ରିପବ୍ଲିକାନ୍‌ ଓ ସମାଜବାଦ

ଜେମ୍ସ ଲିଭିଂଷ୍ଟୋନ୍‌

ଆଗକୁ ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ବିଜୟ ଲାଭ କରି ରିପବ୍ଲିକାନ ପାର୍ଟି ଉଭୟ ହାଉସ୍‌ ଅଫ୍‌ କଂଗ୍ରେସକୁ ଦଖଲ କରିବାକୁ ଅଗ୍ରସର ହେଉଛି। ତଥାପି ପାର୍ଟିକୁ ତା’ଉଗ୍ର ବାମପନ୍ଥୀ ବିଚାରକୁ ନେଇ ଭୟ ରହିଛି ଓ ଏହାକୁ ଛାଡ଼ିଦେଲେ ପାର୍ଟି ଲାଗି ଆଉ ସବୁ ବିଷୟ ମୂଲ୍ୟହୀନ। ବର୍ତ୍ତମାନ ପାର୍ଟି ସମାଜବାଦ ପ୍ରତିଷ୍ଠା କରିବାରେ ଦୃଢ ନିଶ୍ଚିତ ରହିଥିବା ଲକ୍ଷ୍ୟ କରାଯାଉଛି। ଅପରପକ୍ଷେ ପାର୍ଟିରେ ମୂଳରୁ ରହି ଆସିଥିବା ପୁରୁଣା ଏବଂ ନୂଆ ଋଢିବାଦ ବିଚାର ଏବେ ଖ୍ରୀଷ୍ଟିଆନ ଜାତୀୟତାବାଦକୁ ବଦଳିଯାଇଛି। ଏହି ବିଚାରଧାରାକୁ ଜର୍ଜିଆର କଂଗ୍ରେସ ପ୍ରତିନିଧି ମାର୍‌ଜୋରି ଟେଲର ଗ୍ରିନି ଉପସ୍ଥାପନ କରିବା ସହ ଲୋକପ୍ରିୟ ଫକ୍ସ ନ୍ୟୁଜର କମେଣ୍ଟେଟର ଟୁକର କାର୍ଲସନ ଏହାକୁ ପ୍ରୋତ୍ସାହିତ କରିଛନ୍ତି। ରିପବ୍ଲିକାନ୍‌ ପାର୍ଟି ପକ୍ଷରୁ ସମାଜବାଦର ନିରାଧାର ବିଚାର ଉପରେ ନୂଆ କରି ପ୍ରକାଶ ପାଇଥିବା ଅତ୍ୟଧିକ ଆଗ୍ରହ ପ୍ରାୟତଃ ହାସ୍ୟାସ୍ପଦ ଜଣାପଡ଼ୁଛି। କିନ୍ତୁ ନୋବେଲ ବିଜେତା ଅଷ୍ଟ୍ରୀୟ ଅର୍ଥନୀତିଜ୍ଞଙ୍କ ଫ୍ରେଡ୍ରିକ ଭନ୍‌ ହାୟକଙ୍କ ବୌଦ୍ଧିକ ଲିଗାସି ଉପରେ ଆଧାରିତ ସମାଜବାଦୀ ଚିନ୍ତାଧାରାକୁ ରିପବ୍ଲିକାନମାନେ ଭୁଲ୍‌ ବାଟରେ ଗ୍ରହଣ କରିଛନ୍ତି। ହାୟକ ସମାଜବାଦର ଚିରାଚରିତ ବିପଦ ବିରୋଧରେ ସବୁବେଳେ ନିଜକୁ ଜଡ଼ିତ ରଖୁଥିଲେ ଓ ସବୁ ପ୍ରତିରକ୍ଷାମତ୍କ ପଦକ୍ଷେପ ଉପରେ ସେ ଚିନ୍ତା କରିଥିଲେ। ସେ ମଧ୍ୟ ଉଭୟ ବାମବାଦ ଓ ଫାସିବାଦକୁ ଏକାଠି କରିବାକୁ ବିଚାର କରିଥିଲେ। ତାଙ୍କ ପଦକ୍ଷେପ ଓ ବିଚାର ସରକାର ଓ ସିଭିଲ ସୋସାଇଟି, ସାର୍ବଜନୀନ ପରିସର ଓ ଘରୋଇ କ୍ଷେତ୍ର ଏବଂ ସରକାର ଓ ମୁକ୍ତ ମାର୍କେଟ ମଧ୍ୟରେ ରହିଥିବା ଆଧୁନିକ ଉଦାରବାଦ ସମ୍ପର୍କିତ ପ୍ରଭେଦ ଦୂର କରିବା ଲାଗି ଉଦ୍ଦିଷ୍ଟ।
ହାୟକଙ୍କ ଜଣାଶୁଣା ଲେଖା ମଧ୍ୟରେ ରହିଛି ୧୯୪୪ ଇସ୍ତାହାର‘ରୋଡ ଟୁ ସେର୍ଫଡମ୍‌ ବା ଦାସତ୍ୱକୁ ପଥ’, ଯାହା ବୌଦ୍ଧିକ ରଣଭୂମିରୁ ଅତୀତର କାର୍ଯ୍ୟକଳାପକୁ ଫେରିବାର ଏକ ପ୍ରକାର ପଥକୁ ସୂଚିତ କରିଛି। ଏହି ସ୍ଥିତିରେ ସମାଜର ଏକ ଆନ୍ତଃ ବ୍ୟବସ୍ଥାର ନକ୍ସା ବହୁତ କିଛି କାମ କରିବ କି ନାହିଁ ସେଥିରେ ସନ୍ଦେହ ରହିଥିବା ସେ ପାଠକମାନଙ୍କୁ କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଆମକୁ ତାଙ୍କ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତ ଉପରେ ଏକମତ ହେବାକୁ ପଡ଼ିବ। ରୂଢିବାଦୀଙ୍କ ମଧ୍ୟରେ ରହିଥିବା ପୁରୁଣା, ନୂଆ କିମ୍ବା ନୂତନ ଖ୍ରୀଷ୍ଟିଆନ ଜାତୀୟତାବାଦର ଅପରିବର୍ତ୍ତନୀୟ ବିଚାରଧାରା ପରିବର୍ତ୍ତେ ହାୟକ ଦୁଇଟି ସିଦ୍ଧାନ୍ତ ଉପରେ ଜୋର୍‌ ଦେଇଥିଲେ। ପ୍ରଥମଟି ହେଉଛି, ମାର୍କେଟ ଫୋର୍ସ (ମୂଲ୍ୟ ଚାହିଦା ଏବଂ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଉପଲବ୍ଧତାକୁ ପ୍ରଭାବିତ କରୁଥିବା ଆର୍ଥିକ ବିଷୟଗୁଡ଼ିକ) ହିଁ ବ୍ୟକ୍ତି ସ୍ବାଧୀନତାର ଉତ୍ସ। କିନ୍ତୁ ସେସବୁ ବିଷୟ ଉପରେ ଲୋକେ ଜାଣିପାରନ୍ତି ନାହିଁ। ସମସ୍ତେ ଯୋଗାଣ ଓ ଚାହିଦାର ନିୟମଗୁଡ଼ିକ ସହ ଜଡ଼ିତ ହେଲେ ହିଁ ସ୍ବତନ୍ତ୍ରତା ଓ ସମାନତା ସମ୍ଭବ ହୋଇଥାଏ। ଏଥିରୁ ବୁଝାପଡ଼େ ଯେ, ଲୋକେ ଅଜ୍ଞତାରେ ରହୁଥିବାରୁ କେବଳ ପୁଞ୍ଜିବାଦୀ ସମାଜଗୁଡ଼ିକ ସ୍ବାଧୀନ ହୋଇପାରିଛନ୍ତି। ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ସେହି ସମାଜର ନାଗରିକମାନେ ବାସ୍ତବରେ ଅଧିକ ନ୍ୟାୟସଙ୍ଗତ ସାମାଜିକ ବ୍ୟବସ୍ଥା ସୃଷ୍ଟି କରିବାକୁ ଚେଷ୍ଟିତ ହୋଇପାରନ୍ତି ନାହିଁ। ଏହା କରିବା ଲାଗି ଆର୍ଥିକ ବିଷୟଗୁଡ଼ିକ ଦ୍ୱାରା ସୃଷ୍ଟି ହେଉଥିବା ପରିଣାମ ସବୁକୁ ସଂଶୋଧିତ କରି ବ୍ୟକ୍ତି ସ୍ବାଧୀନତାର ଆର୍ଥିକ ଧାରାକୁ ଦୃଢ କରିବାକୁ ପଡ଼ିବ। ଦ୍ୱିତୀୟରେ କେନ୍ଦ୍ରୀୟ ଯୋଜନା କିମ୍ବା ଆର୍ଥିକ ନୀତି ବଳରେ ମାର୍କେଟକୁ ନିୟନ୍ତ୍ରଣ କରିବାକୁ ହେବ। ବଜାରକୁ ପ୍ରଭାବିତ କରୁଥିବା ଆର୍ଥିିକ ବିଷୟଗୁଡ଼ିକୁ ଦୂର କରି ଯଦି ସରକାର ସିଭିଲ ସୋସାଇଟି ଉପରେ ହସ୍ତକ୍ଷେପ କରନ୍ତି ତେବେ ସାର୍ବଜନୀନ କ୍ଷେତ୍ର ଘରୋଇ ସେକ୍ଟରକୁ ହଟାଇଦେବ। ହାୟକ କହିଛନ୍ତି ଯେ, ନ୍ୟାୟ ପାଇଁ ସରକାର ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରିବା ମାତ୍ରେ ଏହା ସମସ୍ତଙ୍କ ଭବିଷ୍ୟତ କିମ୍ବା ସ୍ଥିତିର ଉତ୍ତରଦାୟିତ୍ୱକୁ ଅସ୍ବୀକାର କରିପାରିବେ ନାହିଁ। ସିଧାସଳଖ ଆର୍ଥିକ କାର୍ଯ୍ୟକଳାପ ଗ୍ରହଣ କରିଥିବା ଏଭଳି ସରକାର ‘କୌଣସି ବ୍ୟକ୍ତି’ଙ୍କ ଲାଗି ସାଧନର ନ୍ୟାୟସଙ୍ଗତ ବଣ୍ଟନ ସମ୍ପର୍କିତ ବିଚାରକୁ ଅନୁଭବ କରିବା ଲାଗି କ୍ଷମତା ଉପଯୋଗ କରିବେ। ‘କୌଣସି ବ୍ୟକ୍ତି’ ଏଠାରେ ମୁଖ୍ୟ କଥା। ହାୟକ ସ୍ବୀକାର କରନ୍ତି ଯେ, ନ୍ୟାୟସଙ୍ଗତ ବଣ୍ଟନର ପ୍ରତିଯୋଗିତାମୂଳକ ସିଦ୍ଧାନ୍ତଗୁଡ଼ିକ ବ୍ୟବସ୍ଥାରେ ରହିଛି । ଥରେ ସରକାର ପୁନଃ ଆବଣ୍ଟରର ମୂଳ ଏଜେଣ୍ଟ ହେବା ମାତ୍ରେ ସେଗୁଡ଼ିକୁ ନେଇ ରାଜନୈତିକ କ୍ଷେତ୍ରରେ ପ୍ରତିଯୋଗିତା ହେବା ଦରକାର।
ପୁରୁଣା ହେଉ କି ନୂଆ କିମ୍ବା ଖ୍ରୀଷ୍ଟିଆନ ଜାତୀୟତାବାଦ ଭଳି ରୂଢିବାଦୀ ମତ ସ୍ବତନ୍ତ୍ରତା ଏବଂ ପ୍ରାଇଭେଟ ଏଣ୍ଟରପ୍ରାଇଜେସକୁ ସମାନ ବୋଲି ମାନିବାରେ ସବୁବେଳେ ହାୟକଙ୍କୁ ଅନୁସରଣ କରିଆସିଛି। ହେଲେ ଧନୀମାନଙ୍କ ପାଇଁ ‘ସମାଜବାଦ’ ଶବ୍ଦର ପରିଣାମ ସବୁବେଳେ ଭିନ୍ନ ରହିଆସିଛି। ସେମାନଙ୍କ ପାଇଁ ଏହା ଏକ ବ୍ୟବସ୍ଥା; ଯାହା ଅବିରତ ଭାବେ ଟିକସ ଛାଡ଼, ଫାର୍ମସ୍ୟୁଟିକାଲ, ଶକ୍ତି ଏବଂ କୃଷି କମ୍ପାନୀଗୁଡ଼ିକୁ ସିଧାସଳଖ ସବ୍‌ସିଡି ଦେବା, ମୁଦ୍ରାସ୍ଫୀତି ସମୟରେ ଶ୍ରମ ଶକ୍ତକୁି କ୍ଷତି କରିବା ଭଳି ଆର୍ଥିକ ନୀତିଗୁଡ଼ିକ ଦ୍ୱାରା ଧନିକଙ୍କୁ ହିଁ ସଂସାଧନଗୁଡ଼ିକୁ ପୁନଃ ଆବଣ୍ଟନ କରିଥାଏ। ଏହି ସମୟରେ ରୂଢିବାଦୀଙ୍କର ପରିବର୍ତ୍ତନ ଲକ୍ଷ୍ୟ କରାଯାଉଥିଲେ ମଧ୍ୟ ହାୟକଙ୍କ ସିଦ୍ଧାନ୍ତ ରୂଢିବାଦୀଙ୍କ ପ୍ରବୃତ୍ତିରେ ଅନିୟନ୍ତ୍ରିତ ଭାବେ ରହିଛି ଓ ସେମାନେ ଯେତେବେଳେ ଚାହର୍ଁିବେ ଏହାକୁ ଫେରାଇ ଆଣିପାରିବେ। ରାଜନୀତି ଓ ସାମାଜିକ ସ୍ତରରେ ଖ୍ରୀଷ୍ଟିଆନ ଜାତୀୟତାବାଦର ରୂଢିବାଦୀ ଚିନ୍ତାଧାରା ଯାହା ଆମେରିକା ସଂସ୍କୃତିର କୋଣ ଅନୁକୋଣରେ ଦେଖେ ତାହା ଏକ ଭାବନାମତ୍କ ପରିଣାମ ଭଳି ମନେହେଉଛି। ୨୦୧୧ରେ ସାମାଜିକ ଏବଂ ଆର୍ଥିକ ଅସମାନକୁ ନେଇ ଓ୍ବାଲ୍‌ ଷ୍ଟ୍ରିଟ୍‌ ଦଖଲ ଅସମାନତା ବୃଦ୍ଧି ସମ୍ପର୍କିତ ନୂଆ ବିଚାରକୁ ପ୍ରତିପାଦିତ କରିବା, ୨୦୦୮ରେ ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ଧ୍ୱଂସ କରିଥିବା ଫାଇନାନ୍ସିୟରମାନଙ୍କ କବଳରୁ ରକ୍ଷା କରିବା ସହ ବ୍ଲାକ୍‌ ଲାଇଭ୍‌ ମ୍ୟାଟର, ମି ଠୁ ଓ ରାଷ୍ଟ୍ରପତି ପାର୍ଥୀ ଭାବେ ପ୍ରଖ୍ୟାତ ସମାଜବାଦୀ ଭର୍ମୋଣ୍ଟ ସିନେଟର ବେର୍ନି ସ୍ୟାଣ୍ଡର୍ସ ଉଭାହେବା ପରେ ବି ପୂର୍ଣ୍ଣ ସମାଜବାଦ ଆସିପାରିନାହିଁ। ୨୦୨୦ ସୁଦ୍ଧା ଅଧିତ୍କାଂଶ ଡେମୋକ୍ରାଟିକ ଏବଂ ସ୍ବାଧୀନ ମତଦାତା ଏବଂ ଭିନ୍ନ ମତବାଦୀ ରିପବ୍ଲିକାନମାନେ ସିଙ୍ଗଲ କେୟାର ହେଲ୍‌ଥ କେୟାର, ଜଳବାୟୁ ପରିବର୍ତ୍ତନ ମୂକାବିଲା ଲାଗି ନିଆଯାଉଥିବା ଦୃଢ ପଦକ୍ଷେପ, ଭିତ୍ତିଭୂମି ଓ ଚାକିରି ପାଇଁ ଅଧିକ ସରକାରୀ ବ୍ୟୟ ଲାଗି ଟ୍ୟାକ୍ସ ଦେଉଥିଲେ। ଏପରି କି ସ୍ୟାଣ୍ଡର୍ସଙ୍କ ଦ୍ୱିତୀୟ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ସମୟରେ ସମାଜବାଦ ଯୁବ ଆମେରିକୀୟ ଯୁବବର୍ଗଙ୍କ ବେଶି ଲୋକପ୍ରିୟ ହୋଇପାରିଥିଲା।
କୋଭିଡ୍‌-୧୯ ମହାମାରୀରେ ସରକାର ୩ ଟ୍ରିଲିୟନ ଡଲାର ବ୍ୟୟ କଲେ; ଯାହାଦ୍ୱାରା ମାନ୍ଦା ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ପରିବାର ତଥା ଫାର୍ମଗୁଡ଼ିକୁ ପ୍ରଚୁର ଅର୍ଥ ଯୋଗାଇଦେଲେ। ଏବେ ଇନ୍‌ଫ୍ଲେସନ ରିଡକ୍‌ସନ ଆକ୍ଟ ସହ ସାର୍ବଜନୀନ ନିବେଶରେ ୭୦୦ ବିଲିୟନ ଡଲାରରୁ ଅଧିକ ହ୍ରାସ ସରକାରଙ୍କ ପାଇଁ ବଡ଼ ଝଟ୍‌କା ଆଣିଛି। ହେଲେ ଅର୍ଥନୀତିଜ୍ଞମାନେ ସମସ୍ତଙ୍କୁ ଉଦ୍ଧାର କରିବାର ଏକ ‘ନୂଆ ଯୁଗ’ ଚାଲିଛି ବୋଲି କହୁଛନ୍ତି। ସମ୍ଭବତଃ ଏହା ‘ସମସ୍ତଙ୍କ ପାଇଁ ସମାଜବାଦ’ ଉପରେ ଏକ ଡାଉନ୍‌ ପେମେଣ୍ଟ୍‌ ବୋଲି ମୁଁ କହିବି। ରିପବ୍ଲିକାନ୍‌ଙ୍କର ଟିକସ ଛାଡ଼, ବିନିୟନ୍ତ୍ରଣ ଏବଂ ନୂଆ ଖ୍ରୀଷ୍ଟିଆନ ଜାତୀୟତାବାଦୀ ବିଚାରଧାରା ସହ ଏକଚ୍ଛତ୍ରବାଦୀ ଶାସନଠାରୁ ଶ୍ରମ ଚାହିଦା ନିଶ୍ଚିତ ଭାବେ ଆଶାଜନକ। ନ୍ୟାୟସଙ୍ଗତ ଆବଣ୍ଟନର ସିଦ୍ଧାନ୍ତ ଅଧିକ ସମତାବାଦୀ, ବାସ୍ତବବାଦୀ। ଏହା ଅସମାନତା, ଜଳବାୟୁ ପରିବର୍ତ୍ତନ, ପ୍ରବାସନ ପାଇଁ ଏକ ସମାଜିକ- ଗଣତାନ୍ତ୍ରିକ ଉପଚାର। ରିପବ୍ଲିକାନଙ୍କର ଖ୍ରୀଷ୍ଟିଆନ ଜାତୀୟତାବାଦୀ ବିଚାର ବେଶିଦିନ ରହି ନ ପାରେ। ସେମାନେ ସବୁଆଡେ ସମାଜବାଦର ଭୂତକୁ ଦେଖିବାକୁ ଉନ୍ମାଦି ନୁହନ୍ତି। ନଭେମ୍ବର ୮ରେ ଯାହା ପରିଣାମ ଆସୁନା କାହିଁକି, ମନେ ହେଉଛି ସମାଜବାଦର ସମୟ ଆସିଯାଇଛି।
ପ୍ରାଧ୍ୟାପକ(ଇତିହାସ), ର୍ୟୁଟ୍‌ଗର୍ସ
ବିଶ୍ୱବିଦ୍ୟାଳୟ, ଆମେରିକା


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri