ଗାଁର ସବୁ ଛାତ୍ରୀଙ୍କୁ ସାଇକେଲ ଦେବାକୁ ଘୋଷଣା କଲେ ସୋନୁ ସୁଦ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୋନୁ ସୁଦ ଲକ୍‌ଡାଉନ୍‌ ସମୟରୁ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହି ଆସୁଛନ୍ତି। ସୋନୁ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରୁହନ୍ତି। ତାଙ୍କୁ ସୋସିଆଲ ମିଡିଆ ଜରିଆରେ ଯିଏ ସାହାଯ୍ୟ ଯେଉଁ ସାହାଯ୍ୟ ମାଗେ ତାଙ୍କ ସକ୍ଷମ ଅନୁଯାୟୀ ସେ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି। ତାଙ୍କର ଏହି ବଦାନ୍ୟତା ପାଇଁ ଲୋକେ ତାଙ୍କୁ ଭଗବାନ ଭଳି ପୂଜା କରୁଛନ୍ତି।

ସନ୍ତୋଷ ଚୌହାନ ନାମକ ଜଣେ ୟୁଜର ସୋନୁଙ୍କୁ କହିଛନ୍ତି ‘ଗାଁରେ ୩୫ ଜଣ ଛାତ୍ରୀ ଅଛନ୍ତି। ଯେଉଁମାନଙ୍କୁ ପଢ଼ିବା ପାଇଁ ୮ରୁ ୧୫ କିଲୋମିଟର ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡ଼ିଥାଏ। କିଛି ଛାତ୍ରୀଙ୍କ ପାଖରେ ସାଇକେଲ ଅଛି। ମାତ୍ର ସମସ୍ତଙ୍କ ପାଖରେ ନାହିଁ। ଅନ୍ୟପକ୍ଷରେ ଏହା ଏକ ନକ୍ସଲ ପ୍ରଭାବିତ ଅଞ୍ଚଳ। ନକ୍ସଲଙ୍କ ଭୟରେ ପରିବାର ଲୋକେ ଝିଅମାନଙ୍କୁ ପଢ଼ାଇବା ପାଇଁ ଚାହୁଁନାହାନ୍ତି। ଯଦି ଆପଣ ଏ ସମସ୍ତ ଛାତ୍ରୀଙ୍କୁ ସାଇକେଲ ଯୋଗାଇ ଦେବେ ତେବେ ଏମାନଙ୍କ ଭବିଷ୍ୟତ ସୁଧୁରିଯିବ।’

ଏହି ଟୁଇଟ୍‌ରେ ପ୍ରତିକ୍ରିୟା ରଖି ସୋନୁ ଲେଖିଛନ୍ତି, ‘ଗାଁର ସବୁ ଛାତ୍ରୀଙ୍କୁ ସାଇକେଲ ମିଳିବ ଓ ସବୁ ଝିଅ ପାଠ ପଢ଼ିବେ। ସମସ୍ତଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେବ। ପରିବାର ଲୋକଙ୍କୁ ଜଣାଇଦେବେ। ସାଇକେଲ ଖୁବ୍‌ ଶୀଘ୍ର ପହଞ୍ଚିଯିବ। ବାସ୍‌ ଚା’ ପ୍ରସ୍ତୁତ କରି ରଖିଥିବେ।

ଉତ୍ତରପ୍ରଦେଶର ମିର୍ଜାପୁର ଓ ସୋନଭଦ୍ରା ଜିଲାରେ ଅଧିକାଂଶ ଝିଅ ପଞ୍ଚମ ଶ୍ରେଣୀ ପରେ ପାଠ ପଢ଼ା ଛାଡୁଥିବା ଦେଖିବାକୁ ମିଳୁଛି। ଏହି ଝିଅମାନେ ଅପହଞ୍ଚ ଇଲାକାରୁ ଆସୁଥିବାବେଳେ ସେମାନଙ୍କୁ ସ୍କୁଲ ଯିବାକୁ ୫ରୁ ୧୫ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡ଼ିଥାଏ। ସାଇକେଲ ନ ଥିବାରୁ ଅଧିକାଂଶ ଝିଅ ଅଧାରୁ ପାଠପଢ଼ା ବନ୍ଦ କରି ଘରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତର କହିଲେ ‘ପ୍ରାର୍ଥନା କରନ୍ତୁ’

ବମ୍ବେ: କୋକିଳକଣ୍ଠୀ ତଥା ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର କରୋନାରେ ଆକ୍ରାନ୍ତ ହୋଇ ଏବେ ଡାକ୍ତରଖାନାରେ। ଏବେ ବି ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ଆଉ କିଛି...

ସର୍ଜରୀ କରି ପୁରୁଷ ହେଲେ ସୁନ୍ଦରୀ ଅଭିନେତ୍ରୀ: ସିକ୍ସ୍‌ ପ୍ୟାକ୍‌ ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ…

ଓ୍ବାଶିଂଟନ,୨୭।୫: ହଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଇଲେନ୍‌ ପେଜ୍‌ ନିଜର ସର୍ଜରୀ କରି ମହିଳାରୁ ପୁରୁଷ ପାଲଟି ଯାଇଛନ୍ତି। ପୁରୁଷ ଭାବେ ଏବେ ତାଙ୍କର ନାମ ଇଲିଓଟ୍‌...

ଶାହାରୁଖଙ୍କ ରେକର୍ଡ ଭାଙ୍ଗିଲେ ଏମ୍‌ସି ଷ୍ଟାନ୍‌

ବମ୍ବେ: ବିଗ୍‌ବସ୍‌ ବିଜେତା ହେବା ପରେ ରାପର୍‌ ଏମ୍‌ସି ଷ୍ଟାନ ଓରଫ ଅଲତାଫ ଶେଖଙ୍କ ଲୋକପ୍ରିୟତା ଆକଶ ଛୁଉଁଛି। ଏବେ ସେ ଭାରତର ସବୁଠାରୁ ଚର୍ଚ୍ଚିତ...

ସିମିଙ୍କୁ ଇଣ୍ଟରଭ୍ୟୁ ଦେଲେ ସଲମାନ

ମୁମ୍ବାଇ: ସିମି ଗରଓ୍ବୋଲଙ୍କୁ ବର୍ତ୍ତମାନ ବିଗ୍‌ ବସ୍‌-୧୬ରେ ଦେଖିବାକୁ ମିଳିବ। ସେ ସଲମାନଙ୍କ ସାକ୍ଷାତକାର ନେଉଥିବାର ନଜର ଆସିବେ। ଏହି ସମୟରେ ସିମି ପରିବାର ସଦସ୍ୟଙ୍କୁ...

ପୁଅ ସହ ଖେଳୁଛନ୍ତି ସୈଫ୍‌, ଫଟୋ ଶେୟାର କଲେ କରୀନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ଦୀପାବଳି ଅବସରରେ ସ୍ପେଶାଲ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସୈଫ୍‌ ଅଲ୍ଲୀ ଖାନ୍‌ ଛୋଟ ନବାବ...

ଛୋଟ ନବାବଙ୍କ ଜନ୍ମଦିନରେ ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବଲିଉଡ୍‌ର ଛୋଟ ନବାବ ତଥା କରୀନା କପୁର ଖାନ୍‌ଙ୍କ ପୁଅ ତୈମୁରଙ୍କ ଆଜି ହେଉଛି ଜନ୍ମଦିନ। ସେ ଆଜି ୪ ବର୍ଷରେ ପଦାର୍ପଣ କରିଛନ୍ତି।...

ମାଳଦ୍ୱୀପରେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହିଥାନ୍ତି। ସେ ନିକଟରେ ନିଜର କେତେକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି,...

ଖୋଲାଖୋଲି ରୀତେଶଙ୍କ ସହ ଲିପ୍‌ଲକ୍‌ କରି ଚର୍ଚ୍ଚାରେ ଡ୍ରାମାକୁଇନ୍‌

ବମ୍ବେ: ସର୍ବସମ୍ମୁଖରେ ସ୍ବାମୀ ରୀତେଶଙ୍କୁ ଚୁମ୍ବନ ଦେଇ ଚର୍ଚ୍ଚାରେ ବଲିଉଡ୍‌ର ଡ୍ରାମାକୁଇନ୍‌ ରାକ୍ଷୀ ସାଓ୍ବନ୍ତ। ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ର ଚଳିତ ସଂସ୍କରଣର ଫିନାଲେ ଅବସରରେ...

Advertisement
Archives

Model This Week