ଋଷିକୁଲ୍ୟା ମୁହାଣରେ ହେନ୍ତାଳ ଚାରା ପୋତିଲେ ସୌମ୍ୟ

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ପାଇଁ ସମୁଦ୍ରତଟ ବା ବେଳାଭୂମି ଅବକ୍ଷୟ ହେବାକୁ ଲାଗିଛି। ଏହା ମଧ୍ୟରେ ଗଞ୍ଜାମ ଜିଲାର ଋଷିକୁଲ୍ୟା ବେଳାଭୂମି ରହିଛି। ଏଠାରେ ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ ଗଣ ଅଣ୍ଡାଦାନ କରନ୍ତି। ତେଣୁ ଏହାର ସୁରକ୍ଷା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ଋଷିକୁଲ୍ୟାରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ରାକିବା ପାଇଁ ଅସ୍ତରଙ୍ଗର ଯୁବ ପରିବେଶବିତ୍‌ ସୌମ୍ୟ ରଞ୍ଜନ ବିଶ୍ୱାଳ ଏକ ଅଭିନବ ପ୍ରୟାସ କରିଛନ୍ତି। ଜଣେ କୁନି ପରିବେଶ କର୍ମୀଙ୍କ ସହ ମିଶି ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଦେବୀ ମୁହାଣର ହେନ୍ତାଳ ବଣକୁ ଯାଇ ୨୫୦୦ରୁ ଊର୍ଦ୍ଧ୍ୱ ହେନ୍ତାଳ ଚାରା ସଂଗ୍ରହ କରିଥିଲେ। ଏହାପରେ ସ୍କୁଟିରେ ୨୧୦ କିମି ଦୂର ଅତିକ୍ରମ କରି ସେହି ଚାରାକୁ ଋଷିକୁଲ୍ୟାର ପୁରୁଣାବନ୍ଧ ଗାଁ ନିକଟ ମୁହାଣରେ ପୋତିଛନ୍ତି। ସ୍ଥାନୀୟ ଲୋକଙ୍କୁ ହେନ୍ତାଳ ବଣର ଉପକାରିତା ସମ୍ପର୍କରେ ବୁଝାଇବା ସହିତ ତା’ର ସୁରକ୍ଷା ଦେବା ପାଇଁ ନିବେଦନ କରିଛନ୍ତି।

ଏ ନେଇ ସୌମ୍ୟ କହିଛନ୍ତି, ସମୁଦ୍ରକୂଳିଆ ଗାଁରେ ରହୁଥିବାରୁ ଛୋଟବେଳୁ ଜଳବାୟୁ ପରିବର୍ତ୍ତନ ପ୍ରଭାବର ଭୟାବହତା ଓ ବାତ୍ୟା ସତର୍କତା ମୋତେ ଏ ଦିଗରେ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଛି। ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ ଆମ ରାଜ୍ୟ ପାଇଁ କେବଳ ଗୌରବ ନୁହେଁ, ସାମୁଦ୍ରିକ ପରିସଂସ୍ଥା ସନ୍ତୁଳନ ରକ୍ଷା କରିବାରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନଙ୍କ ସୁରକ୍ଷା କେବଳ ସରକାର କିମ୍ବା ବନ ବିଭାଗର ନୁହେଁ, ବରଂ ଆମ ସମସ୍ତଙ୍କର ଦାୟିତ୍ୱ ହେବା ଉଚିତ। ଆଗକୁ ଋଷିକୁଲ୍ୟାରେ ହେନ୍ତାଳ ବଣର ସୁରକ୍ଷା ପାଇଁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସୌମ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ଏସ୍‌ପି ବନ୍ଦ ପ୍ରଶ୍ନ ଉଠୁନି: ଧର୍ମେନ୍ଦ୍ର

ଭୁବନେଶ୍ୱର,୪।୧୦(ବ୍ୟୁରୋ): କେନ୍ଦ୍ରରେ ଏନ୍‌ଡିଏ ସରକାର ଥିବା ପର୍ଯ୍ୟନ୍ତ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବନ୍ଦ ହେବା ପ୍ରଶ୍ନ ଉଠୁନାହିଁ। ଏନେଇ ଅପପ୍ରଚାର ହେଉଛି, ଏହା ସମ୍ପୂର୍ଣ୍ଣ ମିଥ୍ୟା।...

ନେସ୍‌କୋ, ଓ୍ବେସ୍‌କୋ, ସାଉଥ୍‌କୋ ନେବ ଟାଟା

ଭୁବନେଶ୍ୱର,୧୯। ୯(ବ୍ୟୁରୋ): ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ)କୁ ହାତେଇବା ପରେ ଟାଟା ପାଓ୍ବାର କର୍ପୋରେଶନ ଲିମିଟେଡ ଅନ୍ୟ ୩ଟି ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ଓ୍ବେଷ୍ଟର୍ନ...

ବକୁଳବନର ପୁନରୁଦ୍ଧାର ପାଇଁ ଶପଥ

ସାକ୍ଷୀଗୋପାଳ,୨୩ା୧(ସ୍ବ.ପ୍ର./ଡି.ଏନ୍‌.ଏ.): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ସତୀର୍ଥମାନଙ୍କ ଦ୍ୱାରା ନିର୍ମିତ ମଣିଷ ତିଆରି କାରଖାନା, ସେବା, ସଂସ୍କାର ଓ ସାହିତ୍ୟ ସାଧନାରେ ପରିପୁଷ୍ଟ ଓଡ଼ିଶାର...

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସ୍ବତନ୍ତ୍ର କାର୍ଯ୍ୟକ୍ରମ:୮ରେ ମହିଳାଙ୍କ କାର୍‌ ରାଲି

ଭୁବନେଶ୍ୱର, ୧।୩(ବ୍ୟୁରୋ): ସେବା ପ୍ରୟାସ ଫାଉଣ୍ଡେଶନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ରାଜଧାନୀରେ ବିଗତ ଦୁଇବର୍ଷରୁ ଚାଲି ଆସୁଥିବା ମହିଳା କାର୍‌ ରାଲି ଆସନ୍ତା...

ରାଜ୍ୟରେ ଖାଲି ପଡ଼ିଛି ୬୦% ଇଞ୍ଜିନିୟରିଂ ସିଟ୍‌

ଭୁବନେଶ୍ୱର, ୧୬ା୨(ବ୍ୟୁରୋ): ରାଜ୍ୟରେ ଏବେ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛି ଇଞ୍ଜିନିୟରିଂ କଲେଜ। ଦିନକୁ ଦିନ ଇଞ୍ଜିନିୟରିଂ ଶିକ୍ଷା ପ୍ରତି ଛାତ୍ରୀଛାତ୍ରଙ୍କ ଆଗ୍ରହ କମୁଛି।...

ବିନ୍ଦୁ ସାଗରରେ ଡଙ୍ଗା ଭସା ମନା: କଟକଣା ଜାରି କଲା ବିଏମ୍‌ସି

ଭୁବନେଶ୍ବର,୨୬।୧୧(ବ୍ୟୁରୋ)-ଚଳିତବର୍ଷ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ କଟକଣା ଭିତରେ ପାଳିତ ହେଉଛି। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ଉପରେ କଟକଣା ଜାରି...

୧୫ରୁ ବର୍ଷିବ

ଭୁବନେଶ୍ବର,୧୩।୩(ବ୍ୟୁରୋ): ରାଜ୍ୟରେ ପୁଣି ପଶ୍ଚିମାଝଡ଼ ପ୍ରଭାବ ପଡ଼ିବ । ଏହାର ପ୍ରଭାବରେ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା...

ନବନିର୍ମାଣ କୃଷକ ସଂଗଠନର ଆଇନଅମାନ୍ୟ ଆନ୍ଦୋଳନ: ରାଜଧାନୀରେ ଚାଷୀ-ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର,୧୦ା୧(ବ୍ୟୁରୋ): କାଳିଆ ଯୋଜନାକୁ ନେଇ ଗତ ଡ଼ିସେମ୍ବର ୨୬ରୁ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଚାଷୀଙ୍କ ସହ ଅନଶନରେ ବସିଥିଲେ। ସରକାର...

Advertisement
Archives

Model This Week