ଚାମୋଲି ହିମସ୍ଖଳନ: ୪ ଅନାଥ କନ୍ୟାଙ୍କୁ ପୋଷ୍ୟଭାବେ ଗ୍ରହଣ କରିବେ ସୋନୁ

ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦ ଏବେ ଅଭିନୟ ବ୍ୟତୀତ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ସାରିଛନ୍ତି । ଏବେ ସେ ଗରିବଙ୍କ ପାଇଁ ଦେବଦୂତ ସାଜିଛନ୍ତି । କରୋନା ମହାମାରୀ ଲକ୍ ଡାଉନ ପରଠାରୁ ସେ ଗରିବଙ୍କ ପାଇଁ ଆଗେଇ ଆସି ଉଦାହରଣ ପାଲଟି ଯାଇଛନ୍ତି । ନିକଟରେ ଉତ୍ତରାଖଣ୍ଡର ଚାମୋଲିରେ ହିମସ୍ଖଳନରେ ମୃତ୍ୟୁ ହୋଇଥିବା ଗୋଟିଏ ପରିବାରର ୪ କନ୍ୟା ସନ୍ତାନଙ୍କୁ ସେ ପୋଷ୍ୟ ଭାବେ ଗ୍ରହଣ କରିବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଚାମୋଲି ହିମସ୍ଖଳନରେ ଟିହରି ଜିଲାର ଆଲମ ସିଂ ପଣ୍ଡିର ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ସେ ପେଶାରେ ଜଣେ ଇଲେକ୍ଟ୍ରିସିଆନ୍ ଥିଲେ । ସେ ଏକ ଟନେଲରେ କାମ କରୁଥିଲେ । ତେବେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହେବା ପରଠାରୁ ଏବେ ତାଙ୍କର ୪ ଝିଅ ଏକ ପ୍ରକାର ବେସାହାରା ହୋଇ ଯାଇଛନ୍ତି । ଏହା ଜାଣିବା ପରେ ସୋନୁ ଏବେ ଏହି ୪ କନ୍ୟାଙ୍କୁ ପୋଷ୍ୟଭାବେ ଗ୍ରହଣ କରି ସେମାନଙ୍କର ପାଠପଢାଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରିବେ ବୋଳି ତାଙ୍କ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହାପରେ ସୋନୁ ପୁଣିଥରେ ଗରିବଙ୍କ ଦେବଦୂତ ପାଲଟି ଯାଇଛନ୍ତି ବୋଲି ଆଲୋଚନା ହେଉଛି । ନିକଟରେ ଏକ ୱେବସାଇଟକୁ ଦେଇଥିବା ଏକ ସାକ୍ଷାତ୍ କାରରେ ସେ କହିଥିଲେ ଲୋକଙ୍କ ବିପଦ ସମୟରେ ସମସ୍ତେ ଏମିତି ଆଗେଇ ଆସିବା ଉଚିତ ।


Enter your email to get our daily news in your inbox.

All Right Reserved By Dharitri.Com

କିମ୍ବଦନ୍ତୀ ସଙ୍ଗୀତକାର ଖାୟମ୍‌ଙ୍କ ପରଲୋକ

ମୁମ୍ବାଇ,୨୦ା୮- ଜାତୀୟ ପୁରସ୍କାରପ୍ରାପ୍ତ ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ଜାହିର ହାଶ୍‌ମି ସୋମବାର ଏକ ଘରୋଇ ହସ୍ପିଟାଲ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୯୨ବର୍ଷ...

ଅଭିନୟ ପୂର୍ବରୁ ଶିକ୍ଷକତା କରୁଥିଲେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ୍‌ ଅଭିନେତା ରାଜକୁମାର ରାଓ ତାଙ୍କର ଆଗାମୀ ଫିଲ୍ମ ‘ଛଲାଙ୍ଗ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ହଂସଲ ମେହତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଖୁବ୍‌ଶୀଘ୍ର ଆମାଜନ ପ୍ରାଇମ...

ଫିଲ୍ମ ଫ୍ଲପ ହେଲେ ନିଜର ୬ ନମ୍ବର ଆଙ୍ଗୁଠି କାଟିଦେବେ ହ୍ରିତିକ!

ମୁମ୍ବାଇ: ନିଜକୁ କ୍ରିଟିକ ବୋଲି ପରିଚୟ ଦେଉଥିବା (କେଆରକେ) ଅଧିକାଂଶ ସମୟରେ ତାଙ୍କର ବିବାଦୀୟ ବୟାନକୁ ନେଇ ଥାଆନ୍ତି ଚର୍ଚ୍ଚାରେ । କେଆରକେ ସବୁ ସମୟରେ...

ଗ୍ଲାମରସ୍‌ ଦୁନିଆରୁ ଦୂରେଇ ଗଲେ ଆଶିକି ଗର୍ଲ…

ମୁମ୍ବାଇ,୧୧।୧: ବଲିଉଡ୍‌ ଅଭିନେତ୍ରୀ ତଥା ଆଶିକି ଗର୍ଲ ଭାବେ ପରିଚିତି ହାସଲ କରିଥିବା ଅନୁ ଅଗ୍ରଓ୍ବାଲ ସୋମବାର ନିଜର ୫୧ ବର୍ଷ ପୂରଣ କରିଛନ୍ତି। ସେ...

ପଞ୍ଚଭୂତରେ ବିଲୀନ ବାପି ଦା’

କିମ୍ବଦନ୍ତୀ ସଜ୍ଞୀତଜ୍ଞ ବାପି ଲାହିରୀଙ୍କୁ ତାଙ୍କ ପ୍ରିୟଜନଙ୍କ ଉପସ୍ଥିତିରେ ମୁମ୍ବାଇର ଭିଲେ ପାର୍ଲେରେ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ପୁଅ ବପ୍ପା ଲାହିରୀ ବାପାଙ୍କୁ ମୁଖାଗ୍ନି...

ବ୍ରେକ୍‌ଅପ ପରେ ସୁସ୍ମିତାଙ୍କ ଏକ୍ସ-ବୟଫ୍ରେଣ୍ଡ କହିଲେ ଏମିତି

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ସୁସ୍ମିତା ସେନ୍‌ ଆଜିକାଲି ବୟଫ୍ରେଣ୍ଡ ରେହମନ ଶଲଙ୍କ ଠାରୁ ବ୍ରେକ୍‌ଅପକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏବେ ସୁସ୍ମିତା ସୋସିଆଲ ମିଡିଆରେ...

କରୋନାରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

କରୋନା ମହାମାରୀର ଦ୍ୱିତୀୟ ଲହରରେ ଅନେକ ସେଲିବ୍ରିଟ ସଂକ୍ରମିତ ହୋଇଛନ୍ତି। ଏଥିରେ ଅନେକ ଜଣ ପ୍ରାଣ ମଧ୍ୟ ହରାଇଛନ୍ତି। ଦକ୍ଷିଣ, ଭୋଜପୁରୀ ଏବଂ ବଲିଉଡ ଚଳଚ୍ଚିତ୍ରରେ...

ସ୍ତ୍ରୀ ରୋଗ ବିଶେଷଜ୍ଞ ହୋଇ ଅଡୁଆରେ ପଡିଲେ ଆୟୁଷ୍ମାନ

ମୁମ୍ବାଇ: କିଛିଦିନ ହେବ ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କ ମୁଭି ‘ଡକ୍ଟର ଜି’କୁ ନେଇ ଅଛନ୍ତି ଚର୍ଚ୍ଚାରେ । ପ୍ରଶଂସକ ବଡ ଉତ୍ସୁକତାର ସହ ଏହି...

Advertisement
Archives

Model This Week