ସଲମାନଙ୍କୁ ବିବାହ କରିବେ ବୋଲି ପାକିସ୍ତାନ ଛାଡ଼ି ଭାରତ ଚାଲି ଆସିଥିଲେ ଏହି ଅଭିନେତ୍ରୀ, ୮ ବର୍ଷ ଡେଟ୍‌ କରିବା ପରେ..

ବମ୍ବେ: ଅଭିନୟ ସାଙ୍ଗକୁ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସୁପରଷ୍ଟାର ସଲମାନ୍‌ ଖାନ୍‌। ବଲିଉଡ୍‌ର ଏହି ମୋଷ୍ଟ ଏଲିଜିବୁଲ୍‌ ବ୍ୟାଚଲର୍‌ ଏଯାଏ ହାତକୁ ଦୁଇ ହାତ ହୋଇନାହାନ୍ତି। ଭବିଷ୍ୟତରେ ତାଙ୍କର ଏଭଳି ଯୋଜନା ମଧ୍ୟ ନ ଥିବା କୁହାଯାଏ। ଏସବୁ ମଧ୍ୟରେ କିନ୍ତୁ ଅନେକ ନାୟିକାଙ୍କ ସହ ଯୋଡ଼ି ହୋଇଛି ତାଙ୍କ ନାମ। ସେଥିରୁ ଜଣେ ହେଲେ ସୋମି ଅଲି।

ନବେ ଦଶକରେ ବଲିଉଡ୍‌ରେ ପାଦ ରଖିଥିଲେ ସୋମି। କିଛି ଫିଲ୍ମରେ କାମ କରି ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ହେଲେ ସଲମାନଙ୍କ ସହ ସମ୍ପର୍କକୁ ନେଇ ସେ ଚର୍ଚ୍ଚାରେ ରହୁଥିଲେ। ଉଭୟ ୮ ବର୍ଷ ଯାଏ ପରସ୍ପରକୁ ଡେଟ୍‌ କରିଥିଲେ। ସୋମି ସଲମାନଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ। ମାତ୍ର ଅଭିନେତାଙ୍କ ଯୋଗୁ ତାହା ହୋଇ ପାରି ନ ଥିଲା। ଶେଷରେ ୧୯୯୯ରେ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଯାଇଥିଲା।

ନିକଟରେ ସୋମି ଏକ ସାକ୍ଷାତକାରରେ ସଲମାନଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି। ଅଭିନେତା ତାଙ୍କୁ ପ୍ରତାରଣା କରିବା ଯୋଗୁ ସେ ବ୍ରେକ୍‌ଅପ୍‌ କରିବାକୁ ବାଧ୍ୟ ହୋଇଥିବା କହିଛନ୍ତି। ବ୍ରେକ୍‌ଅପ୍‌କୁ ୨୦ ବର୍ଷ ବିତିଥିବା ବେଳେ ଏବେ ପାଞ୍ଚ ବର୍ଷ ହେଲାଣି ସେ ତାଙ୍କ ସହ କଥା ହୋଇ ନାହାନ୍ତି। କାରଣ ସେମାନେ ପଛ କଥା ଭୁଲି ଆଗକୁ ବଢ଼ି ସାରିଛନ୍ତି।

ପାକିସ୍ତାନରେ ଜନ୍ମିତ ସୋମି ସଲମାନଙ୍କ ଫିଲ୍ମ ଦେଖି ତାଙ୍କର ପ୍ରଶଂସକ ପାଲଟିଥିଲେ। ପରେ ସେ ତାଙ୍କୁ ଭେଟିବାକୁ ଭାରତ ଆସିଥିଲେ। ସେତେବେଳେ ତାଙ୍କୁ ୧୬ ବର୍ଷ ହୋଇଥିବା ସତ୍ତ୍ୱେ ସେ ଅଭିନେତାଙ୍କୁ ବିବାହ କରିବେ ବୋଲି ନିଶ୍ଚିତ କରିଥିଲେ। ହେଲେ ତାହା ସତ ହୋଇ ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଦରୁ ରକ୍ତ ବାହାରିବା ପରେ ବି ‘କୁସୁକୁସୁ’ ଗୀତ ଶୁଟିଂ କରିଥିଲେ ଏହି ଅଭିନେତ୍ରୀ

ବଲିଉଡର ପରିଶ୍ରମୀ ତଥା ଉଦୀୟମାନ ତାରକାମାନଙ୍କ ମଧ୍ୟରୁ ନୋରା ଫତେହି ଅନ୍ୟତମ। ପ୍ରାୟତଃ ସେ ତାଙ୍କ ନୃତ୍ୟ ଗୀତ ଏବଂ ଫ୍ୟାଶନ ପାଇଁ ଚର୍ଚ୍ଚାରେ ରହିଥା’ନ୍ତି।...

କିଶୋର କୁମାରଙ୍କ ତୃତୀୟ ସ୍ତ୍ରୀଙ୍କୁ କାହିଁକି ବିବାହ କରିଥିଲେ ମିଥୁନ ଚକ୍ରବର୍ତ୍ତୀ, କାରଣ ଜାଣିଲେ…

ବଲିଉଡ ଅଭିନେତ୍ରୀ ଯୋଗିତା ବାଲି ନିଜର ସୌନ୍ଦର୍ଯ୍ୟ ସହ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସେ ୧୯୭୧ ମସିହାରେ ଫିଲ୍ମ ‘ପାର୍ବନା’ରୁ କ୍ୟାରିୟର ଆରମ୍ଭ...

ନେଟଫ୍ଲିକ୍ସ-ଜୋମାଟୋ-ବ୍ଲିଙ୍କେଟ ମଧ୍ୟରେ ହୋର୍ଡିଂ ଓ୍ବାର: ଓଟିଟି କହିଲା ହମ୍‌ ଆପ୍‌କେ ହୈ କୌନ…

ମୁମ୍ବାଇ : ଏବେ ସୋସିଆଲ ମିଡିଆର ଯୁଗ। କମ୍ପାନୀଗୁଡ଼ିକ ଆକର୍ଷଣୀୟ ଟ୍ୟାଗଲାଇନ ସହିତ ଉପଭୋକ୍ତାଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି। ସମ୍ପ୍ରତି, ଓଟିଟି କମ୍ପାନୀ ନେଟଫ୍ଲିକ୍ସ...

ପୁଅର ପ୍ରଥମ ଝଲକ ଦେଖାଇଲେ ସୋନମ

ବଲିଉଡ ଅଭିନେତ୍ରୀ ସୋନମ କପୁର ଆଜିକାଲି ଚଳଚ୍ଚିତ୍ରଠାରୁ ଦୂରରେ ମାତୃତ୍ୱ ଉପଭୋଗ କରୁଛନ୍ତି। ଅଭିନେତ୍ରୀ ଏକ ପୁତ୍ର ସନ୍ତାନର ମା’ହୋଇଛନ୍ତି। ଯାହାଙ୍କ ନାମ ସେ ‘ବାୟୁ’ରଖିଛନ୍ତି।...

‘ଆର୍‌ଆର୍‌ଆର୍‌’ର ସଫଳତା ପାଇଁ ସୁନା ମୁଦ୍ରା ବାଣ୍ଟିଲେ ଅଭିନେତା

ଏସ୍‌ ଏସ୍‌ ରାଜାମୌଲିଙ୍କ ଫିଲ୍ମ‘ଆର୍‌ଆର୍‌ଆର୍‌’ ରିଲିଜ ହେବା ଦିନଠାରୁ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ଫିଲ୍ମଟି ୧୦ ଦିନରେ ୧୦୦୦ କୋଟିରୁ ଅଧିକ...

କ୍ୟାଟ୍ରିନାଙ୍କୁ ଶ୍ରମିକ କହିଲେ ହ୍ରିତିକ

ମୁମ୍ବାଇ: ବଲିଉଡ୍‌ର ସେକ୍ସି କୁଇନ୍‌ କ୍ୟାଟ୍ରିନା କୈଫଙ୍କୁ ଅଭିନେତା ହ୍ରିତିକ ରୋଶନ ଶ୍ରମିକ କହିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ସେ କାହିଁକି କ୍ୟାଟ୍ରିନାଙ୍କୁ...

ଭାଇଙ୍କ ସହ ଯୋଡାଯାଇଥିଲା ଅଭିନେତ୍ରୀଙ୍କ ନାମ, ଶୋଇବେ କ’ଣ ରାତି ରାତି କାନ୍ଦୁଥିଲେ ଏହି ଅଭିନେତ୍ରୀ

ବମ୍ବେ: ସେଲିବ୍ରଟିମାନଙ୍କ ଜୀବନ ଦୂରରୁ ଯେତିକି ଚାକଚକ୍ୟପୂର୍ଣ୍ଣ ଲାଗିଥାଏ, ବାସ୍ତବତା ଠିକ ଓଲଟା ହୋଇଥାଏ। କାରଣ ତାଙ୍କର ବ୍ୟକ୍ତିଗତ ଜୀବନ କ୍ୟାମେରା ଲେନ୍ସରେ ଥାଏ। ଅନେକ...

ରାତିରେ ମୋ’ ଭିଡିଓ ଦେଖନ୍ତି, ସକାଳୁ ମୋତେ ଟ୍ରୋଲ କରନ୍ତି: ପୁନମ୍‌

ବମ୍ବେ: ରାତିରେ ମୋ’ ଭିଡିଓ ଦେଖନ୍ତି, ସକାଳେ ମୋତେ ଟ୍ରୋଲ କରନ୍ତି। କିଛି ଏଭଳି ଢଙ୍ଗରେ ନିଜର ଟ୍ରୋଲରଙ୍କୁ ଜବାବ ଦେଇଛନ୍ତି ମଡେଲ ତଥା ଅଭିନେତ୍ରୀ...

Advertisement
Archives

Model This Week