ପୁଅର ଶକ୍ତ ଚାପୁଡ଼ାରେ ଚାଲିଗଲା ମା’ଙ୍କ ଜୀବନ

ନବରଙ୍ଗପୁର,୧୯ା୩(ବି.ପ୍ର.): ନବରଙ୍ଗପୁର ସ୍ଥାନୀୟ ଦାରୁବନ୍ଧ ସାହି ପ୍ରତାପ ସାଗର (ପୋଖରୀ) ହୁଡ଼ାରେ ନବୀନ ଅମନାତ୍ୟ ଓ ତାଙ୍କ ମା’ ଜେମା ଅମନାତ୍ୟ (୮୦) ଏକ ଝୁପୁଡ଼ି ଘରେ ଦୀର୍ଘଦିନ ହେବ ରହି ଆସୁଥିଲେ। ସବୁବେଳେ ମଦ୍ୟପାନ କରି ମା’ଙ୍କ ସହିତ ଝଗଡ଼ା କରୁଥିଲେ ନବୀନ। ହୋଲି ଭଳି ଏକ ପବିତ୍ର ଦିନରେ ସେ ମା’ଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଅପରାହ୍ନରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଅତିରିକ୍ତ ପୋଲିସ ପୋଲିସ ଇନ୍ସପେକ୍ଟର ରାମେଶ୍ୱର ପ୍ରଧାନ, ଏସ୍‌ଆଇ ଦେବାଶିଷ ସାହୁ, ସବୀର ଅହମ୍ମଦ ଓ ଏଏସ୍‌ଆଇ ଗୁଣନିଧି ବାଘ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅ ନବୀନଙ୍କୁ ଥାନାରେ ଆଣି ଅଟକ ରଖିଛନ୍ତି। ଜେମାଙ୍କ ଝିଅ ହେମଲତା ଗାଦବା, ନାତି ରାଜ ଅମନାତ୍ୟ ଥାନାକୁ ଆଣି ପୋଲିସ ଘଟଣା ସମ୍ପର୍କରେ ଅଧିକ ପଚରାଉଚରା କରୁଛି ।

ସ୍ଥାନୀୟ ମହିଳା ସୁମିତ୍ରା ମାଝିଙ୍କ କହିବାନୁଯାୟୀ, ପୁଅ ନବୀନ ସବୁବେଳେ ମଦ୍ୟ ପାନ କରି ମାଆଙ୍କ ସହିତ ଝଗଡ଼ା କରି ମାରିଦେବି ବୋଲି କହୁଥାନ୍ତି। ଆଜି ହୋଲି ଖେଳିବାକୁ ଯାଇ ମଦ ପିଇ ଘରକୁ ଆସି କେତେବେଳେ ମାଆକୁ ମାରି ଦେଇଛନ୍ତି । ଆମେ ସାହି ବାସିନ୍ଦା ଜାଣିବାକୁ ପାଇଲୁ ଯେ, ପୁଅ ନବୀନ ମାଆକୁ ମାରି ଦେଇଛି। ଖବର ପାଇ ପୋଲିସ ପହଞ୍ଚିବା ପରେ ନବୀନଙ୍କୁ ଥାନାକୁ ନେଇଛି। ଘଟଣା ସମ୍ପର୍କରେ ପୁଅ ନବୀନଙ୍କୁ ପଚାରିବାରୁ, ମାଆକୁ ଗୋଟିଏ ଚାପୁଡ଼ା ମାରିଲି ତା’ ପରେ କ’ଣ ହେଲା ମୁଁ ଜାଣିନାହିଁ। ଏନେଇ ପୋଲିସ ଝିଅର ଅଭିଯୋଗ କ୍ରମେ ଏକ ହତ୍ୟା ମାମଲା ରୁଜୁ କରିଛି। ନାତି ରାଜ କହିଛନ୍ତି ଯେ, ଜେଜେମା ସହିତ ସେ ରହୁଥିଲେ। ବାପା ନବୀନ କେତେବେଳେ କେମିତି ଘରକୁ ଆସୁଥିଲେ। ସେ କେବେ କେଉଁଠି ରହୁଛନ୍ତି ତାହା ସେ ଜାଣନ୍ତି ନାହିଁ। ଆଜି ଜେଜେମାକୁ ମାରିଦେଇଛନ୍ତି। ଝିଅ ହେମଲତା କହିଛନ୍ତି ଯେ, ସେ ବିବାହ ପରେ ଗଡ଼ବାଗୁଡ଼ା ସାହିରେ ରହୁଛନ୍ତି। ପୋଲିସ ଓ ସାହିବାସିନ୍ଦା କହିବା ପରେ ମାଆର ମୃତ୍ୟୁ ଖବର ପାଇଲି। ଏନେଇ ଲିଖିତ ଅଭିଯୋଗ ଥାନାରେ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?