Posted inଖେଳ

ପିଟରସନ୍‌ଙ୍କ ଆଶ୍ଚର୍ଯ୍ୟ କଲା ଭଳି ଭବିଷ୍ୟବାଣୀ, ୨୦୨୬ ସୁଦ୍ଧା ଶେଷ ହୋଇଯିବ…

ଲଣ୍ଡନ,୫।୯: ଟି -୨୦ କ୍ରିକେଟ୍‌ ଆସିବା ପରେ ଟେଷ୍ଟ କ୍ରିକେଟର ଧୀରେ ରୋମାଞ୍ଚ କମିବାରେ ଲାଗିଛି। ବହୁ ପୂର୍ବତନ ଭେଟେରାନ ମଧ୍ୟ ଏଥିରେ ସହମତ ଅଛନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସେନ ମଧ୍ୟ ଏହି ତାଲିକାରେ ଯୋଗ ଦେଇଛନ୍ତି। ନିକଟରେ ସେ ଏକ ବ୍ଲଗରେ ଟେଷ୍ଟ କ୍ରିକେଟର ଦୁଃଖ ବିଷୟରେ ଲେଖିଥିଲେ ଏବଂ ଏବେ ସେ ଏ ବିଷୟରେ ଏକ ଟୁଇଟ କରିଛନ୍ତି। ଏଥିରେ ଟେଷ୍ଟ କ୍ରିକେଟର ଭବିଷ୍ୟତକୁ ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି। ପିଟରସେନ ଲେଖିଛନ୍ତି ଯେ ଏହି ଟୁଇଟ୍‌ କରିବା ମୋ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ। କିନ୍ତୁ ମୁଁ ଭାବୁଛି ଟେଷ୍ଟ କ୍ରିକେଟ ଧୀରେ ଧୀରେ ମରିଯାଉଛି। ୨୦୧୬ ସୁଦ୍ଧା, ଅର୍ଥାତ୍‌ ପରବର୍ତ୍ତୀ ୫ ବର୍ଷ ପରେ, କେବଳ ହାତଗଣତି ଟେଷ୍ଟ ଖେଳୁଥିବା ଦେଶ ବାକି ରହିବେ। ଏଥିରେ ଇଂଲଣ୍ଡ, ଭାରତ, ଅଷ୍ଟ୍ରେଲିଆ ଏବଂ ସମ୍ଭବତଃ ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ରହିବ। ଏବେ ୧୨ ଟି ଦେଶ ଟେଷ୍ଟ ଖେଳୁଛନ୍ତି। ଯଦି ପିଟରସନଙ୍କ ଏହି ଭିବିଷ୍ୟବାଣୀକୁ ବିଶ୍ୱାସ କରାଯାଏ, ତେବେ ଆଗାମୀ ୫ ବର୍ଷରେ ଟେଷ୍ଟ ଖେଳୁଥିବା ୭ଟିି ଦଳ ଟେଷ୍ଟ ଆଉ ଖେଳିବେନି। ଏଥିରେ ୱେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ଭଳି ପୁରୁଣା ଦଳ ଅନ୍ତର୍ଭୁକ୍ତ।
ଯଦି ଆମେ ଗତ ୫ ବର୍ଷରେ ଟେଷ୍ଟ, ଦିନିକିଆ ଏବଂ ଟି୨୦ ମ୍ୟାଚ ଦେଖିବା, ତେବେ ଏହି ଚିତ୍ରଟି ସ୍ପଷ୍ଟ ହୋଇଯାଏ। ୪ ସେପ୍ଟେମ୍ବର ୨୦୧୬ ଠାରୁ ମୋଟ ୧୨୨୨ ଅନ୍ତର୍ଜାତୀୟ ଟି -୨୦ ମ୍ୟାଚ ଖେଳାଯାଇଛି । ଏଥିରେ ୫୦ଟି ଦଳ ଅଂଶଗ୍ରହଣ କରିଛନ୍ତି । ସମାନ ଅବଧିରେ ୨୧ଟି ଦେଶ ମୋଟ ୧୦୮୦ ଟି ଦିନିକିଆ ଖେଳିଛନ୍ତ। ଏହି ସମୟ ମଧ୍ୟରେ ଏକ ବିଶ୍ୱକପ ମଧ୍ୟ ହୋଇଛି। ୧୨ ଟି ଦେଶ ଏହି ସମୟ ମଧ୍ୟରେ ମୋଟ ୪୨୬ଟି ଟେଷ୍ଟ ଖେଳିଥିଲେ। ଅର୍ଥାତ୍‌ ଗତ ୫ ବର୍ଷରେ ଅଧିକାଂଶ ଟି -୨୦ ମ୍ୟାଚ ଖେଳାଯାଇଛି। ଟେଷ୍ଟର ପ୍ରାୟ ତିନି ଗୁଣ ଏବଂ ଦିନିକିଆ ତୁଳନାରେ ଟିକିଏ ଅଧିକ। ଏହାକୁ ଦେଖିଲେ ପିଟରସନଙ୍କ ଆଶଙ୍କା ଦମ୍‌ ଥିବା ପରି ମନେ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରଙ୍କ ବକ୍ରୀ ଚଳନ: ଫାଇଦାରେ ରହିବେ ୫ ରାଶି, ମାସେ ଭିତରେ ହେବେ ଧନୀ!

ଶରତ ପୂର୍ଣ୍ଣିମା ଅବସରରେ ଅକ୍ଟୋବର ୨୫ ତାରିଖରେ ଶୁକ୍ର ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଘଟିବ। ବକ୍ରୀ ଶୁକ୍ର ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ର ଏକ ମାସ…

ବିରାଟ କୋହଲିଙ୍କ ୧୦ ବର୍ଷ ପୁରୁଣା ଟି-୨୦ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨।୧୦: ଇଶାନ କିଶନ ପୁଣିଥରେ ନିଜ ବ୍ୟାଟିଂ ଯାଦୁ ଦେଖାଇଛନ୍ତି ଏବଂ ଏଥର ତାଙ୍କ ଇନିଂସ ବିରାଟ କୋହଲିଙ୍କ ଏକ ଦୀର୍ଘଦିନର ରେକର୍ଡକୁ ଅତିକ୍ରମ କରିଛି। ଶ୍ରୀଲଙ୍କା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଲାଗିବ ବଡ଼ ଝଟକା? ଉପ-ନିର୍ବାଚନରେ TVK ଟଙ୍କା ବାଣ୍ଟୁଥିବା ନେଇ ସହଯୋଗୀ ଦଳର ଦାବି

ଚେନ୍ନାଇ,୨।୧୦: ତାମିଲନାଡୁର ମଦୁରାନଥକମ ଏବଂ ଧାରାପୁରମ ନିର୍ବାଚନ ମଣ୍ଡଳୀରେ ଅକ୍ଟୋବର ୬ରେ ହେବାକୁ ଥିବା ଉପ-ନିର୍ବାଚନ ପୂର୍ବରୁ, ମୁଖ୍ୟମନ୍ତ୍ରୀ ବିଜୟଙ୍କ ଦଳ ‘ଟିଭିକେ’ (TVK) ବିରୁଦ୍ଧରେ ଗୁରୁତର…

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

ସ୍ମିତ୍‌ ମଚ୍ଛାରଙ୍କ ସାହସର ଖୁବ ପ୍ରଶଂସା କରି ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫ୍ଲାଏଦୁବାଇ’ (Flydubai) ବିମାନର ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। କ୍ୟାପଟେନ ସ୍ମିତ୍‌ ନିଜର ଅନୁଭୂତି…

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?