Posted inଖେଳ

ସ୍ପେନ୍‌- ସ୍ବିଡେନ ମ୍ୟାଚ୍‌ ଗୋଲ ଶୂନ୍ୟ

ସେଭିଲେ,୧୬।୬: ୟୁରୋକପ୍‌ରେ ଗ୍ରୁପ୍‌ ଇ’ରେ ସୋମବାର ସ୍ପେନ୍‌ ଓ ସ୍ବିଡେନ ପରସ୍ପରକୁ ଭେଟିଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ ଗୋଲ ଶୂନ୍ୟ ଭାବେ ଶେଷ ହେବା ସହ ଅମୀମାଂସିତ ରହିଥିଲା। ସ୍ଥାନୀୟ ଲା କାର୍ଟୁଜା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅବଶ୍ୟ ସ୍ବିଡେନ କେତୋଟି ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଗୋଲ ସ୍କୋର କରିପାରି ନ ଥିଲା। ଆଲେକଜାଣ୍ଡର ଇସାକ ଚମତ୍କାର ପ୍ରଦର୍ଶନ କରିଥିଲେ।
ଏହାପୂର୍ବରୁ ସ୍ପେନ୍‌-ପର୍ତ୍ତୁଗାଲ ଓ୍ବାର୍ମଅପ୍‌ ମ୍ୟାଚ୍‌ ମଧ୍ୟ ଗୋଲ ଶୂନ୍ୟ ଭାବେ ଡ୍ର ରହିଥିଲା। ସ୍ପେନ୍‌ ଘନଘନ ଆକ୍ରମଣ କରିଥିଲା। ବଲ୍‌ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ସ୍ପେନ୍‌ ଯଥେଷ୍ଟ ଆଗରେ ରହିଥିଲେ ମଧ୍ୟ ଏହାର ଫାଇଦା ଉଠାଇପାରି ନ ଥିଲା। ୭୫ ପ୍ରତିଶତ ବଲ୍‌ ପଜେଶନ ସହ ସ୍ପେନ୍‌ ୧୭ଟି ଗୋଲ ପ୍ରୟାସ କରିଥିଲା। ଏଥିମଧ୍ୟରୁ ୫ଟି ପୂରା ଗୋଲ ପୋଷ୍ଟ ଉପରେ ଟାର୍ଗେଟ ହୋଇଥିଲା। ମ୍ୟାଚ୍‌ ଫଳାଫଳ ନିଶ୍ଚିତ ଭାବେ ସ୍ପେନ୍‌କୁ ନିରାଶ କରିଛି। ୟୁରୋକପ୍‌ରେ ସ୍ପେନ ତା’ର ଶେଷ ୧୪ଟି ମ୍ୟାଚ୍‌ରେ ଗୋଲ ଦେବାରେ ବିଫଳ ହୋଇଛି। ଅନ୍ୟପଟେ ସ୍ବିଡେନ ତା’ର ଶେଷ ୧୭ଟି ମ୍ୟାଚ୍‌କୁ ଡ୍ର ରଖିନାହିଁ। ୨୦୨୦ ୟୁରୋ କ୍ୱାଲିଫାଇଂରେ ସ୍ପେନ୍‌ ବିପକ୍ଷରେ ସ୍ବିଡେନ ମ୍ୟାଚ୍‌ ଡ୍ର ରଖିଥିଲା। ଏହି ମ୍ୟାଚ୍‌ରେ ୧୨,୫୧୭ ଦର୍ଶକ ଉପସ୍ଥିତ ଥିଲେ। ଶନିବାର ସ୍ପେନ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ପୋଲାଣ୍ଡକୁ ଓ ୨୩ ତାରିଖରେ ସ୍ଲୋଭାକିଆକୁ ଭେଟିବ।
୨୦୦୪ ପରେ ସ୍ବିଡେନ ୟୁରୋକପ୍‌ରେ କେବେ ବି ଗ୍ରୁପ୍‌ ପର୍ଯ୍ୟାୟ ପାର କରିପାରିନାହିଁ। ସ୍ବିଡେନ ଶୁକ୍ରବାର ସ୍ଲୋଭାକିଆକୁ ସେଣ୍ଟ ପିଟର୍ସବର୍ଗରେ ଭେଟିବ ଓ ପରେ ପୋଲାଣ୍ଡକୁ ଭେଟିବ। କୋଭିଡ୍‌-୧୯ କାରଣରୁ ଉଭୟ ଦଳରେ କେତେକ ତାରକା ଖେଳାଳି ସ୍ଥାନ ପାଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri