Posted inଜାତୀୟ

ପୃଥିବୀକୁ ଖସିପାରେ ସୋଭିଏଟ୍‌ ମହାକାଶ ଯାନ

ନୂଆଦିଲ୍ଲୀ,୩୧।୫ :ଶୁକ୍ର ଗ୍ରହ ସମ୍ପର୍କରେ ଗବେଷଣା ଲାଗି ତତ୍କାଳୀନ ସୋଭିଏଟ୍‌ ରୁଷ୍‌ ୧୯୭୨ରେ ପଠାଇଥିବା ଏକ ମହାକାଶ ଯାନ ପୃଥିବୀ ପୃଷ୍ଠକୁ ଖସିବାର ସମ୍ଭାବନା ସୃଷ୍ଟି ହୋଇଛି। ଭେନେରା ୮ ମିଶନ ଅନ୍ତର୍ଗତ ମହାକାଶ ଯାନ କସ୍‌ମସ-୪୮୨ ଲଞ୍ଚ ହେବା ପରେ ଏହା ପୃଥିବୀ କକ୍ଷପଥ ଅତିକ୍ରମ କରିବାରେ ବିଫଳ ହୋଇଥିଲା। ମହାକାଶ ସ୍ଥିତି ସମ୍ପର୍କରେ ସତର୍କ କରାଉଥିବା ଏକ ସଂସ୍ଥା ମାର୍କୋ ଲାଙ୍ଗବ୍ରୋକ୍‌ର ରିପୋର୍ଟ ଅନୁଯାୟୀ କସ୍‌ମସ୍‌ ୪୮୨ ଏବେ ବି ପୃଥିବୀ ଚତୁଃପାର୍ଶ୍ୱରେ ଚୂଡ଼ାନ୍ତ ଟ୍ରାଜେକ୍ଟୋରିରେ ରହିଛି। ୨୦୨୫-୨୬ ବେଳକୁ ଏହା ପୃଥିବୀ ବାୟୁମଣ୍ଡଳ ମଧ୍ୟରେ ପ୍ରବେଶ କରିପାରେ ବୋଲି ଲାଙ୍ଗବ୍ରୋକ୍‌ ଆକଳନ କରିଛି।
ମହାକାଶ ଯାନ ୭,୭୦୦ କିଲୋମିଟରରୁ ଅଧିକ ତଳକୁ ଖସିଥିବା ଜଣାପଡ଼ିଛି। ଗତ ମେ’ ୧ରେ ଏହା ୧୯୮x୧୯୫୭ କିଲୋମିଟର ଅର୍ବିଟରେ ରହିଥିବା ଜଣେ ମହାକାଶ ବିଜ୍ଞାନୀ କହିଛନ୍ତି। ଶୁକ୍ର ଗ୍ରହରେ ଅବତରଣ କରିବାକୁ ଥିବା ୧,୧୮୦ କିଲୋଗ୍ରାମ ଓଜନର ଏହି ମହାକାଶ ଯାନ ସେଠାର ଘନ ବାୟୁମଣ୍ଡଳ ମଧ୍ୟରେ ପ୍ରବେଶ କରିବା ଲାଗି ଆବଶ୍ୟକ ଟେକ୍‌ନୋଲୋଜି ଓ ଉପାଦାନରେ ନିର୍ମାଣ କରାଯାଇଥିଲା। ତେଣୁ ପୃଥିବୀ ବାୟୁମଣ୍ଡଳରେ ପୁନଃପ୍ରବେଶ କଲେ ଏହାର ଲ୍ୟାଣ୍ଡର କ୍ଷତିଗ୍ରସ୍ତ ନ ହୋଇପାରେ ବୋଲି କୁହାଯାଉଛି। ଏହା ୫୨ ଡିଗ୍ରୀ ଉତ୍ତର ଏବଂ ୫୨ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶ ମଧ୍ୟରେ ଖସିବା ସମ୍ଭାବନା ରହିଛି ଯାହା ମଧ୍ୟରେ ୟୁରୋପ, ଏସିଆ, ଆମେରିକାର କେତେକ ଅଞ୍ଚଳ ଏବଂ ସମ୍ପୂର୍ଣ୍ଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ରହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପେନ୍‌ସନ ଅର୍ଥରେ ମନ୍ଦିର ତୋଳିଲେ ମୁସଲମାନ ବ୍ୟକ୍ତି

ଚାମରାଜନଗର,୧୨।୪: କର୍ନାଟକରେ କିଛି ମାସ ହେଲା ସାମ୍ପ୍ରଦାୟିକ ଉତ୍ତେଜନା ଲାଗି ରହିଥିବାବେଳେ ଚାମରାଜନଗର ଜିଲାରେ ଜଣେ ମୁସଲମାନ ନିଜ ପେନ୍‌ସନ ଅର୍ଥରେ ମନ୍ଦିର ନିର୍ମାଣ କରି...

ମେଘାଳୟରେ ସରକାର ଗଠନ କରିବ ଟିଏମ୍‌ସି: ସୁଷ୍ମିତା ଦେବ…

କୋଲକାତା,୪।୧ : ତୃଣମୂଳ କଂଗ୍ରେସ(ଟିଏମ୍‌ସି)ନେତ୍ରୀ ତଥା ରାଜ୍ୟସଭା ସଦସ୍ୟା ସୁଷ୍ମିତା ଦେବ କହିଛନ୍ତି ଯେ ମେଘାଳୟର ଲୋକମାନେ ବର୍ତ୍ତମାନର କୋନରାଡ ସାଙ୍ଗମା ସରକାରରେ ଆତଙ୍କିତ ଅଛନ୍ତି।...

ଆଇଆର୍‌ଏସ୍‌ ଅଫିସରଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ,୧୨ା୧୦(ପି.ଟି.): ଜାଲ୍‌ କାଗଜପତ୍ର ଦେଇ ୟୁପିଏସ୍‌ସି ପରୀକ୍ଷାରେ ପାସ୍‌ କରିଥିବା ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌)ର ଜଣେ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସୀମାଶୁଳ୍କ...

୨୨ରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ

ନୂଆଦିଲ୍ଲୀ,୨୦।୧: ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡ୍‌ବ୍ଲ୍ୟୁସି)ର ବୈଠକ । ଏହି ବୈଠକରେ ଦଳର ସାଂଗଠନିକ ନିର୍ବାଚନ ଲାଗି...

ଚଳିତ ବର୍ଷ ଶେଷସୁଦ୍ଧା ଭାରତକୁ ଆସିବ କରୋନା ପ୍ରତିଷେଧକ ଟୀକା ‘କୋରୋଫ୍ଲୁ’ !

ନୂଆଦିଲ୍ଲୀ,୬।୪: ଦିନକୁ ଦିନ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ରୋକିବା ପାଇଁ ପ୍ରତିଷେଧକ ଟୀକା ‘କୋରୋଫ୍ଲୁ’ ଚଳିତ ବର୍ଷ ଶେଷସୁଦ୍ଧା ଭାରତକୁ ଆସିବାର...

ଶସ୍ତା ହେବ ଏସବୁ ଔଷଧ, ସ୍ବାସ୍ଥ୍ୟମନ୍ତ୍ରୀ ଜାରି କଲେ ନୂଆ ତାଲିକା…

ନୂଆଦିଲ୍ଲୀ, ୧୩।୯ : ଅତ୍ୟାବଶ୍ୟକ ଔଷଧ ଦେଶରେ ଏବେ ଶସ୍ତା ହେବାକୁ ଯାଉଛି। ଆଇଭର୍ମେକ୍ଟିନ, ମୁପିରୋସିନ, ନିକୋଟିନ ରିପ୍ଲେସମେଣ୍ଟ ଥେରାପି ଭଳି କେତେକ ଆଣ୍ଟି-ଇନଫେକ୍ସନ ଔଷଧ...

ଏଲଟିଟିଇକୁ ପୁଣି ସକ୍ରିୟ କରିବାକୁ ଆଇଏସଆଇ ରଚିଛି ଷଡ଼ଯନ୍ତ୍ର…

ଚେନ୍ନାଇ,୨୫।୧୨ : ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ତାମିଲନାଡୁର ଲିବରେଶନ ଟାଇଗର୍ସ ଅଫ ତାମିଲ ଇଲମ (ଏଲଟିଟିଇ) କୁ ପୁଣି ସକ୍ରିୟ କରିବାକୁ ଷଡ଼ଯନ୍ତ୍ର ରଚିଛି।...

ସୀମା ବିବାଦର ସମାଧାନ କର, ନହେଲେ ଗାଦି ଛାଡ, ବିରୋଧୀଙ୍କ ପ୍ରଦର୍ଶନ…

ନାଗପୁର,୨୬।୧୨ : ମହାରାଷ୍ଟ୍ର ଏବଂ କର୍ନାଟକ ମଧ୍ୟରେ ସୀମା ବିବାଦ ବଢ଼ିବାରେ ଲାଗିଛି। ଏନେଇ ବିରୋଧୀ ଦଳର ନେତାମାନେ ସୋମବାର ନାଗପୁରରେ ପ୍ରଦର୍ଶନ କରିଛନ୍ତି। ମହାରାଷ୍ଟ୍ରର...

Advertisement
Archives

Model This Week