Posted inଫୁରସତ

ମନୋରମ ପର୍ଯ୍ୟଟନସ୍ଥଳୀ ସୋଲନ୍‌

ହୀମାଚଳ ପ୍ରଦେଶସ୍ଥିତ ଏକ ଆକର୍ଷଣୀୟ ସହର ହେଉଛି ସୋଲନ୍‌। ପର୍ଯ୍ୟଟନ ଦୃଷ୍ଟି କୋଣରୁ ବି ଏହା ବେଶ୍‌ ସମୃଦ୍ଧ। କାରଣ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଏଠାରେ ରହିଛି ଅନେକ ଆଧ୍ୟାତ୍ମିକ ପୀଠ ସମେତ ବହୁ ମନୋରମ
ଦର୍ଶନୀୟ ସ୍ଥାନ…

ସୋଲନ୍‌ ହେଉଛି ହୀମାଚଳ ପ୍ରଦେଶସ୍ଥିତ ଏକ ଆକର୍ଷଣୀୟ ତଥା ମନୋରମ ସହର। ଏଠାରେ ରହିଛି ଏକାଧିକ ସୌନ୍ଦର୍ଯ୍ୟପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ। ଖାସ୍‌କରି ଏଠାରେ ଦେଖିବାକୁ ମିଳୁଥିବା ସବୁଜ ବନାନୀ ଘେରା ଉଚ୍ଚଉଚ୍ଚ ପାହାଡର ଅପୂର୍ବ ପ୍ରାକୃତିକ ଦୃଶ୍ୟ ତଥା ଆଧ୍ୟାତ୍ମିକ ପୀଠର ସୌନ୍ଦର୍ଯ୍ୟ ବେଶ୍‌ ମନଛୁଆଁ ହୋଇଥାଏ। କେବଳ ପର୍ଯ୍ୟଟନ ଦୃଷ୍ଟି କୋଣରୁ ନୁହେଁ ଏଠାକାର ସଂସ୍କୃତି ଓ କଳା ମଧ୍ୟ ବେଶ୍‌ ସମୃଦ୍ଧ ଆଉ ହୃଦୟସ୍ପର୍ଶୀ। ସେଥିପାଇଁ ବର୍ଷକ ବାରମାସ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଗହଳି ପରିଲକ୍ଷିତ ହୋଇଥାଏ।
କ’ଣ ଦେଖିବେ
ଏଠାରେ ପର୍ଯ୍ୟଟକ ମା’ ଶୋଲିନି ଦେବୀଙ୍କ ମନ୍ଦିର, ଜାଟୋଲି ମନ୍ଦିର, ବଡ଼ି କି ଧାର୍‌, ଚେଲ୍‌, କସୌଲି, ମୋହନ୍‌ ପାର୍କ, ସୋଲନ ବାଇପାସ୍‌, ସିଲି ଅଭୟାରଣ୍ୟ, ଅମରାବତୀ ହିଲ୍‌, ହିଷ୍ଟୋରିକାଲ୍‌ ଥୋଡ଼ୋ ଗ୍ରାଉଣ୍ଡ, କୁନିହାର୍‌ ଭାଲେ, ନଉନି ଦୁର୍ଗ ଇତ୍ୟାଦି ପର୍ଯ୍ୟଟନସ୍ଥଳୀ ଦେଖିବାକୁ ପାଇବେ। କେବଳ ସେତିକି ନୁହେଁ, ସୋଲନ୍‌ରେ ହେଉଥିବା ଶୋଲିନି ମହୋତ୍ସବ ବି ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ଆକର୍ଷଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସୋଲନ୍‌ର ଏହିସବୁ ପର୍ଯ୍ୟଟନସ୍ଥଳୀଗୁଡ଼ିକ ଯେତିକି ମନୋରମ ହୋଇଥାଏ ସେତିକି ଆଶ୍ଚର୍ଯ୍ୟକର ବି ଲାଗିଥାଏ।
ଅନ୍ୟାନ୍ୟ ଆକର୍ଷଣ
ପର୍ଯ୍ୟଟକ ଏଠାରେ କେବଳ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିବେ ତାହା ନୁହେଁ, ଏଠାରେ ଟ୍ରେକିଂ, ମାଉଣ୍ଟେନିଂର ଭରପୂର ମଜା ମଧ୍ୟ ନେଇପାରିବେ।
ଅର୍ଥନୀତି
ଏହି ସହରର ଅର୍ଥନୀତି ମୁଖ୍ୟତଃ ଟମାଟୋ, ପ୍ଲମ୍‌, ଆପ୍ରିକଟ୍‌, କିଓ୍ବି ଏବଂ ସେଓ ଉତ୍ପାଦନ ଉପରେ ନିର୍ଭର କରିଥାଏ। ତା’ଛଡ଼ା ଏଠାରେ ଛତୁ ଚାଷ ବହୁତ ଭଲ ହୋଇଥାଏ ବୋଲି ବି ସୂଚନା ରହିଛି। ଚାଷବାସ ବ୍ୟତିତ ପର୍ଯ୍ୟଟନରୁ ବି ଏଠାକାର ବାସିନ୍ଦା ବେଶ୍‌ ଦୁଇ ପଇସା ଲାଭ କରିଥାନ୍ତି।
କଳା ଓ ସଂସ୍କୃତିରେ ସର୍ବୋତ୍ତମ
ଏଠାକାର କଳା ଓ ସଂସ୍କୃତି ବେଶ୍‌ ସମୃଦ୍ଧ। ସ୍ଥାନୀୟ ଅଞ୍ଚଳର ପାରମ୍ପରିକ ନୃତ୍ୟ ଓ ଗୀତ ବେଶ୍‌ ମନଛୁଆଁ ହୋଇଥାଏ। ଅତିଥି ଚର୍ଚ୍ଚାରେ ବି ବେଶ୍‌ ମାହିର ଏଠାକାର ବାସିନ୍ଦା।

ଇକୋ-ଟୁରିଜିମ୍‌ରେ ବି ନାଁ ରହିଛି
ଇକୋ-ଟୁରିଜିମ୍‌ କ୍ଷେତ୍ରରେ ବି ସୋଲନ୍‌ର ରହିଛି ବେଶ୍‌ ନାଁ ଆଉ ଖ୍ୟାତି। ପାହାଡ, ପର୍ବତ ଘେରା ଏହି ଅଞ୍ଚଳର ଲୋକମାନେ ପରିଷ୍କାର, ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି ବୋଲି ବି ସୂଚନା ରହିଛି।
କେବେ ଓ କେମିତି ଯିବେ
ସୋଲନ୍‌ର ପାଣିପାଗ ବର୍ଷସାରା ବେଶ୍‌ ଅନୁକୂଳ ରହିଥାଏ। ଏଠାରେ ନା ବେଶୀ ଗରମ ହୁଏ ନା ବେଶୀ ଶୀତ। ସେଥିପାଇଁ ଏଠାକୁ ବର୍ଷସାରା ପର୍ଯ୍ୟଟକ ବୁଲି ଆସିଥାନ୍ତି। ହେଲେ, ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ଖରାଦିନେ ଏଠାକୁ ବୁଲିଯିବା ସର୍ବୋତ୍ତମ ହୋଇଥାଏ। ସେହିପରି ଏଠାକୁ ଯିବା ସକାଶେ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ବସ୍‌, ଟ୍ରେନ୍‌ ହେଉ ଅବା ବିମାନ ଯୋଗେ ବି ଏଠାକୁ ଯାଇହେବ। ପର୍ଯ୍ୟଟକ ଚାହିଁଲେ ନିଜସ୍ବ ଗାଡିରେ ମଧ୍ୟ ଆରାମରେ ଯାଇ ଏଠାରେ ପହଁଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?