ସୋର-ଗୋପୀନାଥପୁର ରାସ୍ତା ମରଣଯନ୍ତା

ସୋର, ୭ା୭(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର- ବାଗୁଡି ରାସ୍ତା ମରଣଯନ୍ତା ପାଲଟିଛି। ସୋର ତହସିଲ ଅଧୀନ ବାଗୁଡି ଖଞ୍ଜାମାହାଲ ପଥର ଖାଦାନର ପଥର ଓ ପାହାଡ ମାଟିରେ ଉପକୂଳ ଓଡିଶାର ରାସ୍ତା ନିର୍ମାଣ କୋଟି ଟଙ୍କାର ରାଜସ୍ବ ଆଦାୟ ହେଉଥିବା ବେଳେ ଦୀପତଳ ଅନ୍ଧାର ଭଳି ଏହି ଖାଦାନ ସଂଲଗ୍ନ ରାସ୍ତା ମରଣଯନ୍ତା ପାଲଟିଛି।
ଏହି ରାସ୍ତାଦେଇ ପ୍ରତିଦିନ ହଜାର ହଜାର ଭାରିଯାନ ଡମ୍ପର, ୧୦ଚକିଆ ଯାନ, ଟ୍ରକ ଓ ଟ୍ରାକ୍ଟର ବେପରୁଆ ଭାବେ ଓଭରଲୋଡ଼ିଂ କରି ଯାତାୟାତ କରୁଛି। ରାସ୍ତା ପ୍ରତି କେହି ଦୃଷ୍ଟି ନିକ୍ଷେପ କରୁ ନ ଥିବାରୁ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ବିଶେଷ କରି ବାଗୁଡ଼ି ବଜାରଠାରୁ ଆଙ୍ଗୁଳା ଛକ ପର୍ଯ୍ୟନ୍ତ ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ଗାତ ହୋଇଥିବାରୁ ସାଧାରଣ ଲୋକେ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ବର୍ଷା ଯୋଗୁ ରାସ୍ତାଟି ଅଧିକ ବିପଦଜନକ ହୋଇ ଯାତାୟାତ ଅସମ୍ଭବ ହୋଇପଡ଼ିଛି। ଏହି ରାସ୍ତାକୁ ପୂର୍ତ୍ତ ବିଭାଗ ତରଫରୁ ପୁନର୍ନିମାଣ କରିବା ପାଇଁ ୧୦କୋଟି ଟଙ୍କା ୨୦୨୦-୨୧ ଆର୍ଥକ ବର୍ଷରେ ବ୍ୟୟ ହୋଇଥିଲା। ଏହାକୁ ଟେଣ୍ଡର ନେଇଥିବା ଠିକାଦାର ଶେଷ ମୁହୂର୍ତ୍ତରେ ଏଗ୍ରିମେଣ୍ଟ ନ କରି ଛାଡ଼ି ଚାଲିଯାଇଥିଲେ। ପୁନଶ୍ଚ ଏହି କାର୍ଯ୍ୟ ପାଇଁ ନୂତନ ଭାବେ ଟେଣ୍ଡର ହୋଇ ଗତ ମାର୍ଚ୍ଚରେ ଶ୍ରୀଗଣେଶ ଅଗ୍ରୱାଲ କାର୍ଯ୍ୟାଦେଶ ନେଇଥିଲେ ସୁଦ୍ଧା ଏହାର ୧୧ମାସ ଅବଧି ଭିତରୁ ୫ ମାସ ଅତିକ୍ରମ ହୋଇଯାଇଥିବା ବେଳେ ବରଫକଳ ଛକ ନିକଟରୁ ମାଣତ୍ରୀଛକ ପର୍ଯ୍ୟନ୍ତ ଗାର୍ଡ଼ୱାଲ କରି ଛାଡ଼ି ଦିଆଯାଇଛି। ନିୟମ ଅନୁସାରେ ଠିକାଦାର ଏହି କାର୍ଯ୍ୟ କରୁଥିବା ବେଳେ ଜନସାଧାରଣଙ୍କର ଗତାଗତ, ଯାତ୍ରୀ ପରିବହନରେ କୌଣସି ଅସବୁିଧା ନ ହେବା ପାଇଁ ଦୃଷ୍ଟି ଦେବା କଥା। ମାତ୍ର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡୁ ଥିବା ବେଳେ ଏହାକୁ ମରାମତି କରାଯାଉନାହଁି। ଫଳରେ ଟ୍ରକ, ଡମ୍ପର ବ୍ୟତୀତ ଛୋଟ ଗାଡ଼ି, ବାଇକ୍‌, ସାଇକେଲରେ ଏହି ରାସ୍ତାରେ ଯାତାୟାତ କରିବା ଅସମ୍ଭବ ହୋଇପଡ଼ୁଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ତେଜୁଛି। ତୁରନ୍ତ ଏହି ରାସ୍ତାକୁ ମରାମତି କରିବା ସହିତ ରାସ୍ତା ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଘର ବୁଲି ସଂଗ୍ରହ ହେବ ବର୍ଜ୍ୟବସ୍ତୁ : କୃଷିବିଜ୍ଞାନ କେନ୍ଦ୍ରରେ ପ୍ରକ୍ରିୟାକରଣ

ଭଦ୍ରକ ଅଫିସ, ୧୫।୬ – ଆଉ ଡଷ୍ଟବିନ୍‌ରେ କେହି ଅଳିଆ ପକାଇବେ ନାହିଁ। ଘର ଘର ବୁଲି ପୌରପାଳିକାର ସଫେଇ କର୍ମଚାରୀ ବର୍ଜ୍ୟବସ୍ତୁ ସଂଗ୍ରହ କରିବେ।...

ଜନଗଣନା ତାଲିକାରେ ବିଭ୍ରାଟ: ବଢ଼ୁଛି ଅସନ୍ତୋଷ, ବିଧାୟକ ଦୃଷ୍ଟି ଦେବାକୁ ଦାବି

ହାଟଡିହୀ, ୨୨ା୬ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବିଭିନ୍ନ ପଞ୍ଚାୟତରେ ଜନଗଣନା ତାଲିକାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଜମ୍ଭିରା ପଞ୍ଚାୟତରେ ଲୋକମାନେ ହୋ...

ଅବିଶ୍ରାନ୍ତ ବର୍ଷା, ଅଶାନ୍ତ ସମୁଦ୍ର

ଭୋଗରାଇ, ୨୫।୧୦(ଡି.ଏନ.ଏ.)-ଲଘୁଚାପ ପ୍ରଭାବରେ ଭୋଗରାଇ ସମେତ ଆଖପାଖ ଅଞ୍ଚଳରେ ବୁଧବାରଠାରୁ ଅବିଶ୍ରାନ୍ତ ବର୍ଷା ଲାଗିରହିଛି। ତୁହାକୁ ତୁହା ବର୍ଷା ହେବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।...

ସ୍କୁଲରେ ଛାତ୍ରଙ୍କୁ ତାଲା ପକାଇବା ଘଟଣା: ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର/ବାଲେଶ୍ୱର ଅଫିସ,୧୨।୯ (ବ୍ୟୁରୋ): ବାଲେଶ୍ୱର ସହର ମଠସାହି ମହାବୀର ନୋଡାଲ ସ୍କୁଲରେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ତାଲା ପକାଇ ପଳାଇବା ଘଟଣାରେ ସ୍କୁଲ ଓ ଗଣଶିକ୍ଷା...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୦ମ ଶ୍ରେଣୀ ଛାତ୍ରୀ

ବାଲେଶ୍ୱର ଅଫିସ, ୨୦ା୮: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟସ୍ଥ ପାଟଣାରାଇପୁର ଗ୍ରାମର ବାପଛେଉଣ୍ଡ ୧୦ମ ଶ୍ରେଣୀ ଛାତ୍ରୀ ସୁଭଦ୍ରା...

‘ଯୁବପିଢ଼ି ପରିବର୍ତ୍ତନର ବାର୍ତ୍ତାବହ’

ବାଲେଶ୍ୱର, ୧୧।୮(ମାନସ ବିଶ୍ୱାଳ): ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ସିଂହଭାଗ ହେଉଛନ୍ତି ଯୁବପିଢ଼ି। ଆମ ଦେଶର ପ୍ରତ୍ୟେକ ନାଗରିକ ଯୁବାବସ୍ଥାରୁ ଗଣତନ୍ତ୍ରର ଅଧିକାର, ଦାୟିତ୍ୱ ଓ...

ଶାରୀଶୁଆ ପାହାଡରେ ଖଣି ଖନନ ଉପରେ ରହିତାଦେଶ

ଖଇରା,୧୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡ ପାଦଦେଶରେ ରହୁଥିବା ବାସିନ୍ଦାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଶୁକ୍ରବାର କଲିକତା ଗ୍ରୀନ ଟ୍ରିବ୍ୟୁନାଲର ଏକ ଚିଠି...

ଓଳିଏ ଖାଇଲେ ଓଳିଏ ଉପାସ

ନୀଳଗିରି, ୧୩।୩(ଡି.ଏନ.ଏ.)-ସର୍ବହରା ଲୋକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିଥିଲେ ହେଁ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବା ଜଣାପଡିଛି। ନୀଳଗିରି ଏନଏସିର...

Advertisement
Archives

Model This Week