Posted inଖେଳ

କ୍ୱାର୍ଟର ଫାଇନାଲରେ ଦକ୍ଷିଣ କୋରିଆ

ଭୁବନେଶ୍ୱର, ୨୪।୧ (କ୍ରୀଡ଼ା ପ୍ରତିନିଧି): ଦକ୍ଷିଣ କୋରିଆ ଅନ୍ତିମ ଦଳଭାବେ ଚଳିତ ହକିି ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ କ୍ରସ୍‌ ଓଭର ମ୍ୟାଚରେ ଦଳ ଶୁଟଆଉଟରେ ୩-୨ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ମ୍ୟାାଚ ୫-୫ ଗୋଲରେ ବରାବର ରହିବାରୁ ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍‌ଆଉଟ ପଦ୍ଧତି ଅବଲମ୍ବନ କରାଯାଇଥିଲା। ଏହି ପର୍ଯ୍ୟାୟରେ କୋରିଆ ୩ଟି ଗୋଲ ଦେଇଥିବାବେଳେ ଆର୍ଜେଣ୍ଟନା ଗୋଲ ସଂଖ୍ୟା ୨ରେ ସୀମିତ ରହିଥିଲା। ଆର୍ଜେଣ୍ଟିନା ପକ୍ଷରୁ ନିକୋଲାସ କିନାନ ଓ ମାଇକୋ କାସେଲା ଗୋଲ ଦେଇଥିବାବେଳେ ଟୋମାସ ଡୋମେନେ, ଲୁକାସ ଟୋସକାନି ଓ ମାର୍ଟିନ ଫେରେରୋ ମିସ୍‌ କରିଥିଲେ। ଅନ୍ୟପକ୍ଷରେ କୋରିଆ ପକ୍ଷରୁ କେବଳ ଟାଏଇଲ୍‌ ହ୍ବାଙ୍ଗ୍‌ ବିଫଳ ହୋଇଥିବା ବେଳେ ଲୀ ଜୁଙ୍ଗଜୁନ୍‌, ୍ଯଯୋନ ଜି ଉ ଏବଂ ମାଞ୍ଜାଏ ଜୁଙ୍ଗ୍‌ ଗୋଲ ଦେବାରୁ ୫ମ ସ୍କୋରରଙ୍କ ଆବଶ୍ୟକ ପଡ଼ି ନ ଥିଲା। ଜୁଙ୍ଗ୍‌ଙ୍କ ଗୋଲ ସହ କୋରିଆର ବିଜୟ ଉତ୍ସବ ଆରମ୍ଭ ହୋଇ ଯାଇଥିଲା। ନିର୍ଦ୍ଧାରିତ ସମୟରେ ୨ଟି ଗୋଲ ଦେବା ସହ କୋରିଆ ରକ୍ଷଣଭାଗରେ ଚମତ୍କାର ପ୍ରଦର୍ଶନ କରିଥିବା ଜୋଙ୍ଗହ୍ୟୁନ ଜାଙ୍ଗ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଦକ୍ଷିଣ କୋରିଆ ୨୫ ତାରିଖରେ ଗତ ସଂସ୍କରଣର ରନରଅପ୍‌ ନେଦରଲାଣ୍ଡ୍ସକୁ କ୍ୱାର୍ଟର ଫାଇନାଲରେ ଭେଟିବ। ଅନ୍ୟପକ୍ଷରେ ଆର୍ଜେଣ୍ଟିନା କ୍ଲାସିଫିକେଶନ ମ୍ୟାଚ ଖେଳିବ।
ଆର୍ଜେଣ୍ଟିିନା-କୋରିଆ ମ୍ୟାଚ ଆରମ୍ଭରୁ ବେଶ୍‌ ରୋମାଞ୍ଚକ ରହିଥିଲା। ୭ମ ମିନିଟରେ ଏକ ଫିଲ୍ଡ ଗୋଲ ଦେଇ ଆର୍ଜେଣ୍ଟିନାକୁ ଅଗ୍ରଣୀ କରିଥିଲେ ମାଇକୋ କାସେଲା। ୯ମ ମିନିଟରେ କୋରିଆ ପେନାଲ୍ଟି କର୍ନର ପାଇଥିଲେ ହେଁ ଗୋଲ ପରିଶୋଧ କରିପାରି ନ ଥିଲା। ଦ୍ୱିିତୀୟ କ୍ୱାର୍ଟର ଆରମ୍ଭରେ ଅର୍ଥାତ୍‌ ୧୭ତମ ମିନିଟରେ କୋରିଆର କିମ୍‌ ସୁଙ୍ଗହ୍ୟୁନ ଗୋଲଟି ପରିଶୋଧ କରି ମ୍ୟାଚରେ ଉଷ୍ମତା ଭରିଥିଲେ। ଆର୍ଜେଣ୍ଟିନାର ଡି’ ଏରିଆ ମଧ୍ୟରେ ଜୁଙ୍ଗଜୁନ୍‌ ଲୀ ସାଥି ଖେଳାଳି ତାଇଲ ହ୍ବାଙ୍ଗ୍‌ଙ୍କୁ ପାସ୍‌ ଦେଇଥିଲେ। ହ୍ବାଙ୍ଗ୍‌ କାଳ ବିଳମ୍ବ ନ କରି ତାହାକୁ ସୁଙ୍ଗ୍‌ହ୍ୟୁନଙ୍କ ପାଖକୁ ପଠାଇ ଦେଇଥିଲେ। ଏହାର ଭରପୂର ସଦବ୍ୟବହାର କରି ସେ ଗୋଲ ସ୍କୋର କରିଥିଲେ। ତତ୍‌କ୍ଷଣାତ ଆର୍ଜେଣ୍ଟିନା କାଉଣ୍ଟର ଆକ୍ରମଣ କରି ୧୮ତମ ମିିନିଟରେ ଏକ ପେନାଲ୍ଟି କର୍ନର ପାଇଥିଲା। ମାତ୍ର କୋରିଆ ଏହାକୁ ସଫଳତାର ସହ ଡିିଫେଣ୍ଡ କରିଥିଲା। ୧୯ତମ ମିନିଟରେ କୋରିଆ ଲଗାାତର ୨ଟି ପେନାଲ୍ଟି କର୍ନର ପାଇଥିବାବେଳେ ଏଥିରୁ ଗୋଟିଏକୁ ଗୋଲରେ ପରିଣତ କରିଥିଲା। ଜୁନ୍‌ ଉ ଜିଓଙ୍ଗ ଏହି ଗୋଲଟି ଦେଇଥିଲେ। ମାତ୍ର ଦଳର ଏହି ଖୁସି ବେଶୀ ସମୟ ତିଷ୍ଠି ନ ଥିଲା। ୨୦ତମ ମିନିଟରେ ନିକୋଲାସ କିନାନ ଏକ ଫିଲ୍ଡ ଗୋଲ ମାଧ୍ୟମରେ ମ୍ୟାଚକୁ ୨-୨ ସ୍ଥିତିକୁ ନେଇ ଆସିଥିଲେ। ଆର୍ଜେଣ୍ଟିନା ଏତିକିରେ ସନ୍ତୁଷ୍ଟ ହୋଇ ନଥିଲା। ୨୩ତମ ମିନିଟରେ ଦଳକୁ ମିିଳିଥିବା ପେନାଲ୍ଟିି କର୍ନରକୁ ଗୋଲରେ ପରିଣତ କରି ନିକୋଲାସ ଡେଲା ଟୋରେ ପ୍ରଥମାର୍ଦ୍ଧ ଶେଷ ବେଳକୁ ଆର୍ଜେଣ୍ଟିନାର ଅଗ୍ରଣୀ ବ୍ୟବଧାନକୁ ୩-୨ରେ ପହଞ୍ଚାଇ ଦେଇଥିଲେ।
ତୃତୀୟ କ୍ୱାର୍ଟରରେ ରୋମାଞ୍ଚ ବଢ଼ିଥିଲା। ୪୦ତମ ମିନିଟରେ କୋରିଆକୁ ମିଳିଥିବା ପେନାଲ୍ଟି କର୍ନରକୁ ଜାଙ୍ଗ୍‌ ଜୋଙ୍ଗହ୍ୟୁନ ଗୋଲରେ ପରିଣତ କରି ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ମାତ୍ର କାଉଣ୍ଟର ଆକ୍ରମଣ କରି ଆର୍ଜେଣ୍ଟନା ସେହି ୪୦ତମ ମିନିଟରେ ହିଁ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା। ପ୍ରଥମ ଉଦ୍ୟମରେ ଆର୍ଜେଣ୍ଟିିନା ବିଫଳ ହୋଇଥିଲେ ହେଁ କ୍ରମାଗତ ଦ୍ୱିତୀୟ ପେନାଲ୍ଟି କର୍ନରକୁ ଗୋଲରେ କନଭର୍ଟ କରି ନିକୋଲାସ ଡେଲା ଟୋରେ ଆର୍ଜେଣ୍ଟନାକୁ ପୁଣି ଅଗ୍ରଣୀ କରାଇଥିଲେ। ଡେଲା ଟୋରେଙ୍କର ଏହାଥିଲା ବ୍ୟକ୍ତିଗତ ଦ୍ୱିତୀୟ ଗୋଲ। କୋରିଆ ସଂଘର୍ଷ ଜାରି ରଖିଥିଲା। ୪୩ତମ ମିନିଟରେ ଦଳ ନିକଟରେ ମ୍ୟାଚ ସମାନ ସ୍ତରକୁ ଆଣିବାକୁ ସୁଯୋଗ ରହିିଥିଲା। ମାତ୍ର ଜୋଙ୍ଗ୍‌ହ୍ୟୁନ୍‌ଙ୍କ ଶଟ୍‌କୁ ଆର୍ଜେଣ୍ଟିନା ଗୋଲକିପର ଟୋମାସ ସାଣ୍ଟିଆଗୋ ରୋକିବାରେ ସକ୍ଷମ ହୋଇଥିଲେ। ଫଳରେ ତୃତୀୟ କ୍ୱାର୍ଟର ଶେଷ ବେଳକୁ ଆର୍ଜେଣ୍ଟିନା ଅଗ୍ରଣୀ ବଳବତ୍ତର ରହିଥିଲା। ଚତୁର୍ଥ କ୍ୱାର୍ଟରରେ ମଧ୍ୟ ଆର୍ଜେଣ୍ଟିନା ପ୍ରଭାବୀ ରହିଥିଲା। ଅଧିକାଂଶ ସମୟ କୋରିଆ ହାଫ୍‌ରେ ବଲ୍‌ ରଖିବାରେ ସକ୍ଷମ ହୋଇଥିଲା ଏହି ଦଳ। କୋରିଆର ଡି’ ଏରିଆ ମଧ୍ୟରେ ବଲ୍‌ ପାଇଁ ସଂଘର୍ଷ ଚାଲିଥିବାବେଳେ ୪୬ତମ ମିିନିଟରେ ଲୁକାସ ଟୋସ୍କାନିଙ୍କଠାରୁ ବାମ ପଟରୁ ପାଇଥିବା ପାସ୍‌କୁ ଗୋଲରେ ପରିଣତ କରିଥିଲେ ନିକୋଲାସ କିନାନ। ଏହାଥିଲା କିନାନଙ୍କର ବ୍ୟକ୍ତିଗତ ଦ୍ୱିତୀୟ ଏବଂ ଆର୍ଜେଣ୍ଟିନା ପକ୍ଷରୁ ୫ମ ଗୋଲ। ମାତ୍ର କୋରିଆ ସହଜରେ ବାଟ ଛାଡ଼ି ନ ଥିଲା। ୪୯ତମ ମିନିଟରେ ଦଳ ଏକ ପେନାଲ୍ଟି କର୍ନର ପାଇଥିଲା। ଏଥିରୁ ଗୋଲ ଦେଇ କୋରିଆ ଆଶା ଉଜ୍ଜୀବିତ ରଖିଥିଲେ ଜୋଙ୍ଗହ୍ୟୁନ। ଏହାଥିଲା ମ୍ୟାଚରେ ତାଙ୍କର ବ୍ୟକ୍ତିଗତ ଦ୍ୱିିତୀୟ ଗୋଲ। ୫୫ତମ ମିନିଟରେ ଲୀ ନାମ୍‌ ୟଙ୍ଗ୍‌ଙ୍କ ପେନାଲ୍ଟି ଗୋଲ ବଳରେ କୋରିଆ ମ୍ୟାଚକୁ ୫-୫ ସ୍ତରକୁ ନେଇ ଆସିଥିଲା। ଆଉ ଗୋଲ ନ ହେବାରୁ ମ୍ୟାଚ ଶୁଟ୍‌ ଆଉଟ ପର୍ଯ୍ୟାୟକୁ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?