Posted inଜାତୀୟ

ଜିଲା ସଭାପତିଙ୍କୁ ହାତ ଉଠାଇଲେ ସମାଜବାଦୀ ପାର୍ଟି ନେତା: ହସିଲେ ଅଖିଳେଶ

ଲକ୍ଷ୍ନୌ,୭।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହୋଇଛି। ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ମଧ୍ୟ ଜୋରସୋରରେ ଚାଲିଛି। ନିକଟରେ ସମାଜବାଦୀ ପାର୍ଟି(ଏସ୍‌ପି)ପକ୍ଷରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଅପ୍ରୀତିକର ଘଟଣା ଘଟିଥିଲା। ଉତ୍ତର ପ୍ରଦେଶ ବାହ ନିର୍ବାଚନ ମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ଏସ୍‌ପିର ଜାତୀୟ ସାଧାରଣ ସମ୍ପାଦକ ରାମଜୀଲାଲ ସୁମନ ଜିଲା ସଭାପତି ଜିତେନ୍ଦ୍ର ବର୍ମାଙ୍କୁ ଷ୍ଟେଜ ଉପରେ ଚାପୁଡା ମାରିବାକୁ ହାତ ଉଠାଇଥିଲେ। ଏହି ସମୟରେ ବର୍ମାଙ୍କ ପାଖରେ ଏସ୍‌ପି ସୁପ୍ରିମୋ ଅଖିଳେଶ ଯାଦବ ମଧ୍ୟ ଉପସ୍ଥିତ ଥିଲେ। ହେଲେ ସେ ଏହି ଘଟଣାକୁ ସାମାନ୍ୟ କରିବା ପାଇଁ ହସିଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହୋଇଛି।
ବାହରେ ଏସ୍‌ପିର ଏକ ନିର୍ବାଚନ ରାଲିର ଆୟୋଜନ ହୋଇଥିଲା। ଏଥିରେ ରାମଜୀଲାଲ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧନ କରିଥିଲେ। ସେ ଭାଷଣ ଦେଉଥିବା ବେଳେ ବର୍ମା ଓ ଅଖିଳେଶ ପରସ୍ପର ସହ କଥା ହେବାରେ ଲାଗିଥିଲେ। ପ୍ରଥମେ ରାମଜୀଲାଲ କଥାବାର୍ତ୍ତା ବନ୍ଦ କରି ଭାଷଣ ଶୁଣିବାକୁ ହାତ ଦେଖାଇ ବର୍ମାଙ୍କୁ ସଙ୍କେତ ଦେଇଥିଲେ। ହେଲେ ସେ ଏହାକୁ ବୁଝି ପାରି ନଥିଲେ। ଅଖିଲେଶ ମଧ୍ୟ ଭାଷଣ ଚାଲିଥିବା ବେଳେ ବର୍ମାଙ୍କ ସହ କଥାବାର୍ତ୍ତାରେ ମାତିଥିଲେ। ଏଥିରେ ରାଗି ଯାଇ ରାମଜୀଲାଲ ଅଧାରୁ ଭାଷଣ ବନ୍ଦ କରି ବର୍ମାଙ୍କ ପାଖକୁ ଯାଇଥିଲେ। ଏଥିସହ ତାଙ୍କୁ ମାରିବା ପାଇଁ ହାତ ମଧ୍ୟ ଉଠାଇଥିଲେ। ସେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ ଅଖିଲେଶ ଜୋରରେ ହସିବାକୁ ଲାଗିଥିଲେ। ଷ୍ଟେଜରେ ଥିବା ଅନ୍ୟ ନେତାମାନେ ବର୍ମା ଓ ରାମଜୀଲାଲଙ୍କୁ ଦେଖି ଚକିତ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଖିରେ ଆଖିଏ ସ୍ବପ୍ନ: ପାଉଁଶଗଦାରେ ପ୍ରିୟ ପରିଜନଙ୍କୁ ଖୋଜୁଛନ୍ତି ଲୋକେ

ନୂଆଦିଲ୍ଲୀ,୧।୩: ଦିଲ୍ଲୀ ହଂସାରେ ମୃତ୍ୟୁ ସଂଖ୍ୟା ଇତିମଧ୍ୟରେ ୪୫ରେ ପହଞ୍ଚିଛି। ତେବେ ବି ବହୁ ଲୋକ ନିଖୋଜ ରହିଛନ୍ତି। ଆଖିରେ ଆଖିଏ ସ୍ବପ୍ନ ନେଇ ପ୍ରିୟ...

ଛତିଶଗଡ଼ରେ ୫ ଯବାନ ସହିଦ

ରାୟପୁର,୩।୪: ଛତିଶଗଡ଼ରେ ଶନିବାର ଅପରାହ୍ନରେ ମାଓବାଦୀମାନଙ୍କ ସହ ହୋଇଥିବା ଏନ୍‌କାଉଣ୍ଟରରେ ୫ ଯବାନ ସହିଦ ହୋଇଥିବା ବେଳେ ପ୍ରାୟ ୧୫ ଜଣ ଆହତ ହୋଇଥିବା ସୂଚନା...

ଲୋକ ସଭା ଉପନିର୍ବାଚନ: ଏସ୍‌ପି ପାଇଁ ଅଗ୍ନିପରୀକ୍ଷା

ଲକ୍ଷ୍ନୌ,୧୮ା୬(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର ରାମପୁର ଏବଂ ଆଜମଗଡ଼ ଲୋକ ସଭା ଆସନ ଲାଗି ହେବାକୁ ଯାଉଥିବା ଉପନିର୍ବାଚନ ବିରୋଧୀ ଦଳ ସମାଜବାଦୀ ପାର୍ଟି (ଏସ୍‌ପି) ପାଇଁ ଅଗ୍ନିପରୀକ୍ଷା...

ଦିଲ୍ଲୀ ବିଧାନସଭା ନିର୍ବାଚନ: ୪୧୧ ପ୍ରାର୍ଥୀପତ୍ର ନାକଚ

ନୂଆଦିଲ୍ଲୀ,୨୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନରେ ୪୧୧ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ବିଭିନ୍ନ କାରଣରୁ ନାକଚ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ଗୁରୁବାର କୁହାଯାଇଛି। ପ୍ରାର୍ଥୀପତ୍ର କୁଡିକର ଯାଞ୍ଚ୍‌...

‘ଏବେ ୟୁପିଏର ଅସ୍ଥିତ୍ୱ ନାହିଁ’

ନୂଆଦିଲ୍ଲୀ,୧।୧୨: ମିଳିତ ପ୍ରଗତିଶୀଳ ସହଯୋଗୀ ମେଣ୍ଟ (ୟୁପିଏ/ଉପା) କ’ଣ? ଏହାର ଏବେ ଅସ୍ଥିତ୍ୱ ନାହିଁ। ମୁମ୍ବାଇରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କୁ...

ମୋଦିଙ୍କ ସହିତ ଗୁପ୍ତବୈଠକ: ମିଳିମିଶି କାମ କରିବାକୁ ମନା କରିଥିଲେ ଶରଦ ପାଓ୍ବାର !

ନୂଆଦିଲ୍ଲୀ,୩।୧୨: ମହାରାଷ୍ଟ୍ରରେ ସରକାର ଗଠନ ନେଇ ସଙ୍କଟ ଦେଖାଦେଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଭେଟିଥିଲେ। ଏହି ଗୁପ୍ତବୈଠକରେ କେଉଁ କେଉଁ...

ନିୟନ୍ତ୍ରଣ ରେଖାରେ ହାଇ ଆର୍ଲଟ: ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଷଡ଼ଯନ୍ତ୍ର ରଚିଛି ପାକିସ୍ତାନ

ଶ୍ରୀନଗର,୧୮।୮: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ହାଇ ଆର୍ଲଟ ଜାରି ହୋଇଛି। ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ ବାହାନାରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଉଦ୍ୟମ ଜାରି ରଖିଥିବା ଭାରତୀୟ...

ଶିକ୍ଷକଙ୍କ ବଦଳି ଶୁଣି ବିକଳରେ କାନ୍ଦିଲେ ଛାତ୍ରୀଛାତ୍ର: ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଭୋପାଳ,୧୯।୮: ସରକାରୀ ଚାକିରିରେ ବଦଳି ହେବା ଏକ ସାଧାରଣ ଘଟଣା। ତେବେ ମଧ୍ୟପ୍ରଦେଶ କଟନିରେ ଥିବା ଏକ ସ୍କୁଲରେ ଶିକ୍ଷକଙ୍କ ବଦଳି ଖବର ଶୁଣି ଛାତ୍ରୀଛାତ୍ର...

Advertisement
Archives

Model This Week