Posted inଜାତୀୟ

ଏସ୍‌ପି-ଆର୍‌ଏଲ୍‌ଡି ମଧ୍ୟରେ ଖୁବ ଶୀଘ୍ର ହେବ ଆସନ ଭାଗବଣ୍ଟା

ଲକ୍ଷ୍ନୌ,୨୩।୧୧: ୨୦୨୨ରେ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିରୋଧୀ ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲ୍‌ଡି) ମଧ୍ୟରେ ମେଣ୍ଟ କରିବାକୁ ସହମତି ହୋଇଛି। ଆର୍‌ଏଲ୍‌ଡି ଅଧ୍ୟକ୍ଷ ଜୟନ୍ତ ଚୌଧରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଜୟନ୍ତ ଲକ୍ଷ୍ନୌରେ ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଭେଟି ଆଲୋଚନା କରିବା ପରେ ଉଭୟଙ୍କ ଫଟୋ ଟୁଇଟର୍‌ରେ ଶେୟାର କରି ‘ବଢ଼ତେ କଦମ୍‌’ ବୋଲି କ୍ୟାପଶନ୍‌ ଲେଖିଛନ୍ତି। ଦୁଇ ଦଳ ଏକାଠି ନିର୍ବାଚନ ଲଢ଼ିବା ଉପରେ ଆନୁଷ୍ଠାନିକ ଘୋଷଣା ଖୁବ ଶୀଘ୍ର କରାଯିବ। ଭାଜପା ସହ କୌଣସି ବୁଝାମଣା ନେଇ ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି। ସେହିପରି ଅଖିଳେଶ ମଧ୍ୟ ଆସନ ବୁଝାମଣା ଉପରେ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଥିବା ସୂଚନା ଦେଇଛନ୍ତି। ପ୍ରକାଶ ଯେ, ୨୦୧୭ ଲୋକ ସଭା ଉପନିର୍ବାଚନ ବେଳେ ମଧ୍ୟ ଏସ୍‌ପି-ଆର୍‌ଏଲ୍‌ଡି ମେଣ୍ଟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡରେ ବଢ଼ୁଛି ଭାଜପା ଅଡ଼ୁଆ

ରାଞ୍ଚି,୧୭ା୧୧(ପି.ଟି./ ଆଇଏଏନ୍‌ଏସ୍‌): ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ଦୁଇ ସପ୍ତାହରୁ କମ୍‌ ସମୟ ବାକି ଥିବାବେଳେ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)...

ଭ୍ରଷ୍ଟ ଶାସନ ଦେବା ଆମ ସରକାରଙ୍କ ଲକ୍ଷ୍ୟ: ଆନ୍ଧ୍ର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ

ଅମରାବତି,୧୬।୬: ଆନ୍ଧ୍ର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ପି ପୁଷ୍କା ଶିଓ୍ବାନିଙ୍କ ପାଟିରୁ ଖସି ଯାଇଥିବା କଥା ପାଇଁ ତାଙ୍କୁ ଲଜ୍ଜିତ ହେବାକୁ ପଡିଛି। ଗତ ଶନିବାର...

ସମ୍ବର ପାଇଁ ମା’, ଭଉଣୀଙ୍କୁ ହତ୍ୟା

ବେଙ୍ଗାଲୁରୁ,୧୫।୧୦: ଘରେ ତିଆରି ସମ୍ବର ସୁଆଦିଆ ନ ଲାଗିବାରୁ ଜଣେ ଯୁବକ ତାଙ୍କ ମା’ ଓ ଭଉଣୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏଭଳି ଲୋମ...

କୁଲଭୂଷଣଙ୍କୁ ଫାଶୀ ଦେଇପାରିବନି ପାକିସ୍ତାନ

ନୂଆଦିଲ୍ଲୀ,୧୭।୭: ବହୁପ୍ରତୀକ୍ଷିତ କୁଳଭୂଷଣ ଯାଦବ ମାମଲାରେ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ବୁଧବାର ଶୁଣାଣି କରିଛନ୍ତି। ଏହି ଶୁଣାଣି ଭାରତ ସପକ୍ଷରେ ଯାଇଛି। ଆଇସିଜେ...

ରାହୁଲଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ନଡ୍ଡା: ସିଏଏର ନିୟମ ଉପରେ ୧୦ ଲାଇନ୍‌ କହି ଦେଖାନ୍ତୁ

ଇନ୍ଦୋର,୨୨।୧୨: ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଚାଲିଥିବାବେଳେ ବିରୋଧୀ କଂଗ୍ରେସ ମଧ୍ୟ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛି। କଂଗ୍ରେସର...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଜୁନ୍‌ ୨୬ରେ ୧ କୋଟି ଲୋକଙ୍କୁ ମଳିବ ନିଯୁକ୍ତିି

ଲକ୍ଷ୍ନୌ,୨୪।୬: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ଜୁନ୍‌ ୨୬ରେ ଏକକାଳୀନ ଏକ କୋଟି ଲୋକଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହାୟତାରେ...

ମୋଦିଙ୍କୁ ମମତାଙ୍କ ଚିଠି

କୋଲକାତା,୨୪।୬: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ଉପଯୁକ୍ତ ଅନୁମୋଦନ ବିନା କେନ୍ଦ୍ର ସରକାର କୋଭାକ୍ସିନ୍‌ ଟିକାକୁ ବ୍ୟବହାରିକ ମଞ୍ଜୁରୀ ଦେଇଥିବାରୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଥିବା ପଶ୍ଚିମବଙ୍ଗ...

ରପ୍ତାନି ପ୍ରସ୍ତୁତି ସୂଚକାଙ୍କ: ୧୩ତମ ସ୍ଥାନକୁ ଖସିଲା ଓଡ଼ିଶା

ନୂଆଦିଲ୍ଲୀ,୨୬।୩: ରପ୍ତାନି ପ୍ରସ୍ତୁତି ସୂଚକାଙ୍କ (ଇପିଆଇ) ୨୦୨୧ରେ ଓଡ଼ିଶା ୧୩ତମ ସ୍ଥାନକୁ ଖସିଛି। ନୀତି ଆୟୋଗ ପକ୍ଷରୁ ଶୁକ୍ରବାର ଏହି ସୂଚକାଙ୍କ ପ୍ରକାଶ ପାଇଛି। ୨୦୨୦...

Advertisement
Archives

Model This Week