ପ୍ରବାସୀଙ୍କୁ ଘରକୁ ପଠାଇବାର ଅନୁଭୂତିକୁ ଶେୟାର କରିବେ ସୋନୁ

ମୁମ୍ବାଇ: କରୋନା ଭାଇରସ୍‌ ମହାମାରୀ ମଧ୍ୟରେ ହଜାର ହଜାର ପ୍ରବାସୀଙ୍କୁ ସହୟତା କରି ଚର୍ଚ୍ଚାକୁ ଆସିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ନିଜର ଅନୁଭୂତିକୁ ବହିର ରୂପ ଦେବାକୁ ନିଷ୍ପତ୍ତି କରିଛନ୍ତି। ଏହି ବହି ଜରିଆରେ ପ୍ରବାସୀଙ୍କୁ ଘର ପଠାଇବା ସମୟରେ ସୋନୁ ସମ୍ମୁଖୀନ ହୋଇଥିବା ବିଭିନ୍ନ ଚ୍ୟାଲେଞ୍ଜ ଓ କଷ୍ଟଦାୟକ ପରିସ୍ଥିତି ବିଷୟରେ ବିସ୍ତୃତ ଭାବେ ଲେଖିବେ। ଏଯାଏଁ ଏହି ପୁସ୍ତକର ନାମ ସ୍ଥିର ହୋଇନାହିଁ। କିନ୍ତୁ ଚଳିତ ବର୍ଷ ସୁଦ୍ଧା ଉକ୍ତ ବହି ପ୍ରକାଶିତ ହେବ ବୋଲି ଜଣାଶୁଣା ପ୍ରବ୍ଲିକେଶନ ସଂସ୍ଥା ଫେଙ୍ଗ୍‌ଓ୍ବିନ ରାଣ୍ଡମ ହାଉସ୍‌ ଇଣ୍ଡିଆ ସୂଚନା ଦେଇଛି। ଅନ୍ୟପଟେ ଏହି ବହିକୁ ନେଇ ସୋନୁ ବେଶ୍‌ ଉତ୍ସାହିତ ଥିବା ସହ ନର୍ଭସ ଅଛନ୍ତି ବୋଲି କହିଛନ୍ତି। ଆଶା କରୁଛି ଏହି ବହି ପ୍ରଶଂସକଙ୍କୁ ପସନ୍ଦ ଆସିବ ଏବଂ ତାଙ୍କର ଭଲପାଇବା ମିଳିବ।

ଏଥିସହ ଶ୍ରମିକଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କୁ ଭଗବାନ ମାଧ୍ୟମ କରିଥିବାରୁ ସେ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନା ମୁତାବକ ସୋନୁ ମୁମ୍ବାଇରେ ରହୁଥିବା ପ୍ରବାସୀଙ୍କୁ ଲକ୍‌ଡାଉନ ସମୟରେ ନିଜ ରାଜ୍ୟକୁ ପଠାଇବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ଏଥିପାଇଁ ସେ ଆଉ ତାଙ୍କ ଟିମ୍‌ ଟୋଲ ଫ୍ରି ନମ୍ବର ଓ ହ୍ବାଟସ୍‌ ଆପ୍‌ ନମ୍ବର ଜାରି କରିଥିଲେ। ପ୍ରବାସୀଙ୍କୁ ନିଜ ଘରକୁ ପଠାଇବା ପାଇଁ ସୋନୁ ସେମାନଙ୍କ ପାଇଁ ଖାଦ୍ୟ, ପିଇବା ପାଣି, ବସ୍‌ ଓ ଟ୍ରେନ୍‌ର ବ୍ୟବସ୍ଥା କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

କେଉଁମାନଙ୍କୁ କରୋନା ଟିକା ନେବା ମନା…

ନୂଆଦିଲ୍ଲୀ, ୨୬।୪: ଦେଶରେ କରୋନା ମହାମାରୀ ତାଣ୍ଡବ ରଚିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଭାରତ ବାୟୋଟେକ୍‌ର...

ଶାହିଦଙ୍କୁ କରିନାଙ୍କ ପୂର୍ବ ସ୍ବାମୀ କହିଲେ କରନ୍‌ ଜୋହର

ବମ୍ବେ: ପ୍ରସାରିତ ହେବା ଦିନଠାରୁ ଚର୍ଚ୍ଚାରେ ରହିଛି ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ବିବାଦୀୟ ରିଆଲିଟି ଶୋ’ ‘କଫି ଉଇଥ୍‌ କରନ୍‌’। ସେଲିବ୍ରିଟିମାନଙ୍କ ସହ ଗପ୍‌ସପ୍‌ ସାଙ୍ଗକୁ...

‘୨୫ ଦିନରେ ଶୁଟିଂ ସରିଥିଲା’

ସାମୁଦ୍ରିକ ଜାହାଜର କ୍ୟାପଟେନ୍‌ ଓ ଭାରତ ସରକାରଙ୍କ ବାଣିଜ୍ୟ ବିଭାଗର ଡେପୁଟି ଆଡ୍‌ଭାଇଜର ସହ ଇଣ୍ଟରନ୍ୟାଶନାଲ ମାରିଟାଇମ୍‌ ଅର୍ଗାନାଇଜେଶନ୍‌(ଆଇଏମ୍‌ଓ)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଅବସର...

ବୋଲ୍ଡ ଲୁକ୍‌ରେ ଦୀପିକା

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ଷ୍ଟାଇଲ ପାଇଁ ମଧ୍ୟ ଜଣାଶୁଣା। ସେ...

ପରିଚୟ ପତ୍ର ନ ଥିଲେ ବି ଦିଆଯିବ କରୋନା ଟିକା: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୨୪।୫: ଦେଶରେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଟିକାକରଣ ପାଇଁ...

ଏକଦା ରାଜୀବ ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ଥିଲେ ଅମିତାଭ; ସୋନିଆଙ୍କୁ ବିବାହରେ କରିଥିଲେ ସହାୟତା; ହେଲେ ଏପରି ହୋଇଥିଲା ମତଭେଦ

ବମ୍ବେ: ଆଜି ଅର୍ଥାତ ଅକ୍ଟୋବର ୧୧,୨୦୨୨ରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ୮୦ ବର୍ଷ ବୟସରେ ପାଦ ଥାପିଛନ୍ତି। ରୁପେଲି ପରଦାରେ ନିଜର ଅଭିନୟ ଶୈଳୀ...

୨୦ ବର୍ଷ ପରେ ପରଦାକୁ ଆସୁଛି ‘ହୋଗି ପ୍ୟାର୍‌ କି ଜିତ୍‌ ’, ନିର୍ମାତାଙ୍କ ପ୍ରଥମ ପସନ୍ଦ ରାଜକୁମାର

ପ୍ରାୟ ୨୦ ବର୍ଷ ପରେ ପୁଣି ଥରେ ପରଦା ଉପରକୁ ଆସିବାକୁ ଯାଉଛି ଫିଲ୍ମ ‘ହୋଗି ପ୍ୟାର୍‌ କି ଜିତ୍‌’। ନିର୍ମାତା ଅନୀଲ ଶର୍ମା ଏବେ...

କୋରାପୁଟରେ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା: ଏପ୍ରିଲ ୧୪ରେ କୋଲକାତାରୁ ଫେରିଥିଲେ

ଭୁବନେଶ୍ୱର, ୨୭।୪(ବ୍ୟୁରୋ): ସୋମବାର ରାଜ୍ୟରେ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଦ୍ୱୟ କୋରାପୁଟ ଓ ବାଲେଶ୍ୱର ଜିଲାର। ତେବେ କୋରାପୁଟ ଜିଲା ଦଶମନ୍ତପୁରର...

Advertisement
Archives

Model This Week