ସାମାଜିକ ସମ୍ପର୍କ ବିଗୁଡୁଛି

ଅନେକ ବିଲିୟନ ଲୋକ ଏବେ ମୋବାଇଲ ଫୋନ୍‌ ସହ ଅତ୍ୟଧିକ ଜଡ଼ିତ ହୋଇଯାଇଛନ୍ତି । ସେମାନେ ଉପଯୋଗ କରୁଥିବା ସୂଚନା ବି ନାଟକୀୟ ଢଙ୍ଗରେ ପରିବର୍ତ୍ତନ ହୋଇଯାଇଛି। ଏହି ପରିବର୍ତ୍ତନ ଭଲ ପାଇଁ ହୋଇନାହିଁ। ଫେସ୍‌ବୁକ ଭଳି ପ୍ରାଧାନ୍ୟ ବିସ୍ତାର କରିଥିବା ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ଉପରେ ଗବେଷକମାନେ ପ୍ରସ୍ତୁତ କରିଥିବା ତଥ୍ୟରୁ ଜଣାପଡ଼ିଛି ଯେ, ମିଥ୍ୟା ତୀବ୍ର ଗତିରେ ପ୍ରସାରିତ ହେଉଛି ଓ ଏହା ସତ୍ୟ ଆଧାରିତ ବିଷୟଠାରୁ ବେଶି ପ୍ରସାରିତ ହେଉଛି। ୟୁଜର୍‌ମାନେ ମିଥ୍ୟା ତଥ୍ୟ ଦାବି କରୁ ନ ଥିଲେ ମଧ୍ୟ ଲୋକମାନେ କେଉଁ ସମ୍ବେଦନଶୀଳ, ଅସତ୍ୟ ଏବଂ ଭ୍ରମିତ ସପକ୍ଷ ବିଷୟଗୁଡ଼ିକୁ ଦେଖିବାକୁ ଚାହଁୁଛନ୍ତି ତାହା ଆଲଗୋରିଦମ୍‌ ବା ଗାଣିତିକ ପଦ୍ଧତିରେ ନିର୍ଦ୍ଧାରିତ କରାଯାଉଛି। କାରଣ ଏଥିରେ ବ୍ୟବସାୟ ଓ ବିଜ୍ଞାପନଭିତ୍ତିକ ଆୟ ହେଉଛି। ୨୦୧୧ରେ ଇଣ୍ଟରନେଟ ଆକ୍ଟିଭିଷ୍ଟ ଏଲି ପରିଜର୍‌ ଉଲ୍ଲେଖ କରିଥିଲେ ଯେ,ଫେସ୍‌ବୁକ ଫିଲ୍‌ଟର ବବ୍‌ଲ୍ସ ସୃଷ୍ଟି କରେ; ଯେଉଁଠି ବ୍ୟକ୍ତିମାନେ ସେମାନଙ୍କ ନିଜର ବୈଚାରିକ ପ୍ରବୃତ୍ତିକୁ ସୁଦୃଢ କଲାଭଳି ବିଷୟବସ୍ତୁ ଉପସ୍ଥାପିତ କରିବାର ସମ୍ଭାବନା ଥାଏ ଏବଂ ସେଥିରେ ସେମାନେ ନିଜର ଦୃଢ ଅନୁଭବକୁ ନିଶ୍ଚିତ କରିଥାନ୍ତି। ଖୁବ୍‌ ନିକଟରେ ଗବେଷକମାନେ ଦର୍ଶାଇଛନ୍ତି ଯେ, ୟୁଜରମାନେ ଦେଖୁଥିବା ବିଭିନ୍ନ ପ୍ରକାର ତଥ୍ୟ ବା ସୂଚନା ଉପରେ ଏହି ପ୍ରକ୍ରିୟାର ପ୍ରଭାବ ରହିଛି। ଏପରି କି ଫେସ୍‌ବୁକ୍‌ର ଆଲ୍‌ଗୋରିଦମ୍‌ ବିକଳ୍ପଗୁଡ଼ିକୁ ବାଦ୍‌ ଦେଲେ ବ୍ୟାପକ ସୋସିଆଲ ମିଡିଆ ବ୍ୟବସ୍ଥା ଲୋକମାନଙ୍କୁ ସେମାନଙ୍କ ପସନ୍ଦ ସହ ମେଳ ଖାଉଥିବା ନିର୍ଦ୍ଦିଷ୍ଟ ବର୍ଗର ଲୋକମାନଙ୍କୁ ପାଇବାକୁ ଅନୁମତି ଦେଇଥାଏ।
