Posted inଫୁରସତ

ସାଉଥ୍‌ କୋରିଆ

ଏସିଆ ମହାଦେଶର ପୂର୍ବ ଭାଗରେ ରହିଛି ସାଉଥି କୋରିଆ। ଏହା ପୃଥିବୀର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଗଣିତ। ତେବେ ଜାଣିବା ଏହି ଦେଶ ସମ୍ପର୍କରେ କିଛି ରୋଚକ ତଥ୍ୟ…
ପୃଥିବୀର ସବୁଠୁ କମ୍‌ ସଂଖ୍ୟକ ମେଦବହୁଳ ବ୍ୟକ୍ତି ଏଠାରେ ରହନ୍ତି।
ଏହି ଦେଶରେ ଶିଶୁ ଜନ୍ମ ହେବା ମାତ୍ରେ ଏକ ବର୍ଷ ବୟସ ବୋଲି ଗଣାଯାଏ। ତେଣୁ ଆବଶ୍ୟକ ସ୍ଥଳେ ଏଠାକାର ବାସିନ୍ଦାଙ୍କୁ ଦୁଇଟି ତାରିଖ କହିବାକୁ ହୋଇଥାଏ। ଆଶ୍ଚର୍ଯ୍ୟ କଥା ହେଉଛି, ଏଠାରେ ନବ ବର୍ଷରୁ ହିଁ ମଣିଷର ବୟସ ଗଣନା କରାଯାଏ।
ଏହି ଦେଶରେ ସମୁଦାୟ ୨୫୦ଟି ସଂଜ୍ଞା ବ୍ୟବହାର ହେଉଥିବା ମଧ୍ୟ ପ୍ରାୟ ଅଧାରୁ ଊର୍ଦ୍ଧ୍ୱ ଲୋକେ କିମ୍‌, ପାର୍କ ଏବଂ ଲି ତିନୋଟି ସଂଜ୍ଞାକୁ ବ୍ୟବହାର କରିଥା’ନ୍ତି।
ଯଦିଓ ଏହି ଦେଶର ଅର୍ଦ୍ଧାଂଶ ଜଙ୍ଗଲ ପରିବେଷ୍ଟିତ, ତଥାପି ଏହା ପୃଥିବୀର ଏକ ଉନ୍ନତ ସହରଥିବା ଦେଶ।
ଏଠାରେ ସମସ୍ତଙ୍କ ଘରେ ବ୍ରଡ୍‌ବ୍ୟାଣ୍ଡ ସଂଯୋଗ ରହିଛି। ପୃଥିବୀର ସବୁଠୁ ଦ୍ରୁତ ଇଣ୍ଟରନେଟ୍‌ ସ୍ପିଡ୍‌ ଏଠାରେ ରହିଛି। ଅର୍ଥାତ୍‌ ଏଠାରେ ମାତ୍ର ଏକ ସେକେଣ୍ଡରେ ୩୩.୫ ମେଗାବାଇଟ୍‌ ଡାଟା ଡାଉନ୍‌ଲୋଡ୍‌ କରାଯାଇପାରୁଥିବା ବେଳେ ୧୭ ମେଗାବାଇଟ୍‌ ଡାଟା ଅପ୍‌ଲୋଡ୍‌ ହୋଇପାରେ।
ଏଠାରେ ଉଭୟ ନାରୀ ଏବଂ ପୁରୁଷ ଏକା ପ୍ରକାର କସ୍‌ମେଟିକ୍‌ ପ୍ରଡକ୍ଟ ବ୍ୟବହାର କରନ୍ତି। ଏଠାକାର ପ୍ରସ୍ତୁତ ସ୍କିନ୍‌ କେୟାର୍‌ ପ୍ରଡକ୍ଟ ପୃଥିବୀର ସବୁଠୁ ଶୀଘ୍ର ବିକ୍ରି ହୋଇଥାଏ।
ଦକ୍ଷିଣ କୋରିଆ ରାଜଧାନୀ ସିଓଲ୍‌ଠାରେ ସର୍ବାଧିକ ପ୍ଲାଷ୍ଟିକ୍‌ ସର୍ଜରି କରାଯାଉଥିବାରୁ ଏହାକୁ ପୃଥିବୀର କସ୍‌ମେଟିକ୍‌ ରାଜଧାନୀ ବୋଲି ବିଚାର କରାଯାଏ।
ଏଠାରେ ଥିବା ଇଞ୍ଚେଅନ୍‌ ଏୟାରପୋର୍ଟ, ଯାହାକି ପୃଥିବୀର ଅନ୍ୟ ବୃହତ୍ତମ ଏୟାରପୋର୍ଟଗୁଡ଼ିକ ମଧ୍ୟରେ ଅନ୍ୟତମ। ଏଥିରେ ରହିଛି ଓ୍ବାଲର୍‌ଡକ୍ଲାସ୍‌ ପାସେଞ୍ଜର ଟର୍ମିନାଲ, ଶପିଂ କମ୍ପ୍ଲେକ୍ସ, ଫୁଡ୍‌ ହବ୍‌ ଇଦ୍ୟାଦି ଅନେକ ସୁବିଧା।
ବିଭିନ୍ନ ପ୍ରକାର କମ୍ପ୍ୟୁଟର ଗେମ୍‌ ପ୍ରସ୍ତୁତ କରିବାରେ ଏହା ପୃଥିବୀର ସବୁଠୁ ଆଗୁଆ ଦେଶ।
ଏଠାକାର ଲୋକେ ଖୁବ୍‌ ଅନ୍ଧବିଶ୍ୱାସୀ। ସେଠାରେ ସଂଖ୍ୟା ୪କୁ ଅଶୁଭ ମନାଯାଉଥିବା ବେଳେ ଲାଲରଙ୍ଗରେ କାହାର ନାମ ଲେଖିଲେ ମୃତ୍ୟୁ ହୋଇଯାଏ ବୋଲି ଅନ୍ଧବିଶ୍ୱାସ ରହିଛି।
ମଦ ପିଇବାରେ ଏହା ପୃଥିବୀର ଅଗ୍ରଣୀ ୨୦ ଦେଶ ମଧ୍ୟରେ ସାମିଲ ଅଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଯେ, ଏଠାରେ ଅଫିସ୍‌ରେ କାର୍ଯ୍ୟକାଳ ସମାପ୍ତ ହେବା ପରେ ବସ୍‌ ଏବଂ ସହକର୍ମୀଙ୍କ ସହ ଏକାଠି ମଦ ପିଇବା ବାଧ୍ୟତାମୂଳକ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri