Posted inଫୁରସତ

୬୬ ବର୍ଷରେ ଦ୍ୱିତୀୟ ବିବାହ କଲେ ବାପା: ସୋସିଆଲ ମିଡିଆରେ ପୁଅ ଲେଖିଲେ ହୃଦୟସ୍ପର୍ଶୀ ବାର୍ତ୍ତା

୬୬ ବର୍ଷୀୟ ଜଣେ ବ୍ୟକ୍ତି ଏବଂ ୬୩ ବର୍ଷୀୟା ଜଣେ ମହିଳା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସବୁଠୁ ଉତ୍ସାହ ତଥା ଆବେଗପୂର୍ଣ୍ଣ କଥା ହେଲା ଏହି ଦମ୍ପତିଙ୍କ ପ୍ରେମ କାହାଣୀ ସଂପୃକ୍ତ ବ୍ୟକ୍ତିଙ୍କ ପୁଅ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ପ୍ରେମ ଏମିତି ଏକ ଶବ୍ଦ ଯାହା ଅଢ଼େଇ ଅକ୍ଷର ବୋଲି କୁହାଯାଏ। କିନ୍ତୁ ଏମିତି ଏକ ଅନୁଭବ ଯାହା ସବୁକିଛି ସୁନ୍ଦର କରିବାର ଶକ୍ତି ରହିଛି। ସେହିଭଳି କାହାଣୀ ହେଉଛି ୬୬ ବର୍ଷୀୟ ତରୁଣ ଏବଂ ୬୩ ବର୍ଷୀୟା ସ୍ବପ୍ନାଙ୍କ ପ୍ରେମ କାହାଣୀ। ଏହି ଦମ୍ପତିଙ୍କ ବିବାହ ଫଟୋ ଶେୟାର କରିବାବେଳେ ତରୁଣଙ୍କ ପୁଅ ଶାୟୋନ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ କଥା ଲେଖିଛନ୍ତି। ସେ ଲେଖିଛନ୍ତି, ମୋ’ ବାପାଙ୍କୁ ତାଙ୍କ ପ୍ରେମ ମିଳିଗଲା।

ଫଟୋରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି, ଏହି ଦୁଇ ଦମ୍ପତି ଖୁବ୍‌ ଖୁସି ଜଣାପଡୁଛନ୍ତି। ପୋଷ୍ଟଟି ମଧ୍ୟ ଲୋକଙ୍କ ହୃଦୟ ଜିତିଛି। ବିବାହ ଫଟୋ ପୋଷ୍ଟ କରି ଶାୟୋନ କ୍ୟାପଶନରେ ଲେଖିଛନ୍ତି, ‘ମୋ ବାପା ଗୋଟିଏ ଦିନ ପୂର୍ବରୁ ବିବାହ କରିଛନ୍ତି। ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ମା’ଙ୍କ ମୁତ୍ୟୁର ୧୦ ବର୍ଷ ପରେ। ମୁଁ ଖୁସି ଯେ ମୋ ବାପାଙ୍କୁ ପୁନର୍ବାର ଭଲ ପାଇବା ମିଳିଲା।

ଏକ ସାକ୍ଷାତକାରରେ ଶାୟୋନ କହିଛନ୍ତି, ତାଙ୍କ ବାପା କିପରି ତାଙ୍କ ସାବତ ମା’ଙ୍କୁ ଭେଟିଥିଲେ। ଏହା ଏପରି ଏକ ପ୍ରେମ କାହାଣୀ, ଯାହା ବହୁତ ସରଳ ଏବଂ ସୁନ୍ଦର ଅଟେ। ସେମାନେ ଦୁହେଁ ପଶ୍ଚିମବଙ୍ଗର ହାଓ୍ବଡାର ଭଟ୍ଟନଗରରୁ ଆସିଛନ୍ତି। ଯେତେବେଳେ ସେମାନେ ଉଭୟଙ୍କ ପରିବାର ବିଷୟରେ ଜାଣିଥିଲେ, ସେମାନେ ଗୋଟିଏ ଦିନ ପାଇଁ ପରସ୍ପର ସହ କଥା ହୋଇଥିଲେ। ତାଙ୍କର ଏକ ସମାରୋହରେ ଦେଖାସାକ୍ଷାତ ହୋଇଥିଲା।

ତରୁଣଙ୍କୁ ଚିହ୍ନିବା ପରେ ସ୍ବପ୍ନା ତାଙ୍କୁ ପଚାରିଥିଲେ ତୁମେ ତରୁଣ କି? ତରୁଣ ପ୍ରଥମେ ତାଙ୍କୁ ଚିହ୍ନି ପାରି ନ ଥିଲେ, କିନ୍ତୁ କିଛି ସମୟ ପରେ ସେ ସ୍ବପ୍ନାଙ୍କୁ ଚିହ୍ନିଥିଲେ। ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବାଙ୍ଗାଲୁରୁରୁ ଆସିଥିଲେ। ଏହା ସେମାନଙ୍କର ପ୍ରଥମ ବାର୍ତ୍ତାଳାପ ଥିଲା। ଏହା ପରେ ସେମାନେ କଥାବାର୍ତ୍ତା ଜାରି ରଖିଥିଲେ ଏବଂ ସେମାନଙ୍କ ପରିବାର ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

କିଛି ମାସ ପରେ ସ୍ବପ୍ନା ତରୁଣଙ୍କୁ ଡାକିଲେ, ଦୁହିଁଙ୍କର କଥାବାର୍ତ୍ତା ହୋଇଥିଲା। ସେମାନେ ମାସେ ପର୍ଯ୍ୟନ୍ତ ଆଉ କଥାବାର୍ତ୍ତା କଲେ ନାହିଁ । ପ୍ରାୟ ୪ ମାସ ପରେ ସ୍ବପ୍ନା ତରୁଣଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ତରୁଣ ବିବାହ ପାଇଁ ହଁ କହିଥିଲେ।

ଶାୟୋନ କହିଛନ୍ତି ଯେ, ତାଙ୍କ ସମ୍ପର୍କୀୟମାନେ ଏହି ବିବାହକୁ ନେଇ ସମ୍ପୂର୍ଣ୍ଣ ଖୁସି ଅଛନ୍ତି। ଆହୁରି ମଧ୍ୟ କହିଛନ୍ତି, ଯେହେତୁ ସେମାନେ କରୋନା ମହାମାରୀ ମଧ୍ୟରେ ବିବାହ କରିଛନ୍ତି ସମସ୍ତ କଟକଣା ମାନି ଏହି ବିବାହ ହୋଇଛି।

ଏମାନଙ୍କ ପ୍ରେମ କାହାଣୀ ଅନେକଙ୍କ ହୃଦୟକୁ ଛୁଇଁଛି। ଜଣେ ୟୁଜର ଲେଖିଛନ୍ତି, ‘ତୁମେ ଜଣେ ଭଲ ବ୍ୟକ୍ତି, ଶାୟୋନ ତୁମ ପରି ପୁଅ ସମସ୍ତେ ହେବା ଦରକାର। ଆଉ ଜଣେ ୟୁଜର ଲେଖିଛନ୍ତି, ଆମର ତ ପ୍ରଥମ ହୋଇପାରୁନାହିଁ ଦ୍ୱିତୀୟ କ’ଣ? ଏହାର ଉତ୍ତରରେ ଶାୟୋନ ମନ୍ତବ୍ୟ ଦେଇଛନ୍ତି, ‘ମୋ ବାପାଙ୍କ ନମ୍ବର ନିଅ, ସେ ତୁମକୁ ଡେଟିଂ ଟିପ୍ସ ଦେବେ।’


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri