ଶାହରୁଖଙ୍କଠାରୁ ଦାମୀ ଭ୍ୟାନିଟି, ୧୦୦ କୋଟିର ବଙ୍ଗଳାରେ ରୁହନ୍ତି ଏହି ଲୋକପ୍ରିୟ ଟଲିଉଡ୍‌ ସୁପରଷ୍ଟାର; କିଛି ଏଭଳି…

ବମ୍ବେ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଆଜି ହେଉଛି ହାପି ବର୍ଥ ଡେ। ଲୋକପ୍ରିୟ ପ୍ରଯୋଜକ ଅଲୁ ଅରବିନ୍ଦଙ୍କ ପୁଅ ହେଉଛନ୍ତି ସେ। ୧୯୮୩ ଏପ୍ରିଲ ୮ରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ ଅଲ୍ଲୁ। ପ୍ରଥମେ ଶିଶୁ କଳାକାର ଭାବେ ସେ କ୍ୟାରିୟର ଆରମ୍ଭ କରିଥିବା ବେଳେ ୨୦୦୩ରେ ଫିଲ୍ମ ‘ଗଙ୍ଗୋତ୍ରୀ’ରେ ନାୟକ ଭୂମିକାରେ ଅଭିନୟ କରିଥିଲେ। ଅଭିନୟ ସହ ନିଜର ବିଳାସପୂର୍ଣ୍ଣ ଜୀବନଚର୍ଯ୍ୟାକୁ ନେଇ ସେ ଚର୍ଚ୍ଚାରେ ରହିଥାନ୍ତି।

ଟଲିଉଡ୍‌ ଷ୍ଟାର ଅଲ୍ଲୁଙ୍କ ପାଖରେ ଶାହରୁଖ ଖାନ୍‌ଙ୍କଠାରୁ ଅଧିକ ମହଙ୍ଗା ଭ୍ୟାନିଟି ରହିଛି। ୭ କୋଟି ଟଙ୍କାର ଏହି ଭ୍ୟାନ୍‌କୁ ୨୦୧୯ରେ କିଣିଥିଲେ ଅଭିନେତା। ସେ ଏହାର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ।

ତେବେ ଅଲ୍ଲୁଙ୍କ ଭ୍ୟାନିଟିର ନାମ ଫୋଲକନ୍‌। ଏହାର ବାହାର ପଟେ ଏଏ ଲେଖାଯାଇଛି। ଭ୍ୟାନିଟିର ଭିତର ସାଜସଜ୍ଜାରେ ଖର୍ଚ୍ଚ ହୋଇଛି ପାଖାପାଖି ୪ କୋଟି ଟଙ୍କା। ଆରାମ କରିବା ଛଡ଼ା ଟିଭି ଦେଖିବା ଏବଂ ଫ୍ରେଶ୍‌ ହେବାର ସୁବିଧା ଏଥିରେ ରହିଛି।
ଅଭିନେତାଙ୍କ ପସନ୍ଦର ଜିନିଷ ମଧ୍ୟରୁ ଗୋଟିଏ ହେଉଛି ଗାଡି। ବିଏମ୍‌ଡବ୍ଲୁ, ରେଞ୍ଜ ରୋଭରଠାରୁ ଆରମ୍ଭ କରି ଅନେକ ଦାମୀ ଗାଡ଼ି ଅଛି ତାଙ୍କ ପାଖରେ।

ସେ ୧୦୦ କୋଟି ଟଙ୍କାର ବଙ୍ଗଳାରେ ରୁହନ୍ତି। ଗୋଟିଏ ଫିଲ୍ମ ପାଇଁ ସେ ୧୬ ରୁ ୧୮ କୋଟି ପାଉଣା ନେଇଥାନ୍ତି। ୨୦୧୧ ମାର୍ଚ୍ଚ ୬ରେ ସ୍ନେହା ରେଡ୍ଡିଙ୍କୁ ବିବାହ ପରେ ସେ ଏବେ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ପରିବାର ସହ ଅଭିନୟକୁ ସେ ବେଶ ଭଲ ଭାବେ ଦେଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri