Posted inଖେଳ

ପିଟରସନ୍‌ଙ୍କ ଆଶ୍ଚର୍ଯ୍ୟ କଲା ଭଳି ଭବିଷ୍ୟବାଣୀ, ୨୦୨୬ ସୁଦ୍ଧା ଶେଷ ହୋଇଯିବ…

ଲଣ୍ଡନ,୫।୯: ଟି -୨୦ କ୍ରିକେଟ୍‌ ଆସିବା ପରେ ଟେଷ୍ଟ କ୍ରିକେଟର ଧୀରେ ରୋମାଞ୍ଚ କମିବାରେ ଲାଗିଛି। ବହୁ ପୂର୍ବତନ ଭେଟେରାନ ମଧ୍ୟ ଏଥିରେ ସହମତ ଅଛନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସେନ ମଧ୍ୟ ଏହି ତାଲିକାରେ ଯୋଗ ଦେଇଛନ୍ତି। ନିକଟରେ ସେ ଏକ ବ୍ଲଗରେ ଟେଷ୍ଟ କ୍ରିକେଟର ଦୁଃଖ ବିଷୟରେ ଲେଖିଥିଲେ ଏବଂ ଏବେ ସେ ଏ ବିଷୟରେ ଏକ ଟୁଇଟ କରିଛନ୍ତି। ଏଥିରେ ଟେଷ୍ଟ କ୍ରିକେଟର ଭବିଷ୍ୟତକୁ ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି। ପିଟରସେନ ଲେଖିଛନ୍ତି ଯେ ଏହି ଟୁଇଟ୍‌ କରିବା ମୋ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ। କିନ୍ତୁ ମୁଁ ଭାବୁଛି ଟେଷ୍ଟ କ୍ରିକେଟ ଧୀରେ ଧୀରେ ମରିଯାଉଛି। ୨୦୧୬ ସୁଦ୍ଧା, ଅର୍ଥାତ୍‌ ପରବର୍ତ୍ତୀ ୫ ବର୍ଷ ପରେ, କେବଳ ହାତଗଣତି ଟେଷ୍ଟ ଖେଳୁଥିବା ଦେଶ ବାକି ରହିବେ। ଏଥିରେ ଇଂଲଣ୍ଡ, ଭାରତ, ଅଷ୍ଟ୍ରେଲିଆ ଏବଂ ସମ୍ଭବତଃ ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ରହିବ। ଏବେ ୧୨ ଟି ଦେଶ ଟେଷ୍ଟ ଖେଳୁଛନ୍ତି। ଯଦି ପିଟରସନଙ୍କ ଏହି ଭିବିଷ୍ୟବାଣୀକୁ ବିଶ୍ୱାସ କରାଯାଏ, ତେବେ ଆଗାମୀ ୫ ବର୍ଷରେ ଟେଷ୍ଟ ଖେଳୁଥିବା ୭ଟିି ଦଳ ଟେଷ୍ଟ ଆଉ ଖେଳିବେନି। ଏଥିରେ ୱେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ଭଳି ପୁରୁଣା ଦଳ ଅନ୍ତର୍ଭୁକ୍ତ।
ଯଦି ଆମେ ଗତ ୫ ବର୍ଷରେ ଟେଷ୍ଟ, ଦିନିକିଆ ଏବଂ ଟି୨୦ ମ୍ୟାଚ ଦେଖିବା, ତେବେ ଏହି ଚିତ୍ରଟି ସ୍ପଷ୍ଟ ହୋଇଯାଏ। ୪ ସେପ୍ଟେମ୍ବର ୨୦୧୬ ଠାରୁ ମୋଟ ୧୨୨୨ ଅନ୍ତର୍ଜାତୀୟ ଟି -୨୦ ମ୍ୟାଚ ଖେଳାଯାଇଛି । ଏଥିରେ ୫୦ଟି ଦଳ ଅଂଶଗ୍ରହଣ କରିଛନ୍ତି । ସମାନ ଅବଧିରେ ୨୧ଟି ଦେଶ ମୋଟ ୧୦୮୦ ଟି ଦିନିକିଆ ଖେଳିଛନ୍ତ। ଏହି ସମୟ ମଧ୍ୟରେ ଏକ ବିଶ୍ୱକପ ମଧ୍ୟ ହୋଇଛି। ୧୨ ଟି ଦେଶ ଏହି ସମୟ ମଧ୍ୟରେ ମୋଟ ୪୨୬ଟି ଟେଷ୍ଟ ଖେଳିଥିଲେ। ଅର୍ଥାତ୍‌ ଗତ ୫ ବର୍ଷରେ ଅଧିକାଂଶ ଟି -୨୦ ମ୍ୟାଚ ଖେଳାଯାଇଛି। ଟେଷ୍ଟର ପ୍ରାୟ ତିନି ଗୁଣ ଏବଂ ଦିନିକିଆ ତୁଳନାରେ ଟିକିଏ ଅଧିକ। ଏହାକୁ ଦେଖିଲେ ପିଟରସନଙ୍କ ଆଶଙ୍କା ଦମ୍‌ ଥିବା ପରି ମନେ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରବି ଶାସ୍ତ୍ରୀଙ୍କ ଭବିଷ୍ୟବାଣୀ: ୧୦ ଟିମ ମଧ୍ୟରୁ ଏହି ଟିମ ହେବ ୨୦୨୩ ଆଇପିଏଲର ଚାମ୍ପିୟନ

ନୂଆଦିଲ୍ଲୀ,୫।୫: ଆଇପିଏଲର ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟଂସର ଜଲଓ୍ବା ଏହି ସିଜନରେ ବି ରହିଛି। ଏପଟେ ସଂଞ୍ଜୁ ସ୍ୟାମସନର ଅନୁଗାମୀ ରାଜସ୍ଥାନ ଟିମ ବି ଭଲ...

କଫି ଅଫର୍‌ କଲେ ‘ହିଟ୍‌ମ୍ୟାନ୍‌’

ଧର୍ମଶାଳା,୨୭।୨: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଟିମ ଇଣ୍ଡିଆ ଶ୍ରୀଲଙ୍କାକୁ ୭ ଉଇକେଟ୍‌ରେ ପରାସ୍ତ କରିଛି।...

ଭାରତ ଗସ୍ତରେ ଆସିବେ ଚାର୍ଲୋଟ ଫ୍ଲେୟାର

ନୂଆଦିଲ୍ଲୀ, ୨ା୧୧ (ପି.ଟି.)-ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର ଚାର୍ଲୋଟ ଫ୍ଲେୟାର ଚଳିତ ମାସ ୧୪ ତାରିଖରେ ୩ ଦିନିଆ ଗସ୍ତରେ ଭାରତ ଆସିବେ। ସେ ମୁମ୍ବାଇରେ ୧୪ ଓ...

ନେଦରଲାଣ୍ଡ ୯ ରନ୍‌ରେ ହାରିଲା…

ମେଲବୋର୍ନ,୨୪।୧୦ : ଟି-୨୦ ବିଶ୍ୱକପର ସୁପର-୧୨ରେ ସୋମବାର ନେଦରଲାଣ୍ଡ ଏବଂ ବାଲାଂଦେଶ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ନେଦରଲାଣ୍ଡ ୯ ରନ୍‌ରେ ହାରଛି। ହୋବାର୍ଟର ବେଲେରିଭା ଓଭାଲରେ...

ଶାର୍ଦ୍ଦୂଳ,ଗୁରବାଜଙ୍କ ଅର୍ଦ୍ଧଶତକ

କୋଲକାତା,୭ା୪: କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଅନୁଷ୍ଠିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ନବମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ବିପକ୍ଷରେ ଚମତ୍କାର ଅର୍ଦ୍ଧଶତକ ହାସଲ କରିଛନ୍ତି...

ଜାତୀୟ ଦଳକୁ ଫେରିବା ପାଇଁ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୭।୨: ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ରଣ୍‌ଜୀ ଟ୍ରଫିରେ ଅଂଶ ଗ୍ରହଣ କରିବେ ନାହିଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ସେ ଏବେ କେବଳ...

ମନର ଯନ୍ତ୍ରଣା ପ୍ରକାଶ କଲେ ଏହି କ୍ରିକେଟର୍‌

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଫ୍ଲପ ହୋଇଥିବା ଅଷ୍ଟ୍ରେଲିଆ ଷ୍ଟିଭ ସ୍ମିଥ ଏହି ସମୟରେ ଚର୍ଚ୍ଚାର ବିଷୟ...

ଦୁଇ ଥର ଆଇସିସି ଟ୍ରଫି ଫାଇନାଲରେ ପହଞ୍ଚିଥିଲୁ, ତଥାପି ବିଫଳ ଅଧିନାୟକ କୁହାଯାଇଥିଲା: କୋହଲି

ନୂଆଦିଲ୍ଲୀ,୨୫।୨: ନିକଟରେ ଟି୨୦ ବିଶ୍ୱକପ୍‌ ୨୦୨୩ ଫାଇନାଲରେ ପହଞ୍ଚିବାର ସୁଯୋଗ ହାତଛଡ଼ା କରିଛି ଭାରତୀୟ ମହିଳା ଟିମ୍‌। ଫଳରେ ଦଳ ବିଶ୍ୱକପ୍‌ ଜିତିବା ସ୍ବପ୍ନ ଭାଙ୍ଗିଯାଇଛି।...

Advertisement
Archives

Model This Week