ସୋସିଆଲ୍‌ ମିଡିଆ ଗ୍ରୁପ୍‌

ବର୍ତ୍ତମାନ ବିଭିନ୍ନ ସୋସିଆଲ୍‌ ସାଇଟ୍‌ ଗ୍ରୁପ୍‌ ଅନେକଙ୍କୁ ଏକାଠି ଯୋଡ଼ି ରଖିବା ସହ ବିଭିନ୍ନ
ସୂଚନା ଏକା ସଙ୍ଗେ ସମସ୍ତଙ୍କ ପାଖରେ ପହଞ୍ଚାଇବାର ଉତ୍ତମ ମାଧ୍ୟମ ପାଲଟିଛି। ହେଲେ କେବେକେବେ ଏଥିରେ ଆସୁଥିବା ଅନାବଶ୍ୟକ ବିଶେଷକରି ଫେକ୍‌ ମେସେଜ୍‌ ଗ୍ରୁପ୍‌ ମେମ୍ବରମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜୁଛି। ତେଣୁ କୌଣସି ସୋସିଆଲ୍‌ ସାଇଟ୍‌ ଗ୍ରୁପ୍‌ରେ ଆଡ୍‌ମିନ୍‌ କିମ୍ବା ମେମ୍ବର ଥିଲେ
କେତେକ ଶିଷ୍ଟାଚାର ଜାଣିରଖିବା ଦରକାର…

ବର୍ତ୍ତମାନ ସମୟରେ ଫେସ୍‌ବୁକ୍‌, ହ୍ବାଟ୍ସଆପ୍‌, ଇନ୍‌ଷ୍ଟାଗ୍ରାମ୍‌ ଭଳି ସୋସିଆଲ୍‌ ମିଡିଆ ଯୋଗାଯୋଗର ଏକ ବଳିଷ୍ଠ ମାଧ୍ୟମ ପାଲଟିଛି। ବିଶେଷକରି ଏଥିରେ ଗ୍ରୁପ୍‌ କ୍ରିଏଟ୍‌ କରିବାର ସୁବିଧା ଏକା ସମୟରେ ସମସ୍ତଙ୍କୁ ବିଭିନ୍ନ ବାର୍ତ୍ତା ପହଞ୍ଚାଇବା କାର୍ଯ୍ୟ ସରଳ କରିଦେଇଛି। ହେଲେ ଅପରପକ୍ଷେ ଏଥିରେ ଆସୁଥିବା ବିଭିନ୍ନ ଫେକ୍‌ ମେସେଜ୍‌ଠାରୁ ଆରମ୍ଭ କରି ଅଯଥା ଫଟୋ, ଭିଡିଓ ଆଦି ଏକାଧିକ ଗ୍ରୁପ୍‌କୁ ପଠାଇବା ଦ୍ୱାରା ସମାଜରେ ଅନେକ ଭୁଲ୍‌ କଥା ପ୍ରଚାର ହେଉଥିବାର ନଜିର ରହିଛି। ତେଣୁ ଏଭଳି ଗ୍ରୁପ୍‌ର ଆଡ୍‌ମିନ୍‌ କିମ୍ବା ମେମ୍ବର ଥିଲେ, କେତେକ ଦିଗ ପ୍ରତି ଯତ୍ନଶୀଳ ହେବା ଆବଶ୍ୟକ…
ବୁଝନ୍ତୁ ଗ୍ରୁପ୍‌ର ଗୁରୁତ୍ୱ: କୌଣସି ସୋସିଆଲ୍‌ ସାଇଟ୍‌ରେ ନୂଆ ଗ୍ରୁପ୍‌ କ୍ରିଏଟ୍‌ କରୁଥିଲେ ଏହା ଫ୍ରେଣ୍ଡ୍‌, ଫ୍ୟାମିଲି, ଅଫିସିଆଲ୍‌ କିମ୍ବା ଅନ୍ୟ କୌଣସି କମ୍ୟୁନିଟିକୁ ନେଇ ଗଢ଼ୁଛନ୍ତି ପ୍ରଥମେ ତାହାର ଉଦ୍ଦେଶ୍ୟ ଓ ଗୁରୁତ୍ୱ ବୁଝନ୍ତୁ। ଏଥିରେ କାହାକୁ ନିଜ ଇଚ୍ଛାରେ ଆଡ୍‌ ନ କରି, କେହି ଏଥିରେ ମେମ୍ବର ହେବାକୁ ଇଚ୍ଛୁକ ବା ନୁହେଁ ଅନୁମତି ନେବା ପରେ ଆଡ୍‌ କରନ୍ତୁ।
ବୟସକୁ ଧ୍ୟାନରେ ରଖନ୍ତୁ: ବର୍ତ୍ତମାନ ଅଧିକାଂଶ ଫ୍ୟାମିଲି ଏବଂ ରିଲେଟିଭ୍ସ ଦୂରରେ ଥିଲେ ସୁଦ୍ଧା ଏକାଠି ରହିବା ଲାଗି ସୋସିଆଲ୍‌ ସାଇଟ୍‌ରେ ଗ୍ରୁପ୍‌ ଗଠନ କରୁଛନ୍ତି, ଯେଉଁଥିରେ ଗୋଟିଏ ମେସେଜ୍‌ କଲେ ଏକସଙ୍ଗେ ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ତାହା ଜାଣି ପାରୁଛନ୍ତି। ଯଦି ଆପଣ ଏଭଳି କୌଣସି ଗ୍ରୁପ୍‌ରେ ମେମ୍ବର ଅଛନ୍ତି, ତେବେ କୌଣସି ମେସେଜ୍‌ ସେଣ୍ଡ କରିବା ପୂର୍ବରୁ ପ୍ରଥମେ ଏଥିରେ ଥିବା ମେମ୍ବରମାନଙ୍କ ବୟସକୁ ଧ୍ୟାନରେ ରଖନ୍ତୁ।
ଆବଶ୍ୟକତା ଦେଖି କରନ୍ତୁ ମେସେଜ୍‌: ଫ୍ରେଣ୍ଡ୍ସ, ପ୍ରଫେସନାଲ୍‌ କିମ୍ବା କୌଣସି ସୋସିଆଲ୍‌ ଗ୍ରୁପ୍‌ର ମେମ୍ବର ଥିଲେ ସବୁ ମେସେଜ୍‌ ସବୁ ଗ୍ରୁପ୍‌ରେ ସେଣ୍ଡ୍‌ ନ କରି ଆବଶ୍ୟକତାକୁ ଧ୍ୟାନରେ ରଖିବାକୁ ଆଦୌ ଭୁଲନ୍ତୁ ନାହିଁ। ବିଶେଷକରି ଗ୍ରୁପ୍‌ରେ କାହାକୁ ମାନସିକ ଆଘାତ ଦେବା ଭଳି କୌଣସି ପୋଷ୍ଟ କରନ୍ତୁ ନାହିଁ।
କରନ୍ତୁ ମ୍ୟୁଟ୍‌: କେବେକେବେ ଅଫିସିଆଲ୍‌ ଅବା ଫ୍ୟାମିଲି ଭଳି କେତେକ ଗ୍ରୁପ୍‌ରେ ଇଚ୍ଛା ଥାଉ ଅବା ନ ଥାଉ ମେମ୍ବର ହେବାକୁ ପଡ଼ିଥାଏ। ଆଉ ଏଥିରେ ଆସୁଥିବା ମେସେଜ୍‌ ଡିଷ୍ଟର୍ବ କରୁଥିବାରୁ କେହି କେହି ଗ୍ରୁପ୍‌ରୁ ଲେଫ୍ଟ ହୋଇଯାଉଥିବା ଦେଖିବାକୁ ମିଳିଥାଏ। ହେଲେ ଏପରି କରିବା ଦ୍ୱାରା ସଭିଙ୍କ ମନରେ ଆପଣଙ୍କ ପ୍ରତି ଏକ ନକାରାତ୍ମକ ଭାବନା ସୃଷ୍ଟି କରିଥାଏ। ତେଣୁ ଏ କ୍ଷେତ୍ରରେ କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି କିଛି ଦିନ ଲେଖାଏଁ ଏହାକୁ ମ୍ୟୁଟ୍‌ କରିପାରିବେ।
କରନ୍ତୁନି ଅଯଥା ମେସେଜ୍‌ ଫରଓ୍ବାର୍ଡ: ଅଧିକାଂଶ ଗ୍ରୁପ୍‌ରେ ସକାଳୁ ଉଠିବାମାତ୍ରେ ଅନେକ ଗୁଡ୍‌ମର୍ନିଂ କିମ୍ବା ରାତିରେ ଗୁଡ୍‌ନାଇଟ୍‌ ଫଟୋ, ଭିଡିଓଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ମେସେଜ୍‌ରେ ଭର୍ତ୍ତି ହୋଇଯାଏ। ହେଲେ ଏହାଦ୍ୱାରା ଅନେକ ସମୟରେ ବାରମ୍ବାର ଅନାବଶ୍ୟକ ମେସେଜ ପାଇ ଗ୍ରୁପ୍‌ର ମେମ୍ବରମାନେ ବିରକ୍ତି ପ୍ରକାଶ କରିବା ସହ କେହି କେହି ଗ୍ରୁପ୍‌ରୁ ଲେଫ୍ଟ ମଧ୍ୟ ହୋଇଯା’ନ୍ତି। ତେଣୁ କୌଣସି ମେସେଜ୍‌, ଫଟୋ କିମ୍ବା ଭିଡିଓ ଦେଖିବା ମାତ୍ରେ ଏହାକୁ ତୁରନ୍ତ ଯେକୌଣସି ଗ୍ରୁପ୍‌ରେ ଶେୟାର ନ କରି ତାହା ଗ୍ରୁପ୍‌ର ମେମ୍ବରମାନଙ୍କ କାମରେ ଆସିବ କି ନାହିଁ ବୁଝି ବିଚାରି ପଠାନ୍ତୁ।
ଫରଓ୍ବାର୍ଡ ପୂର୍ବରୁ କରନ୍ତୁ ଚେକ୍‌: ବର୍ତ୍ତମାନ ଅନେକ ଫେକ୍‌ ମେସେଜ୍‌ ସୋସିଆଲ୍‌ ସାଇଟ୍‌ରେ ଭାଇରାଲ୍‌ ହେଉଥିବା ଦେଖିବାକୁ ମିଳୁଛି। ବିଶେଷକରି ଏଭଳି ମେସେଜ୍‌ ଏକସଙ୍ଗେ ଏକାଧିକ ଗ୍ରୁପ୍‌ରେ ପଠାଯିବା ଦ୍ୱାରା ସମାଜରେ ଭୁଲ ଖବର ପ୍ରଚାରିତ ହେଉଛି। ତେଣୁ ଏଭଳି କୌଣସି ମେସେଜ୍‌ ବିଶେଷକରି ସମାଜରେ ଚାଲିଥିବା କିଛି ସମ୍ବେଦନଶୀଳ ଘଟଣାକୁ ନେଇ ମେସେଜ୍‌ ଆସିଲେ ଏହାକୁ ତୁରନ୍ତ ଫରଓ୍ବାର୍ଡ ନ କରି ପ୍ରଥମେ ତାହା ଠିକ୍‌ କି ନୁହେଁ ଜାଣିବା ପରେ ଫରଓ୍ବାର୍ଡ କରନ୍ତୁ। କାରଣ ଏଥିପାଇଁ ଫେକ୍‌ ମେସେଜ୍‌ ପଠାଇବା ଭଳି ସାଇବର କ୍ରାଇମ୍‌ ଲାଗି ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ।
ଗ୍ରୁପ୍‌ରେ ଆଣନ୍ତୁନି ବ୍ୟକ୍ତିଗତ କଥା: ଯଦି କେବେ କୌଣସି ମେମ୍ବରଙ୍କ ସହ କୌଣସି କାରଣରୁ ମତଭେଦ ବା ଝଗଡ଼ା ହୋଇଯାଏ, ତେବେ ପର୍ସନାଲ୍‌ ନମ୍ବରରେ କଥା ହୁଅନ୍ତୁ। କାରଣ ବ୍ୟକ୍ତିଗତ କାର୍ଯ୍ୟ ଲାଗି ଗ୍ରୁପ୍‌ ବ୍ୟବହାର କରିବା ଦ୍ୱାରା ଅନ୍ୟ ମେମ୍ବରମାନେ ମଧ୍ୟ ଡିଷ୍ଟର୍ବ ହୋଇପାରନ୍ତି। ବିଶେଷକରି ଗ୍ରୁପ୍‌ରେ ଚାଟ୍‌ କରି କାହା ସହ ଝଗଡ଼ା କରିବା କିମ୍ବା କାହା ବିଷୟରେ ଏଣୁତେଣୁ ଲେଖି ସମସ୍ତଙ୍କ ଆଗରେ ପରିହାସ କରିବା ଦ୍ୱାରା ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ମଧ୍ୟ ଆଞ୍ଚ ଆସିପାରେ, ସେଥିପ୍ରତି ଯତ୍ନଶୀଳ ରୁହନ୍ତୁ।

 

ତିତିଲି ପାତ୍ର (ପୁରୀ)- ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହିଥାଏ। ହ୍ବାଟ୍ସଆପ୍‌ରେ ବହୁତ ଗ୍ରୁପ୍‌ରେ ମେମ୍ବର ସହ କେତେକରେ ଆଡମିନ୍‌ ଅଛି। ଗ୍ରୁପ୍‌ରେ କେବେ ବ୍ୟକ୍ତିଗତ କଥା ଶେୟାର କରି ନଥାଏ କିମ୍ବା କାହାର ପ୍ରାଇଭେଟ୍‌ କଥାକୁ ଗସିପ୍‌ ପାଇଁ ବ୍ୟବହାର କରେ ନାହିଁ। କାହା ବିରୋଧରେ ମିଛ ଗୁଜବ କିମ୍ବା ଅପପ୍ରଚାର ନ କରିବା ପାଇଁ ପରାମର୍ଶ ଦେଇଥାଏ।

ଶିବୁନ୍‌ କୁମାର ଭୂତିଆ(ଯାଜପୁର)- ସୋସିଆଲ ମିଡିଆ ଅଧିକାଂଶ ଲୋକଙ୍କ ପାଇଁ ଆବଶ୍ୟକତା ପାଲଟିଗଲାଣି। କିଏ କେଉଁଠି କ’ଣ କରୁଛି, ସେମାନେ ଘରେ ବସି ମଧ୍ୟ ଜାଣି ପାରୁଛନ୍ତି। ଅନେକେ ଏଥିରେ ଦୀର୍ଘ ସମୟ ବିତେଉଛନ୍ତି। ସେହି ଘଣ୍ଟା ଘଣ୍ଟା ସମୟ ଅଯଥା ଖର୍ଚ୍ଚ ନ କରି ମୁଁ ସମସ୍ତଙ୍କୁ କୌଣସି ନ୍ୟୁଜ୍‌ ଉପରେ ଆଲୋଚନା କରିବାକୁ କହିଥାଏ। ସେହି ସମୟରେ ଧ୍ୟାନ ରଖେ କେହି ବି ହେଟ୍‌ ସ୍ପିଚ୍‌ ନ କୁହନ୍ତୁ କିମ୍ବା ଶେୟାର ନ କରନ୍ତୁ। କୌଣସି ଅଶାଳୀନ ମନ୍ତବ୍ୟ କିମ୍ବା ଅଶ୍ଳୀଳ ଭିଡିଓ, ଫଟୋ ଗ୍ରୁପ୍‌ରେ ଶେୟାର୍‌ ନ ହଉ। ଆମେ ଗ୍ରୁପ୍‌ରେ ପରସ୍ପରକୁ ନିଜ କାର୍ଯ୍ୟ କ୍ଷେତ୍ରରେ ଆହୁରି ଭଲ କରିବା ପାଇଁ ଉତ୍ସାହିତ ମଧ୍ୟ କରିଥାଉ।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରଙ୍କ ବକ୍ରୀ ଚଳନ: ଫାଇଦାରେ ରହିବେ ୫ ରାଶି, ମାସେ ଭିତରେ ହେବେ ଧନୀ!

ଶରତ ପୂର୍ଣ୍ଣିମା ଅବସରରେ ଅକ୍ଟୋବର ୨୫ ତାରିଖରେ ଶୁକ୍ର ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଘଟିବ। ବକ୍ରୀ ଶୁକ୍ର ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ର ଏକ ମାସ…

ବିରାଟ କୋହଲିଙ୍କ ୧୦ ବର୍ଷ ପୁରୁଣା ଟି-୨୦ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨।୧୦: ଇଶାନ କିଶନ ପୁଣିଥରେ ନିଜ ବ୍ୟାଟିଂ ଯାଦୁ ଦେଖାଇଛନ୍ତି ଏବଂ ଏଥର ତାଙ୍କ ଇନିଂସ ବିରାଟ କୋହଲିଙ୍କ ଏକ ଦୀର୍ଘଦିନର ରେକର୍ଡକୁ ଅତିକ୍ରମ କରିଛି। ଶ୍ରୀଲଙ୍କା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଲାଗିବ ବଡ଼ ଝଟକା? ଉପ-ନିର୍ବାଚନରେ TVK ଟଙ୍କା ବାଣ୍ଟୁଥିବା ନେଇ ସହଯୋଗୀ ଦଳର ଦାବି

ଚେନ୍ନାଇ,୨।୧୦: ତାମିଲନାଡୁର ମଦୁରାନଥକମ ଏବଂ ଧାରାପୁରମ ନିର୍ବାଚନ ମଣ୍ଡଳୀରେ ଅକ୍ଟୋବର ୬ରେ ହେବାକୁ ଥିବା ଉପ-ନିର୍ବାଚନ ପୂର୍ବରୁ, ମୁଖ୍ୟମନ୍ତ୍ରୀ ବିଜୟଙ୍କ ଦଳ ‘ଟିଭିକେ’ (TVK) ବିରୁଦ୍ଧରେ ଗୁରୁତର…

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

ସ୍ମିତ୍‌ ମଚ୍ଛାରଙ୍କ ସାହସର ଖୁବ ପ୍ରଶଂସା କରି ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫ୍ଲାଏଦୁବାଇ’ (Flydubai) ବିମାନର ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। କ୍ୟାପଟେନ ସ୍ମିତ୍‌ ନିଜର ଅନୁଭୂତି…

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?