୯୫ ବର୍ଷୀୟା ମା’ଙ୍କୁ ପୋଡ଼ି ମାରିଦେଲେ ପୁଅ

ବାଲିଗୁଡା,୧।୧୦:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଟିକାବାଲି ଥାନା ଅଧୀନ ଖଜୁରିସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅ ନିଜ ମା’ଙ୍କୁ ହତ୍ୟା କରି ଘରେ ପୋଡ଼ି ଦେଇଥିବା ଖବର ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ମୁତବକ, ଖଜୁରିସାହିର ସ୍ବର୍ଗତ ଫିଲିପ ନାୟକଙ୍କ ପୁଅ ସମୀର ନାୟକ(୪୯) କିଛିଦିନ ହେଲା ଜେଲରୁ ଘରକୁ ଫେରିଥିଲେ। ହେଲେ ଶନିବାର ବିଳମ୍ବିତ ରାତିରେ ସମୀର ନିଜ ମା’ ମଞ୍ଜୁଳା ନାୟକ(୯୫)ଙ୍କୁ ହତ୍ୟା କରି ଘରେ ଥିବା ଆସବାବ ପତ୍ର ଏବଂ ଜାଳେଣି କାଠରେ ମୃତଦେହ ପୋଡ଼ି ଦେଇଥିଲେ। ପରେ ଆଖପାଖ ଘର ଉପରକୁ ପଥର ମାଡ଼ କରିବା ସହ ଗାଡ଼ି ଭାଙ୍ଗାରୁଜା କରିଥିଲା। ରବିବାର ସକାଳେ ଗାଁ ଲୋକ ସମୀରକୁ ଧରି ଏକ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଟିକାବାଲି ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମୀରକୁ ଥାନାକୁ ନେଇଥିଲା। ଘୁ. ଉଦୟଗିରି ଏସ୍‌ଡିପିଓ ବିଜୟ କୁମାର ବିଶି ଏବଂ ଟିକାବାଲି ଥାନା ଅଧିକାରୀ କଲ୍ୟାଣିମୟୀ ଷାଣ୍ଢ ଏବଂ ସେକେଣ୍ଡ ଅଫିସର ସଞ୍ଜୟ କୁମାର ସ୍ବାଇଁଙ୍କ ସମେତ ସାଇଣ୍ଟିଫିକ ଟିମ୍‌ ଏବଂ ଟିକାବାଲି ଅଗ୍ନିଶମ ବାହିନୀ ଘଟଣାର ତଦନ୍ତ କରିଥିଲେ। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଖଡ଼ି ମହାନଦୀ ଅବବାହିକାରେ ୧୬୫ ପାଣିଚିରି, ୮୨ ଅଣ୍ଡା ଦେଲେ, ୩୫ ଛୁଆ ଫୁଟି ବାହାରିଲେ

ଖୁଣ୍ଟୁଣୀ, ୫।୫(ସଚ୍ଚିଦାନନ୍ଦ ପଣ୍ଡା): ପୃଥିବୀରେ ଇଣ୍ଡିଆନ୍‌ ସ୍କିମର ବା ପାଣିଚିରି ଏକ ବିରଳ ପ୍ରଜାତିର ପକ୍ଷୀ। ବିଶ୍ୱରେ ପକ୍ଷୀ ଗଣନା ଅନୁସାରେ ଏହି ପକ୍ଷୀର ସଂଖ୍ୟା...

ବିଜେଡି ଛାଡିବେ ସମୀର ଦାଶ! ଟ୍ବିଟ କରି ଧନ୍ୟବାଦ ଦେଲେ…

ଭୁବନେଶ୍ୱର,୫।୫: ବିଜେଡି ଛାଡିବେ କି ନିମାପଡା ବିଧାୟକ ସମୀର ଦାଶ! ଏନେଇ କଳ୍ପନାଜଳ୍ପନାର ଅନ୍ତ ଘଟୁ ନ ଥିବାବେଳେ ତାଙ୍କ ଟ୍ବିଟ ରାଜ୍ୟ ରାଜନୀତିକୁ ସରଗରମ...

ଏକତରଫା ପ୍ରେମର ଭୟଙ୍କର ପରିଣତି, ସ୍ତ୍ରୀଙ୍କୁ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ କଲେ ସ୍ୱାମୀ

ଭୁବନେଶ୍ୱର,୫।୫: ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା। ପ୍ରେମରେ ବିଫଳ ହେବାରୁ, ଗାଡ଼ି ଚଢାଇ ହତ୍ୟା ଯୋଜନା କଲା ଅଭିଯୁକ୍ତ। ସ୍ତ୍ରୀକୁ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ...

ଘରେ ମରାମତି କରୁଥିବା ବେଳେ ଅଘଟଣ: ପୁଅଙ୍କୁ ବିଦ୍ୟୁତ୍‌ ଆଘାତରୁ ବଞ୍ଚାଇବାକୁ ଯାଇ ବାପା ମୃତ, ମା’ ଗୁରୁତର

ଯାଜପୁର,୫।୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ରୋଡ଼ ଥାନା ବେଙ୍ଗପାଟିଆ ଗ୍ରାମରେ ରବିବାର ଅଘଟଣ ଘଟିଛି। ବିଦ୍ୟୁତ୍‌ ଆଘାତରେ ବାପ ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’...

ପାଣ୍ଡିଆନଙ୍କ ବ୍ରହ୍ମପୁର ସମ୍ପର୍କ, କହିଲେ ଝିଅ ପାଇଛି ଏହିଠୁ…

ଭୁବନେଶ୍ୱର,୫।୫: ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ନେତା ଭିକେ ପାଣ୍ଡିଆନ ୪ଟି ଜିଲାର ୩ ଲୋକ ସଭା ଆସନରେ ମାରାଥନ ପ୍ରଚାର କରିଛନ୍ତି।...

ଘରୁ ମତଦାନ କରିବେ ବରିଷ୍ଠ ମତଦାତା

ଭୁବନେଶ୍ୱର,୫ା୫(ଅନିଲ ଦାସ): ପ୍ରତିଟି ଭୋଟ ମୂଲ୍ୟବାନ। ଭାରତୀୟ ଗଣତନ୍ତ୍ରକୁ ପରିପୁଷ୍ଟ କରିବାରେ ପ୍ରତି ଭୋଟରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଯେଉଁ ମତଦାତାମାନେ ମତଦାନ କେନ୍ଦ୍ରକୁ...

‘ସର୍ଭେ ନାମରେ ହିତାଧିକାରୀ ଆଧାରିତ ଯୋଜନା ବନ୍ଦ କର’

ଭୁବନେଶ୍ୱର,୫ା୫(ଅନିଲ ଦାସ): ଚଳିତ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ନିରପେକ୍ଷ ଓ ସ୍ବଚ୍ଛ କରିବା ପାଇଁ ଭାରତ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧିର...

ହାତ ମିଶାଇଲେ ସୌମ୍ୟ-ଅନୁଭବ, ଖଣ୍ଡପଡ଼ାରେ ହେବ ବଡ଼ ଲଢେଇ

ବ୍ରହ୍ମପୁର,୫।୫: ଖଣ୍ଡପଡ଼ାରେ ରୋଚକ ହେଉଛି ବିଧାନସଭା ଲଢେଇ। ହାତ ମିଶାଇଛନ୍ତି ବିଜେଡିରୁ ନିଲମ୍ବିତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri