Posted inଫୁରସତ

୬୬ ବର୍ଷରେ ଦ୍ୱିତୀୟ ବିବାହ କଲେ ବାପା: ସୋସିଆଲ ମିଡିଆରେ ପୁଅ ଲେଖିଲେ ହୃଦୟସ୍ପର୍ଶୀ ବାର୍ତ୍ତା

୬୬ ବର୍ଷୀୟ ଜଣେ ବ୍ୟକ୍ତି ଏବଂ ୬୩ ବର୍ଷୀୟା ଜଣେ ମହିଳା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସବୁଠୁ ଉତ୍ସାହ ତଥା ଆବେଗପୂର୍ଣ୍ଣ କଥା ହେଲା ଏହି ଦମ୍ପତିଙ୍କ ପ୍ରେମ କାହାଣୀ ସଂପୃକ୍ତ ବ୍ୟକ୍ତିଙ୍କ ପୁଅ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ପ୍ରେମ ଏମିତି ଏକ ଶବ୍ଦ ଯାହା ଅଢ଼େଇ ଅକ୍ଷର ବୋଲି କୁହାଯାଏ। କିନ୍ତୁ ଏମିତି ଏକ ଅନୁଭବ ଯାହା ସବୁକିଛି ସୁନ୍ଦର କରିବାର ଶକ୍ତି ରହିଛି। ସେହିଭଳି କାହାଣୀ ହେଉଛି ୬୬ ବର୍ଷୀୟ ତରୁଣ ଏବଂ ୬୩ ବର୍ଷୀୟା ସ୍ବପ୍ନାଙ୍କ ପ୍ରେମ କାହାଣୀ। ଏହି ଦମ୍ପତିଙ୍କ ବିବାହ ଫଟୋ ଶେୟାର କରିବାବେଳେ ତରୁଣଙ୍କ ପୁଅ ଶାୟୋନ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ କଥା ଲେଖିଛନ୍ତି। ସେ ଲେଖିଛନ୍ତି, ମୋ’ ବାପାଙ୍କୁ ତାଙ୍କ ପ୍ରେମ ମିଳିଗଲା।

ଫଟୋରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି, ଏହି ଦୁଇ ଦମ୍ପତି ଖୁବ୍‌ ଖୁସି ଜଣାପଡୁଛନ୍ତି। ପୋଷ୍ଟଟି ମଧ୍ୟ ଲୋକଙ୍କ ହୃଦୟ ଜିତିଛି। ବିବାହ ଫଟୋ ପୋଷ୍ଟ କରି ଶାୟୋନ କ୍ୟାପଶନରେ ଲେଖିଛନ୍ତି, ‘ମୋ ବାପା ଗୋଟିଏ ଦିନ ପୂର୍ବରୁ ବିବାହ କରିଛନ୍ତି। ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ମା’ଙ୍କ ମୁତ୍ୟୁର ୧୦ ବର୍ଷ ପରେ। ମୁଁ ଖୁସି ଯେ ମୋ ବାପାଙ୍କୁ ପୁନର୍ବାର ଭଲ ପାଇବା ମିଳିଲା।

ଏକ ସାକ୍ଷାତକାରରେ ଶାୟୋନ କହିଛନ୍ତି, ତାଙ୍କ ବାପା କିପରି ତାଙ୍କ ସାବତ ମା’ଙ୍କୁ ଭେଟିଥିଲେ। ଏହା ଏପରି ଏକ ପ୍ରେମ କାହାଣୀ, ଯାହା ବହୁତ ସରଳ ଏବଂ ସୁନ୍ଦର ଅଟେ। ସେମାନେ ଦୁହେଁ ପଶ୍ଚିମବଙ୍ଗର ହାଓ୍ବଡାର ଭଟ୍ଟନଗରରୁ ଆସିଛନ୍ତି। ଯେତେବେଳେ ସେମାନେ ଉଭୟଙ୍କ ପରିବାର ବିଷୟରେ ଜାଣିଥିଲେ, ସେମାନେ ଗୋଟିଏ ଦିନ ପାଇଁ ପରସ୍ପର ସହ କଥା ହୋଇଥିଲେ। ତାଙ୍କର ଏକ ସମାରୋହରେ ଦେଖାସାକ୍ଷାତ ହୋଇଥିଲା।

ତରୁଣଙ୍କୁ ଚିହ୍ନିବା ପରେ ସ୍ବପ୍ନା ତାଙ୍କୁ ପଚାରିଥିଲେ ତୁମେ ତରୁଣ କି? ତରୁଣ ପ୍ରଥମେ ତାଙ୍କୁ ଚିହ୍ନି ପାରି ନ ଥିଲେ, କିନ୍ତୁ କିଛି ସମୟ ପରେ ସେ ସ୍ବପ୍ନାଙ୍କୁ ଚିହ୍ନିଥିଲେ। ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବାଙ୍ଗାଲୁରୁରୁ ଆସିଥିଲେ। ଏହା ସେମାନଙ୍କର ପ୍ରଥମ ବାର୍ତ୍ତାଳାପ ଥିଲା। ଏହା ପରେ ସେମାନେ କଥାବାର୍ତ୍ତା ଜାରି ରଖିଥିଲେ ଏବଂ ସେମାନଙ୍କ ପରିବାର ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

କିଛି ମାସ ପରେ ସ୍ବପ୍ନା ତରୁଣଙ୍କୁ ଡାକିଲେ, ଦୁହିଁଙ୍କର କଥାବାର୍ତ୍ତା ହୋଇଥିଲା। ସେମାନେ ମାସେ ପର୍ଯ୍ୟନ୍ତ ଆଉ କଥାବାର୍ତ୍ତା କଲେ ନାହିଁ । ପ୍ରାୟ ୪ ମାସ ପରେ ସ୍ବପ୍ନା ତରୁଣଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ତରୁଣ ବିବାହ ପାଇଁ ହଁ କହିଥିଲେ।

ଶାୟୋନ କହିଛନ୍ତି ଯେ, ତାଙ୍କ ସମ୍ପର୍କୀୟମାନେ ଏହି ବିବାହକୁ ନେଇ ସମ୍ପୂର୍ଣ୍ଣ ଖୁସି ଅଛନ୍ତି। ଆହୁରି ମଧ୍ୟ କହିଛନ୍ତି, ଯେହେତୁ ସେମାନେ କରୋନା ମହାମାରୀ ମଧ୍ୟରେ ବିବାହ କରିଛନ୍ତି ସମସ୍ତ କଟକଣା ମାନି ଏହି ବିବାହ ହୋଇଛି।

ଏମାନଙ୍କ ପ୍ରେମ କାହାଣୀ ଅନେକଙ୍କ ହୃଦୟକୁ ଛୁଇଁଛି। ଜଣେ ୟୁଜର ଲେଖିଛନ୍ତି, ‘ତୁମେ ଜଣେ ଭଲ ବ୍ୟକ୍ତି, ଶାୟୋନ ତୁମ ପରି ପୁଅ ସମସ୍ତେ ହେବା ଦରକାର। ଆଉ ଜଣେ ୟୁଜର ଲେଖିଛନ୍ତି, ଆମର ତ ପ୍ରଥମ ହୋଇପାରୁନାହିଁ ଦ୍ୱିତୀୟ କ’ଣ? ଏହାର ଉତ୍ତରରେ ଶାୟୋନ ମନ୍ତବ୍ୟ ଦେଇଛନ୍ତି, ‘ମୋ ବାପାଙ୍କ ନମ୍ବର ନିଅ, ସେ ତୁମକୁ ଡେଟିଂ ଟିପ୍ସ ଦେବେ।’


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର, ୨୮।୯: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ ଦଳୀୟ…

୬ ଲକ୍ଷ ଘନଫୁଟ ଟପିଲା ହୀରାକୁଦକୁ ବନ୍ୟାଜଳ ପ୍ରବେଶ: ପୁଣି ଖୋଲିଲା ଜଳଭଣ୍ଡାରର ୨ଟି ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର, ୨୮/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ଅହେତୁକ ବୃଦ୍ଧି ପାଇବା ଯୋଗୁ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଫଳରେ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?