Posted inଫୁରସତ

ଲାଇଭ୍‌ ଭିଡିଓରେ ବିଷ ପିଇଲେ ସୋସିଆଲ୍‌ ମିଡିଆ ଷ୍ଟାର୍‌: ଆଉ ତା’ପରେ…

ଆଜିକାଲି ଲୋକମାନେ ପ୍ରସିଦ୍ଧ ହେବାକୁ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ। ବିଶେଷକରି ସୋସିଆଲ ମିଡିଆରେ ଫଲୋଅର୍ସ ବଢାଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। ଚାଇନାର ପ୍ରସିଦ୍ଧ ସୋସିଆଲ ମିଡିଆ ବ୍ୟବହାରକାରୀ ଲୁଓ ଶାଓ ମାଓ ମାଓଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି। ସୋସିଆଲ ମିଡିଆରେ ଲାଇଭ ଷ୍ଟ୍ରିମିଂ କରୁଥିବାବେଳେ ଲୁଓ ଶାଓ କୀଟନାଶକ ପିଇଦେଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ତାଙ୍କ ଫଲୋଅର୍ସମାନେ ତାଙ୍କୁ କୀଟନାଶକ ପିଇବାକୁ ଉସ୍‌କାଉଥିବାରୁ ସେ ଏପରି ଚରମ ନିଷ୍ପତ୍ତି ନେଇଥିଲେ।
କୀଟନାଶକ ପିଇବାର କରିବାର କିଛି ମିନିଟ ମଧ୍ୟରେ ଲୁଓ ଶାଓଙ୍କ ସ୍ବାସ୍ଥ୍ୟ ଖରାପ ହେବାକୁ ଲାଗିଲା। ସେ ନିଜେ ଆମ୍ବୁଲାନ୍ସକୁ ଡାକିଥିଲେ। ଆମ୍ବୁଲାନ୍ସ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲା। ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଡାକ୍ତରଙ୍କ ବହୁ ଉଦ୍ୟମ ପରେ ମଧ୍ୟ ମାଓଙ୍କୁ ବଞ୍ଚାଇ ଯାଇ ପାରି ନ ଥିଲା। ଶେଷ ଭିଡିଓରେ ମାଓ ତାଙ୍କ ଫଲୋଅର୍ସମାନଙ୍କୁ କହିଥିଲେ, ବୋଧହୁଏ ଏହା ମୋର ଶେଷ ଭିଡିଓ କାରଣ ମୁଁ ଦୀର୍ଘ ଦିନ ଧରି ଡିପ୍ରେସନରେ ଅଛି।
ଡୋଇନ ନାମକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମାଓଙ୍କର ୬୭୦,୦୦୦ରୁ ଅଧିକ ଫଲୋଅର୍ସ ଅଛନ୍ତି। ୧୪ ଅକ୍ଟୋବରରେ ଏହି ଘଟଣା ଘଟିଥିଲା। ମାଓଙ୍କର ଜଣେ ବନ୍ଧୁ କଥିଛନ୍ତି ଯେ, ପ୍ରେମିକ କାରଣରୁ ଡିପ୍ରେସନ୍‌ରେ ଥିଲେ ମାଓ। କୀଟନାଶକ ଖାଇ ନିଜକୁ ମାରିବାକୁ ଉଦ୍ୟମ କରୁଥିଲେ। କେବଳ ତାଙ୍କ ପ୍ରେମିକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିଲେ। କିନ୍ତୁ ବିଭିନ୍ନ ଚାଇନା ଗଣମାଧ୍ୟମରେ ଆଲୋଚନା ହେଉଛି କି, ମାଓ ଫଲୋଅର୍ସ କହିବା ଯୋଗୁ ଏଭଳି ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶ ସୁରକ୍ଷାରେ ଉତ୍ସର୍ଗୀକୃତ ଦମ୍ପତି ସଙ୍ଗୀତା-ସତ୍ୟଜିତ: ୩୦୦ରୁ ଅଧିକ ଘରଚଟିଆ ସଂରକ୍ଷଣ

ଅମରପାଲି,୪ା୭(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ପଞ୍ଚାୟତର ଖଜୁରିଆପାଲି ଗ୍ରାମର ସ୍ବାମୀସ୍ତ୍ରୀ ସତ୍ୟଜିତ ଗଡୁଆ ଓ ସଙ୍ଗୀତା ପାତ୍ର ପରିବେଶ ସୁରକ୍ଷା ଏବଂ ବନ୍ୟପ୍ରାଣୀ…

ଦ୍ୱିଗୁଣ ହେଲା ବୁକର୍‌ ବିଜେତାଙ୍କ ପୁରସ୍କାର ରାଶି

ଲଣ୍ଡନ, ୪ା୭:ବିଶ୍ୱ ସାହିତ୍ୟ ଜଗତର ଅନ୍ୟତମ ପ୍ରତିଷ୍ଠିତ ପୁରସ୍କାର ‘ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର’ ର ନାମ ପରିବର୍ତ୍ତନ କରାଯାଇଛି। ଏଣିକି ଏହା ‘ବୁଖ୍‌ମ୍ୟାନ ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର’…

ଆହୁରି ସକ୍ରିୟ ହେବ ଲଘୁଚାପ: ଆଜି ପ୍ରବଳ ବର୍ଷିବ, ୫ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର,୪ା୭(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ସକ୍ରିୟ ହେବାରେ ଲାଗିଛି। ଏହାସହ ସମ୍ପୃକ୍ତ ଘୂର୍ଣ୍ଣିବଳୟ ସମୁଦ୍ର…

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri