ଜୁନ୍‌ରେ ନିଯୁକ୍ତି ପାଇବେ ୭ ହଜାର ଶିକ୍ଷକ

ଭୁବନେଶ୍ୱର,୨୪ା୫(ବ୍ୟୁରୋ)”ଶିକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ୭ ହଜାର ଶିକ୍ଷକଙ୍କ ଆବଶ୍ୟକ ଥିଲା। ଆସନ୍ତା ଜୁନ୍‌ରେ ସେମାନଙ୍କୁ ନିଯୁକ୍ତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ବିଧାୟକ ଭୂପିନ୍ଦର ସିଂ କହିଛନ୍ତି। ଭୂପିନ୍ଦରଙ୍କ ଅଧ୍ୟକ୍ଷତାରେ ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ବିଭାଗର ସମୀକ୍ଷା ବୈଠକ ବିଧାନସଭାରେ ଅନୁଷ୍ଠିତ ହୋଇଛି। ବୈଠକରେ ହୋଇଥିବା ଆଲୋଚନା ମୁତାବକ, ୨୪ଟି ମାଧ୍ୟମିକ ବିଦ୍ୟାଳୟକୁ ସ୍ବୀକୃତି ପ୍ରଦାନ କରାଯାଇଥିବା ବେଳେ ୬୩୯ ବେସରକାରୀ ମହାବିଦ୍ୟାଳୟ ଅଧ୍ୟାପକଙ୍କୁ ସରକାର ନିଯୁକ୍ତି ଦେଇଛନ୍ତିି। ଜୁନ୍‌ରେ ୨୬୮ ଜଣ ରାଜନୀତି ବିଜ୍ଞାନ ଓ ଇଂଲିଶ ଅଧ୍ୟାପକଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ବିଧାୟକ ପ୍ରତାପ ଦେବଙ୍କ ଅଧ୍ୟକ୍ଷତାରେ ବିଧାନସଭା ଆକଳନ କମିଟିର ୩ୟ ବୈଠକ ସୋମବାର ପୂର୍ବାହ୍ନରେ ବିଧାନସଭାର ୫୪ ନଂ. ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ବିଗତ ୨ ବର୍ଷ ମଧ୍ୟରେ ପୂର୍ତ୍ତ ଓ ଜଳସମ୍ପଦ ବିଭାଗ ଦ୍ୱାରା ନିର୍ମିତ ବିଭିିନ୍ନ ପ୍ରକଳ୍ପର ସମୀକ୍ଷା କରାଯାଇଛି। ଏହା ସହିତ ଆଗାମୀ ଦିନରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପଗୁଡ଼ିକର ଅନୁଧ୍ୟାନ କରାଯାଇଥିବା ପ୍ରତାପ ଦେବ କହିିଛନ୍ତି।
ପର୍ଯ୍ୟାପ୍ତ ପରିମାଣର ଜଳ ସଂରକ୍ଷଣ କରାଯାଇପାରୁ ନାହିଁ। ଫଳରେ ଜଳର ଉପଯୁକ୍ତ ବ୍ୟବହାର ମଧ୍ୟ ହୋଇପାରୁନାହିଁ। ତେଣୁ ଆଧୁନିକ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଜଳସଂରକ୍ଷଣ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଜଳସଂରକ୍ଷଣ ଓ ସେତୁ ନିର୍ମାଣ ସମ୍ପର୍କିତ ବିଭିନ୍ନ ନିୟମରେ ସମୟାନୁଯାୟୀ ପରିବର୍ତ୍ତନ ଆସିବା ଦରକାର ବୋଲି ପ୍ରତାପ କହିଛନ୍ତି। ସେହିପରି ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣାଧୀନ ବିଭିନ୍ନ ରାସ୍ତା, ସେତୁ, ବିଜୁ ଏକ୍ସପ୍ରେସ୍‌ ୱେ ଏବଂ ରାଜ୍ୟ ରାଜପଥ ସମ୍ପ୍ରସାରଣ, ବିଭିନ୍ନ ବୃହତ୍‌ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ, ମେଗା ଲିଫ୍ଟ ପଏଣ୍ଟ ଉପରେ ବିସ୍ତୀର୍ଣ୍ଣ ଆଲୋଚନା ହୋଇଛି। ଗ୍ରୀଷ୍ମ ଦିନରେ ଚାଷ କାର୍ଯ୍ୟ ପାଇଁ ଜଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୦୦ଟି ସେତୁ ସହ ବ୍ୟାରେଜ ନିର୍ମାଣର ପ୍ରସ୍ତାବ ଆଗତ ହୋଇଛି। ଏହାର କାର୍ଯ୍ୟ କେତେଦୂର ଅଗ୍ରସର ହେଲାଣି, ସେ ବିଷୟରେ ଅଧ୍ୟକ୍ଷ ପ୍ରତାପ ଦେବ ତଥ୍ୟ ସଂଗ୍ରହ କରିଛନ୍ତି। ଅନେକ ସ୍ଥାନରେ ସୌରଜଳ ପ୍ରକଳ୍ପଗୁଡ଼ିକ ୧ରୁ ୨ ବର୍ଷ ମଧ୍ୟରେ ଅକାମୀ ହୋଇଯାଉଥିବାର ଦୃଶ୍ୟ ସାମ୍ନାକୁ ଆସୁଛି। ତେଣୁ ଏହି ପ୍ରକଳ୍ପଗୁଡ଼ିକୁ ଅଧିକ ପ୍ରୋତ୍ସାହିତ ନ କରିବାକୁ ସଦସ୍ୟମାନେ ମତ ଦେଇଛନ୍ତି। ରାଜ୍ୟର ଆକାମୀ ମେଗା ଲିଫ୍ଟ ପଏଣ୍ଟଗୁଡ଼ିକୁ ତୁରନ୍ତ ମରାମତି କରିବା ପାଇଁ କମିଟି ନିର୍ଦ୍ଦେଶ ଦେଇଛି। ସେହିପରି ବରିଷ୍ଠ ବିଧାୟିକା ଉଷା ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହିଳା ଓ ଶିଶୁ ବିକାଶ ବିଭାଗ ଗୃହକମିଟି ବୈଠକରେ ବିଭିନ୍ନ ଯୋଜନା ଓ ଏହାର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖ ଧରିଲେ ପ୍ରଦୀପ ମାଝି

ଭୁବନେଶ୍ୱର,୬ା୧୧(ବ୍ୟୁରୋ): କଂଗ୍ରେସରୁ ଇସ୍ତଫା ଦେଇଥିବା ନବରଙ୍ଗପୁରର ପୂର୍ବତନ ଏମ୍‌ପି ପ୍ରଦୀପ ମାଝି ଶନିବାର ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ...

ହଜିଯାଉଛି କୌଳିକ ବୃତ୍ତି

ପାଟଣା,୨।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟଠାରୁ ମାତ୍ର ୩ କି.ମି. ଦୂରରେ ଥିବା ଦୁର୍ଗାଦେଇପୁରର ବେହେରା ସାହି ଓ ଟାଇଁଶିରା ବେହେରା ସାହିର ଲୋକେ ଆଜି...

ରାଜ୍ୟରେ ଚିହ୍ନଟ ହେଲେ ୧୪୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୧୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

ନାଡ୍‌ ଜାତୀୟ ସମୀକ୍ଷା ବୈଠକ: ୟୁଜିସି ଦ୍ୱାରା ମନୋନୀତ ହେଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର,୩।୭(ବ୍ୟୁରୋ): ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନାଡ୍‌(ଜାତୀୟ ପାଠ୍ୟକ୍ରମ ପୈଠଗୃହ)ର ଜାତୀୟ ସମୀକ୍ଷା ବୈଠକ ଆସନ୍ତା ୫ ତାରିଖରେ ଅନୁଷ୍ଠିତ ହେବ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏହାକୁ...

ବାଲିଯାତ୍ରା ପାଇଁ ଟ୍ରାଫିକ କଟକଣା

କଟକ ଅଫିସ,୯ା୧୧: ଆସନ୍ତା ୧୨ରେ କଟକ ବାଲିଯାତ୍ରା। ଏଠାରେ ବୁଲିବା ସହ ଚଟ୍‌ପଟି ଖାଦ୍ୟର ମଜା ନେବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଲୋକଙ୍କ ସମାଗମ...

ବାଇକ୍‌ରେ ୧୫ କି.ମି. ବୋହିନେଲେ ଝିଅର ମୃତଦେହ

ମାଲକାନଗିରି,୧୧।୪ (ଡି.ଏନ.ଏ.): ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଶିଶୁଙ୍କ ସୁରକ୍ଷା ପାଇଁ ମମତା ଯୋଜନାଠାରୁ ମୃତ୍ୟୁହେଲେ ସତ୍କାର ପାଇଁ ହରିଶ୍ଚନ୍ଦ୍ର...

ବଢ଼ିଲା ସୁନା, ରୁପା ଦର

ଭୁବନେଶ୍ୱର, ୨୩।୧୦(ବ୍ୟୁରୋ): ଧନ ତ୍ରୟୋଦଶୀ ବା ଧନ୍‌ ତେରସ୍‌ରେ ସୁନା ଓ ରୂପା କିଣିଲେ ଘରକୁ ଲକ୍ଷ୍ମୀଙ୍କ ବିରାଜମାନ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ...

‘କରୋନାଠାରୁ ବେକାରି ବଡ଼ ମହାମାରୀ’

ଭୁବନେଶ୍ୱର,୨୬।୩(ବ୍ୟୁରୋ): କରୋନା ମହାମାରୀଠାରୁ ବେକାରି ମହାମାରୀ ବଢ଼ିଯାଇଛି। ଲକ୍ଷ ଲକ୍ଷ ବେକାର ଯୁବତୀଯୁବକ କାମଧନ୍ଦା ନ ପାଇ ମାଓବାଦୀ ହେବାକୁ ପସନ୍ଦ କରୁଛନ୍ତି। ଅନେକେ କାମଧନ୍ଦା...

Advertisement
Archives

Model This Week