ପୁରୀ,୨୩।୬: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ମଙ୍ଗଳବାର ଦ୍ୱିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ ପୁରୀବାସୀଙ୍କ ପାଇଁ ଏକ ବଡ଼ ସୂଚନା ଦେଇଛନ୍ତି। ପୁରୀ ସହରବାସୀଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଥିବା କହିଛନ୍ତି। ଓକାକ ସହଯୋଗରେ ଏହ ସୁବିଧା ଉବଲବ୍ଧ ହେବ ବୋଲି ଆଇନ ମନ୍ତ୍ରୀଙ୍କ ସୂଚନା ଦେଇଛନ୍ତି।
ପୁରୀ ସହର ପାଇଁ ୨ଟି ପୋଷ୍ଟାଲ ପିନ୍ କୋଡ୍ ରହିଛି। ଏହି ଦୁଇ ପିନ୍ କୋଡ୍କୁ ନେଇ ଓକାକକୁ ସ୍ବତନ୍ତ୍ର ବ୍ୟବସ୍ଥା ପାଇଁ କୁହାଯାଇଛି। ଫଳରେ ପୁରୀବାସୀ ସେମାନଙ୍କ ଆଧାର କାର୍ଡ ଦେଖାଇ ଯିବା ସୁଗମ ହେବ। ଯଦି ସେମାନେ ସାଥିରେ ବନ୍ଧୁବାନ୍ଧବଙ୍କୁ ନେବାକୁ ଚାହିଁବେ ସମ୍ଭବ ହେବନାହିଁ। ମହାପ୍ରଭୁଙ୍କ ଦର୍ଶନକୁ ସୁବ୍ୟବସ୍ଥିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ପୃଥ୍ବୀରାଜ କହିଛନ୍ତି।

