Posted inଜାତୀୟ

କର୍ନାଟକରେ ବିଜୟ ପରେ ଏବେ ତେଲେଙ୍ଗାନାରେ କଂଗ୍ରେସ ଆପଣାଇବ ୫ଜି ଫର୍ମୁଲା! ସେପ୍ଟେମ୍ବର ୧୭ରେ ଘୋଷଣା କରିବେ ସୋନିଆ

ନୂଆଦିଲ୍ଲୀ,୧୦।୯: କଂଗ୍ରେସ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ଜନସଭାରେ ରାଜ୍ୟବାସୀଙ୍କ ପାଇଁ ପାଞ୍ଚ ‘ଗ୍ୟାରେଣ୍ଟି’ର ଘୋଷଣା କରିବ।

କଂଗ୍ରେସ ତେଲେଙ୍ଗାନା ୟୁନିଟ ସଭାପତି ତଥା ଏମପି ଏ ରେଭଂତ ରେଡ୍ଡୀ କହିଛନ୍ତି ଯେ ବରିଷ୍ଠ କଂଗ୍ରେସ ନେତା ସୋନିଆ ଗାନ୍ଧୀ ସେପ୍ଟେମ୍ବର ୧୭ରେ ଏକ ରାଲିରେ ପାଞ୍ଚଟି ନିର୍ବାଚନ ଗ୍ୟାରେଣ୍ଟି ଘୋଷଣା କରିବେ।
ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ ନବ ଗଠିତ କଂଗ୍ରେସ କାର୍ଯ୍ୟନିର୍ବାହୀ କମିଟିର ପ୍ରଥମ ବୈଠକ ସେପ୍ଟେମ୍ବର ୧୬ରେ ହାଇଦ୍ରାବାଦରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରିସାରିଛି। ସେଠାରେ ସେପ୍ଟେମ୍ବର ୧୭ରେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି)ର ଏକ ବୈଠକ ଅନୁଷ୍ଠିତ ହେବ ଯେଉଁଥିରେ ସମସ୍ତ ରାଜ୍ୟ କଂଗ୍ରେସ କମିଟି (ପିସିସି) ମୁଖ୍ୟ ଅଂଶଗ୍ରହଣ କରିବେ।
ଆସନ୍ତା ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ‘କୃଷକ ମାନିଫେଷ୍ଟୋ’, ‘ଏସସି, ଏସଟି ମନିଫେଷ୍ଟୋ’ ଏବଂ ’ଯୁବ ମନିଫେଷ୍ଟୋ’ ପ୍ରକାଶ କରିଛି ଯେଉଁଥିରେ ତେଲେଙ୍ଗାନାର ଭୋଟରଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ରହିଛି। ବାସ୍ତବରେ ପଡୋଶୀ କର୍ଣ୍ଣାଟକରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସ ଘୋଷଣା କରିଥିବା ପାଞ୍ଚଟି ଗ୍ୟାରେଣ୍ଟି ଦଳର ସଫଳତା ପାଇଁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟେନ୍‌, ଫ୍ରାନ୍ସରେ ଆସୁଛି ପଞ୍ଚମ ହିଟ୍‌ଓ୍ବେଭ୍‌

ପ୍ୟାରିସ୍‌, ୧୧।୮(ପି.ଟି): ପଶ୍ଚିମ ୟୁରୋପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦିନକୁ ଦିନ ଭୟଙ୍କର ରୂପ ନେଉଥିବାବେଳେ ବ୍ରିଟେନ ଏବଂ ଫ୍ରାନ୍ସ ଚଳିତ ମୌସୁମୀର ପଞ୍ଚମ ପ୍ରଚଣ୍ଡ ତାତି…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

ଲୁଚି ପଳାଇଲେ ଟ୍ରମ୍ପ! ହେଲେ ଏହା ପଛର ରହସ୍ୟ କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୧୧।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଗତ ମାସରେ…

ଗାଙ୍ଗୁଲିଙ୍କ ଜୀବନ ପ୍ରତି ବିପଦ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ଇରାନ ଯୁଦ୍ଧ କ୍ଷତିପୂରଣ ଦାବି କରିବାରୁ ଟ୍ରମ୍ପ କହିଲେ ଏମିତି କଥା ସାରା ବିଶ୍ୱ ଚକିତ

ତେହରାନ,୧୧।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ସମୟରେ ହୋଇଥିବା କ୍ଷତି ପାଇଁ ଇରାନର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏକ ସଂଘର୍ଷ ଯେଉଁଥିରେ ଇରାନର ପୂର୍ବତନ ସର୍ବୋଚ୍ଚ…

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ଶିଶୁ, କିଶୋରଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପଡୁଛି ଗଭୀର ପ୍ରଭାବ!

ନୂଆଦିଲ୍ଲୀ,୧୧।୮(ପି.ଟି.): ଦିନକୁ ଦିନ ବଢ଼ୁଥିବା ତାପମାତ୍ରା ଏବଂ ଗ୍ରୀଷ୍ମ ପ୍ରବାହ ସାମାଜିକ ଜୀବନଚଳଣିକୁ ପ୍ରଭାବିତ କରିବା ସହିତ ସ୍ବାସ୍ଥ୍ୟଗତ ଦିଗକୁ ନେଇ ଅନେକ ସମସ୍ୟା ସୃଷ୍ଟି କରିବାରେ…

ବିଶ୍ବ ପାଇଁ ବଡ଼ ବିପଦ! ଏଆଇକୁ ଅସ୍ତ୍ର କରୁଛି ଉତ୍ତର କୋରିଆ, ସାଇବର ଆକ୍ରମଣ ନେଇ ଆଲର୍ଟ!

ନୂଆଦିଲ୍ଲୀ,୧୧।୮:ବିଶ୍ୱ ସାଇବର ସୁରକ୍ଷା କ୍ଷେତ୍ରରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଉତ୍ତର କୋରିଆର ସରକାରୀ ସହାୟତା ପ୍ରାପ୍ତ ହ୍ୟାକରମାନେ ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri