ଭଲ ନୁହେଁ ବେଶି ଲାଜ

କଥାରେ ଅଛି ଲାଜ ନାରୀର ଭୂଷଣ। ଲାଜ କେତେବେଳେ ପ୍ରେମ ତ କେତେବେଳେ ଶ୍ରଦ୍ଧା ଆଉ ସମ୍ମାନ। ଲାଜ ପୁଣି ବେଳେବେଳେ ପାଲଟେ ଅନୁଶାସନ। ନାରୀ ପାଇଁ ଏହା ଏକ ସୁନ୍ଦର ବିଭବ, କିନ୍ତୁ ବେଳେବେଳେ ଅତ୍ୟଧିକ ଲାଜ ନିଜ ପାଇଁ ହୁଏ କ୍ଷତିକାରକ…

ବିଭିନ୍ନ ସ୍ବଭାବର ନାରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ମନ ଖୋଲି ନିଜ ଭାବ ଅତି ସହଜରେ ପ୍ରକାଶ କରିପାରନ୍ତି ତ ଆଉ କେତେକେ ଲଜ୍ଜା ଭାବରୁ ଅନେକ କଥା କହି ନ ପାରି ଚୁପ୍‌ ରୁହନ୍ତି। କିନ୍ତୁ ଏଭଳି ଲାଜୁଆ ସ୍ବଭାବ ଅନେକ ସମୟରେ ସେମାନଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ ଏବଂ କେତେକ କ୍ଷେତ୍ରରେ ନିଜ ଅଧିକାରରୁ ବଞ୍ଚିତ କରାଇଥାଏ। ତେଣୁ ଏଭଳି ସ୍ବଭାବ ଥିବା ନାରୀମାନେ ସବୁ କ୍ଷେତ୍ରରେ ସଚେତନ ରହିବା ଉଚିତ। ବ୍ୟକ୍ତିତ୍ୱ ବୃଦ୍ଧି କରିବା ପାଇଁ ସେମାନେ ଲାଜର ଗହଣା ପିନ୍ଧିବା ଭଲ, ମାତ୍ର ଏତେ ବେଶି ଲାଜ କରି ନିଜ ପ୍ରତି ଅବହେଳା କରିବା ଆଦୌ ଠିକ୍‌ ନୁହେଁ।
ନିଜ ପ୍ରତି ଅବହେଳା: ଲାଜ ସ୍ବଭାବ ପାଇଁ ନାରୀମାନେ ସାଧାରଣତଃ ନିଜ ପ୍ରତି ଅନେକ କ୍ଷେତ୍ରରେ ଅବହେଳା କରିଥାନ୍ତି। ଯେହେତୁ ସେମାନେ ମନଖୋଲି ନିଜ ମନକଥା କହିପାରନ୍ତି ନାହିଁ, ସେଥିପାଇଁ ନିଜର ସବୁ ଆବଶ୍ୟକତା ସମ୍ପର୍କରେ କହିବାକୁ ବି ସଙ୍କୋଚ ଅନୁଭବ କରିଥାନ୍ତି। ଶାଶୁ ଘରେ କାଳେ କେହି ଖରାପ ଭାବିବେ ଏଇ କଥା ଚିନ୍ତାକରି ସେମାନେ ବହୁ କିଛି କଥା ଲୁଚାଇଥାନ୍ତି।
ଶାରୀରିକ ଅସୁସ୍ଥତା: ଅନେକ ସମୟରେ ନାରୀମାନେ ସେମାନଙ୍କର ଲାଜକୁଳି ସ୍ବଭାବ ପାଇଁ ସ୍ବାସ୍ଥ୍ୟ ପ୍ରତି ଅବହେଳା କରିଥାନ୍ତି। ଶରୀରକୁ ଆବଶ୍ୟକ ସମୟରେ ବିଶ୍ରାମ ଦେଇପାରନ୍ତି ନାହିଁ କି ଅଧିକାଂଶ ସମୟରେ ଉତ୍ତମ ପୋଷଣଯୁକ୍ତ ଖାଦ୍ୟ ବି ଖାଆନ୍ତି ନାହିଁ। ଏମିତିକି