ବୟ ଫ୍ରେଣ୍ଡଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୋନାକ୍ଷୀ!

ମୁମ୍ବାଇ: ବଲିଉଡ୍ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଏବେ ତାଙ୍କ ବିବାହକୁ ନେଇ ରହୁଛନ୍ତି ଚର୍ଚ୍ଚାରେ । ‘ନୋଟବୁକ’ର ଆକ୍ଟର ଜହିର ଇକବାଲଙ୍କ ସହ ତାଙ୍କର କିଛି ସମ୍ପର୍କ ରହିଛି ବୋଲି ଆଲୋଚନା ହେଉଛି । ଉଭୟ ପରସ୍ପରକୁ ବେଶ୍ କିଛିଦିନ ହେବ ଜାଣିଥିବା ବେଳେ ଏବେ କୁହାଯାଉଛି କି ସୋନାକ୍ଷୀ ଖୁବଶୀଘ୍ର ଜହିରଙ୍କୁ ବିବାହ କରିପାରନ୍ତି । ହେଲେ ଏହାକୁ ନେଇ ଏମାନେ କେବେ କିଛି କହି ନାହାନ୍ତି । ଏମିତିକି ଉଭୟଙ୍କର କିଛି ଫଟୋ କେବେବି ସୋସିଆଲ ମିଡିଆରେ ଦେଖିବାକୁ ମିଳିନାହିଁ । କିନ୍ତୁ ସେମାନେ ପରସ୍ପରର ବନ୍ଧୁ ବୋଲି ସମସ୍ତେ ଜାଣିଛନ୍ତି । ନିକଟରେ ଅର୍ଥାତ୍ ଡିସେମ୍ବର ୧୦ରେ ଜହିର ତାଙ୍କ ଜନ୍ମଦିନ ପାଳନ କରିଥିବା ବେଳେ ସୋନାକ୍ଷୀ ଭିନ୍ନ ଅନ୍ଦାଜରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଯାହାକୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସୋନାକ୍ଷୀ ଫଟୋ ଶେୟାର କରି ଲେଖିଛନ୍ତି, ବିଶ୍ୱକୁ ସବୁଠାରୁ ହଇରାଣ କରୁଥିବା ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା । ତୁମେ ବିଶ୍ୱର ଜଣେ ଭଲ ବ୍ୟକ୍ତିତ୍ୱ । ଜନ୍ମ ନେଇଥିବାରୁ ଶୁଭେଚ୍ଛା । ହାପି ବାର୍ଥ ଡେ’ ବାୟ । ଏହି ପୋଷ୍ଟରେ ସୋନାକ୍ଷୀ ବେଷ୍ଟ ବେଷ୍ଟ ଫ୍ରେଣ୍ଡ, ହ୍ୱାଟ ଏ ଗାଏ ଆଦି ଲେଖିଥିବାରୁ ପ୍ରଶଂସକମାନେ ଟିକେ ଅଡୁଆରେ ପଡି ଯାଇଛନ୍ତି । ଆଉ ଏହାର ଉତ୍ତରରେ ବି ଜହିର ପ୍ୟାରଭରା ଇମୋଜି ଶେୟାର କରିଛନ୍ତି । ଯାହା ପ୍ରଶଂସକଙ୍କ ପାଇଁ ଟିକେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି । ଆଉ ଏବେ ଆଲୋଚନା ହେଉଛି କି ଜହିର-ସୋନାକ୍ଷୀ କେବଳ ଭଲ ବନ୍ଧୁ ନୁହେଁ ଏମାନଙ୍କ ଭିତରେ କିଛି ତ ଅଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ରିସ୍ତେ ମେଁ ହମ୍‌ ଉନ୍‌କେ ବାପ୍‌ ଲଗ୍‌ତେ ହୈ’; ଜାଣନ୍ତୁ କେବିସିରେ ଏପରି କାହାକୁ କହିଲେ ସେହ୍ବାଗ

ବମ୍ବେ: କୌନ ବନେଗା କରୋଡପତିର(କେବିସି) ହଟ୍‌ସିଟ୍‌ରେ ନଜର ଆସିବେ ଦୁଇ କିମ୍ବଦନ୍ତୀ ଖେଳାଳି। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଏବଂ ବିସ୍ଫୋରକ ଓପନର୍‌ ଭାବେ ପରିଚିତ...

୧୦୦ ଦିନ ପୂରଣ କଲା ‘କାନ୍ତାରା’

ମୁମ୍ବାଇ: ୨୦୨୨ରେ ଫିଲ୍ମ ‘କାନ୍ତାରା’ ଦର୍ଶକଙ୍କ ହୃଦୟକୁ ଛୁଇଁଯାଇଛି। ଫିଲ୍ମଟି ବ୍ଲକବଷ୍ଟର ତାଲିକାରେ ଆଉ ଏକ ଗୌରବ ଯୋଡ଼ିଛି, ଯାହା ଭାରତର ହୃଦୟରୁ ‘କାନ୍ତାରା’ ଆକର୍ଷଣୀୟ...

ଦ୍ୱିତୀୟ ବିବାହ କରିବେ ହ୍ରିତିକ୍‌ଙ୍କ ପୂର୍ବପତ୍ନୀ ସୁଜୈନ!

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ଅଭିନେତା ତଥା ସ୍ବାମୀ ହ୍ରିତିକ୍‌ ରୋଶନଙ୍କଠାରୁ ଅଲଗା ହେବା ପରେ ଅର୍ସଲାନ ଗୋନୀଙ୍କୁ ଡେଟ୍‌ କରୁଛନ୍ତି ସୁଜୈନ ଖାଁ। ପ୍ରଥମେ ଲୁଚାଛପାରେ...

କେବଳ ଏହି କାରଣ ପାଇଁ ଦେଶ ଛାଡ଼ିବାକୁ ଚାହୁଁଥିଲେ ମଲ୍ଲିକା: ପୁରୁଷଙ୍କ ସହ ନୁହେଁ ମହିଳାଙ୍କ ପାଖେ ସମସ୍ୟା

ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ମଲ୍ଲିକା ଶେରାୱତ ଦୀର୍ଘ ସମୟ ଧରି ବଡ ପରଦାରୁ ଦୂରେଇ ରହିଛନ୍ତି। ସେ ନିଜର ବୋଲ୍ଡ ଅବତାର ପାଇଁ ଇଣ୍ଡଷ୍ଟ୍ରିରେ ବେଶ...

ଆମେରିକାରେ ଶେଷ ହୋଇଥିଲା ପ୍ରୀତିଙ୍କ ଜୀବନସାଥୀ ସନ୍ଧାନ…

ମୁମ୍ବାଇ, ୩୧।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟାଙ୍କୁ ରବିବାର ୪୬ ବର୍ଷ ପୂରଣ ହୋଇଛି। ସେ ୪୭ ବର୍ଷରେ ପାଦଥାପିଛନ୍ତି। ୧୯୭୫...

ଅଭିଷେକଙ୍କ ସହ ୧୮ ବର୍ଷ ପୂର୍ବେ ନିର୍ବନ୍ଧ କରିଥିଲେ କରିସ୍ମା, କେବଳ ମା’ଙ୍କ ଏଭଳିି ଡିମାଣ୍ଡ ଯୋଗୁ…

ବମ୍ବେ: ୨୦୦୦ ମସିହାରେ ଫିଲ୍ମ ‘ରେଫ୍ୟୁଜି’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ବିଗ୍‌ବିଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ। ଫିଲ୍ମରେ ତାଙ୍କ ନାୟିକା ସାଜିଥିଲେ...

ଜାଣନ୍ତୁ ଆଶୀର୍ବାଦ ଦେବାପାଇଁ ପହଞ୍ଚି ଥିବା କିନ୍ନରଙ୍କୁ କେତେ ଟଙ୍କା ଦେଲେ ରଣବୀର-ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତାଙ୍କ ବିବାହକୁ ନେଇ ପ୍ରାୟ ସମସ୍ତେ ବେସ ଖୁସି...

ଏହିଦିନ ବିବାହ କରିବେ କିଆରା-ସିଦ୍ଧାର୍ଥ!

ମୁମ୍ବାଇ: ବଲିଉଡ ସେଲିବ୍ରିଟିମାନେ ସେମାନଙ୍କ କ୍ୟାରିୟର ଅବା ଅଭିନୟକୁ ନେଇ ଯେତିକି ଚର୍ଚ୍ଚାରେ ଥାଆନ୍ତି ସେତିକି ଚର୍ଚ୍ଚାରେ ଥାଆନ୍ତି ତାଙ୍କ ପର୍ସନାଲ ଲାଇଫକୁ ନେଇ ।...

Advertisement
Archives

Model This Week