ଗ୍ରାମବାସୀଙ୍କ ଜମିରୁ ଖୋଳାଯାଉଛି ମାଟି, ମୋରମ

ଟାଙ୍ଗୀ, (କଟକ)୮ା୪(ଡି.ଏନ୍‌.ଏ.): ଟାଙ୍ଗୀ-ଚୌଦ୍ୱାର ତହସିଲ ଅଧୀନ ମଣିଆ ମୌଜାରେ ମାଟି, ମୋରମ ଓ ପଥର ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ରାସ୍ତା ଓ ରେଳପଥ ସମ୍ପସାରଣ କାର୍ଯ୍ୟ ପାଇଁ ସେମାନେ ଅନାବାଦୀ, ଗୋଚର ଓ ଜଙ୍ଗଲ କିସମ ଜମିରୁ ମାଟି, ମୋରମ ଓ ପଥର ଚାଲାଣ କରିଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ଲୋକମାନେ ନିଜ ଚାଷଜମିକୁ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିବାବେଳେ ହାତୀଙ୍କ ଚଲାପଥ ପ୍ରଭାବିତ ହୋଇଛି। ଏବେ ଗ୍ରାମବାସୀଙ୍କ ଜମିରୁ ମାଫିଆମାନେ ବେଆଇନ ଭାବେ ମାଟି, ମୋରମ ଓ ପଥର ଖୋଳି ନେଉଛନ୍ତି। ଏହାର ପ୍ରତିବାଦ କଲେ ସେମାନେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ଏହାକୁ ନେଇ ସେମାନେ ଭୟଭୀତ ହୋଇପଡିଛନ୍ତି। ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ସ୍ଥାନୀୟ ପୋଲିସ ଓ ରାଜସ୍ବ ନୀରିକ୍ଷକ ପବିତ୍ର କୁମାର ବେହେରାଙ୍କ ନିକଟରେ ଅଭିଯୋଗ କରିଥିଲେ। ଏ ନେଇ ରାଜସ୍ବ ନିରୀକ୍ଷକ ସରଜମିନ ତଦନ୍ତ କରିବା ପରେ ତହସିଲ କାର୍ଯ୍ୟାଳୟକୁ ଏହାର ରିପୋର୍ଟ ପଠାଇଥିଲେ। ଅନୁରୂପଭାବେ ଟାଙ୍ଗୀ ଥାନା ଅଧିକାରୀ ପଦାରବିନ୍ଦ ତ୍ରିପାଠୀ ଏହାର ତଦନ୍ତ କରିବା ପାଇଁ ବିଶ୍ୱାଳି ଫାଣ୍ଡି ଅଧିକାରୀଙ୍କୁ ପଠାଇଥିଲେ। ଫାଣ୍ଡି ଅଧିକାରୀ ଏହାର ତଦନ୍ତ କରିବା ପରେ ରିପୋର୍ଟ ଥାନାଧିକାରୀଙ୍କୁ ଦେଇଥିଲେ। ଇତିମଧ୍ୟରେ ଅନେକଦିନ ବିତି ଯାଇଥିଲେ ମଧ୍ୟ ମାଫିଆମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଫଳରେ ଗ୍ରାମବାସୀ ଅଜୟ କୁମାର ପୃଷ୍ଟି, ଭରତ ଚରଣ ନାୟକ, କେଶବ ଚନ୍ଦ୍ର ବେହେରା, କୈଳାସ ଚନ୍ଦ୍ର ଖିଲାର ପ୍ରମୁଖ ଜିଲାପାଳ, ଉପ ଜିଲାପାଳ, ଆର୍‌ଡିସିଙ୍କ ନିକଟରେ ଅଭିଯୋଗ କରିବା ସହ ଉଚିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ରାଜସ୍ବ ନିରୀକ୍ଷକ ବେହେରା କହିଛନ୍ତି, ମୁଁ ତଦନ୍ତ ରିପୋର୍ଟ ତହସିଲ କାର୍ଯ୍ୟାଳୟକୁ ପଠାଇ ଦେଇଛି। ଯାହା ବୁଝିବା କଥା ତହସିଲଦାରଙ୍କୁ ପଚାରନ୍ତୁ। ତହସିଲଦାର ଅଜୟ କୁମାର ମଲ୍ଲିକଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ମଶାନ ନିକଟରେ ଶିଶୁ ଉଦ୍ୟାନକୁ ନେଇ ଅସନ୍ତୋଷ

ବ୍ରହ୍ମପୁର ଅଫିସ,୧୦ା୩: ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସହର ବିଭିନ୍ନ ୱାର୍ଡରେ ଥିବା ଖାଲି ସ୍ଥାନ ଗୁଡିକରେ ଶିଶୁ...

କେନ୍ଦୁପତ୍ର ବୋଝେଇ ମିନି ଟ୍ରକ ଜବତ

ବଇଣ୍ଡା,୩୦।୮(ଡି.ଏନ.ଏ.)-କିଶୋରନଗର ବ୍ଲକ ହଣ୍ଡପା ଥାନା ଆଶ୍ରୁବାହାଳ ଗ୍ରାମରୁ ଗୁରୁବାର ବିଳମ୍ବିତ ରାତିରେ ଏକ ଚୋରା କେନ୍ଦୁପତ୍ର ବୋଝେଇ ଟ୍ରକକୁ ବଇଣ୍ଡା ଫାଣ୍ଡି ପୋଲିସ ଜବତ କରିଛି।...

କରୋନା ସଚେତନତା : ମାସ୍କ, ସାନିଟାଇଜର ବିତରଣ

ସୋନପୁର,୧୭।୪(ନି.ପ୍ର.): କରୋନା ମହାମାରୀର ମୁକାବିଲା କରିବା ପାଇଁ ସଚେତନତା ଆବଶ୍ୟକ ହୋଇପଡିଛି। ଜରୁରି କାମରେ ଘରୁ ବାହାରିଲେ ମୁହଁରେ ମାକ୍ସ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ତେଣୁ...

କରୋନା କଟକଣା : ବିନା ଭକ୍ତରେ ମା’ ତାରାତାରିଣୀଙ୍କ ନବରାତ୍ର ପର୍ବ

ପୁରୁଷୋତ୍ତମପୁର,୧୭ା୧୦(ଡି.ଏନ୍‌.ଏ.): ଶାରଦୀୟ ପୂଜା ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ନବରାତ୍ର ପର୍ବ କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି। ପ୍ରଶାସନ...

ବୃକ୍ଷରୋପଣକୁ ନେଇ ଅସନ୍ତୋଷ : ଉପଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ୱାର୍ଡବାସୀ

ଚମ୍ପୁଆ, ୮ା୬(ଡି.ଏନ.ଏ)-ୱାର୍ଡର ଜବକାର୍ଡଧାରୀମାନେ କାମ ପାଉ ନ ଥିବା ବେଳେ ଅନ୍ୟ ୱାର୍ଡର ଶ୍ରମିକଙ୍କୁ କାମରେ ନିୟୋଜନକୁ ନେଇ ଚମ୍ପୁଆ ଏନଏସିର ୨ନଂ ୱାର୍ଡବାସୀମାନେ ଉପଜିଲାପାଳଙ୍କ...

ରାଧାରାଣୀ ପାଣି ପଞ୍ଚାୟତକୁ ଶ୍ରେଷ୍ଠ ପୁରସ୍କାର

ପୁରୁଷୋତ୍ତମପୁର,୩୧ା୧(ଡି.ଏନ.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭୀମପୁର ପଞ୍ଚାୟତ ଚାଟମୁଣ୍ଡୁଳି ଗ୍ରାମର ରାଧାରାଣୀ ପାଣିପଞ୍ଚାୟତକୁ ରାଜ୍ୟ ସରକାରଙ୍କ ଉଠା ଜଳ ସେଚନ ବିଭାଗ ପକ୍ଷରୁ ଶ୍ରେଷ୍ଠ...

ଲଗାଣ ବର୍ଷାରେ ଚାଷୀ ବେହାଲ

କେନ୍ଦ୍ରାପଡ଼ା ଅଫିସ, ୨୬।୪-ଗତ ୩ ଦିନ ଧରି କେନ୍ଦ୍ରାପଡ଼ା ଜିଲାରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ ଜିଲାର ଚାଷୀଙ୍କ ପନିପରିବା ଓ ରବି...

ଘରେ ପଶି ଭୁଜାଲିରେ ଆକ୍ରମଣ କଲେ ଦୁବୃର୍ତ୍ତ: ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ଆରଡ଼ି,୯।୬ (ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ସୁନ୍ଦରପୁର ନିକଟସ୍ଥ ଆଖଣ୍ଡଳମଣି ଭଦ୍ରକ ରାସ୍ତା ପାର୍ଶ୍ୱରେ ଥିବା ଏକ ଘରୁ ଶନିବାର ବିଳମ୍ବିତ ରାତିରେ...

Advertisement
Archives

Model This Week