କିଛି କଥା କିଛି ବ୍ୟଥା

ଡ. ସିଦ୍ଧାର୍ଥ କାନୁନ୍‌ଗୋ

ରାଜନେତାଙ୍କଠାରୁ ଆରମ୍ଭ କରି ତଥାକଥିତ ସମାଜସେବୀ ଗଳାଫଟେଇ ଚିତ୍କାର କରନ୍ତି ଯେ, ପ୍ରକୃତି ତା’ର ସବୁକିଛି ସମ୍ପଦ ଆମ ରାଜ୍ୟରେ ଭରିଦେଇଛି। ରାଜ୍ୟର ଶାଳ ସୁଗନ୍ଧ ବିସ୍ତୀର୍ଣ୍ଣ ବନାନୀ, ଲୁହା, ମାଙ୍ଗାନିଜ୍‌, କ୍ରୋମାଇଟ୍‌ ଆଦି ଖଣିଜ ସମ୍ପଦରେ ଭରପୂର ଓଡ଼ିଶା, ୪୮୦ କି.ମି. ସୁଦୀର୍ଘ ବେଳାଭୂମି ଇତ୍ୟାଦି ହେଉଛି ପ୍ରକୃତିର ଆମ ରାଜ୍ୟକୁ ଅବଦାନ। କିନ୍ତୁ ଏତେ ସବୁ ବିଭବ ପରେ ମଧ୍ୟ ଓଡ଼ିଶା ଯେଉଁ ଗରିବକୁ ସେଇ ଗରିବ। ସରକାର ବଦଳିଛି; ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇ ନେତାମାନେ କ୍ଷମତାକୁ ଆସିଛନ୍ତି। କିନ୍ତୁ ଓଡ଼ିଶାର ଭାଗ୍ୟ ବଦଳାଇବାକୁ କେହି ସମର୍ଥ ହୋଇନାହାନ୍ତି ବୋଲି ମନେହୁଏ। ଇତିମଧ୍ୟରେ ଓଡ଼ିଶା ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବାର ୮୬ ବର୍ଷ ଅତିକ୍ରାନ୍ତ ହୋଇଗଲାଣି। କଥାକଥାକେ ଭାଷାଭିତ୍ତିରେ ଜନ୍ମଲାଭ କରିଥିବା ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ବୋଲି ଆମେ ବିଭିନ୍ନ ସଭାସମିତିରେ କହି ଆତ୍ମସନ୍ତୋଷ ଲାଭ କରୁଛୁ। କିନ୍ତୁ ବିଚାର କଲେ ଜଣାଯିବ ଯେ, ଆମ ପରେ ସୃଷ୍ଟି ହୋଇଥିବା ଆନ୍ଧ୍ରପ୍ରଦେଶ, କର୍ନାଟକ, ହରିୟାଣା ଆଦି ରାଜ୍ୟର ବିକାଶଧାରା ଆମ ରାଜ୍ୟଠାରୁ ଢେର ଅଧିକ। ଆନ୍ଧ୍ରପ୍ରଦେଶରୁ ଅଣ୍ଡା, ମାଛ ଓ ପଶ୍ଚିମବଙ୍ଗରୁ ବିଭିନ୍ନ ପନିପରିବା ଏପରି କି ଫୁଲ ନ ଆସିଲେ ଆମ ଅବସ୍ଥା ଅସମ୍ଭାଳ। କଥାଟି ଏତିକିରେ ସରିନାହିଁ, ଖଣି ଖାଦାନଭରା କେନ୍ଦୁଝର ଜିଲା ତେଲକୋଇ ହେଉ କିମ୍ବା କୋରାପୁଟ ଜିଲାର ଦଶମନ୍ତପୁର ହେଉ ଅଥବା କଳାହାଣ୍ଡି ଜିଲାର ଥୁଆମୂଳରାମପୁର କିମ୍ବା ଗଜପତି ଜିଲାର ମୋହନ ସବୁଠି ଜୀବନଯନ୍ତ୍ରଣାର ଚିହ୍ନ ସ୍ପଷ୍ଟ ବାରିହୁଏ। ଏଠି ବିକାଶର ଧାରା ପହଞ୍ଚତ୍ପାରିନି ବୋଲି ମନେହୁଏ। ଗୋଟିଏ ପଟେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆମେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛୁ। ଏଥିପାଇଁ କୋଟିକୋଟି ଟଙ୍କା ବିଜ୍ଞାପନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବାବଦରେ ଖର୍ଚ୍ଚ ହେଉଛି। କିନ୍ତୁ ଉପରଲିଖିତ ଜିଲାରେ ସମାଜର ବିକଳ ଚିତ୍ର ଦେଖିବାକୁ ମିଳୁଛି। ଗର୍ଭବତୀ ମହିଳା ହୁଅନ୍ତୁ କିମ୍ବା ଗୁରୁତର ରୋଗୀ ସମସ୍ତେ କାନ୍ଧରେ କିମ୍ବା ଖଟିଆ ଅଥବା ଷ୍ଟ୍ରେଚରରେ ବୁହା ହୋଇ ଡାକ୍ତରଖାନା ଯାଉଛନ୍ତି।
ଅବଶ୍ୟ ଆମେ ଏ କଥା ସ୍ବୀକାର କରୁଛୁ ଯେ, ଚିକିତ୍ସା ବିଜ୍ଞାନର ଉନ୍ନତି ଯୋଗୁଁ ମାତୃଶିଶୁହାର ଓ ଶିଶୁମୃତ୍ୟୁହାର ବହୁପରିମାଣରେ କମିଛି। ସରକାରୀ ଡାକ୍ତରଖାନା ଥିବା ଅଞ୍ଚଳରେ ରୋଗୀ ବା ତାଙ୍କ ପରିବାର ଲୋକେ ଯଥେଷ୍ଟ ସଚେତନ ହେଲେଣି। ସେମାନେ ଗମନାଗମନର ସୁବିଧା ଯୋଗୁ ଅନ୍ଧବିଶ୍ୱାସକୁ ପରିହାର କରି ଡାକ୍ତରଖାନାକୁ ରୋଗୀ ବା ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ପାଇଁ ନେଉଛନ୍ତି। ଏହାଦ୍ୱାରା ଅବସ୍ଥାରେ ଯଥେଷ୍ଟ ଉନ୍ନତି ଆସିଛି। କିନ୍ତୁ ଏବେ ମଧ୍ୟ ସବୁଦିନିଆ ରାସ୍ତା ନ ଥିବାରୁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଥିବା ଜନନୀ ଯନ୍ତ୍ରଣାର ଦୃଶ୍ୟ ଦେଖିବାକୁ ପାଉଛୁ। ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ରାଜ୍ୟର ୫୫୨୫ ଗଁାକୁ ପକ୍କା ରାସ୍ତା ନାହିଁ। ବିଧାନସଭା ଅଧିବେଶନରେ ମନ୍ତ୍ରୀ କହୁଥିବା ତଥ୍ୟ ଆଧାରରେ ଆମେ ଏକଥା କହିବାକୁ ସାହସ କରୁଛୁ। ବର୍ଷା ଚାରିମାସ ଏସବୁ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ଯନ୍ତ୍ରଣା କହିଲେ ନ ସରେ! କଚ୍ଚା ରାସ୍ତା ସବୁ କର୍ଦ୍ଦମାକ୍ତ ହୋଇଯିବାରୁ ଆମ୍ବୁଲାନ୍ସ ଗଁା ଭିତରକୁ ଯାଇପାରୁନାହିଁ। କିଛି ଗଁାକୁ ନଦୀ ନାଳ ହେତୁ ବର୍ଷାଦିନେ ଗମନାଗମନରେ ଅସୁବିଧା ହୁଏ। ଏହିପରି ପ୍ରାୟ ୪ ମାସ ୧୦ ହଜାରରୁ ଅଧିକ ଜନବସତିଥିବା ଏସବୁ ଅଞ୍ଚଳ ସତେ ଯେପରି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ୁଛି!
କନ୍ଧମାଳ ହେଉଛି ରାଜ୍ୟର ଅନ୍ୟତମ ଆଦିବାସୀ ବହୁଳ ଜିଲା । ଏହି ଜିଲାର ୧୨ଟି ବ୍ଲକ୍‌ର ୩୩୪ଟି ଗଁା ଏପର୍ଯ୍ୟନ୍ତ ଅପହଞ୍ଚ। ବର୍ଷାଦିନେ ୩୩୪ଟି ଗଁାକୁ ରାସ୍ତାନାହିଁ ବୋଲି ଆମ୍ବୁଲାନ୍ସ ଯାଇ ପାରୁନି। ସେହିପରି ନବରଙ୍ଗପୁର ଜିଲା, ରାଗଗଡ଼ା, କଳାହାଣ୍ଡି, କେନ୍ଦୁଝର, ମାଲକାନଗିରି, ଗଜପତି, ଗଞ୍ଜାମ ଜିଲାରେ ଯଥାକ୍ରମେ ୨୫୨, ୮୪୦, ୫୧୨, ୧୪୧, ୧୫୦, ୧୬୦, ୯୩ ଏବଂ କୋରାପୁଟ ଜିଲାରେ ୧୦୦ରୁ ଅଧିକ ଗଁାକୁ ରାସ୍ତା ନାହିଁ ବୋଲି ସରକାର ସ୍ବୀକାର କରିଛନ୍ତି।
ଗମନାଗମନ ସୁବିଧା ପାଇଁ ଢେର କିଛି ଯୋଜନା ଅଛି । ସେଗୁଡ଼ିକ ହେଲା ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା, ବିଜୁ ସେତୁ ଯୋଜନା ଓ ଦୁର୍ଗମ ଅଞ୍ଚଳକୁ ରାସ୍ତା ସଂଯୋଗ ପାଇଁ ଉପାନ୍ତ ଯୋଜନା। ଏତଦ୍‌ବ୍ୟତୀତ ଖଣିଜ ସମ୍ପଦଭରା ଜିଲାରେ ଗଁାକୁ ସବୁଦିନିଆ ରାସ୍ତା ପାଇଁ ଖଣିଜ ସମ୍ପଦ ପାଣ୍ଠିରୁ ସରକାର ଅର୍ଥ ବ୍ୟୟ କରନ୍ତି। ଏତେ ସବୁ ଯୋଜନା ସତ୍ତ୍ୱେ ଏପର୍ଯ୍ୟନ୍ତ ସବୁ ଗଁାକୁ ରାସ୍ତା ତିଆରି ହୋଇପାରି ନାହିଁ। ଏହାର କାରଣ ରାଜ୍ୟରେ ୪ ହଜାରରୁ ଅଧିକ ପଡ଼ା ଗଁା ଅଛି। ପୁଣି ପାହାଡ଼ ଉପରେ ଓ ଜଙ୍ଗଲ ଭିତରେ ଅନେକ ଜନବସତି ଅଛି। ଏସବୁ ପଡ଼ା ଗଁାକୁ ରାଜସ୍ବ ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ହୋଇଛି କିନ୍ତୁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ।
ଶହେରୁ ଅଧିକ ଜନସଂଖ୍ୟା ଥିବା ଗଁାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଫକ ଯୋଜନା କିମ୍ବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରି ରାସ୍ତା ନିର୍ମାଣର ବ୍ୟବସ୍ଥା ଅଛି। କିନ୍ତୁ ଏପରି ଶହେରୁ କମ୍‌ ଜନସଂଖ୍ୟା ଥିବା ଓଡ଼ିଶାରେ ପ୍ରାୟ ୨ ହଜାର ହେବ। କନ୍ଧମାଳ ଜିଲା କୋଟଗଡ଼ ବ୍ଲକ୍‌ରେ ମୋଟ୍‌ ୧୩୩ଟି ଗଁା ମଧ୍ୟରୁ ୧୬ଟି ଗଁାରେ ୧୦୦ରୁ କମ୍‌ ଲୋକ ରହୁଛନ୍ତି। କଳାହାଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ୍‌ରେ ୨୭୫ ଗଁା ଥିବା ବେଳେ ୬୦ ଗଁାର ଜନସଂଖ୍ୟା ୧୦୦ରୁ କମ୍‌। କୋରାପୁଟ, କଳାହାଣ୍ଡି ଜିଲାରେ ଏପରି କିଛି ଗଁା ଅଛି; ଯେଉଁଠାକୁ ସବୁଦିନିଆ ରାସ୍ତା ବା ସେତୁ ନିର୍ମାଣ ହୋଇନାହିଁ। ଏହିସବୁ ସମସ୍ୟାକୁ ଆଖି ଆଗରେ ରଖି ରାଜ୍ୟ ସରକାର ୨୦୧୭ରେ ସମ୍ପୂର୍ଣ୍ଣ ଯୋଜନା ଆରମ୍ଭ କରିଥିଲେ। ଏଥିରେ ଗର୍ଭବତୀଙ୍କୁ ଡାକ୍ତରଖାନାକୁ ଆଣିଲେ ଖର୍ଚ୍ଚ ବାବଦକୁ ୧୦୦୦ ଟଙ୍କା ଦିଆଯାଉଛି। ସ୍ଥଳ ବିଶେଷରେ ପ୍ରସବର ଯଥେଷ୍ଟ ପୂର୍ବରୁ ଗର୍ଭବତୀଙ୍କୁ ଡାକ୍ତରଖାନାରେ ରଖିବା ପାଇଁ ମା’ଘର ତିଆରି ହୋଇଛି କିନ୍ତୁ ବର୍ଷା ୪ମାସରେ ଏହି ଯୋଜନା ବିଶେଷ ଫଳପ୍ରଦ ହୋଇପାରୁନି। ସମ୍ପୂର୍ଣ୍ଣା ଯୋଜାନା ରାଜ୍ୟର ୭୮୫୩ ଅପହଞ୍ଚ ଗଁାରେ ଲାଗୁ କରାଯାଇଛି। ଏଥିପାଇଁ ଆଶା ଓ ଅଙ୍ଗନୱାଡ଼ି ଦିଦିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆମେ ସରକାରଙ୍କ ଆନ୍ତରିକତାକୁ ପ୍ରଶ୍ନ କରୁନାହୁଁ। ନଦୀନାଳ ଭରା ଓଡ଼ିଶାରେ ଗର୍ଭବତୀଙ୍କ ପକ୍ଷେ ପାଞ୍ଚ ଦଶ କିଲୋମିଟର ବାଟ ଆସିବା ମଧ୍ୟ କାଠିକର ପାଠ। ପୂର୍ବରୁ ଆମେ ଉଲ୍ଲେଖ କରିଛୁ ଯେ, ଅନେକ ସ୍ଥାନରେ ଆମ୍ବୁଲାନ୍ସ ସେବା ଉପଲବ୍ଧ ହୋଇପାରୁନାହିଁ।
ପରିଶେଷରେ ଆମେ ଏତିକିମାତ୍ର କହିବାକୁ ଚାହୁଁ ଯେ, ରାଜନେତା ଏବଂ ଚିନ୍ତାଶୀଳ ଜନନାୟକ ଏ ଦିଗରେ ଯତ୍ନଶୀଳ ହୋଇ ସରକାରଙ୍କୁ ଉଚିତ ପରାମର୍ଶ ଦିଅନ୍ତୁ ଏବଂ ଏଥିପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ।
ପ୍ରାକ୍ତନ ଅତିରିକ୍ତ ଶାସନ ସଚିବ, ଓଡ଼ିଶା ସରକାର, ଚୈତନ୍ୟ ଧାମ, ଶବର ସାହି, ଭୁବନେଶ୍ୱର, ମୋ: ୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri