Posted inଖେଳ

ସ୍ପେନ୍‌- ସ୍ବିଡେନ ମ୍ୟାଚ୍‌ ଗୋଲ ଶୂନ୍ୟ

ସେଭିଲେ,୧୬।୬: ୟୁରୋକପ୍‌ରେ ଗ୍ରୁପ୍‌ ଇ’ରେ ସୋମବାର ସ୍ପେନ୍‌ ଓ ସ୍ବିଡେନ ପରସ୍ପରକୁ ଭେଟିଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ ଗୋଲ ଶୂନ୍ୟ ଭାବେ ଶେଷ ହେବା ସହ ଅମୀମାଂସିତ ରହିଥିଲା। ସ୍ଥାନୀୟ ଲା କାର୍ଟୁଜା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅବଶ୍ୟ ସ୍ବିଡେନ କେତୋଟି ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଗୋଲ ସ୍କୋର କରିପାରି ନ ଥିଲା। ଆଲେକଜାଣ୍ଡର ଇସାକ ଚମତ୍କାର ପ୍ରଦର୍ଶନ କରିଥିଲେ।
ଏହାପୂର୍ବରୁ ସ୍ପେନ୍‌-ପର୍ତ୍ତୁଗାଲ ଓ୍ବାର୍ମଅପ୍‌ ମ୍ୟାଚ୍‌ ମଧ୍ୟ ଗୋଲ ଶୂନ୍ୟ ଭାବେ ଡ୍ର ରହିଥିଲା। ସ୍ପେନ୍‌ ଘନଘନ ଆକ୍ରମଣ କରିଥିଲା। ବଲ୍‌ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ସ୍ପେନ୍‌ ଯଥେଷ୍ଟ ଆଗରେ ରହିଥିଲେ ମଧ୍ୟ ଏହାର ଫାଇଦା ଉଠାଇପାରି ନ ଥିଲା। ୭୫ ପ୍ରତିଶତ ବଲ୍‌ ପଜେଶନ ସହ ସ୍ପେନ୍‌ ୧୭ଟି ଗୋଲ ପ୍ରୟାସ କରିଥିଲା। ଏଥିମଧ୍ୟରୁ ୫ଟି ପୂରା ଗୋଲ ପୋଷ୍ଟ ଉପରେ ଟାର୍ଗେଟ ହୋଇଥିଲା। ମ୍ୟାଚ୍‌ ଫଳାଫଳ ନିଶ୍ଚିତ ଭାବେ ସ୍ପେନ୍‌କୁ ନିରାଶ କରିଛି। ୟୁରୋକପ୍‌ରେ ସ୍ପେନ ତା’ର ଶେଷ ୧୪ଟି ମ୍ୟାଚ୍‌ରେ ଗୋଲ ଦେବାରେ ବିଫଳ ହୋଇଛି। ଅନ୍ୟପଟେ ସ୍ବିଡେନ ତା’ର ଶେଷ ୧୭ଟି ମ୍ୟାଚ୍‌କୁ ଡ୍ର ରଖିନାହିଁ। ୨୦୨୦ ୟୁରୋ କ୍ୱାଲିଫାଇଂରେ ସ୍ପେନ୍‌ ବିପକ୍ଷରେ ସ୍ବିଡେନ ମ୍ୟାଚ୍‌ ଡ୍ର ରଖିଥିଲା। ଏହି ମ୍ୟାଚ୍‌ରେ ୧୨,୫୧୭ ଦର୍ଶକ ଉପସ୍ଥିତ ଥିଲେ। ଶନିବାର ସ୍ପେନ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ପୋଲାଣ୍ଡକୁ ଓ ୨୩ ତାରିଖରେ ସ୍ଲୋଭାକିଆକୁ ଭେଟିବ।
୨୦୦୪ ପରେ ସ୍ବିଡେନ ୟୁରୋକପ୍‌ରେ କେବେ ବି ଗ୍ରୁପ୍‌ ପର୍ଯ୍ୟାୟ ପାର କରିପାରିନାହିଁ। ସ୍ବିଡେନ ଶୁକ୍ରବାର ସ୍ଲୋଭାକିଆକୁ ସେଣ୍ଟ ପିଟର୍ସବର୍ଗରେ ଭେଟିବ ଓ ପରେ ପୋଲାଣ୍ଡକୁ ଭେଟିବ। କୋଭିଡ୍‌-୧୯ କାରଣରୁ ଉଭୟ ଦଳରେ କେତେକ ତାରକା ଖେଳାଳି ସ୍ଥାନ ପାଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯୁବରାଜଙ୍କ ଭଉଣୀଙ୍କୁ ଭଲପାଇ ବସିଥିଲେ ଏହି ଖେଳାଳି: ଜାଣିବା ପରେ ଏପରି ଧମକ ଦେଇଥିଲେ…

ଭାରତୀୟ କ୍ରିକେଟର ରୋହିତ ଶର୍ମା ଡିସେମ୍ବର ୧୩ରେ ନିଜର ୫ମ ବିବାହ ବାର୍ଷିକୀ ପାଳନ କରିଥିଲେ। ୧୩ ଡିସେମ୍ବର ୨୦୧୫ରେ ରୋହିତ ରିତିକା ସଜଦେବଙ୍କୁ ବିବାହ...

