ଏମ୍‌ସରେ କର୍କଟ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଡେ’ କେୟାର

ଭୁବନେଶ୍ୱର, ୨୪।୫(ବ୍ୟୁରୋ):ଭୁବନେଶ୍ୱର ଏମ୍‌ସରେ ସ୍ବତନ୍ତ୍ର ମେଡିକାଲ୍‌ ଅନ୍‌କୋଲୋଜି ୟୁନିଟ୍‌ ସୋମବାର ଖୋଲିଛି। ଏଥିରେ ମେଡିକାଲ ଅନ୍‌କୋଲୋଜି/ହେମାଟୋଲୋଜି ବିଭାଗର ମେଡିକାଲ ଅନ୍‌କୋଲୋଜି ଡିଭିଜନ ପକ୍ଷରୁ ଏକ ଉତ୍ସର୍ଗୀକୃତ ଡେ’ କେୟାର୍‌ ଏବଂ ଓପିଡି ସେବା ଆରମ୍ଭ ହୋଇଛି। ଏମ୍‌ସର ନିର୍ଦ୍ଦେଶକ ଡା. ମୁକେଶ ତ୍ରିପାଠୀ ହସ୍ପିଟାଲର ଜି ବ୍ଲକ୍‌ରେ ଥିବା ଏହି ୟୁନିଟ୍‌କୁ ଉଦ୍‌ଘାଟନ କରି କହିଛନ୍ତି, ଏହା କର୍କଟ ରୋଗୀଙ୍କୁ କେମୋଥେରାପି ଚିକିତ୍ସା କ୍ଷେତ୍ରରେ ଏମ୍‌ସର ପ୍ରତିବଦ୍ଧତାକୁ ଦୋହରାଇବା ସହିତ ଏଠାରେ ଅଧିକ ଉତ୍ସାହ ଏବଂ ଉତ୍ସର୍ଗୀକୃତ ସେବା ମିଳିବ। ଏମ୍‌ସ ମେଡିକାଲ୍‌ ଅନ୍‌କୋଲୋଜି ବିଭାଗର ଏହି ବ୍ୟବସ୍ଥା ନିଶ୍ଚିତ ଭାବରେ କେମୋଥେରାପି ଆବଶ୍ୟକ କରୁଥିବା କର୍କଟ ରୋଗୀଙ୍କୁ ସାହାଯ୍ୟ କରିବ ବୋଲି ଡା. ତ୍ରିପାଠୀ କହିଛନ୍ତି। କଟକ ଆଚାର୍ଯ୍ୟ ହରିହର କର୍କଟ ସେବା କେନ୍ଦ୍ର ପରେ ସରକାରୀ ସ୍ତରରେ ଏମ୍‌ସରେ ଏହି ଦ୍ୱିତୀୟ ଉତ୍ସର୍ଗୀକୃତ ମେଡିକାଲ ଅନ୍‌କୋଲୋଜି ୟୁନିଟ୍‌ ସ୍ଥାପନ ହୋଇଛି। ଏମ୍‌ସରେ ପୂର୍ବରୁ ଅନ୍‌କୋଲୋଜି ବିଭାଗ ହେମାଟୋଲୋଜି ବିଭାଗ ସହିତ ଏକକାଳୀନ ଓପିଡି ଓ ଡେ’ କେୟାର ସେବା ପ୍ରଦାନ କରୁଥିଲା। ତେବେ ଅନ୍‌କୋଲୋଜି ବିଭାଗରେ ବହୁ ସଂଖ୍ୟକ ରୋଗୀ ପରାମର୍ଶ ଲୋଡ଼ୁଥିବାରୁ ଏନେଇ ସ୍ବତନ୍ତ୍ର ସ୍ଥାନର ଆବଶ୍ୟକତା ଥିଲା। ବର୍ତ୍ତମାନ ପାଇଁ ଏହି ବିଭାଗରୁ ସେବା ନେବାକୁ ଆସୁଥିବା କର୍କଟ ରୋଗୀମାନେ ସିଧାସଳଖ ଜି ବ୍ଲକ୍‌ରେ ପଞ୍ଜୀକରଣ କରିପାରିବେ। ଫଳରେ ଆଉ ଲମ୍ବା ସମୟ ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ମେଡିକାଲ୍‌ ଅନ୍‌କୋଲୋଜି ସେବା ପ୍ରତି ମଙ୍ଗଳବାର ଏବଂ ଗୁରୁବାର ପ୍ରଦାନ କରାଯିବ। ଡେ’ କେୟାର୍‌ ସେବା ସପ୍ତାହର ସବୁଦିନ ଚାଲିବ ବୋଲି ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି।
ଉକ୍ତ ୟୁନିଟ୍‌ର ଶୁଭାରମ୍ଭ ଅବସରରେ ଏମ୍‌ସର ମେଡିକାଲ ଅଧୀକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତି ଏହି ସେବାରେ ସାମିଲ ହୋଇଥିବା ଚିକିତ୍ସକ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ମେଡିକାଲ ଅନ୍‌କୋଲୋଜି/ହେମାଟୋଲୋଜି ବିଭାଗ ମୁଖ୍ୟ ଡା. ପ୍ରବୋଧ ଦାସ, ଜେଏମ୍‌ଏସ୍‌ ଡା. ଜେ. ଏସ୍‌. ପିଲାଇ, ଆସୋସିଏଟ୍‌ ପ୍ରଫେସର ଡା. ସୌରଭ କୁମାର ମିଶ୍ର ଏବଂ ବିଭାଗର ସହକାରୀ ପ୍ରଫେସର ଡା. ଇଲାଭାରାସି ଭାନିଡାସାନେ ମଧ୍ୟ ଉପସ୍ଥିତ ଥିଲେ। ଡା. ଇଲାଭାରାସୀ ଓ ଡା. ସୌରଭ ନୂତନ ଭାବେ ଏହି ବିଭାଗରେ ଅଧ୍ୟାପିକା/ଅଧ୍ୟାପକ ଭାବେ ଯୋଗଦେଇ ଏମ୍‌ସ ଭୁବନେଶ୍ୱରରେ ମେଡିକାଲ ଅନ୍‌କୋଲୋଜି ସେବା ଆରମ୍ଭ କରିଛନ୍ତି। ଭବିଷ୍ୟତରେ ମେଡିକାଲ ଅନ୍‌କୋଲୋଜିରେ ଡିଏମ୍‌ ପାଠ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା ରହିଥିବା ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri