Posted inଫୁରସତ

ଥ୍ରୀ ଇଡିଏଟସ୍ ଚିନ୍ତାଧାରାରେ ନିର୍ମାଣ ହେଲା ସେନାଙ୍କ ପାଇଁ ଟେଣ୍ଟ!

ନୂଆଦିଲ୍ଲୀ,୨୧ ।୨: ଲଦ୍ଦାଖର ଗଲସ୍ୱାନ ଭ୍ୟାଲିରୁ କିଛି ଭଲ ଫଟୋ ଏବେ ସ୍ମ୍‌ାକୁ ଆସିଛି । ଏଥିରେ ସମାଜସେବୀ ସୋନମ ବାଂଗଚୁକ ସେନା ଯବାନଙ୍କ ପାଇଁ ଏମିତି ଏକ ଟେଣ୍ଟ ତିଆରି କରିଛନ୍ତି ଯେଉଁଥରେ ସବୁବେଳେ ତାପମାତ୍ରା ୧୫-୨୦ ଡିଗ୍ରୀ ମଧ୍ୟରେ ରହିବ । ବାହାରେ ତାପମାତ୍ରା ମାଇନସ୍ ୨୦ ଥିଲେ ମଧ୍ୟ ଏହି ଟେଣ୍ଟ ଭିତରେ ଏହା ୧୫-୨୦ ଡିଗ୍ରୀ ମଧ୍ୟରେ ରହିବ ବୋଲି ସେ କହିଛନ୍ତି । ୧୨ ହଜାର ଫୁଟ ଉପରେ ଗଲୱାନ ଭ୍ୟାଲି ସେହି ସ୍ଥାନ ଯେଉଁଠି ଗତବର୍ଷ ଜୁନରେ ଭାରତ-ଚାଇନା ସେନାଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ଲଦ୍ଦାଖର ଏପରି ଏକ ସ୍ଥାନ ଯେଉଁଠି ଶୀତ ସମୟରେ ତାପମାତ୍ରା ଏତେ କମ୍ ଥାଏ ଯେ ରକ୍ତ ଜମାଟ ବାନ୍ଧିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ । ଏହାରି ଭିତରେ ବି ଜୀବନକୁ ବାଜି ଲଗାଇ ଦେଶ ମାତୃକାରେ ସେବାରେ ନିୟମିତ ନିଜକୁ ନିୟୋଜିତ କରିଥାଆନ୍ତି ଦେଶର ବୀର ଯବାନ । ଏବେ ଏମାନଙ୍କ ସମସ୍ୟାର ସମାଧାନ କରିବାକୁ ସମାଜସେବୀ ସୋନମ ବାଂଗଚୁକଙ୍କ ପ୍ରୟାସ ସ୍ୱାଗତଯୋଗ୍ୟ ନିଶ୍ଚିତ । ବଲିଉଡ୍‌ର ବହୁ ଚର୍ଚ୍ଚିତ ଫିଲ୍ମ ‘ଥ୍ରୀ ଇଡିଏଟସ୍‌’ ବି ସୋନମଙ୍କ ଆଇଡିଆରୁ ନିର୍ମାଣ କରାଯାଇଥିଲା ବୋଲି କୁହାଯାଏ । ଏବେ ତିଆରି କରିଥିବା ଟେଣ୍ଟର ନାଁ ‘ସୋଲାର ହିଟେଡ ମିଲିଟ୍ରି ଟେଣ୍ଟ’ ନାମ ଦେଇଛନ୍ତି ସୋନମ । ସେ ତାଙ୍କ ଟୁଇଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ସୋନମ ବାଂଗଚୁକ ନିଜ କ୍ରିଏଟିଭିଟି ପାଇଁ ବେଶ୍ ଜଣାଶୁଣା । ଏବେ ତାଙ୍କର ଏହି ମିଲିଟ୍ରି ଟେଣ୍ଟ ମଧ୍ୟ ଆସିଛି ଚର୍ଚ୍ଚାକୁ । ଏହାକୁ ଦେଖିବା ପରେ ଶିଲ୍ପପତି ଆନନ୍ଦ ମହିନ୍ଦ୍ରା ଏହାର ଖୁବ୍ ପ୍ରଶଂସା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କ ୫ ରଣନୀତି: BJPକୁ ୨୦୨୯ ପର୍ଯ୍ୟନ୍ତ ଚାପରେ ରଖିବାକୁ ରଚୁଛନ୍ତି ଚକ୍ରବ୍ୟୂହ! ପରଦା ପଛରେ ଚାଲିଛି…

ନୂଆଦିଲ୍ଲୀ, ୨୭॥୭: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ NEET ପ୍ରଶ୍ନପତ୍ର ଲିକ୍‌-୨୦୨୬ ପ୍ରସଙ୍ଗରେ ନରେନ୍ଦ୍ର ମୋଦି ସରକାରଙ୍କୁ ରାଜନୈତିକ ଭାବେ ଘେରିବାକୁ ପ୍ରସ୍ତୁତି ଚଳାଇଥିବା କୁହାଯାଉଛି।…

ଦୁଃଖ ପ୍ରକାଶ କଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ, ରାଜନୀତି କ୍ଷେତ୍ରରେ…

ବରଗଡ଼,୨୭।୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଏମ୍‌ପି ଧର୍ମେନ୍ଦ୍ର ପ୍ରଭାନ…

ପ୍ଲେୟାର ଅଫ ଦି ସିରିଜ ଜିତିବା ସତ୍ତ୍ୱେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୭।୭: ଜିମ୍ବାୱେ ବିପକ୍ଷରେ T20 ସିରିଜରେ ଚମତ୍କାର ପ୍ରଦର୍ଶନ ପରେ ବୈଭବ ସୂର୍ଯ୍ୟବଂଶୀ ‘ପ୍ଲେୟାର ଅଫ ଦି ସିରିଜ’ ପୁରସ୍କାର ଜିତିଥିଲେ। ଏହି ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ,…

ହସ୍ପିଟାଲରୁ ସିଧା ରାଜଘାଟ ପହଞ୍ଚିଲେ ୱାଙ୍ଗଚୁକ, ବାପୁଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଅନୁଷ୍ଠିତ ପ୍ରତିବାଦରେ ପରିବେଶ କର୍ମୀ ସୋନମ ୱାଙ୍ଗଚୁକ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ କିଛି ଦିନ ଧରି ଅନଶନରେ…

ତୀରନ୍ଦାଜ ପ୍ରତିଯୋଗିତା: କଳାହାଣ୍ଡର ୩ ପ୍ରତିଯୋଗୀ ଜାତୀୟସ୍ତରକୁ ମନୋନୀତ

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ତୀରନ୍ଦାଜ ପ୍ରତିଯୋଗୀମାନେ ସିବିଏସଇ ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତାରେ ୩ଟି ସ୍ବର୍ଣ୍ଣ…

ରାସ୍ତାରେ ଶହ ଶହ ଖାଲ ଢିପ ଯୋଗୁ ଯାତାୟାତରେ ସମସ୍ୟା, ଚେତାବନୀ ଦେଲେ ସହରବାସୀ, ମରାମତି ନ ହେଲେ ଆଗାମୀ ଦିନରେ…

କେସିଙ୍ଗା,୨୭।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଓ ବଲାଙ୍ଗୀର ଜିଲାର ଟିଟଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ତ୍ରିମୂର୍ତ୍ତି ଛକରୁ ତେଲନଦୀ ବ୍ରିଜ ପ୍ରାୟ ୮୦୦ମିଟର ରାସ୍ତାରେ…

କଟକ ଜିଲାପାଳଙ୍କ ଜନଶୁଣାଣୀ ବେଳେ ଅଭାବନୀୟ ଘଟଣା, ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କଲେ….

କଟକ ସଦର,୨୭।୭(ସୁଶାନ୍ତ କୁମାର ଜେନା): କିଶନ ନଗର ତହସିଲ କାର୍ଯ୍ୟାଳୟରେ ସୋମବାର କଟକ ଜିଲାପାଳଙ୍କ ଜନଶୁଣାଣୀ ଶିବିର ଚାଲିଥିଲା । ଏହି ସମୟରେ ଏକ ଅଭାବନୀୟ ଘଟଣା…

ନୂଆ ସ୍ବପ୍ନ, ନୂଆ ଲକ୍ଷ୍ୟ: ମହାବିଦ୍ୟାଳୟରେ ପାଦ ଥାପିଥିବା ନବାଗତ ଛାତ୍ରୀଛାତ୍ରଙ୍କୁ ପରାମର୍ଶ, ଉପସ୍ଥାନ କମ୍‌ ରହିଲେ…

ଭଞ୍ଜନଗର, ୨୭।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ସୋମବାର ଯୁକ୍ତ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri