲିଥିଲା। କେବଳ ଲକ୍‌ଡାଉନ୍‌ ସ୍ଥିତି ବ୍ୟବସାୟକୁ ଧିମା କରିଦେଇଥିଲା। ତେବେ ଉକ୍ତ ସମୟରେ ଏହାର ଉଚିତ ପରିଚାଳନା କରାଯାଇଥିଲା।

ରିୟଲ ଇଷ୍ଟେଟ୍‌ ଦର ଉପରେ କ’ଣ କହିବେ?
ବଜାରରେ ରିୟଲ ଇଷ୍ଟେଟ୍‌ କ୍ଷେତ୍ର ଆଗକୁ ବଢୁଛି। ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଭୁବନେଶ୍ୱରରେ ଫ୍ଲୋର୍‌ ଏରିଆ ଅନୁପାତ ବା ଫ୍ଲୋର୍‌ ସ୍ପେଶ୍‌ ଇନ୍‌ଡେକ୍ସ ଅଧିକ ରହିଛି।

ସ୍ଥିତିରେ ଉନ୍ନତି ଆସିବାକୁ କେତେ ସମୟ ଲାଗିବ?
ସମୟ ଆସିଗଲାଣି। ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିବା ସହିତ ସେମାନେ ରିୟଲ ଇଷ୍ଟେଟ୍‌ ବଜାରରେ ଲମ୍ବା ସମୟ ପର୍ଯ୍ୟନ୍ତ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। କେବଳ ଭୁବନେଶ୍ୱର ନୁହେଁ, ବରଂ ରାଜ୍ୟର ପ୍ରାୟ ସବୁ ସହରରେ ଏନେଇ ଲୋକଙ୍କର ଆଗ୍ରହ ବୃଦ୍ଧି ପାଉଥିବା ଦେଖାଯାଉଛି।

ବିଲ୍ଡକନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ହିସାବରେ ଭବିଷ୍ୟତ ପାଇଁ ଆପଣଙ୍କର କି କି ଯୋଜନା ରହିଛି?
ଆର୍ଥିକ ବିକାଶ ଦିଗରେ ରିୟଲ୍‌ ଇଷ୍ଟେଟ୍‌ ସେକ୍ଟରର ଅନେକ ମାତ୍ରାରେ ଯୋଗଦାନ ରହିଛି। ଆର୍ଥିକ ବିକାଶରେ ଯେଉଁ ସେକ୍ଟରଗୁଡ଼ିକର ପ୍ରମୁଖ ଅବଦାନ ରହିଛି, ସେଥିମଧ୍ୟରୁ ରିୟଲ ଇଷ୍ଟେଟ୍‌ ତୃତୀୟ ସ୍ଥାନରେ ରହିଛି। ଏହାଛଡ଼ା ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ମଧ୍ୟ ଏହାର ସ୍ଥାନ ଦ୍ୱିତୀୟରେ। ୨୦୨୫ ସୁଦ୍ଧା ଦେଶର ଜିଡିପିରେ ଏହାର ୧୩% ଯୋଗଦାନ ରହିବ। ଏଥିସହିତ ୨୦୨୫ ସୁଦ୍ଧା ୫,୦୦୦ ସନ୍ତୁଷ୍ଟ ଗ୍ରାହକଙ୍କ ସହ ଯୋଡ଼ିହେବାକୁ ଲକ୍ଷ୍ୟ ରଖିଛି।

କାହାର ମାର୍କେଟ୍‌ ବ୍ୟାପକ ରହିଛି; ଜମି ବ୍ୟବସାୟ ନା ଆପାର୍ଟମେଣ୍ଟର?
ସମୟରେ ଆପାର୍ଟମେଣ୍ଟର ଅଧିକ ଚାହିଦା ରହିଛି। ଜମି କିଣିବାଠାରୁ ଆରମ୍ଭ କରି ବିଲ୍ଡିଂ ତିଆରି କରିବା ଜଣେ ବ୍ୟକ୍ତି ପାଇଁ କଷ୍ଟକର ବ୍ୟାପାର। କିନ୍ତୁ ଏକ ଆପାର୍ଟମେଣ୍ଟ କ୍ରୟ କରିବା ସହଜ। ଆପାର୍ଟମେଣ୍ଟଗୁଡ଼ିକରେ ଆବଶ୍ୟକତା ଅନୁସାରେ ଇଣ୍ଟେରିୟର ଡିଜାଇନ୍‌ ମଧ୍ୟ ରହୁଛି। ତେଣୁ ଗ୍ରାହକମାନେ ଆପାର୍ଟମେଣ୍ଟ କିଣିବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷଜମିରେ କାଳ ସାଜିଲା ବଜ୍ରପାତ, ନାବାଳକଙ୍କ ଜୀବନ ଗଲା,୨ ଗୁରୁତର ହୋଇ…

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଯୁବକ…

ହଜାର ହଜାର ଟଙ୍କା ବଢିଲା ସୁନା-ରୁପା ଦର: ୧୦ ଗ୍ରାମ ପିଛା ଅଛି…

ନୂଆଦିଲ୍ଲୀ,୧୫।୬: ବିଶ୍ୱ ସ୍ତରରେ ଘଟୁଥିବା ଭୂରାଜନୈତିକ ପରିବର୍ତ୍ତନର ସିଧାସଳଖ ପ୍ରଭାବ ଆଜି ଘରୋଇ ଅଳଙ୍କାର ବଜାର ଉପରେ ପଡ଼ିଛି। ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି…

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ

କଳାହାଣ୍ଡି,୧୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ଗ୍ରାମର ଜଣେ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଗୋଲକ ଗଉଡ଼(୧୮)। ରବିବାର…

ଭାରସାମ୍ୟ ହରାଇ ଟ୍ୟାଙ୍କର୍‌ ଦୁର୍ଘଟଣା: ଗାଡି ଭିତରେ ଚାପି ହୋଇଗଲେ

ଲାଞ୍ଜିଗଡ,୧୫।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣା ଓ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥ ଢ଼େପଗୁଡାଠାରେ ଏକ ଆଲୁମିନା ପାଉଡର ବୋଝେଇ ବଲକର ରବିବାର…

ମଦ ଦୋକାନକୁ ତୀବ୍ର ବିରୋଧ: ହଜାରରୁ ଅଧିକ ଲୋକଙ୍କ ଜନଆନ୍ଦୋଳନ

ତିହିଡ଼ି,୧୫।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ ଧୂଷୁରୀ ହରିହଂସ କୀର୍ତ୍ତନ ମଣ୍ଡପ ପରିସରରେ ଆଜି ହଜାରରୁ ଅଧିକ ମହିଳା ଓ ପୁରୁଷ ଏକତ୍ରିତ…

ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ଲୁଟି ନେଲେ ଟଙ୍କା ସହ ଲକ୍ଷାଧିକ ସୁନା ଅଳଙ୍କାର

ନୀଳଗିରି, ୧୫/୦୬,(ପ୍ରଶାନ୍ତ କୁମାର ବିଶ୍ବାଳ):କଳାକନା ବୁଲାଇଲେ ଦୁର୍ବୃତ୍ତ। ରବିବାର ରାତି ପ୍ରାୟ ୮ଟା ୩୦ ରୁ ୯ ଟା ୩୦ ମିନିଟ ସମୟରେ ଚୋରି ହୋଇଥିବାର ଅନୁମାନ।…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ନିର୍ମାଣାଧିନ ପୋଲ ତଳକୁ ଖସି ୨ ମୃତ

ନୀଳଗିରି,୧୫।୬,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ବରହମପୁର ଥାନା ଶେରଗଡ଼ ନୀଳଗିରି ଝରଣଘାଟି ରାସ୍ତା ୧୯ ନମ୍ବର ରାଜ୍ୟ ରାଜପଥର ତେଲିପାଳ ନିକଟରେ ପହିଲି ରଜ ରବିବାର…

ଆଦାୟ ହେଉଛି ରାଜସ୍ବ, ହେଉନି ପଙ୍କୋଦ୍ଧାର, ଶୁଖିଲା ପଡ଼ିଛି ପୋଖରୀ

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଅମରପାଲି ଗ୍ରାମରେ ଥିବା ପୋଖରୀଗୁଡ଼ିକର ଦୁରବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଗ୍ରାମରେ ମୋଟ୍‌ ୭ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri