ଗହଳି କମାଇବ ଗାଇଡଲାଇନ୍‌

ପରିକ୍ଷିତ ସାହୁ
ବଇଣ୍ଡା,୧ା୯(ଡି.ଏନ.ଏ.) – ଏଣିକି ଆଉ ତରବର ହେବେନି ବ୍ୟବସାୟୀ। ବଜାରରେ ଗହଳି ଜମାଇବେନି ଜନସାଧାରଣ। ନାଇଟ୍‌ କର୍ଫ୍ୟୁ ମଧ୍ୟ ସେତେଟା ପ୍ରଭାବିତ କରିବନି ବେପାରକୁ। କାରଣ ଦୋକାନ ବଜାର ଖୋଲିବା ଅବଧି ବଢ଼ାଇଛନ୍ତି ସରକାର। ସେପ୍ଟେମ୍ବର ଗାଇଡ୍‌ଲାଇନ୍‌ରେ ଜୀବିକାକୁ ଦେଇଛନ୍ତି ଅଧିକ ଗୁରୁତ୍ୱ। ଫଳରେ ଦୀର୍ଘଦିନ ପରେ ଚଳଚଞ୍ଚଳ ହେବ ହାଟ ଓ ବଜାର। ଠେଲା ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଫାଷ୍ଟଫୁଡ୍‌ ବିକ୍ରେତାଙ୍କ ଯାଏ ଆଉ କେହି କରିବେନି ମନଊଣା। କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ କଟକଣାରେ ଏପରି ଦିଆଯାଇଛି କୋହଳ। ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଅନୁଗୋଳ ଜିଲା ବଇଣ୍ଡା ଅଞ୍ଚଳର ବ୍ୟବସାୟୀ।
ରାଜ୍ୟରେ କରୋନାର କୋପ ଆଉ ସେତେଟା ନାହିଁ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୬ଶହକୁ ଖସି ଆସିଲାଣି। ଏହାଛଡ଼ା ପାର୍ବଣ ଋତୁ ପହଞ୍ଚିଯାଇଥିବାରୁ ଏବେ କିଣାବିକା ବଢ଼ିବ। ତେଣୁ ଏପରି ସମୟରେ କୋଭିଡ୍‌ କଟକଣାରେ ଢିଲା ଦିଆଗଲେ ସଂକୁଚିତ ହୋଇଯାଇଥିବା ଜୀବନ ଜୀବିକା ପ୍ରସାରିତ ହୋଇପାରିବ। ରାଜକୋଷକୁ ମଧ୍ୟ ଅଧିକ ଟିକସ ଆସିପାରିବ। ଏହାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ସେପ୍ଟେମ୍ବର ମାସ ପାଇଁ ଘୋଷଣା କରିଥିବା କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ବହୁ କୋହଳ ମନୋଭାବ ଦେଖାଇଛନ୍ତି। ସାଂସ୍କୃତିକ ଓ ଧାର୍ମିକ ଆୟୋଜନକୁ ସବୁଜ ସଂକେତ ଦେଇ ନ ଥିଲେ ହେଁ ମଲ୍‌ ଓ ସିନେମା ହଲ୍‌ ପାଇଁ ରଖାଯାଇଥିବା ନିୟମ ଢିଲା କରିଛନ୍ତି। ନାଇଟ୍‌ କର୍ଫ୍ୟୁକୁ ରାତି ୧୦ଟାରୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସକାଳ ୫ରୁ ରାତି ୧୦ଟା ଯାଏ ବ୍ୟବସାୟ କରିବାକୁ ଦିଆଯାଇଥିବା ଅନୁମତି ବଜାରକୁ ସ୍ବାଭାବିକ କରିବାକୁ ପର୍ଯ୍ୟାପ୍ତ। ତେଣୁ ପୂର୍ବପରି ବେପାର ବଣିଜରେ ଏଣିକି ଆଉ ଅସୁବିଧା ରହିବ ନାହିଁ। ଲୋକମାନେ ଅଧିକ ସମୟ ପାଇଥିବାରୁ ଚଢ଼ାଚଢ଼ି ହୋଇ ସାମଗ୍ରୀ କିଣିବେ ନାହିଁ। ବଜାରରେ ଜନଗହଳି ପୂର୍ବାପେକ୍ଷା କମ୍‌ ରହିବ। ରାତି ୧୦ଟାରୁ ନାଇଟ୍‌ କର୍ଫ୍ୟୁ ଲାଗୁ ହେବାକୁ ଥିବାରୁ ବ୍ୟବସାୟୀମାନଙ୍କୁ ମଧ୍ୟ ତରବର ହୋଇ ଦୋକାନ ବନ୍ଦ କରିବାକୁ ପଡ଼ିବ ନାହିଁ। ବିବାହ, ବ୍ରତୋପନୟନରେ ୨୫୦ ଜଣ ସାମିଲ ହୋଇପାରିବେ ବୋଲି କୁହାଯାଇଛି। ତେଣୁ ସ୍ଥଗିତ ରଖାଯାଉଥିବା ଏସବୁ ମାଙ୍ଗଳିକ କାର୍ଯ୍ୟ କରିବାକୁ ଲୋକେ ଆଗ୍ରହ ଦେଖାଇବେ। ଫଳରେ ଏହାସହିତ ଜଡ଼ିତ ଅନେକ ଲୋକ ସେମାନଙ୍କ ଜୀବିକା ଫେରିପାଇପାରିବେ।
ବ୍ୟବସାୟ ଭଲ ହେବ
ସକାଳ ୫ଟାରୁ ରାତି ୧୦ଟା ଯାଏ ବ୍ୟବସାୟ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଥିବାରୁ ଏଥର ଆଉ ଅସୁବିଧା ହେବ ନାହିଁ। ପୂର୍ବରୁ ରାତି ୮ଟାରୁ ଦୋକାନ ବନ୍ଦ କରିବାକୁ ପଡ଼ୁଥିବାରୁ ବେପାର ବାଧାପ୍ରାପ୍ତ ହେଉଥିଲା। ସରକାର ବ୍ୟବସାୟୀଙ୍କ ଦୁଃଖ ଶୁଣିଛନ୍ତି। ତେବେ ଟିକାକରଣର ଗତିକୁ ଆହୁରି ବଢ଼ାଯାଉ।
-ସର୍ବେଶ୍ୱର ସାହୁ, ବ୍ୟବସାୟୀ, ବଇଣ୍ଡା
ପୂଜାକୁ ଦେଖି କଟକଣା
ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ସରକାର ପୂର୍ବ କଟକଣାରେ ସାମାନ୍ୟ କୋହଳ କରିଛନ୍ତି। ନଚେତ୍‌ ସଂକ୍ରମଣ ଯେପରି ତଳମୁହଁା ହୋଇଛି କଟକଣା ସମ୍ପୂର୍ଣ୍ଣ ଢିଲା କରାଯାଇଥାନ୍ତା। ତଥାପି ସରକାରଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ। କାରଣ ଦୋକାନ ବଜାର ରାତି ୧୦ଟା ଯାଏ ଖୋଲା ରଖିବାକୁ ଅନୁମତି ମିଳିଛି।
-ପ୍ରଦୀପ କୁମାର ସାହୁ, ବ୍ୟବସାୟୀ, ବଇଣ୍ଡା
ସମସ୍ତ ବ୍ୟବସାୟୀଙ୍କୁ ସୁହାଇବ
ସେପ୍ଟେମ୍ବର ଗାଇଡ୍‌ଲାଇନ୍‌ରେ ବ୍ୟବସାୟ ସମୟକୁ ଅଧିକ ୨ ଘଣ୍ଟା ବଢ଼ାଯାଇଛି। ବିଶେଷକରି ନାଇଟ୍‌ କର୍ଫ୍ୟୁ ରାତି ୧୦ଟାରୁ ଆରମ୍ଭ ହେବା ଦ୍ୱାରା ବୁଲା ବ୍ୟବସାୟୀମାନେ ଦୂର ସ୍ଥାନରୁ ଘରକୁ ଫେରିବାରେ ଆଉ ଅସୁବିଧା ଭୋଗିବେ ନାହିଁ। ସରକାରଙ୍କ ନିୟମ ସମସ୍ତେ ମାନି ଚଳିଲେ ସଂକ୍ରମଣ ଅଧିକ ବୃଦ୍ଧି ପାଇବ ନାହିଁ।
-ରମାକାନ୍ତ ବେହେରା, ବ୍ୟବସାୟୀ, ବଇଣ୍ଡା
ନାଇଟ୍‌ କର୍ଫ୍ୟୁ ଉଠାଯିବା ଆବଶ୍ୟକ
ବଇଣ୍ଡା ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ରାତିରେ ଅନେକ ଚା’ ଦୋକାନ ଖୋଲା ରହିଥାଏ। ଏହାଦ୍ୱାରା ହଜାର ହଜାର ଟ୍ରକ୍‌ ଚାଳକ ଉପକୃତ ହୋଇଥାନ୍ତି। ନାଇଟ୍‌ କର୍ଫ୍ୟୁ ଯୋଗୁ ଏହି ଚା’ ଦୋକାନୀଙ୍କ ବେପାରରେ ତାଲା ପଡ଼ୁଛି। ତେବେ ସପ୍ତାହାନ୍ତ ଶଟ୍‌ଡାଉନ୍‌ ଉଠିଯିବା ପରିବା ବ୍ୟବସାୟୀଙ୍କୁ ସୁହାଇବ।
-ପ୍ରବୀଣ କୁମାର ସାହୁ, ବଇଣ୍ଡା ବଜାର ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri