ଖୁଡ଼ୀଙ୍କ ହତ୍ୟା ପରେ ପୁତୁରାଙ୍କ ଆତ୍ମହତ୍ୟା

ଜଗତ୍‌ସିଂହପୁର ଅଫିସ,୨୦।୪:  ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ଏକସୁଧା ଅଞ୍ଚଳରେ ସୋମବାର ଖୁଡ଼ୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିବା ପରେ ପୁତୁରା ଏକ ଗଛରେ ଝୁଲି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଥାନାରେ ମୃତ ମହିଳା ରାଧା(ଛଦ୍ମନାମ)ଙ୍କ ସ୍ବାମୀ ଗୋବିନ୍ଦ(ଛଦ୍ମନାମ)ଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା (ନଂ.୨୦୪/୨୧) ରୁଜୁ କରିବା ସହ ତଦନ୍ତ ଜାରି ରଖିଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଆଇଆଇସି ରଜନୀକାନ୍ତ ମିଶ୍ର କହିଛନ୍ତି, ଗୋବିନ୍ଦ ଓ ତାଙ୍କ ବଡ଼ଭାଇଙ୍କ ପରିବାର ଅଲଗା ହୋଇଯାଇଥିଲେ ସୁଦ୍ଧା ଗୋଟିଏ କୋଠାରେ ରୁହନ୍ତି। ଗୋବିନ୍ଦ କଟକରେ ଏକ ଅଟୋମୋବାଇଲ ଦୋକାନ କରିଛନ୍ତି। ସେ ସବୁଦିନ ସକାଳେ କଟକ ଯାଇଥାନ୍ତି। ଘରେ ରାଧା ଓ ତାଙ୍କର ୯ ବର୍ଷର ପୁଅ ରୁହନ୍ତି। ଅନେକ ସମୟରେ ଅଭିଯୁକ୍ତ ପୁତୁରା ନିଶା ସେବନ କରି ରାଧାଙ୍କ ଉପରେ ଖରାପ ନଜର ରଖୁଥିଲେ। ଏପରି କି ଅଶାଳୀନ ବ୍ୟବହାର କରିବା ସହ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ଉଭୟ ପରିବାର ମଧ୍ୟରେ ଜମିଜମାକୁ ନେଇ ବିବାଦ ଲାଗି ରହିଥିଲା। ଅଭିଯୁକ୍ତଙ୍କ ପରିବାରର ନିର୍ଯାତନା ସହି ନ ପାରି ୪/୫ ମାସ ପୂର୍ବେ ଗୋବିନ୍ଦ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଉଭୟଙ୍କୁ ବୁଝାଶୁଝା କରି ଛାଡ଼ି ଦେଇଥିଲା। କିନ୍ତୁ ଏଥିରେ ବିବାଦ ଥମି ନ ଥିଲା। ସୋମବାର ସକାଳେ ରାଧା ବାରିପଟେ ଅଳିଆ ପକାଇବାକୁ ଯାଇଥିଲେ। ଏହି ସମୟରେ ପୂର୍ବ ପ୍ରସ୍ତୁତି ମୁତାବକ ଅଭିଯୁକ୍ତ ପୁତୁରା ରାଧାଙ୍କ ପଛପଟୁ କାନମୁଣ୍ଡାକୁ କୁରାଢ଼ିରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ରାଧାଙ୍କ ମୃତ୍ୟୁ ଘଟିଥିଲା। ତା’ ପରେ ଅଭିଯୁକ୍ତ ପୁତୁରା ଗଁାଠାରୁ କିଛି ଦୂର ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏ ସମ୍ପର୍କରେ କେତେଜଣ ଗ୍ରାମବାସୀଙ୍କ କହିବାନୁଯାୟୀ, ଅଭିଯୁକ୍ତଙ୍କ ପରିବାରର କାର୍ଯ୍ୟକଳାପ ଅସହ୍ୟ ଥିଲା। ଯେଉଁଥିପାଇଁ ଗ୍ରାମବାସୀ ସେମାନଙ୍କୁ ଭଲ ପାଉ ନ ଥିଲେ। ଅନ୍ୟପକ୍ଷରେ ଜଗତ୍‌ସିଂହପୁର ଏସ୍‌ଡିପିଓ ପ୍ରିୟରଞ୍ଜନ ଶତପଥୀ, ଆଇଆଇସି ମିଶ୍ର ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତଙ୍କ ମୃତଦେହକୁ ଗ୍ରାମର କେହି ଛୁଇଁବାକୁ ରାଜି ହୋଇ ନ ଥିଲେ। ଏପରି କି ଗଁା ମଶାଣିରେ ପୋଡ଼ିବାକୁ ମଧ୍ୟ ଗ୍ରାମବାସୀ ବିରୋଧ କରିଥିଲେ। ଶେଷରେ ପୋଲିସ ଅଭିଯୁକ୍ତଙ୍କ ମୃତଦେହ ଜଗତ୍‌ସିଂହପୁର ଆଣିବାକୁ ବାଧ୍ୟ ହୋଇଥିଲା। ଜଗତ୍‌ସିଂହପୁର ପୌର ପରିଷଦ କର୍ମଚାରୀଙ୍କ ସହାୟତାରେ ମୃତଦେହ ସତ୍କାର କରିଥିଲା। ଏଥିସହ ଅଭିଯୁକ୍ତଙ୍କ ମା’, ବାପାଙ୍କ ଉପରେ ଗ୍ରାମବାସୀଙ୍କ କ୍ରୋଧ ଥିବାରୁ ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ସେମାନଙ୍କୁ ଥାନାକୁ ନେଇଯାଇଥିବା ଆଇଆଇସି ମିଶ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଟକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଣିଷ-ବନ୍ୟପ୍ରାଣୀ ସହାବସ୍ଥାନର ବାର୍ତ୍ତା

ଭଞ୍ଜନଗର,୩ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍‌ ଅନ୍ତର୍ଗତ ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ୭୨ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି। ଏହି…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ବନ୍ୟଜନ୍ତୁଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ଵ

ଦିଗପହଣ୍ଡି,୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧିନ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ବୁରୁବନ୍ଧ ଗ୍ରାମ ବନସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ଜଙ୍ଗଲ ପରିବେଶ…

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

୧୦ ଜଣଙ୍କୁ କାମୁଡ଼ିଲା ଗୋଟିଏ କୁକୁର, ଡାକ୍ତରଖାନାରେ ଭିଡ଼

ଗୁଣପୁର,୩ା୧୦(ସଙ୍କେତ ପାତ୍ର): ଶନିବାର ସକାଳୁ ମଧ୍ୟାହ୍ନ ୩ଟା ମଧ୍ୟରେ ଗୁଣପୁର ସହରରେ ଗୋଟିଏ କୁକୁର କାମୁଡ଼ାରେ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। କୁକୁରଟି ଏକାଧିକ ଲୋକଙ୍କୁ…

ଦୁର୍ଘଟଣାରେ ମୃତ ରାମା ରାଓଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୩ା୧୦(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଗୋଖୁରଗୁଦା ଗ୍ରାମର ଡବ୍ଲ୍ୟୁ ରାମା ରାଓଙ୍କର ତିରୁପତିଠାରେ କାର୍ଯ୍ୟରତ ଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଅକାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?