ଡିସିସିବି ଆର୍ଥିକ ଅନିୟମିତତାକୁ ଚାପି ଦିଆଯାଉଛି

ଯାଜପୁର ଅଫିସ,୨୦।୪: ବଲାଙ୍ଗୀର ଓ କେନ୍ଦୁଝର ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ(ଡିସିସିବି)ର ଆନନ୍ଦପୁର ଶାଖାରେ ହୋଇଥିବା ଅର୍ଥ ଆତ୍ମସାତ୍‌ ମାମଲାକୁ ଚାପି ଦିଆଯାଇଛି। ଏଥିରେ ସମ୍ପୃକ୍ତ ପରିଚାଳନା ନିର୍ଦ୍ଦେଶକ ଓ କର୍ମଚାରୀଙ୍କୁ ଦାୟୀ କରି ସେମାନଙ୍କଠାରୁ ଉକ୍ତ ଅର୍ଥକୁ ଆଦାୟଯୋଗ୍ୟ ଦର୍ଶାଯାଇଛି। ସେମାନଙ୍କ ବିରୋଧରେ କେବଳ ସରଚାର୍ଜ ପ୍ରୋସିଡିଂ ମାମଲା ରୁଜୁ କରି ରଫାଦଫା କରିବାକୁ ଉଦ୍ୟମ ହୋଇଛି। ଏହି ମାମଲାର ଭିଜିଲାନ୍ସ କିମ୍ବା ଲୋକପାଳ ତଦନ୍ତ ନିମନ୍ତେ ବିଭାଗୀୟ ଷ୍ଟାଣ୍ଡିଂ କମିଟି ସୁପାରିସ କରିଥିଲେ ହେଁ ତାକୁ ଅଣଦେଖା କରାଯାଇଛି। କେବଳ ଆଇନ ବିଭାଗକୁ ଅଡିଟ୍‌ ରିପୋର୍ଟ ପଠାଇ ଦେଇ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ଏଥିପାଇଁ ବିଭାଗୀୟ ଅଧିକାରୀ ଓ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ମଧ୍ୟରେ ଏକ ବଡ଼ଧରଣର ମୂଲଚାଲ ହୋଇଥିବା ମତପ୍ରକାଶ ପାଇଛି।
ବଲାଙ୍ଗୀର ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ୨୦୧୫-୧୬ଠାରୁ ୨୦୧୮-୧୯ ମଧ୍ୟରେ ଘଟିଥିବା ବିଭିନ୍ନ ଆର୍ଥିକ ଅନିୟମିତତା ଏବଂ ୧ା୧୨ା୨୦୧୮ଠାରୁ ୩୧ା୧୦ା୨୦୧୯ ମଧ୍ୟରେ ଏଟିଏମ୍‌ ମାଧ୍ୟମରେ ଜାଲିଆତି କରି ଅର୍ଥ ଉଠାଣ ଉପରେ ୨ଟି ସ୍ବତନ୍ତ୍ର ଅଡିଟ୍‌ କରାଯାଇଥିଲା। ଏହି ସ୍ବତନ୍ତ୍ର ଅଡିଟ୍‌ର ବିବରଣୀ ଅନୁଯାୟୀ ୨୦୧୫-୧୬ ଠାରୁ ୨୦୧୮-୧୯ ମଧ୍ୟରେ ୧ କୋଟି ୪୭ ଲକ୍ଷ ୫୯ ହଜାର ୩୨ ଟଙ୍କାର ଆର୍ଥିକ ଅନିୟମିତତା ଦୃଷ୍ଟିଗୋଚର ହୋଇଥିଲା। ଏଥିପାଇଁ ୧୫ ଜଣ ପରିଚାଳନା ପରିଷଦ ନିର୍ଦ୍ଦେଶକ ଏବଂ ୨୩ ଜଣ କର୍ମଚାରୀଙ୍କୁ ଦାୟୀ କରି ସେମାନଙ୍କଠାରୁ ଉକ୍ତ ଅର୍ଥକୁ ଆଦାୟଯୋଗ୍ୟ ଦର୍ଶାଯାଇଛି। ଏଥିପାଇଁ ଉକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ସରଚାର୍ଜ ପ୍ରୋସିଡିଂ ମାମଲା ରୁଜୁ କରାଯାଇଛି। ଏଟିଏମ ମାଧ୍ୟମରେ ଅର୍ଥ ଉଠାଣ ବିଷୟରେ ହୋଇଥିବା ସ୍ବତନ୍ତ୍ର ସମୀକ୍ଷା ବିବରଣୀ ଅନୁଯାୟୀ ୧୦ ଲକ୍ଷ ୩୪ ହଜାର ୬୩୨ ଟଙ୍କାର ଜାଲିଆତି ହୋଇଥିଲା। ଅଡିଟରଙ୍କ ଦ୍ୱାରା ଏହି ଜାଲିଆତିରେ ସମ୍ପୃକ୍ତ ୧୦ ଜଣ କର୍ମଚାରୀଙ୍କ ନାମ ଦର୍ଶାଯାଇଥିବାବେଳେ ୮ ଜଣଙ୍କ ବିରୋଧରେ ସରଚାର୍ଜ ପ୍ରୋସିଡିଂ ମାମଲା ରୁଜୁ କରାଯାଇଛି। ଏହାବ୍ୟତୀତ ୧୦ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବଲାଙ୍ଗୀର ଟାଉନ ଥାନାରେ ୨ଟି ଏଫଆଇଆର ରୁଜୁ ହୋଇଛି।
କେନ୍ଦୁଝର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ଆନନ୍ଦପୁର ଶାଖାର ୨୦୧୭-୧୮ଠାରୁ ୨୦୧୯-୨୦ ମଧ୍ୟରେ ସ୍ବତନ୍ତ୍ର ଅଡିଟ୍‌ ହୋଇଥିଲା। ବ୍ରାଞ୍ଚରେ ବିଭିନ୍ନ ଋଣ ପ୍ରକ୍ରିୟା ଏବଂ ଏ ସଂକ୍ରାନ୍ତୀୟ ରାଜିନାମାରେ ତ୍ରୁଟି ପାଇଁ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ୧୦ ଲକ୍ଷ ୧୫ ହଜାର ୬୧୩ ଟଙ୍କା ଆଦାୟଯୁକ୍ତ ଅର୍ଥ ଦର୍ଶାଯାଇଅଛି। ଉକ୍ତ ଅର୍ଥକୁ ଆଦାୟ କରିବା ପାଇଁ ଇତିମଧ୍ୟରେ ଆସିଷ୍ଟାଣ୍ଟ ଅଡିଟର ଜେନେରାଲ ଅଫ୍‌ କୋଅପରେଟିଭ ସୋସାଇଟିଜ୍‌ (ଏଏଜିସିଏସ୍‌)ଠାରେ ସରଚାର୍ଜ ପ୍ରୋସିଡିଂ ମାମଲା ଦାୟର ହୋଇ ଶୁଣାଣି ଜାରି ରହିଛି। ଉପରୋକ୍ତ ଅନିୟମିତତା ଅର୍ଥ ଆତ୍ମସାତ୍‌ କିମ୍ବା ଜାଲିଆତି ଜନିତ ହୋଇ ନ ଥିବାରୁ ସମ୍ପୃକ୍ତ କର୍ମଚାରୀମାନଙ୍କ ବିରୋଧରେ କୌଣସି ଫୌଜଦାରୀ ମାମଲା ନ ହୋଇ ସମବାୟ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ରାଜ୍ୟ ସମବାୟ ସମିତି(ମାର୍କେଟିଂ)ର ଡେପୁଟି ରେଜିଷ୍ଟ୍ରାର ୨୬ା୩ା୨୦୨୧ରେ ସମବାୟ ସମିତିର ଅଣ୍ଡର ସେକ୍ରେଟାରିଙ୍କୁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୨ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri