Posted inଜାତୀୟ

ସମ୍ପୂର୍ଣ୍ଣ ନୂଆ ମୋଡ଼ ନେଲା ସୋନମ-ରାଜା ହତ୍ୟା ମାମଲା! ଏଣ୍ଟ୍ରି ମାରିଲେଣି ମିଷ୍ଟ୍ରି ଗର୍ଲ ଅଳକା

ଇନ୍ଦୋର,୨୦।୬: ମେଘାଳୟରେ ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ଏକ ନଆ ମୋଡ଼ ଆସିଛି। ଏହି ଚାଞ୍ଚଲ୍ୟକର ମାମଲାରେ ଜଣେ ରହସ୍ୟମୟ ଯୁବତୀ ପ୍ରବେଶ କରିଛନ୍ତି, ଯାହାଙ୍କ ନାମ ‘ଅଳକା’ ବୋଲି କୁହାଯାଉଛି। ଅଳକା ମୁଖ୍ୟ ଅଭିଯୁକ୍ତ ସୋନମର ଜଣେ ଘନିଷ୍ଠ ବନ୍ଧୁ ବୋଲି କୁହାଯାଉଛି।
ରାଜା ରଘୁବଂଶୀଙ୍କ ପରିବାର ସଦସ୍ୟମାନେ ମଧ୍ୟ ଅଳକାର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ସନ୍ଦେହ ପ୍ରକାଶ କରିଛନ୍ତି ଯେ ଏହି ଯୁବତୀ ମଧ୍ୟ ହତ୍ୟାର ଷଡ଼ଯନ୍ତ୍ରରେ ସାମିଲ ହୋଇପାରନ୍ତି। ରାଜାଙ୍କ ବଡ଼ ଭାଇ ବିପିନ ରଘୁବଂଶୀ ଅଳକାଙ୍କୁ ସୋନମର ପ୍ରକୃତ ବନ୍ଧୁ ବୋଲି କହିଛନ୍ତି।
ରାଜାଙ୍କ ଭାଇ ଦାବି କରିଛନ୍ତି ଯେ ପୋଲିସ ତାଙ୍କର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଉଚିତ ଏବଂ ସୋନମର ନାର୍କୋ ଟେଷ୍ଟ ମଧ୍ୟ ଦାବି କରିଛନ୍ତି, ଯାହା ଦ୍ୱାରା ହତ୍ୟା ସମ୍ପର୍କିତ ସମସ୍ତ ସୂଚନା ପ୍ରକାଶ ପାଇପାରିବ। ବିପିନ କହିଛନ୍ତି, ‘ସୋନମଙ୍କ ସହ ଅଳକାର ଆଚରଣ ମଧ୍ୟ ସନ୍ଦେହଜନକ ମନେ ହେଉଥିଲା।’
ତଥାପି, ମେଘାଳୟ ପୋଲିସ ଏପର୍ଯ୍ୟନ୍ତ ଅଳକାର ଭୂମିକା ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ଦେଇନାହିଁ। ପୋଲିସ ସୂତ୍ର ଅନୁସାରେ, SIT ଦଳ ଏହି ନୂତନ ସୁରାକର ତଦନ୍ତ କରୁଛି। ଅଳକାର ପ୍ରବେଶ ଏହି ହତ୍ୟା ମାମଲାକୁ ଆହୁରି ଜଟିଳ କରିଛି।
ସୂଚନାଯୋଗ୍ୟ, ମେଘାଳୟରେ ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ସୋନମ, ତାଙ୍କ ଅଭିଯୁକ୍ତ ପ୍ରେମିକ ରାଜ କୁଶୱାହା ଏବଂ ଅନ୍ୟ ତିନି ଜଣ ସହ-ଅଭିଯୁକ୍ତ ବିଶାଲ ଚୌହାନ, ଆକାଶ ରାଜପୁତ ଏବଂ ଆନନ୍ଦ କୁର୍ମିଙ୍କୁ ଗିରଫ କରାଯାଇଛି।
ଜୁନ ୨ ତାରିଖରେ ସୋହରାର ୱେଇସାଡୋଙ୍ଗ ଜଳପ୍ରପାତ ନିକଟରେ ରାଜାଙ୍କ ବିକୃତ ମୃତଦେହ ମିଳିଥିଲା ଏବଂ ଜୁନ ୯ ତାରିଖରେ ସୋନମ ଗାଜିପୁରରେ ଆତ୍ମସମର୍ପଣ କରିଥିଲେ। ମାମଲାର ମୂଳଦୁଆ ପର୍ଯ୍ୟନ୍ତ ଯିବା ପାଇଁ ରାଜାଙ୍କ ପରିବାର ଦାବି କରିଛନ୍ତି ଯେ ସୋନମଙ୍କ ନାର୍କୋ ଟେଷ୍ଟ କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

ସମୁଦ୍ର ଉପକୂଳ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ: ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟାସ୍ଥିତି ନେଇ ଆଲୋଚନା

ଛତ୍ରପୁର, ୨୫।୯ (ଦିଲ୍ଲୀପ ସାମଲ/ ବିଦ୍ୟାଧର ସାହୁ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?