ଚାନ୍ଦି ଭଣ୍ଡାରରେ ସ୍ବତନ୍ତ୍ର ‘ଚାନ୍ଦି ପେ ଚାନ୍ଦି’ ଅଫର’

ଭୁବନେଶ୍ୱର,୨୫ା୧୧:ରାଜ୍ୟର ପ୍ରମୁଖ ରୁପା ଅଳଙ୍କାର ପ୍ରତିଷ୍ଠାନ ଚାନ୍ଦି ଭଣ୍ଡାର ପକ୍ଷରୁ ଚଳିତ ବର୍ଷର ବିବାହ ଋତୁ ଉପଲକ୍ଷେ ସ୍ବତନ୍ତ୍ର ‘ଚାନ୍ଦି ପେ ଚାନ୍ଦି’ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ଚଳିତ ବର୍ଷ ଡିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ଏପରିକି ପ୍ରତି ରୁପା କ୍ରୟରେ ଗ୍ରାହକ ଅଧିକ ସଞ୍ଚୟ ଲାଭ କରିପାରିବେ। ସେହିଭଳି ପ୍ରତି କ୍ରୟରେ ରୁପା ମାଗଣା ରହିଛି, ଚାନ୍ଦି ଭଣ୍ଡାରର ୯୯.୯୯% ଶୁଦ୍ଧତା ବିଶିଷ୍ଟ ରୁପା ସହ ଚଳିତ ବିବାହ ଉତ୍ସବକୁ ସ୍ବତନ୍ତ୍ର କରିବାକୁ ପ୍ରତିଷ୍ଠାନ ପକ୍ଷରୁ ପ୍ରୟାସ କରାଯାଇଛି। ସେହିପରି ଏହାର ସମସ୍ତ ଷ୍ଟୋରରେ ଓଡ଼ିଶାର ପାରମ୍ପରିକ ଏବଂ କାରୁକାର୍ଯ୍ୟପୂର୍ଣ୍ଣ ହାତ ତିଆରି ରୁପା ତାରକସି ଗହଣାର ବ୍ୟାପକ ସମ୍ଭାର ରହିଛି। ବିଶେଷକରି ଭଳିକି ଭଳି ନେକ୍‌ଲେସ୍‌, କାନଫୁଲ, ପାଉଁଜି, ଚୁଡ଼ି ଭଳି ଆହୁରି ଅନେକ କିଛି ରୁପା ଅଳଙ୍କାର ଓ ସାମଗ୍ରୀ ଷ୍ଟୋରରେ ଉପଲବ୍ଧ ରହିଛି। ଅତୁଲ୍ୟ ଓଡ଼ିଶାର ଅସଲି ହାତ ତିଆରି ଗହଣାକୁ ଗ୍ରାହକ ଚାନ୍ଦି ଭଣ୍ଡାରରେ ପାଇପାରିବେ। ଚାନ୍ଦି ଭଣ୍ଡାର ଗୋଟିଏ ଛାତ ତଳେ ଗହଣା, କଟ୍‌ଲେରି, ସିଲ୍‌ଭର୍‌ ୱେର୍‌ ଏବଂ କର୍ପୋରେଟ୍‌ ଉପହାରର ବ୍ୟାପକ ସମ୍ଭାର ପ୍ରଦାନ କରାଯାଉଛି। ଭାରତର ବିଭିନ୍ନ କୋଣରୁ ସୁନ୍ଦର ଗହଣା ପିସ ସହ ସର୍ବୋତ୍ତମ ଓଡ଼ିଆ କାରୁକାର୍ଯ୍ୟକୁ ମଧ୍ୟ ଚାନ୍ଦି ଭଣ୍ଡାର ଗ୍ରାହକଙ୍କ ନିକଟକୁ ଆଣିଛି। ଗ୍ରାହକଙ୍କୁ ବ୍ୟାପକ ରେଞ୍ଜ୍‌ ରୁପା ଉତ୍ପାଦ ଯୋଗାଇବା, ଜୀବନ କାଳ ମାଗଣା କ୍ଲିନିଂ, ସର୍ବୋତ୍ତମ ବଦଳ ନୀତି, କଷ୍ଟମାଇଜେସନ୍‌, କ୍ରୟ ପୂର୍ବରୁ ପରଖିବା, ଭାଲ୍ୟୁ ଫର୍‌ ମନି ଏବଂ ହଲ୍‌ ମାର୍କ ଯୁକ୍ତ ଓ କ୍ୱାଲିଟି ଉତ୍ପାଦ ଚାନ୍ଦି ଭଣ୍ଡାରର ପ୍ରତିଶ୍ରୁତି।
ଉଲ୍ଲେଖଯୋଗ୍ୟ, ୨୦୧୩ ରେ ଏକ ସ୍ବତନ୍ତ୍ର ସିଲ୍‌ଭର ଷ୍ଟୋର ଭାବେ ଚାନ୍ଦି ଭଣ୍ଡାର ଓଡ଼ିଶାରେ ସ୍ଥାପିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଓଡ଼ିଶାବାସୀଙ୍କୁ ଶୁଦ୍ଧ ରୁପା କ୍ରୟ ଅନୁଭୂତି ପ୍ରଦାନ କରିବା। ସୂଚନାଯୋଗ୍ୟ, ଭୁବନେଶ୍ୱର ଶହୀଦନଗରରୁ ଆରମ୍ଭ ହୋଇଥିବା ଚାନ୍ଦି ଭଣ୍ଡାରର ବର୍ତ୍ତମାନ ସମଗ୍ର ଓଡ଼ିଶାରେ ଉପସ୍ଥିତି ଜାହିର କରିପାରିଛି। ଭୁବନେଶ୍ୱରର ଶହୀଦନଗର ଏବଂ ପଟିଆ ସମେତ ରାଉରକେଲାର ଉଦିତନଗର,ଅନୁଗୋଳର ଅମଲାପଡ଼ା ଏବଂ କଟକର କ୍ୟାଣ୍ଟନ୍‌ମେଣ୍ଟ ରୋଡ୍‌ଠାରେ ଚାନ୍ଦି ଭଣ୍ଡାରର ଷ୍ଟୋର ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri