ଖାଇବା ଦେବାରେ ବିଳମ୍ବ ହେଲା ବୋଲି ବାପାଙ୍କ ବେକରେ ଛିଡ଼ା ହୋଇ ପଡ଼ିଲେ ପୁଅ, ଚାଲିଗଲା ଜୀବନ

କେନ୍ଦୁଝର,୧୨।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ଅନ୍ତର୍ଗତ ଠାକୁରପାଟଣା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଖାଇବାକୁ ନେଇ ଏକମାତ୍ର ପୁଅ ମାଡରେ ବାପାଙ୍କ ମୃତ୍ୟୁ ଘଟିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମୃତ ବାପାଙ୍କ ନାମ ତରଣୀସେନ ନାଏକ (୬୦)। ପୋଲିସ ଏହାକୁ ନେଇ ଏକ ହତ୍ୟା ମାମଲା (କେସ ନମ୍ବର ୮୭୮/୨୦୨୫) ରୁଜୁ କରି ହତ୍ୟାକାରୀ ପୁଅ ତ୍ରିନାଥ ନାଏକ (୩୦) କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୋଲିସ ସୂତ୍ରରୁ ଜଣାପଡିଛି ଯେ, ଆଜି ଅପରାହ୍ନ ପ୍ରାୟ ୧.୩୦ ରେ ଘରେ ଥିବା ବାପା/ମା’ଙ୍କୁ ତ୍ରିନାଥ ଖାଇବାକୁ ମାଗିଥିଲେ। ତେବେ ଖାଇବା ଦେବାକୁ ବିଳମ୍ବ ହେବାରୁ ଉତ୍ୟକ୍ତ ହୋଇ ତ୍ରିନାଥ ବାପାଙ୍କୁ ଠେଲି ଦେଇଥିଲା। ଫଳରେ ସେ ତଳେ ପଡିଯାଇଥିଲେ ଏବଂ ଖଟର ବାଡାରେ ବାଜି ଆହତ ହୋଇଥିଲେ। ଏହା ପରେ ଉତ୍ୟକ୍ତ ହୋଇ ସେ ତାଙ୍କ ଗୋଡରେ ବାପାଙ୍କ ମୁଣ୍ଡକୁ ମାଡି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତରଣୀସେନଙ୍କ ମୃତ୍ୟୁ ହୋଇଥିଲା।

ଖବରପାଇ ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଘଟଣା ତଦନ୍ତ କରିଥିଲେ। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ କହିଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ହେବ, କିନ୍ତୁ ସେମାନେ ଭୋଟ ଦେଇପାରିବେ ନାହିଁ… ବଙ୍ଗଳାରେ ଭୋଟର ତାଲିକାରୁ ୬୫ ଜଣ ନିର୍ବାଚନ ଅଧିକାରୀଙ୍କ ନାମ ବାଦ ପଡ଼ିଲା

କୋଲକାତା,୨୪।୪: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(SIR)କୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ୬୫ ଜଣ ଅଧିକାରୀଙ୍କ ନାମ ଭୋଟର…

Bihar Politics: ଫ୍ଲୋର ଟେଷ୍ଟରେ ପାସ୍‌ କଲେ ସମ୍ରାଟ ଚୌଧୁରୀ ସରକାର, ଭଏସ୍‌ ଭୋଟରେ ହୋଇଥିଲା ଭୋଟିଂ

ପାଟନା,୨୪।୪: ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ବିଧାନସଭାରେ ଭାଷଣ ଦେଇଥିଲେ। ତାଙ୍କ ଅଭିଭାଷଣ ସମୟରେ ସେ ନୀତୀଶ…

ହର୍ମୁଜ ପୂରା ବନ୍ଦ ହୋଇଗଲେ କେଉଁ ଦେଶ ହୋଇଯିବ ଧ୍ୱସଂ? ଜାଣନ୍ତୁ ଭାରତରେ ପଡିବ କି ପ୍ରଭାବ…

ନୂଆଦିଲ୍ଲୀ,୨୪।୪: ହର୍ମୁଜ ପ୍ରଣାଳୀ କେବଳ ଏକ ସଂକୀର୍ଣ୍ଣ ଜଳପଥ ନୁହେଁ; ଏହା ବିଶ୍ୱ ଅର୍ଥନୀତିର ପ୍ରାଥମିକ ଧମନୀ, ଯାହା ଉପରେ ବିଶ୍ୱର ଶକ୍ତି ସୁରକ୍ଷା ନିର୍ଭର କରେ।…

ପିଚୁ ରାସ୍ତା ଖୋଳି ପାଇପ୍‌ ଲାଇନ ବିଛାଉଛି କମ୍ପାନୀ, ବିନା ଅନୁମତିରେ…

ପାଟଣା,୨୪ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମେଗା ପାନୀୟ ଜଳ ଯୋଗାଣ ପାଇଁ ପାଇପ ଲାଇନ୍‌ ବିଛାଇବା କାର୍ଯ୍ୟକୁ ଠିକାରେ ନେଇଥିବା କମ୍ପାନୀ ମନଇଚ୍ଛା…

ଆମେରିକୀୟ ପର୍ଯ୍ୟଟକଙ୍କୁ ବଳାତ୍କାର: ହୋଟେଲରେ ୪ ଦିନ ଧରି ବନ୍ଦ ରଖି…

ବେଙ୍ଗାଲୁରୁ,୨୪।୪: କର୍ନାଟକର କୋଡାଗୁରେ ଜଣେ ଆମେରିକୀୟ ପର୍ଯ୍ୟଟକଙ୍କ ସହ ବଳାତ୍କାରର ଏକ ମାମଲା ସାମ୍ନାକୁ ଆସିଛି। ଏପ୍ରିଲ ୧୨ ତାରିଖରେ କୋଡାଗୁ ଜିଲାର କୁଟ୍ଟା ଅଞ୍ଚଳରେ ଥିବା…

FIFA ବିଶ୍ୱକପ ପୂର୍ବରୁ ଇରାନକୁ ବଡ଼ ଧମକ ଦେଲା ଆମେରିକା, କହିଲା ଆମେ ସେମାନଙ୍କୁ…

ଓ୍ବାଶିଂଟନ,୨୪।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସତ୍ତ୍ୱେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଏହି ଗ୍ରୀଷ୍ମ ଋତୁରେ ହେବାକୁ ଥିବା ଫିଫା ବିଶ୍ୱକପରେ ଇରାନର…

ଦୁଇ ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଜୀବନ

ଗୁଣୁପୁର,୨୪ା୪(ସଙ୍କେତ ପାତ୍ର): ରାୟଗଡ଼ା ଜିଲାର ଗୁଣୁପୁର ଥାନା ଅନ୍ତର୍ଗତ ସିର୍ଜୁଳିଗଠଲପଦର ମୁଖ୍ୟ ରାସ୍ତାରେ ଗୋଟିଏ ଦିନରେ ପୃଥକ୍‌ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ ଜୀବନ ଯାଇଥିବାବେଳେ…

ପାସ୍‌ ବୁକ ପ୍ରିଣ୍ଟ କରିବାକୁ ନେଇ ସମବାୟ ବ୍ୟାଙ୍କରେ ହାତାହାତି

ଆଳି,୨୪।୪: କେନ୍ଦ୍ରପଡ଼ା ଜିଲା ଆଳି ସମବାୟ ବ୍ୟାଙ୍କରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସମ୍ପାଦକ ଏବଂ ଜଣେ ପୂର୍ବତନ ସଭାପତିଙ୍କ ମଧ୍ୟରେ ମାରପିଟ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri