Posted inଜାତୀୟ

ସୋରେନଙ୍କୁ ଘାରିଛି ବିଧାୟକଙ୍କ ବାଡ଼ ଡେଇଁବା ଭୟ…

ରାଞ୍ଚି,୩୦।୮ : ଝାଡଖଣ୍ଡରେ ରାଜନୈତିକ ସଙ୍କଟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କ ବିଧାୟକ କାଳେ ଦଳ ବାଡ଼ ଡେଇଁ ଅନ୍ୟ ଦଳରେ ମିଶିବେ ଭୟରେ ରହିଛନ୍ତି। ତେଣୁ ସେ ବିଧାୟକଙ୍କ ପଛ ଛାଡୁ ନାହାଁନ୍ତି। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ବର୍ତ୍ତମାନ ସମସ୍ତ ବିଧାୟକ ଛତିଶଗଡର ରାଜଧାନୀ ରାୟପୁରକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହେଉଛନ୍ତି।

ଏନେଇ ଇଣ୍ଡିଗୋ ବିମାନ ପାଇଁ ମଧ୍ୟ ବୁକ କରାଯାଇଛି। ସୋରେନ ତାଙ୍କର ସମସ୍ତ ବିଧାୟକଙ୍କ ସହ ରାଞ୍ଚି ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଖୁଣ୍ଟିରେ ପହଞ୍ଚିଥିଲେ ଏବଂ ଲତରାତୁ ଡ୍ୟାମ ନିକଟ ଏକ ହ୍ରଦରେ ଡଙ୍ଗା ବୁଲୀବାକୁ ଯାଉଥିବାର ଦେଖାଯାଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ମହାମେଣ୍ଟର ସମସ୍ତ ବିଧାୟକଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଡକାଯାଇଛି। ରାଞ୍ଚି ବିମାନବନ୍ଦରରେ ବିଧାୟକଙ୍କ ପାଇଁ ଇଣ୍ଡିଗୋର ସ୍ବତନ୍ତ୍ର ବିମାନ ପ୍ରସ୍ତୁତ ରହିଛି। ବିମାନଟି ର୍ବିସା ମୁଣ୍ଡା ବିମାନବନ୍ଦରରେ ଅପରାହ୍ନ ୫ ଟାରେ ପହଞ୍ଚିବ ।

ବରିଷ୍ଠ ଜେଏମଏମ ବିଧାୟକ ତଥା ମନ୍ତ୍ରୀ ଚମ୍ପଇ ସୋରେନ ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ଯେ ବିଧାନସଭାର ସଦସ୍ୟତା ରଦ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କୁହାଯାଉଛି, ଏହା କେବଳ କଳ୍ପନାଜଳ୍ପନା କିନ୍ତୁ ତାଙ୍କ ସଦସ୍ୟତା ଏପର୍ଯ୍ୟନ୍ତ ବାତିଲ ହୋଇନାହିଁ। ଏଥିସହ ସେ କହିଛନ୍ତି ଯେ ଝାଡଖଣ୍ଡରେ ସରକାର ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ କାର୍ଯ୍ୟ କରୁଛନ୍ତି। ଚମ୍ପଇ କହିଛନ୍ତି ଯେ ଆଲୋଚନା ହେଉଛି ନିର୍ବାଚନ କମିଶନଙ୍କ ନିକଟ ଚିଠି ଆସିଛି। କିନ୍ତୁ ରାଜ୍ୟପାଳ ଏପର୍ଯ୍ୟନ୍ତ କିଛି କହି ନାହାଁନ୍ତି। ଗଣତନ୍ତ୍ରରେ ଏହା ଲୋକଙ୍କ ପ୍ରତି ଅପମାନ। ଏକ ସ୍ଥିତି ସୃଷ୍ଟି କରାଯାଉଛି ଯେପରି ଏକ ବଡ ଘଟଣା ଘଟିବାକୁ ଯାଉଛି।

ଚମ୍ପଇ କହିଛନ୍ତି ଯେ ବର୍ତ୍ତମାନ ଦିଲ୍ଲୀରେ ବିଧାୟକଙ୍କ କିଣା ବିକା ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ସେ କହିଛନ୍ତି ଯେ ପୂର୍ବରୁ ମଧ୍ୟ ମହାରାଷ୍ଟ୍ରରେ ଏଭଳି ଅବସ୍ଥା ଦେଖିବାକୁ ମିଳିଥିଲା। ସେ ପ୍ରଶ୍ନ କରିଛନ୍ତି ଏଭଳି ସ୍ଥିତି ସୃଷ୍ଟି କରିବାର ଉଦ୍ଦେଶ୍ୟ କ’ଣ? ଯଦି ରାଜ୍ୟପାଳଙ୍କ ନିକଟକୁ କୌଣସି ଚିଠି ଆସିଛି, ତେବେ ଏହାକୁ ସାମ୍ନାକୁ ଆଣିବା ଉଚିତ। ସମଗ୍ର ଦେଶ ଏହା ଉପରେ ନଜର ରଖିଛି। ସମସ୍ତ ବିଧାୟକଙ୍କୁ ଏକାଠି ଦେଖି ଭାଜପା ସହ୍ୟ କରିପାରୁ ନାହିଁ।

ରାଜ୍ୟକୁ ଅରାଜକତା ଅବସ୍ଥାରେ ଠେଲି ଦିଆଯାଉଛି। ହେମନ୍ତ ସୋରେନଙ୍କ ଲୋକପ୍ରିୟତାକୁ ଭାଜପା ସହ୍ୟ କରି ପାରୁନାହିଁ। କଂଗ୍ରେସ ନେତା ତଥା ମନ୍ତ୍ରୀ ବନ୍ନା ଗୁପ୍ତା ଭାଜପାର ଯୋଜନାବଦ୍ଧ ଷଡଯନ୍ତ୍ର ଆଧାରରେ ଏଭଳି କାର୍ଯ୍ୟ କରାଯାଉଛି। ଆଜିର ପରିସ୍ଥିତି ଗଣତନ୍ତ୍ରର ଏକ ଅନ୍ଧକାର ଅଧ୍ୟାୟ। ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକର ନିଷ୍ପତ୍ତି ଉପରେ ଏବେ ପ୍ରଶ୍ନ ଉଠିଛି। ଆମେ ଭୟ କରୁ ନାହୁଁ। ପ୍ରତ୍ୟେକ ଅନ୍ୟାୟର ପ୍ରତିଶୋଧ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀରରେ ଅତିରିକ୍ତ ୧୦ ହଜାର ସୁରକ୍ଷାକର୍ମୀ: ପ୍ରତି ପଞ୍ଚାୟତରେ ଅଗଷ୍ଟ ୧୫ରେ ଜାତୀୟ ପତାକା ହେବ ଉତ୍ତୋଳନ

ଶ୍ରୀନଗର,୩୧।୭: ଜମ୍ମୁ-କଶ୍ମୀରକୁ ୧୦ ହଜାର ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ପଠାଯିବା ଯିବା ନେଇ ନାନା ଆଲୋଚନା ହେଉଛି। ତେବେ ଏବେ କୁହାଯାଉଛି ଯେ, କେନ୍ଦ୍ର ସରକାର ସ୍ବାଧୀନତା...

ମୋଦିଙ୍କ ୧୧ ଓ୍ବାଣ୍ଟେଡ୍‌ ମେଗ୍‌ନିଟ୍‌ସ୍କି

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୭ା୧୦: ସ୍ପାନିଶ୍‌ ଖବରକାଗଜ ‘ଲା ଭାଙ୍ଗୁଆର୍ଡିଆ’ ଭାରତୀୟ ଅର୍ଥନୀତିକୁ ସାପୁଆ କେଳା ସହ ତୁଳନା ପୂର୍ବକ କଟାକ୍ଷ କରିବା ପରେ ଆମେରିକାର ‘ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ’ରେ...

୪ କରୋନା ପ୍ରତିଷେଧକ ଟୀକାର ପରୀକ୍ଷା ଖୁବ୍‌ ଶୀଘ୍ର ହେବ ଆରମ୍ଭ: ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ,୨୪।୫: କରୋନା ସଂକ୍ରମଣ ନେଇ ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ତେବେ ଇତିମଧ୍ୟରେ ଦେଶରେ ୪ କରୋନା ପ୍ରତିଷେଧକ ଟୀକାର କ୍ଲିନିକାଲ ପରୀକ୍ଷା ଖୁବ୍‌ ଶୀଘ୍ର...

ନାଜାଲ ଭାକ୍ସିନ୍‌ ଭାରତରେ ଛୋଟ ପିଲାଙ୍କୁ କରୋନାରୁ ଦେବ ସୁରକ୍ଷା: ବିଶ୍ୱସ୍ବାସ୍ଥ୍ୟ ସଂଗଠନ…

ଜେନେଭା/ନୂଆଦିଲ୍ଲୀ,୨୩।୫: ଭାରତରେ କରୋନାର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ତୃତୀୟ ଲହର ଆଶଙ୍କାକୁ ନେଇ ଦେଶ ସତର୍କ ରହିବା ଆବଶ୍ୟକ ବୋଲି...

କୃଷକଙ୍କ ସମର୍ଥନରେ ପୁରସ୍କାର ଫେରାଇବା ଜାରି ରହିଛି

ନୂଆଦିଲ୍ଲୀ,୪ ।୧୨: କେନ୍ଦ୍ରର କୃଷି ଆଇନକୁ ନେଇ କୃଷକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଏବେ ଏହାକୁ ସମର୍ଥନ କରି ବିଭିନ୍ନ ଆୱାର୍ଡ ଫେରାଇବା...

ସତ୍ୟେନ୍ଦ୍ରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୬।୪: ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ସତ୍ୟେନ୍ଦ୍ର ଜୈନଙ୍କ...

ବିଧାନସଭାକୁ ଆସୁନାହାଁନ୍ତି ତେଜସ୍ବୀ

ପାଟନା,୨।୭: ରାଷ୍ଟ୍ରୀୟ ଜନତା ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ବୀ ଯାଦବ ମଙ୍ଗଳବାର ଦ୍ୱିତୀୟ ଦିନରେ ବି ବିଧାନସଭାରେ...

କୃଷି ଆଇନ କପି ଜାଳିଲେ ଚାଷୀ

ନୂଆଦିଲ୍ଲୀ,୧୪ା୧(ପି.ଟି.): ଲୋହଡ଼ି ପର୍ବରେ ଆନ୍ଦୋଳନରତ ଚାଷୀମାନେ କେନ୍ଦ୍ରର କୃଷି ଆଇନ କପି ଜାଳିଛନ୍ତି। କେବଳ ସିଙ୍ଘୁ ସୀମାରେ ବିବାଦୀୟ ୩ କୃଷି ଆଇନର ୧ ଲକ୍ଷ...

Advertisement
Archives

Model This Week