ସଲମାନଙ୍କ ଭଳି ଆଜି ବି ଅବିବାହିତା ତାଙ୍କର ଏହି ପ୍ରେମିକା: ସମ୍ପର୍କକୁ ନେଇ କହିଲେ ‘ ପାଞ୍ଚ ବର୍ଷ ହେଲାଣି…’

ବମ୍ବେ: ନବେ ଦଶକର ଅଭିନେତ୍ରୀ ସୋମି ଅଲି ଏବେ ଲାଇମ୍‌ଲାଇଟ୍‌ରୁ ଦୂରରେ। ଏକଦା ସେ ଦବଙ୍ଗ ଖାନ୍‌ ସଲମାନଙ୍କ ପ୍ରେମିକା ଥିବାବେଳେ ଆଜିଯାଏ ବିବାହ କରିନାହାନ୍ତି। ଏହା ପଛରେ କି କାରଣ ରହିଛି ସେ ନେଇ ସୋମିଙ୍କୁ ପଚରାଯାଇଥିଲା। ନିକଟରେ ସେ ସଲମାନଙ୍କ ସହ ସମ୍ପର୍କ, ଚଳଚ୍ଚିତ୍ରକୁ ଫେରିବା ଭଳି ଅନେକ ପ୍ରସଙ୍ଗରେ ଖୋଲାଖୋଲି ଭାବେ କହିଛନ୍ତି।

ଏକ ସାକ୍ଷାତକାରରେ ସୋମି ପ୍ରେମରେ ପଡ଼ିବା ନେଇ କହିଛନ୍ତି, ସେତେବେଳେ ସଲମାନ ନିଜର ପ୍ରଯୋଜନା ସଂସ୍ଥା ଆରମ୍ଭ କରିଥିଲେ। ସେ ଫିଲ୍ମ ‘ବୁଲନ୍ଦ’ରେ ତାଙ୍କ ବିପରୀତ ନାୟିକା ଖୋଜୁଥିଲେ। ନେପାଳର ରାଜଧାନୀ କାଠମାଣ୍ଡୁରେ ଫିଲ୍ମର ଶୁଟିଂ କରାଯାଇଥିଲା। ଦୁର୍ଭାଗ୍ୟବଶତଃ ସେତେବେଳେ ମୁଁ ଫିଲ୍ମଜଗତ ପାଇଁ ନୂଆ ଥିଲି। ଏଣୁ ଫିଲ୍ମର ପ୍ରଯୋଜକଙ୍କ ସହ ମତଭେଦ ହୋଇଥିଲା। ଏହା ଆମ ସମ୍ପର୍କର ଆରମ୍ଭ ଥିଲା।

ଏବେ ସଲମାନଙ୍କ ସହ ସମ୍ପର୍କରେ ଅଛନ୍ତି କି ପ୍ରଶ୍ନରେ ସୋମି କହିଛନ୍ତି, ମୁଁ ଗତ ପାଞ୍ଚ ବର୍ଷ ଧରି ସଲମାନଙ୍କ ସହ କଥା ହୋଇନାହିଁ। ଜୀବନରେ ଆଗକୁ ବଢ଼ିବା ଜରୁରୀ ବୋଲି ମୁଁ ଭାବୁଛି। ଡିସେମ୍ବର ୧୯୯୯ରେ ଆମେ ଅଲଗା ହୋଇଥିଲୁ। ଏହାପରେ ତାଙ୍କର କେତେଜଣ ପ୍ରେମିକା ଆସିଛନ୍ତି ସେ ବିଷୟରେ ଜାଣିନାହିଁ। କେବଳ ଏତିକି ଜାଣେ ତାଙ୍କ ଏନ୍‌ଜିଓ ବିଙ୍ଗ୍‌ ହ୍ୟୁମାନ ବହୁତ ଭଲ କାମ କରୁଛି। ମାନସିକସ୍ତରରେ ମଧ୍ୟ ସଲମାନଙ୍କ ସହ ଯୋଗାଯୋଗ ନ କରିବା ମୋ ପାଇଁ ଭଲ ବୋଲି ସୋମି କହିଛନ୍ତି।

ବିବାହକୁ ନେଇ ଏବେ କୌଣସି ଯୋଜନା ନ ଥିବା ସୋମି କହିଛନ୍ତି। ସେ ବାହା ହେବାକୁ ଚାହାନ୍ତି ନାହିଁ। ୨୪ ବର୍ଷ ପରେ ସେ ସମୟ ଅତିବାହିତ ହୋଇଯାଇଥିବା ତାଙ୍କୁ ଲାଗୁଛି। ଯଦି କେହି ସାଥୀ ମିଳନ୍ତି ତେବେ ସେ ରହିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

ବିରୋଧୀଙ୍କ ହଟ୍ଟଗୋଳ, ସଂସଦ ଅଚଳ! ଲୋକ ସଭାରେ ୧୯% ଏବଂ ରାଜ୍ୟ ସଭାରେ ୩୯% କାର୍ଯ୍ୟ ସହିତ ମୌସୁମୀ ଅଧିବେଶନ ଶେଷ

ନୂଆଦିଲ୍ଲୀ,୧୩।୮: ଗୁରୁବାର (୧୩ ଅଗଷ୍ଟ, ୨୦୨୬) ଦିନ ଲୋକ ସଭା କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। ମୌସୁମୀ ଅଧିବେଶନ ସମୟରେ, ଲୋକ ସଭାରେ ୧୯…

ଲୋକ ସଭା ଇତିହାସରେ ପ୍ରଥମ ଥର, ଗୃହର କାର୍ଯ୍ୟକାଳ ସମୟରେ ପ୍ରତିଧ୍ୱନିତ ହେଲା ‘ବନ୍ଦେ ମାତରମ’

ନୂଆଦିଲ୍ଲୀ,୧୩।୮: ମୌସୁମୀ ଅଧିବେଶନର ଶେଷ ଦିନରେ ଲୋକ ସଭାର କାର୍ଯ୍ୟକାଳ ‘ବନ୍ଦେ ମାତରମ’ ଗାନ ସହିତ ଆରମ୍ଭ ହୋଇଥିଲା। ଏମିତି ଘଟଣା ସଂସଦରେ ପ୍ରଥମ ଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri