Posted inଜାତୀୟ

ପୃଥିବୀକୁ ଖସିପାରେ ସୋଭିଏଟ୍‌ ମହାକାଶ ଯାନ

ନୂଆଦିଲ୍ଲୀ,୩୧।୫ :ଶୁକ୍ର ଗ୍ରହ ସମ୍ପର୍କରେ ଗବେଷଣା ଲାଗି ତତ୍କାଳୀନ ସୋଭିଏଟ୍‌ ରୁଷ୍‌ ୧୯୭୨ରେ ପଠାଇଥିବା ଏକ ମହାକାଶ ଯାନ ପୃଥିବୀ ପୃଷ୍ଠକୁ ଖସିବାର ସମ୍ଭାବନା ସୃଷ୍ଟି ହୋଇଛି। ଭେନେରା ୮ ମିଶନ ଅନ୍ତର୍ଗତ ମହାକାଶ ଯାନ କସ୍‌ମସ-୪୮୨ ଲଞ୍ଚ ହେବା ପରେ ଏହା ପୃଥିବୀ କକ୍ଷପଥ ଅତିକ୍ରମ କରିବାରେ ବିଫଳ ହୋଇଥିଲା। ମହାକାଶ ସ୍ଥିତି ସମ୍ପର୍କରେ ସତର୍କ କରାଉଥିବା ଏକ ସଂସ୍ଥା ମାର୍କୋ ଲାଙ୍ଗବ୍ରୋକ୍‌ର ରିପୋର୍ଟ ଅନୁଯାୟୀ କସ୍‌ମସ୍‌ ୪୮୨ ଏବେ ବି ପୃଥିବୀ ଚତୁଃପାର୍ଶ୍ୱରେ ଚୂଡ଼ାନ୍ତ ଟ୍ରାଜେକ୍ଟୋରିରେ ରହିଛି। ୨୦୨୫-୨୬ ବେଳକୁ ଏହା ପୃଥିବୀ ବାୟୁମଣ୍ଡଳ ମଧ୍ୟରେ ପ୍ରବେଶ କରିପାରେ ବୋଲି ଲାଙ୍ଗବ୍ରୋକ୍‌ ଆକଳନ କରିଛି।
ମହାକାଶ ଯାନ ୭,୭୦୦ କିଲୋମିଟରରୁ ଅଧିକ ତଳକୁ ଖସିଥିବା ଜଣାପଡ଼ିଛି। ଗତ ମେ’ ୧ରେ ଏହା ୧୯୮x୧୯୫୭ କିଲୋମିଟର ଅର୍ବିଟରେ ରହିଥିବା ଜଣେ ମହାକାଶ ବିଜ୍ଞାନୀ କହିଛନ୍ତି। ଶୁକ୍ର ଗ୍ରହରେ ଅବତରଣ କରିବାକୁ ଥିବା ୧,୧୮୦ କିଲୋଗ୍ରାମ ଓଜନର ଏହି ମହାକାଶ ଯାନ ସେଠାର ଘନ ବାୟୁମଣ୍ଡଳ ମଧ୍ୟରେ ପ୍ରବେଶ କରିବା ଲାଗି ଆବଶ୍ୟକ ଟେକ୍‌ନୋଲୋଜି ଓ ଉପାଦାନରେ ନିର୍ମାଣ କରାଯାଇଥିଲା। ତେଣୁ ପୃଥିବୀ ବାୟୁମଣ୍ଡଳରେ ପୁନଃପ୍ରବେଶ କଲେ ଏହାର ଲ୍ୟାଣ୍ଡର କ୍ଷତିଗ୍ରସ୍ତ ନ ହୋଇପାରେ ବୋଲି କୁହାଯାଉଛି। ଏହା ୫୨ ଡିଗ୍ରୀ ଉତ୍ତର ଏବଂ ୫୨ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶ ମଧ୍ୟରେ ଖସିବା ସମ୍ଭାବନା ରହିଛି ଯାହା ମଧ୍ୟରେ ୟୁରୋପ, ଏସିଆ, ଆମେରିକାର କେତେକ ଅଞ୍ଚଳ ଏବଂ ସମ୍ପୂର୍ଣ୍ଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ରହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରଜରେ ଶିବମନ୍ଦିର ପରିସରରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

କୋରାପୁଟ,୧୪ା୬(ଅମିତାଭ ବେହେରା): କୋରାପୁଟ ସହର ଉପକଣ୍ଠ ବଡ଼ ଚିନ୍ଦ୍ରି ଗୋପନଗରସ୍ଥିତ ଚନ୍ଦ୍ରଶେଖର ଶିବମନ୍ଦିର ପରିସରରୁ ରବିବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ…

ସରପଞ୍ଚ ଚାମେଲି ଓଝାଙ୍କ ଘଟଣା: ମନ୍ତ୍ରୀ କହିଲେ ରିପୋର୍ଟ ଆସିଲେ…

ଭୁବନେଶ୍ୱର,୧୪ା୬: ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ଘଟଣାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ…

ବିଜେଡିରେ ସାମିଲ ହେଲେ ଭାଜପା-କଂଗ୍ରେସର ୫୦ରୁ ଊର୍ଦ୍ଧ୍ୱ କର୍ମୀ

ଥୁଆମୂଳ ରାମପୁର,୧୪ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ଖଣ୍ଡୁଆଳ ଖେଳ ପଡ଼ିଆଠାରେ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଏକ ଦିନିକିଆ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ…

ରଜରେ ରକ୍ତପାତ: ଜନ୍ମକଲା ମା’କୁ ବୀଭତ୍ସ ଭାବେ ହତ୍ୟା କଲା ପୁଅ

ବନ୍ତ, ୧୪।୬ (କିଶୋର କୁମାର ସେଠୀ): ଭଦ୍ରକ ଜିଲାର ବନ୍ତ ଥାନା ଅଞ୍ଚଳରେ ରଜ ପର୍ବ ଅବସରରେ ଘଟିଛି ଏକ ହୃଦୟବିଦାରକ ଘଟଣା। ପାରିବାରିକ କଳହକୁ କେନ୍ଦ୍ର…

ଇରାନରେ ଆରାଘଚିଙ୍କ ବିରୋଧରେ ବିଶାଳ ପ୍ରତିବାଦ; ନିଜ ବିଦେଶ ମନ୍ତ୍ରୀଙ୍କ ବିରୋଧରେ ବିଦ୍ରୋହ କଲେଣି ଲୋକେ

ତେହରାନ,୧୪।୬: ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ଖୁବ ଶୀଘ୍ର ହେବା ପରି ମନେ ହେଉଛି; ତଥାପି, ଇରାନ ଭିତରେ ବୈଦେଶିକ ମନ୍ତ୍ରୀ ସୟଦ…

ଆକ୍ସନମୋଡାରେ ଆନନ୍ଦପୁର ଉପଖଣ୍ଡ ପୋଲିସ: ଚଢ଼ାଉ କରି ୬୯ ଲିଟର ନାମୀଦାମୀ ବିଦେଶୀ ବ୍ରାଣ୍ଡ ଜବତ

 ହାଟଡିହୀ/ଆନନ୍ଦପୁର, ୧୪/୦୬ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): ବେଆଇନ ଭାବେ ବିଦେଶୀ ମଦ ଗଚ୍ଛିତ ରଖି ବିକ୍ରି କରାଯାଉଥିବା ସମୟରେ କେନ୍ଦୁଝର ଜିଲାର  ଆନନ୍ଦପୁର ଉପଖଣ୍ଡ ପୋଲିସ…

ଧୂଷୁରୀ ବଜାରର ଦୁର୍ଦ୍ଦଶା ଥମୁନି, ଯାତାୟାତ ପାଇଁ ସଙ୍କୁଚିତ ହୋଇପଡୁଛି ରାସ୍ତା

ତିହିଡ଼ି,୧୪ା୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧୂଷୁରୀ କେବଳ ଏକ ସ୍ଥାନର ନାମ ନୁହେଁ, ଏହା ଏକ ଗର୍ବ ଓ ଗୌରବର ମାଟି। ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବହୁ…

ବକ୍ସ କଣ୍ଡୁଇଟ୍‌ ଅଧୁରା, କେନାଲକୁ ବାଲିବସ୍ତା ଭରସା: ତଳିମୁଣ୍ଡ ଚାଷୀମାନଙ୍କ ବଢ଼ିଲା ଚିନ୍ତା

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ସରକାର ବଦଳିବା ପରେ ବିକଶିତ ବରଗଡ଼ ଲକ୍ଷ୍ୟ ନେଇ ଡ୍ରେନ ନିର୍ମାଣଠାରୁ ଆରମ୍ଭ କରି ରାସ୍ତା ପ୍ରଶସ୍ତୀକରଣ, ଆଲୋକୀକରଣ, ଧନୁଯାତ୍ରାର ସ୍ଥାୟୀ ମଞ୍ଚ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri