ଡିସିସିବି ଆର୍ଥିକ ଅନିୟମିତତାକୁ ଚାପି ଦିଆଯାଉଛି

ଯାଜପୁର ଅଫିସ,୨୦।୪: ବଲାଙ୍ଗୀର ଓ କେନ୍ଦୁଝର ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ(ଡିସିସିବି)ର ଆନନ୍ଦପୁର ଶାଖାରେ ହୋଇଥିବା ଅର୍ଥ ଆତ୍ମସାତ୍‌ ମାମଲାକୁ ଚାପି ଦିଆଯାଇଛି। ଏଥିରେ ସମ୍ପୃକ୍ତ ପରିଚାଳନା ନିର୍ଦ୍ଦେଶକ ଓ କର୍ମଚାରୀଙ୍କୁ ଦାୟୀ କରି ସେମାନଙ୍କଠାରୁ ଉକ୍ତ ଅର୍ଥକୁ ଆଦାୟଯୋଗ୍ୟ ଦର୍ଶାଯାଇଛି। ସେମାନଙ୍କ ବିରୋଧରେ କେବଳ ସରଚାର୍ଜ ପ୍ରୋସିଡିଂ ମାମଲା ରୁଜୁ କରି ରଫାଦଫା କରିବାକୁ ଉଦ୍ୟମ ହୋଇଛି। ଏହି ମାମଲାର ଭିଜିଲାନ୍ସ କିମ୍ବା ଲୋକପାଳ ତଦନ୍ତ ନିମନ୍ତେ ବିଭାଗୀୟ ଷ୍ଟାଣ୍ଡିଂ କମିଟି ସୁପାରିସ କରିଥିଲେ ହେଁ ତାକୁ ଅଣଦେଖା କରାଯାଇଛି। କେବଳ ଆଇନ ବିଭାଗକୁ ଅଡିଟ୍‌ ରିପୋର୍ଟ ପଠାଇ ଦେଇ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ଏଥିପାଇଁ ବିଭାଗୀୟ ଅଧିକାରୀ ଓ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ମଧ୍ୟରେ ଏକ ବଡ଼ଧରଣର ମୂଲଚାଲ ହୋଇଥିବା ମତପ୍ରକାଶ ପାଇଛି।
ବଲାଙ୍ଗୀର ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ୨୦୧୫-୧୬ଠାରୁ ୨୦୧୮-୧୯ ମଧ୍ୟରେ ଘଟିଥିବା ବିଭିନ୍ନ ଆର୍ଥିକ ଅନିୟମିତତା ଏବଂ ୧ା୧୨ା୨୦୧୮ଠାରୁ ୩୧ା୧୦ା୨୦୧୯ ମଧ୍ୟରେ ଏଟିଏମ୍‌ ମାଧ୍ୟମରେ ଜାଲିଆତି କରି ଅର୍ଥ ଉଠାଣ ଉପରେ ୨ଟି ସ୍ବତନ୍ତ୍ର ଅଡିଟ୍‌ କରାଯାଇଥିଲା। ଏହି ସ୍ବତନ୍ତ୍ର ଅଡିଟ୍‌ର ବିବରଣୀ ଅନୁଯାୟୀ ୨୦୧୫-୧୬ ଠାରୁ ୨୦୧୮-୧୯ ମଧ୍ୟରେ ୧ କୋଟି ୪୭ ଲକ୍ଷ ୫୯ ହଜାର ୩୨ ଟଙ୍କାର ଆର୍ଥିକ ଅନିୟମିତତା ଦୃଷ୍ଟିଗୋଚର ହୋଇଥିଲା। ଏଥିପାଇଁ ୧୫ ଜଣ ପରିଚାଳନା ପରିଷଦ ନିର୍ଦ୍ଦେଶକ ଏବଂ ୨୩ ଜଣ କର୍ମଚାରୀଙ୍କୁ ଦାୟୀ କରି ସେମାନଙ୍କଠାରୁ ଉକ୍ତ ଅର୍ଥକୁ ଆଦାୟଯୋଗ୍ୟ ଦର୍ଶାଯାଇଛି। ଏଥିପାଇଁ ଉକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ସରଚାର୍ଜ ପ୍ରୋସିଡିଂ ମାମଲା ରୁଜୁ କରାଯାଇଛି। ଏଟିଏମ ମାଧ୍ୟମରେ ଅର୍ଥ ଉଠାଣ ବିଷୟରେ ହୋଇଥିବା ସ୍ବତନ୍ତ୍ର ସମୀକ୍ଷା ବିବରଣୀ ଅନୁଯାୟୀ ୧୦ ଲକ୍ଷ ୩୪ ହଜାର ୬୩୨ ଟଙ୍କାର ଜାଲିଆତି ହୋଇଥିଲା। ଅଡିଟରଙ୍କ ଦ୍ୱାରା ଏହି ଜାଲିଆତିରେ ସମ୍ପୃକ୍ତ ୧୦ ଜଣ କର୍ମଚାରୀଙ୍କ ନାମ ଦର୍ଶାଯାଇଥିବାବେଳେ ୮ ଜଣଙ୍କ ବିରୋଧରେ ସରଚାର୍ଜ ପ୍ରୋସିଡିଂ ମାମଲା ରୁଜୁ କରାଯାଇଛି। ଏହାବ୍ୟତୀତ ୧୦ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବଲାଙ୍ଗୀର ଟାଉନ ଥାନାରେ ୨ଟି ଏଫଆଇଆର ରୁଜୁ ହୋଇଛି।
କେନ୍ଦୁଝର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ଆନନ୍ଦପୁର ଶାଖାର ୨୦୧୭-୧୮ଠାରୁ ୨୦୧୯-୨୦ ମଧ୍ୟରେ ସ୍ବତନ୍ତ୍ର ଅଡିଟ୍‌ ହୋଇଥିଲା। ବ୍ରାଞ୍ଚରେ ବିଭିନ୍ନ ଋଣ ପ୍ରକ୍ରିୟା ଏବଂ ଏ ସଂକ୍ରାନ୍ତୀୟ ରାଜିନାମାରେ ତ୍ରୁଟି ପାଇଁ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ୧୦ ଲକ୍ଷ ୧୫ ହଜାର ୬୧୩ ଟଙ୍କା ଆଦାୟଯୁକ୍ତ ଅର୍ଥ ଦର୍ଶାଯାଇଅଛି। ଉକ୍ତ ଅର୍ଥକୁ ଆଦାୟ କରିବା ପାଇଁ ଇତିମଧ୍ୟରେ ଆସିଷ୍ଟାଣ୍ଟ ଅଡିଟର ଜେନେରାଲ ଅଫ୍‌ କୋଅପରେଟିଭ ସୋସାଇଟିଜ୍‌ (ଏଏଜିସିଏସ୍‌)ଠାରେ ସରଚାର୍ଜ ପ୍ରୋସିଡିଂ ମାମଲା ଦାୟର ହୋଇ ଶୁଣାଣି ଜାରି ରହିଛି। ଉପରୋକ୍ତ ଅନିୟମିତତା ଅର୍ଥ ଆତ୍ମସାତ୍‌ କିମ୍ବା ଜାଲିଆତି ଜନିତ ହୋଇ ନ ଥିବାରୁ ସମ୍ପୃକ୍ତ କର୍ମଚାରୀମାନଙ୍କ ବିରୋଧରେ କୌଣସି ଫୌଜଦାରୀ ମାମଲା ନ ହୋଇ ସମବାୟ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ରାଜ୍ୟ ସମବାୟ ସମିତି(ମାର୍କେଟିଂ)ର ଡେପୁଟି ରେଜିଷ୍ଟ୍ରାର ୨୬ା୩ା୨୦୨୧ରେ ସମବାୟ ସମିତିର ଅଣ୍ଡର ସେକ୍ରେଟାରିଙ୍କୁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଟକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଣିଷ-ବନ୍ୟପ୍ରାଣୀ ସହାବସ୍ଥାନର ବାର୍ତ୍ତା

ଭଞ୍ଜନଗର,୩ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍‌ ଅନ୍ତର୍ଗତ ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ୭୨ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି। ଏହି…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ…

ରୁଷିଆ ସେନାରେ ଏବେବି ୫୫ ଭାରତୀୟ, ତଥ୍ୟ ଦେବାକୁ ମସ୍କୋକୁ ଅନୁରୋଧ କଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୩ା୧୦: ରୁଷିଆ ସେନାରେ ନିଯୁକ୍ତି ପାଇଥିବା ଭାରତୀୟଙ୍କ ମଧ୍ୟରୁ ଇତିମଧ୍ୟରେ ୧୪୦ ଜଣଙ୍କୁ ମୁକ୍ତ କରାଗଲାଣି। ଏବେ ବି ରୁଷିଆର ସଶସ୍ତ୍ର ସେନାରେ ୫୫ ଭାରତୀୟ କାର୍ଯ୍ୟରତ…

ବନ୍ୟଜନ୍ତୁଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ଵ

ଦିଗପହଣ୍ଡି,୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧିନ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ବୁରୁବନ୍ଧ ଗ୍ରାମ ବନସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ଜଙ୍ଗଲ ପରିବେଶ…

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?