ସିନିୟର ମହିଳା ଫୁଟ୍‌ବଲ: ଭାରତୀୟ ଦଳରେ ପ୍ୟାରୀ

ଭୁବନେଶ୍ୱର, ୧୨।୨(କ୍ରୀଡ଼ା ପ୍ରତିନିଧି)-ଚଳିତ ମାସ ୧୪ରୁ ୨୪ ପର୍ଯ୍ୟନ୍ତ ତୁର୍କୀରେ ଭାରତୀୟ ସିନିୟର ମହିଳା ଫୁଟବଲ ଦଳ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ। ୨୦୨୨ ଏଏଫ୍‌ସି ମହିଳା...

ଡିଭିଲିୟର୍ସଙ୍କୁ ଟି୨୦ ବିଶ୍ୱକପ୍‌ ଦଳରେ ଚାହାନ୍ତି ଜଣ୍ଟି ରୋଡ୍ସ

ନୂଆଦିଲ୍ଲୀ,୧୦।୩- ଦକ୍ଷିଣ ଆଫ୍ରିକା ଦଳ ଟି୨୦ ବିଶ୍ୱକପ୍‌ ଜିତିବା ପାଇଁ ସବୁକିଛି କରିବା ଦରକାର। ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସଙ୍କୁ ଅବସରରୁ ଫେରାଇ ଆଣିବାକୁ ପଡ଼ିବ...

ଆଇପିଏଲ୍‌ରେ ପ୍ରଥମ ଲଢ଼େଇ ପାଇଁ ସିଏସ୍‌କେ ପ୍ରସ୍ତୁତ: ଧୋନୀଙ୍କ ସ୍କ୍ବାର୍ଡରେ ରହିବେ ଏହି ଖେଳାଳି; ଜାଣନ୍ତୁ..

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌-୧୩ତମ ସଂସ୍କରଣ। ଏହାର ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ତେବେ ମୁମ୍ବାଇ...

ଇଂଲଣ୍ଡକୁ ହରାଇଲା ଶ୍ରୀଲଙ୍କା

ଲିଡ୍ସ,୨୨।୬ (ପି.ଟି.)- ଚଳିତ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏକ ବଡ଼ ବିପର୍ଯ୍ୟୟ ଘଟାଇଛି। ସ୍ଥାନୀୟ ହେଡିଂଲି ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ବିଶ୍ୱକପ୍‌ର ୨୭ତମ ମ୍ୟାଚ୍‌ରେ ଶ୍ରୀଲଙ୍କା ୨୦ରନରେ...

ସୌରଭ ଗାଙ୍ଗୁଲିଙ୍କ ହାର୍ଟ ସର୍ଜରୀ ସଫଳ

କୋଲକାତା,୩।୧: ବିସିସିଆଇ ଅଧ୍ୟକ୍ଷ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କୁ ଶନିବାର ହାର୍ଟ ଆଟାକ୍‌ ଆସିଥିଲା। ଚିକିତ୍ସା ପାଇଁ ତାଙ୍କୁ ଉଡ୍‌ଲ୍ୟାଣ୍ଡସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ...

ନିଜସ୍ବ ଓ୍ବେବ୍‌ସାଇଟ୍‌ ଲଞ୍ଚ୍‌ କଲେ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ, ୧୭ା୮ (ପି.ଟି.)- ଭାରତୀୟ ଟେନିସ୍‌ ଆଇକନ୍‌ ଲିଆଣ୍ଡର ପେସ୍‌ ଶନିବାର ଦେଶର ୭୪ତମ ସ୍ବାଧୀନତା ଦିବସ ଅବସରରେ ନିଜସ୍ବ ଓ୍ବେବ୍‌ ସାଇଟ୍‌ ଲଞ୍ଚ୍‌ କରିଛନ୍ତି।...

କ୍ୟାରିୟରର ଅନଲକି ଓଭର

କାନବେରା,୨୮।୧୨: ଅଷ୍ଟ୍ରେଲିଆନ ପେସର ଆଣ୍ଡ୍ର୍ୟୁ ଟାଏ ଚଳିତ ବିଗ୍‌ ବାଶ ଲିଗ୍‌ (ବିବିଏଲ)ରେ କ୍ୟାରିୟରର ଅନଲକି ଓଭର ପକାଇଛନ୍ତି। ପର୍ଥ ସ୍କଚର୍ସ ପାଇଁ ଖେଳୁଥିବା ଟାଏ...

Advertisement
Archives

Model This Week