କେତେକ କ୍ଷେତ୍ରରେ ଅନ୍ୟମାନଙ୍କୁ କହି ନ ପାରି ସ୍ବାସ୍ଥ୍ୟ ସମସ୍ୟାକୁ ଲୁଚାଇ ଠିକ୍‌ ସମୟରେ ଚିକିତ୍ସା ବି କରାଇ ନ ଥାନ୍ତି। ତେଣୁ ଛୋଟ ଶାରୀରିକ ସମସ୍ୟା ହୁଏତ ଭବିଷ୍ୟତରେ ଏକ ଭୟଙ୍କର ରୋଗର କାରଣ ହୋଇଥାଏ। ତେଣୁ ଏଭଳି କ୍ଷେତ୍ରରେ ଲାଜକୁଳି ସ୍ବଭାବ ଆଦୌ ଭଲ ନୁହେଁ।
ମନଖୋଲା ଖୁସି: କଥାରେ ଅଛି ମନ ଖୁସି ରହିଲେ ଶରୀର ସୁସ୍ଥ ରହିବା ସହିତ ପରିବେଶ ବି ଠିକ୍‌ ରହେ। ତେଣୁ ମନକୁ ଖୁସି କରିବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରିବା ଉଚିତ ନୁହେଁ। ହେଲେ ପରିବାର ଭିତରେ ନାରୀଟିଏ ଅନେକ ସମୟରେ ସଙ୍କୋଚଭାବ ପାଇଁ ନିଜ ଖୁସିକୁ ଉପଭୋଗ କରିପାରି ନ ଥାଏ। ଏଥିପାଇଁ ସେ ବାହାରକୁ ଯାଇପାରେ ନାହିଁ କିମ୍ବା ନିଜ ଇଚ୍ଛାରେ କିଛି କରିବା ପାଇଁ ସାହସ କରି ନ ଥାଏ। ଏସବୁ ଭାବନା ବିଶେଷ ଭାବରେ ନାରୀମାନଙ୍କ କ୍ଷେତ୍ରରେ ହିଁ ଅଧିକ ଘଟିଥାଏ। କିନ୍ତୁ ପରିବାରରେ କାହାର କୌଣସି କ୍ଷତି ହେଉ ନ ଥିବା ଭଳି କାମ କରି ଯଦି ଖୁସି ହେବାର ସୁଯୋଗ ମିଳୁଛି ତେବେ ସେସବୁକୁ କେବେ ବି ନିଜ ଜୀବନରୁ ବାଦ୍‌ ଦେବା ଉଚିତ ନୁହେଁ।
ଅଧିକାରରୁ ବାଦ୍‌: ଲଜ୍ଜା ଭାବନା ପାଇଁ ନାରୀମାନେ ଅନେକ ସମୟରେ ନିଜ ଅଧିକାରକୁ ବି ଜୋର କରି ଦାବି କରିପାରନ୍ତି ନାହିଁ। ଗୁରୁଜନଙ୍କ ଆଗରେ କହିଲେ କେହି କାଳେ ଖରାପ ଭାବିବେ ଅବା ଘରେ ବିଶୃଙ୍ଖଳା ସୃଷ୍ଟି ହେବ ଭାବି ସେମାନେ ନିଜର ଅଧିକାରକୁ ବି ଭୁଲିଯାନ୍ତି। ତେଣୁ ସବୁକ୍ଷେତ୍ରରେ ସେମାନେ ସବୁ ସହିଯିବାକୁ ହିଁ ଶ୍ରେୟ ମନେକରନ୍ତି।
ଲଜ୍ଜାଭାବରୁ ନାରୀମାନେ ଗୁରୁଜନମାନଙ୍କୁ ଶାଳୀନ ବ୍ୟବହାର ପ୍ରଦର୍ଶନ କରିଥାନ୍ତି। ସେମାନଙ୍କର ଏହି ଭାବନା ଘରେ ଏକ ଶୃଙ୍ଖଳା ବି ସୃଷ୍ଟି କରି ରଖିଥାଏ। ତେଣୁ ନାରୀମାନଙ୍କର ଏଭଳି ବ୍ୟବହାର ଘରେ ଅନ୍ୟମାନଙ୍କୁ ପ୍ରଭାବିତ କରିବା ସହିତ ଭଲ ବ୍ୟବହାର ପାଇଁ ପ୍ରେରଣା ବି ମିଳିଥାଏ।
ଏମାନେ ଯାହା କହନ୍ତି
ଆବଶ୍ୟକ ପୂର୍ବରୁ ଆଣନ୍ତି- ଶାଶୁଘରେ ମୁଁ କେବେ ବି ମୋ ପାଇଁ କିଛି ଆଣିବା ପାଇଁ କହେନି। ନିଜ ପାଇଁ କିଛି ଆଣିବାର ଥିଲେ ମତେ କହିବାକୁ ଭଲ ଲାଗେନି। ଅବଶ୍ୟ ମୋର ଆବଶ୍ୟକତା ଅନୁସାରେ ସବୁ ଜିନିଷ ଘରକୁ ଆଗୁଆ ଆସିଥାଏ। ତା’ ଛଡ଼ା ମୋର କ’ଣ ସବୁ ଦରକାର ସେନେଇ ମୋ ସ୍ବାମୀ ପ୍ରାୟ ସବୁବେଳେ ଧ୍ୟାନ ଦେଇଥାନ୍ତି। ଏମିତିକି ସେ ଅଧିକ ଖର୍ଚ୍ଚ କରିଦିଅନ୍ତି ବୋଲି ମୁଁ ଓଲଟା ତାଙ୍କ ଉପରେ ବିରକ୍ତ ହୋଇଥାଏ।
-ସସ୍ମିତା ପାଟ୍ଟଯୋଶୀ
ଗୃହିଣୀ, ବେଙ୍ଗାଲୁରୁ
ସବୁବେଳେ ଖୁସିରେ ରହେ- ମୋ ମତରେ ମହିଳାମାନଙ୍କ କ୍ଷେତ୍ରରେ ଲାଜକରିବା ହୁଏତ କେତେକାଂଶରେ ଠିକ୍‌। ଫଳରେ ସେମାନେ ଏକ ଶୃଙ୍ଖଳିତ ବ୍ୟବହାର କରିପାରିବେ, ଗୁରୁଜନଙ୍କୁ ଭଲ ବ୍ୟବହାର ଦେଖାଇପାରିବେ। ଆଉ ଏସବୁ ଫଳରେ ପରିବାରରେ ଶାନ୍ତି ରକ୍ଷା ହୋଇପାରିବ। ମୋ ଶାଶୁଘରେ ମୁଁ କେବେ କାହାକୁ ଖରାପ ବ୍ୟବହାର କରିନି ବୋଲି ମୋର ସମସ୍ତ ଆବଶ୍ୟକତା ପାଇଁ ପରିବାରର ସବୁ ଲୋକ ବ୍ୟସ୍ତ ହୋଇପଡ଼ନ୍ତି। ତେଣୁ ମୁଁ ବେଶ୍‌ ଖୁସିରେ ରହିଥାଏ।
-କସ୍ତୁରୀ ମିଶ୍ର
ଗୃହିଣୀ, ଝିରପାଣି, ରାଉରକେଲା
ମନ ଖୋଲି କହେ- ମୋ ପରିବାରରେ ସମସ୍ତେ ଏତେ ଖୋଲାମନର ଯେ ମୁଁ କାହାପାଖରେ କେବେ ସଙ୍କୋଚ କରେ ନାହିଁ। ମୋର ଯେତେବେଳେ ଯାହା ଦରକାର ମୁଁ ମନଖୋଲି ସମସ୍ତଙ୍କୁ କହିପାରେ। ଏମିତିକି ମୋ ଶାଶୁ ଶ୍ୱଶୁର ବି ମୋ ଖୁସି ପାଇଁ ମତେ ସବୁ ସ୍ବାଧୀନତା ଦେଇଛନ୍ତି। ମୁଁ ବି ସେମାନଙ୍କ ମନକୁ ଆଘାତ ଦେବାଭଳି କିଛି କାମ କରେନି। ସେଥିପାଇଁ ପରିବାରରେ ସମସ୍ତଙ୍କର ଶାନ୍ତିରେ ସମୟ କଟିଯାଏ।
-ସାଗରିକା ମହାପାତ୍ର
ଶିକ୍ଷୟିତ୍ରୀ, ଦୃଷ୍ଟିହୀନ ମହାବିଦ୍ୟାଳୟ, କୋରାପୁଟ


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?