ସୋସିଆଲ ମିଡିଆ ଘୃଣା ମନ୍ତବ୍ୟ, ମିଥ୍ୟା ତଥ୍ୟ ଏବଂ ଦୁଷ୍ପଚାରର ଏକ ପ୍ରମୁଖ ବାହକ ହୋଇଆସିଛି ଏଥିରେ କୌଣସି ଦ୍ୱିମତ ନାହିଁ। ରେଡିଟ୍‌ ଏବଂ ୟୁଟ୍ୟୁବ ଉଗ୍ର ଦକ୍ଷିଣପନ୍ଥୀ ଚିନ୍ତାଧାରା ବଢ଼ାଇବାର ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ବିଶେଷକରି ସରକାର ବିରୋଧୀ ଉଗ୍ର ଦକ୍ଷିଣପନ୍ଥୀମାନେ ୬ ଜାନୁୟାରୀ ୨୦୨୧ରେ ସେମାନଙ୍କ ଭୂମିକାକୁ ସଂଗଠିତ କରିବା ଲାଗି ଫେସ୍‌ବୁକ୍‌କୁ ବ୍ୟବହାର କରିଥିଲେ ଓ କ୍ୟାପିଟୋଲ ଉପରେ ଆକ୍ରମଣ କରିଥିଲେ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁସଲମାନ ବିରୋଧୀ ଟୁଇଟ୍‌ଗୁଡ଼ିକ ଆମେରିକାରେ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ବଢ଼ାଇବା ଦେଖାଯାଇଥିଲା। ଏହା ସତ୍ୟ ଯେ,ଏହାକୁ ଯେକେହି ଅନୁଧ୍ୟାନ କଲେ ଏହା ଚିନ୍ତାଜନକ ବୋଲି ଜାଣିପାରିବେ। ବିଶେଷକରି ଏବକାର ବିକଶିତ ଅତ୍ୟାଧୁନିିକ ବ୍ୟବସ୍ଥାଗୁଡ଼ିକରେ ଫେସ୍‌ବୁକ ଏବଂ ୟୁଟ୍ୟୁବ୍‌ ଭଳି ବୃହତ୍‌ କମ୍ପାନୀ ସେମାନଙ୍କ ବିପକ୍ଷମାନଙ୍କଠାରୁ ଘୃଣା ମନ୍ତବ୍ୟ ଏବଂ ମିଥ୍ୟା ସୂଚନାକୁ ଅଧିକ ସୁରକ୍ଷା ଦେଇଥାନ୍ତି ବୋଲି ମଧ୍ୟ ଜାଣିପାରିବେ। ତେବେ ଅନ୍ୟ ଗବେଷକମାନେ ଉକ୍ତ ସିଦ୍ଧାନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେମାନେ କହିଛନ୍ତି ଯେ, ଅନ୍ୟ ମିଡିଆ ତୁଳନାରେ ଫେସ୍‌ବୁକ ଓ ଟୁଇଟରରେ ଶୀଘ୍ର ମିଥ୍ୟା ପ୍ରସାରିତ ହେଉଛି। ତଥାପି ଅନ୍ୟମାନେ ଯୁକ୍ତି ଦର୍ଶାଉଛନ୍ତି ଯେ, ଏବକାର ସୋସିଆଲ ମିଡିଆ ପରିବେଶ ବିପଜ୍ଜନକ ହୋଇଥିଲେ ମଧ୍ୟ ତାହା କ୍ଷଣସ୍ଥାୟୀ। ତେବେ ନୂତନ ଯୋଗାଯୋଗ ସାଧନଗୁଡ଼ିକୁ ସବୁବେଳେ ଅପବ୍ୟବହାର କରାଯାଇଛି। ମାର୍ଟିନ ଲୁଥର କେବଳ ପ୍ରୋଟେଷ୍ଟାଣ୍ଟବାଦକୁ ପ୍ରୋତ୍ସାହିତ କରିବାକୁ ବ୍ୟବହାର କରି ନ ଥିଲେ ,ବରଂ ଉଗ୍ର ଇହୁଦୀବାଦକୁ ପ୍ରୋତ୍ସାହିତ କରିଥିଲେ। ଆମେରିକାରେ ଫାଦର ଚାଲର୍‌ସ କଫଲିନ୍‌ ଏବଂ ଜର୍ମାନୀରେ ନାଜିମାନଙ୍କ ଭଳି ଉତ୍ତେଜକମାନଙ୍କ ହାତରେ ରେଡିଓ ଏକ ଶକ୍ତିଶାଳୀ ସାଧନ ହୋଇଥିବା ପ୍ରମାଣିତ ହୋଇଥିଲା। ଉଭୟ ମୁଦ୍ରଣ ଏବଂ ରେଡିଓ ସଂସ୍ଥାମାନ ମିଥ୍ୟା ତଥ୍ୟରେ ପରିପୂର୍ଣ୍ଣ ଥିଲେ ବି ସମାଜ ଏହିସବୁ ମିଡିଆକୁ ସମୟ ଅନୁକୂଳ କରିଛି ଓ ସେଗୁଡ଼ିକର ନକାରାମତ୍କ ପ୍ରଭାବକୁ ରୋକିବାରେ ସଫଳ ହୋଇଛି।
ଏହି ଯୁକ୍ତି ସୂଚିତ କରେ ଯେ, ଅନ୍ୟ ନୂତନ ପ୍ରଯୁକ୍ତିଗୁଡ଼ିକ ସହ କଠୋର ନିୟମ ସୋସିଆଲ ମିଡିଆ ଦ୍ୱାରା ସୃଷ୍ଟ ଆହ୍ବାନଗୁଡ଼ିିକୁ ଆୟତ୍ତ କରାଯାଇପାରିବ। ଉଦାହରଣସ୍ବରୂପ, ଆର୍ଟିକିଲ୍‌ଗୁଡ଼ିକର ଉପତ୍ତ୍ତିସ୍ଥଳ ସମ୍ପର୍କରେ ପ୍ଲାଟଫର୍ମଗୁଡ଼ିକ ଉତ୍ତମ ତଥ୍ୟ ଯୋଗାଇପାରିବେ କିମ୍ବା ସେହି ସମାନ ପ୍ଲାଟ୍‌ଫର୍ମସବୁ ଗାଣିିତିକ ପଦ୍ଧତିରେ ପ୍ରେରିତ ଉତ୍ତେଜକ କିମ୍ବା ମିଥ୍ୟାସମ୍ବଳିତ ତଥ୍ୟଭିତ୍ତକ ବିଷୟଗୁଡ଼ିକୁ ନିରୁତ୍ସାହିତ କଲେ ଏହା ହୋଇପାରିବ। କିନ୍ତୁ ଏହି ସବୁ ପଦକ୍ଷେପ ଗମ୍ଭୀର ସମସ୍ୟାକୁ ସମାଧାନ କରିବାକୁ ବିଫଳ ହୋଇଛି। ସୋସିଆଲ ମିଡ଼ିଆ ମିଥ୍ୟା ପ୍ରସାର କରୁନାହିଁ କି ଉଗ୍ର ବିଚାରଧାରା ପ୍ରଚାରକୁ ସଞ୍ଚାଳନ କରୁନାହିଁ ; ବରଂ ବାସ୍ତବତା ପରିବର୍ତ୍ତେ କୃତ୍ରିମ ସୋସିଆଲ ନେଟଓ୍ବର୍କ ଦ୍ୱାରା ଏହା ମାନବୀୟ ସମ୍ପର୍କ ଏବଂ ସାମାଜିକ ଏକତାର ମୂଳଦୁଆକୁ ଦୋହଲାଇଦେବାର ଆଶଙ୍କା ସୃଷ୍ଟି କରିଛି।
ବିକଶିତ କ୍ଷମତା ବଳରେ ସମାଜରୁ ଶିକ୍ଷା ଲାଭ କରିବାରେ ଏବଂ ଅନ୍ୟମାନଙ୍କୁ ଅନୁଧ୍ୟାନ କରି ବିଶେଷ ଜ୍ଞାନ ଆହରଣ କରିବାରେ ଅନ୍ୟ ପ୍ରାଣୀମାନଙ୍କ ଠାରୁ ଆମେ ପୂରା ଭିନ୍ନ। ଅଗାଧ ବିଚାର ଏବଂ ଭଲପାଇବା ପ୍ରବୃତ୍ତି ନିଃସଙ୍ଗତାରୁ ଆସେ ନାହିଁ କି ବହି ପଢିବାରୁ ଆସେ ନାହିଁ, ବରଂ ସାମାଜିକ ପରିବେଶରେ ଜଡ଼ିତ ହେବା ସହ ଆଲୋଚନା, ଶିକ୍ଷା ଓ ପ୍ରଦର୍ଶନ ମାଧ୍ୟମରେ ଏହି ମିଳିଥାଏ। ଏହି ପଦ୍ଧତିରେ ବିଶ୍ୱସ୍ତ ଉତ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ, ଯେଉଁଥି ପାଇଁ ନେତା ଏବଂ ଉଚ୍ଚପଦବୀରେ ଥିବା ବ୍ୟକ୍ତିମାନଙ୍କର ଏଥିରେ ବଡ଼ ପ୍ରଭାବ ରହିପାରେ। ପ୍ରାରମ୍ଭିକ ପର୍ଯ୍ୟାୟରେ ମିଡିଆର ନୂତନତ୍ୱ ଏହି ବିଚାରକୁ ନେଇ ଆରମ୍ଭ ହୋଇଥିଲେ ମଧ୍ୟ ସେଗୁଡ଼ିକ ମଧ୍ୟରୁ ଗୋଟିଏ ବି ମାନବୀୟ ଯୋଗାଯୋଗ ବା ସମ୍ପର୍କର ଅଦ୍ୟ ପ୍ରବୃତ୍ତିକୁ ସଂଶୋଧିତ କରିପାରିଲେ ନାହିଁ, ଯେଉଁ ପ୍ରକାରେ ଏବେ ସୋସିଆଲ ମିଡିଆରେ ରହିଛି।
ସାଂସ୍କୃତିକ ଆଲୋଚକ ନିଲ୍‌ ପୋଷ୍ଟମ୍ୟାନ ଚାରି ଦଶନ୍ଧି ପୂର୍ବେ ତାଙ୍କ ପୁସ୍ତକ ‘ଆମ୍ୟୁଜିଙ୍ଗ ଆଓ୍ବାରସେଲ୍‌ଭସ୍‌ ଟୁ ଡେଥ୍‌’ ରେ ଯାହା ପୂର୍ବାନୁମାନ କରିଥିଲେ ଠିକ୍‌ ସେହିଭଳି ସୋସିଆଲ ମିଡ଼ିଆର ସବୁଠୁ କ୍ଷୟକାରୀ ପ୍ରଭାବଗୁଡ଼ିକ ଏବେ ଆରମ୍ଭ ହେବା ଦେଖାଯାଉଛି। ସେ ଅନୁଭବ କରିଥିଲେ ଯେ, ଆମେରିକୀୟମାନେ ପରସ୍ପର ମଧ୍ୟରେ ଆଉ କଥାବାର୍ତ୍ତା ହେଉନାହାନ୍ତି, ସେମାନେ ପରସ୍ପରର ମନୋରଞ୍ଜନ କରୁଛନ୍ତି। ବିଚାରକୁ ସେମାନଙ୍କ ମଧ୍ୟରେ ଆଦାନପ୍ରଦାନ କରୁନାହାନ୍ତି, ବରଂ ଛବିକୁ ବିନିମୟ କରୁଛନ୍ତି। ସେମାନେ ବିଚାର ବା ପ୍ରସ୍ତାବ ଉପରେ ଯୁକ୍ତି କରୁନାହାନ୍ତି, ବରଂ ସେଲିବ୍ରିଟି ଏବଂ ବ୍ୟବସାୟ ଉପରେ ଯୁକ୍ତି ବାଢୁଛନ୍ତି। ଜର୍ଜ ଓରଓ୍ବେଲଙ୍କ ‘୧୯୮୪’ଠାରୁ ଆରମ୍ଭ କରି ଆଲଡୋସ ହକ୍ସଲେଙ୍କ ‘ବ୍ରେଭ ନ୍ୟୁ ଓ୍ବାଲର୍‌ଡ’କୁ ତୁଳନା କରି ପୋଷ୍ଟମ୍ୟାନ କହିଥିଲେ ଯେ,ତଥ୍ୟରୁ ବଞ୍ଚିତ କରୁଥିବା ଲୋକଙ୍କୁ ଓରଓ୍ବେଲ୍‌ଙ୍କ ଭୟ ଥିଲାବେଳେ ହକ୍ସଲେଙ୍କ ଭୟ ଥିଲା ଆମକୁ ଅନେକ କିଛି ଦେଇ ନିଷ୍କ୍ରିୟତା ଓ ଅହଂକାର ଭିତରେ ରଖିତ୍ବାକୁ ଚାହଁୁଥିବା ଲୋକମାନଙ୍କୁ। ଆମକୁ ବାସ୍ତବ ସତ୍ୟ ଗୁୁପ୍ତ ରଖାଯାଉଥିବା ପ୍ରସଙ୍ଗକୁ ନେଇ ଓରଓ୍ବେଲଙ୍କ ଭୟ ଥିଲା ଏବଂ ହକ୍ସଲେଙ୍କ ଭୟ ଥିଲା ଯେ ସତ୍ୟକୁ ଅପ୍ରାସଙ୍ଗିକ ସାଗରରେ ବୁଡାଇ ଦିଆଯିବ। ପୋଷ୍ଟମ୍ୟାନ କିନ୍ତୁ ଓରଓ୍ବେଲଙ୍କ ତୁଳନାରେ ହକ୍ସଲେଙ୍କ ଭବିଷ୍ୟବାଣୀକୁ ନେଇ ବିବ୍ରତ ଥିଲେ। ସୋସିଆଲ ମିଡିଆ ଏକ ସମୟରେ ଦୁଇଜଣଙ୍କ ଆଶଙ୍କାକୁ ଆରମ୍ଭ କରିଦେଇଛି। ସରକାର ଆମ ବାସ୍ତବ ଧାରଣାକୁ ହେର୍‌ଫେର କରିବା ଏବଂ ଆମକୁ ନିଷ୍କ୍ରିୟତାରେ ସୀମିତ ରଖିବାର ଉପାୟକୁ ଅଧିଗ୍ରହଣ କରୁଥିବାବେଳେ ଆମର ଭର୍ଚୁଆଲ ବନ୍ଧୁମାନେ ଆମ ବିଚାରକୁ ନିୟନ୍ତ୍ରଣ କରୁଛନ୍ତି। ଜଣେ ଲଗାତର ତା’ ସଦ୍‌ଗୁଣର ସଙ୍କେତ ହେବା ଦରକାର। କିନ୍ତୁ ସଦ୍‌ଗୁଣ ଏବେ କୃତ୍ରିମ ସୋସିଆଲ ଅନ୍‌ଲାଇନ ସର୍କଲ ହୋଇଯାଇଛି ଓ ଏହା ସମ୍ପୂର୍ଣ୍ଣ ମିଥ୍ୟା ଉପରେ ଆଧାରିତ। ଏହାର ଗତି କେଉଁଆଡେ ଯିବ ସେ ସମ୍ପର୍କରେ ବିଂଶ ଶତାବ୍ଦୀର ବିଚାରକ ତଥା ଭବିଷ୍ୟଦର୍ଶୀ ହନ୍ନା ଆର୍ଡେଣ୍ଟ ସତର୍କ କରିଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ସମସ୍ତେ ତୁମକୁ ମିଛ କହିବେ, ପରିଣାମ ଏହା ନୁହେଁ ଯେ ତୁମେ ବିଥ୍ୟକୁ ବିଶ୍ୱାସ କରିବ। କିନ୍ତୁ ଏହା ହେଲେ ଯେକେହି ଆଉ କୌଣସି କଥାରେ ବିଶ୍ୱାସ କରିବେ ନାହିଁ ଓ ସେହି ସମୟରେ ସାମାଜିକ ଓ ରାଜନୈତିକ ଜୀବନ ଅସମ୍ଭବ ହୋଇଯିବ।

– ଡାରୋନ୍‌ ଅକେମୋଗ୍ଲୁ
ପ୍ରାଧ୍ୟାପକ (ଅର୍ଥନୀତି)
ମାସାଚ୍ୟୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜି


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?