Posted inଜାତୀୟ

ରାଜନୈତିକସ୍ତରରେ ସମାଧାନ କର

ନୂଆଦିଲ୍ଲୀ, ୧।୯: କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନ କୋଟିଆ ଗ୍ରାମପୁଞ୍ଜକୁ ନେଇ ସୃଷ୍ଟି ହୋଇଥିବା ସୀମା ବିବାଦକୁ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ରାଜନୈତିକସ୍ତରରେ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ମଙ୍ଗଳବାର ସର୍ବୋଚ୍ଚ ଅଦାଲତ କହିଛନ୍ତି।
ବିଚାରପତି ଏ. ଏମ୍‌. ଖାନ୍‌ଓ୍ବିଲ୍‌କର, ସଞ୍ଜୀବ ଖାନ୍ନା ଏବଂ ଜେ.କେ. ମାହେଶ୍ୱରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଉଭୟ ପକ୍ଷଙ୍କୁ ଏନେଇ ୬ସପ୍ତାହ ସମୟ ଦେଇଛନ୍ତି।ଓଡ଼ିଶା ପକ୍ଷରୁ ଆଇନଜୀବୀ ଶିବଶଙ୍କର ମିଶ୍ରଙ୍କ ଜରିଆରେ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନରେ ୨୦୧୧ ଜନଗଣନା ଅନୁସାରେ ବିବାଦୀୟ ଗଞ୍ଜେଇପଦର, ଫାଟୁସେନେରି ଓ ଫଗୁଣସେନେରି ଗ୍ରାମ କୋଟିଆ ପଞ୍ଚାୟତ ଅଧୀନରେ ଆସୁଥିବା ଦର୍ଶାଯାଇଛି। ୧୯୬୮ ଡିସେମ୍ବର ୨ରେ ସର୍ବୋଚ୍ଚ ଅଦାଲତ ଦେଇଥିବା ନିର୍ଦ୍ଦେଶକୁ ଆନ୍ଧ୍ରପ୍ରଦେଶ ଖୋଲାଖୋଲି ଊଲ୍ଲଂଘନ କରୁଛି। ଏପରି କି ଓଡ଼ିଶାର ସୀମାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ଉଭୟ ରାଜ୍ୟ ସ୍ଥିତାବସ୍ଥା ଜାରି କରିବାକୁ ସୁପ୍ରିମକୋର୍ଟ ୨୦୦୬ ମାର୍ଚ୍ଚ ୩୦ରେ ଏକ ରାୟ ଦେଇଥିଲେ। ଉକ୍ତ ରାୟକୁ ମାନିବାକୁ ଉଭୟ ରାଜ୍ୟ ଅଣ୍ଡରଟେକିଂ ମଧ୍ୟ ଲେଖି ଦେଇଥିଲେ। ହେଲେ କୋର୍ଟଙ୍କ ଉକ୍ତ ନିର୍ଦ୍ଦେଶକୁ ଅବମାନନା କରି ଆନ୍ଧ୍ରପ୍ରଦେଶ କୋଟିଆ ଅଞ୍ଚଳରେ ପ୍ରବେଶ କରି ନିଜର ସ୍ଥିତି ଜାହିର କରିବାକୁ ଚେଷ୍ଟା କରୁଛି। ଏଥିସହିତ କୋଟିଆର ବିବାଦୀୟ ୩ ଗ୍ରାମପୁଞ୍ଜକୁ ବିଜୟନଗରମ୍‌ ଜିଲା ସାଲୁର ମଣ୍ଡଳ ଅଧୀନ ଦର୍ଶାଇ ସେଠାରେ ପଞ୍ଚାୟତ ନିର୍ବାଚନ କରିବାଇବାକୁ ଗତ ବର୍ଷ ମାର୍ଚ୍ଚ ୫ତାରିଖରେ ବିଜ୍ଞପ୍ତି ଜାରି କରିଛି। ଆନ୍ଧ୍ରପ୍ରଦେଶ ଜାଣିଶୁଣି କୋଟିଆ ପଞ୍ଚାୟତ ଅଧୀନରେ ଥିବା ଗଞ୍ଜେଇପଦର ଗ୍ରାମକୁ ଗଞ୍ଜାଇଭଦ୍ରା, ଫାଟୁସେନେରିକୁ ପଟ୍ଟୁଚେନମ୍‌ ଏବଂ ଫଗୁସେନେରିକୁ ଫାଗୁଲୁଚେନୁରୁ ବୋଲି ଦର୍ଶାଇଛି। ଉକ୍ତ ଗ୍ରାମଗୁଡ଼ିକ ଓଡ଼ିଶାର କୋଟିଆ ପଞ୍ଚାୟତ ଅଧୀନରେ ଆସୁଥିବା ସତ୍ତ୍ୱେ ଆନ୍ଧ୍ର ସରକାର ଚଞ୍ଚକତା କରି ୩ଟି ଗ୍ରାମକୁ ବିଭିନ୍ନ ପଞ୍ଚାୟତର ବୋଲି ଦର୍ଶାଇ ସେଠାରେ ନିର୍ବାଚନ କରିବାକୁ ଚେଷ୍ଟା କରିଛି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା ଦର୍ଶାଇ ଓଡ଼ିଶା ୨୦୨୧ ଫେବୃୟାରୀ ୧୦ରେ ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲା। ଆନ୍ଧ୍ର ମୁଖ୍ୟ ଶାସନ ସଚିବ, ଆନ୍ଧ୍ର ରାଜ୍ୟ ନିର୍ବାଚନ କମିଶନର ଏବଂ ବିଜୟନଗରମ୍‌ ଜିଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଓଡ଼ିଶା ପକ୍ଷରୁ ପ୍ରାର୍ଥନା କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ଏହାର ଜବାବ ଦାଖଲ କରାଯାଇଥିଲା। ଉକ୍ତ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି ବିବାଦକୁ ଉଭୟ ପକ୍ଷ ରାଜନୈତିକ ସ୍ତରରେ ଆଲୋଚନା କରି ଆପୋସ ସମାଧାନ ପାଇଁ ୬ସପ୍ତାହ ସମୟ ଦେଇଛନ୍ତି। ଏହା ନ ହେଲେ ସୁପ୍ରିମକୋର୍ଟ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

ବିରୋଧୀଙ୍କ ହଟ୍ଟଗୋଳ, ସଂସଦ ଅଚଳ! ଲୋକ ସଭାରେ ୧୯% ଏବଂ ରାଜ୍ୟ ସଭାରେ ୩୯% କାର୍ଯ୍ୟ ସହିତ ମୌସୁମୀ ଅଧିବେଶନ ଶେଷ

ନୂଆଦିଲ୍ଲୀ,୧୩।୮: ଗୁରୁବାର (୧୩ ଅଗଷ୍ଟ, ୨୦୨୬) ଦିନ ଲୋକ ସଭା କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। ମୌସୁମୀ ଅଧିବେଶନ ସମୟରେ, ଲୋକ ସଭାରେ ୧୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri