ସୋସିଆଲ୍‌ ମିଡିଆ ଗ୍ରୁପ୍‌

ବର୍ତ୍ତମାନ ବିଭିନ୍ନ ସୋସିଆଲ୍‌ ସାଇଟ୍‌ ଗ୍ରୁପ୍‌ ଅନେକଙ୍କୁ ଏକାଠି ଯୋଡ଼ି ରଖିବା ସହ ବିଭିନ୍ନ
ସୂଚନା ଏକା ସଙ୍ଗେ ସମସ୍ତଙ୍କ ପାଖରେ ପହଞ୍ଚାଇବାର ଉତ୍ତମ ମାଧ୍ୟମ ପାଲଟିଛି। ହେଲେ କେବେକେବେ ଏଥିରେ ଆସୁଥିବା ଅନାବଶ୍ୟକ ବିଶେଷକରି ଫେକ୍‌ ମେସେଜ୍‌ ଗ୍ରୁପ୍‌ ମେମ୍ବରମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜୁଛି। ତେଣୁ କୌଣସି ସୋସିଆଲ୍‌ ସାଇଟ୍‌ ଗ୍ରୁପ୍‌ରେ ଆଡ୍‌ମିନ୍‌ କିମ୍ବା ମେମ୍ବର ଥିଲେ
କେତେକ ଶିଷ୍ଟାଚାର ଜାଣିରଖିବା ଦରକାର…

ବର୍ତ୍ତମାନ ସମୟରେ ଫେସ୍‌ବୁକ୍‌, ହ୍ବାଟ୍ସଆପ୍‌, ଇନ୍‌ଷ୍ଟାଗ୍ରାମ୍‌ ଭଳି ସୋସିଆଲ୍‌ ମିଡିଆ ଯୋଗାଯୋଗର ଏକ ବଳିଷ୍ଠ ମାଧ୍ୟମ ପାଲଟିଛି। ବିଶେଷକରି ଏଥିରେ ଗ୍ରୁପ୍‌ କ୍ରିଏଟ୍‌ କରିବାର ସୁବିଧା ଏକା ସମୟରେ ସମସ୍ତଙ୍କୁ ବିଭିନ୍ନ ବାର୍ତ୍ତା ପହଞ୍ଚାଇବା କାର୍ଯ୍ୟ ସରଳ କରିଦେଇଛି। ହେଲେ ଅପରପକ୍ଷେ ଏଥିରେ ଆସୁଥିବା ବିଭିନ୍ନ ଫେକ୍‌ ମେସେଜ୍‌ଠାରୁ ଆରମ୍ଭ କରି ଅଯଥା ଫଟୋ, ଭିଡିଓ ଆଦି ଏକାଧିକ ଗ୍ରୁପ୍‌କୁ ପଠାଇବା ଦ୍ୱାରା ସମାଜରେ ଅନେକ ଭୁଲ୍‌ କଥା ପ୍ରଚାର ହେଉଥିବାର ନଜିର ରହିଛି। ତେଣୁ ଏଭଳି ଗ୍ରୁପ୍‌ର ଆଡ୍‌ମିନ୍‌ କିମ୍ବା ମେମ୍ବର ଥିଲେ, କେତେକ ଦିଗ ପ୍ରତି ଯତ୍ନଶୀଳ ହେବା ଆବଶ୍ୟକ…
ବୁଝନ୍ତୁ ଗ୍ରୁପ୍‌ର ଗୁରୁତ୍ୱ: କୌଣସି ସୋସିଆଲ୍‌ ସାଇଟ୍‌ରେ ନୂଆ ଗ୍ରୁପ୍‌ କ୍ରିଏଟ୍‌ କରୁଥିଲେ ଏହା ଫ୍ରେଣ୍ଡ୍‌, ଫ୍ୟାମିଲି, ଅଫିସିଆଲ୍‌ କିମ୍ବା ଅନ୍ୟ କୌଣସି କମ୍ୟୁନିଟିକୁ ନେଇ ଗଢ଼ୁଛନ୍ତି ପ୍ରଥମେ ତାହାର ଉଦ୍ଦେଶ୍ୟ ଓ ଗୁରୁତ୍ୱ ବୁଝନ୍ତୁ। ଏଥିରେ କାହାକୁ ନିଜ ଇଚ୍ଛାରେ ଆଡ୍‌ ନ କରି, କେହି ଏଥିରେ ମେମ୍ବର ହେବାକୁ ଇଚ୍ଛୁକ ବା ନୁହେଁ ଅନୁମତି ନେବା ପରେ ଆଡ୍‌ କରନ୍ତୁ।
ବୟସକୁ ଧ୍ୟାନରେ ରଖନ୍ତୁ: ବର୍ତ୍ତମାନ ଅଧିକାଂଶ ଫ୍ୟାମିଲି ଏବଂ ରିଲେଟିଭ୍ସ ଦୂରରେ ଥିଲେ ସୁଦ୍ଧା ଏକାଠି ରହିବା ଲାଗି ସୋସିଆଲ୍‌ ସାଇଟ୍‌ରେ ଗ୍ରୁପ୍‌ ଗଠନ କରୁଛନ୍ତି, ଯେଉଁଥିରେ ଗୋଟିଏ ମେସେଜ୍‌ କଲେ ଏକସଙ୍ଗେ ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ତାହା ଜାଣି ପାରୁଛନ୍ତି। ଯଦି ଆପଣ ଏଭଳି କୌଣସି ଗ୍ରୁପ୍‌ରେ ମେମ୍ବର ଅଛନ୍ତି, ତେବେ କୌଣସି ମେସେଜ୍‌ ସେଣ୍ଡ କରିବା ପୂର୍ବରୁ ପ୍ରଥମେ ଏଥିରେ ଥିବା ମେମ୍ବରମାନଙ୍କ ବୟସକୁ ଧ୍ୟାନରେ ରଖନ୍ତୁ।
ଆବଶ୍ୟକତା ଦେଖି କରନ୍ତୁ ମେସେଜ୍‌: ଫ୍ରେଣ୍ଡ୍ସ, ପ୍ରଫେସନାଲ୍‌ କିମ୍ବା କୌଣସି ସୋସିଆଲ୍‌ ଗ୍ରୁପ୍‌ର ମେମ୍ବର ଥିଲେ ସବୁ ମେସେଜ୍‌ ସବୁ ଗ୍ରୁପ୍‌ରେ ସେଣ୍ଡ୍‌ ନ କରି ଆବଶ୍ୟକତାକୁ ଧ୍ୟାନରେ ରଖିବାକୁ ଆଦୌ ଭୁଲନ୍ତୁ ନାହିଁ। ବିଶେଷକରି ଗ୍ରୁପ୍‌ରେ କାହାକୁ ମାନସିକ ଆଘାତ ଦେବା ଭଳି କୌଣସି ପୋଷ୍ଟ କରନ୍ତୁ ନାହିଁ।
କରନ୍ତୁ ମ୍ୟୁଟ୍‌: କେବେକେବେ ଅଫିସିଆଲ୍‌ ଅବା ଫ୍ୟାମିଲି ଭଳି କେତେକ ଗ୍ରୁପ୍‌ରେ ଇଚ୍ଛା ଥାଉ ଅବା ନ ଥାଉ ମେମ୍ବର ହେବାକୁ ପଡ଼ିଥାଏ। ଆଉ ଏଥିରେ ଆସୁଥିବା ମେସେଜ୍‌ ଡିଷ୍ଟର୍ବ କରୁଥିବାରୁ କେହି କେହି ଗ୍ରୁପ୍‌ରୁ ଲେଫ୍ଟ ହୋଇଯାଉଥିବା ଦେଖିବାକୁ ମିଳିଥାଏ। ହେଲେ ଏପରି କରିବା ଦ୍ୱାରା ସଭିଙ୍କ ମନରେ ଆପଣଙ୍କ ପ୍ରତି ଏକ ନକାରାତ୍ମକ ଭାବନା ସୃଷ୍ଟି କରିଥାଏ। ତେଣୁ ଏ କ୍ଷେତ୍ରରେ କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି କିଛି ଦିନ ଲେଖାଏଁ ଏହାକୁ ମ୍ୟୁଟ୍‌ କରିପାରିବେ।
କରନ୍ତୁନି ଅଯଥା ମେସେଜ୍‌ ଫରଓ୍ବାର୍ଡ: ଅଧିକାଂଶ ଗ୍ରୁପ୍‌ରେ ସକାଳୁ ଉଠିବାମାତ୍ରେ ଅନେକ ଗୁଡ୍‌ମର୍ନିଂ କିମ୍ବା ରାତିରେ ଗୁଡ୍‌ନାଇଟ୍‌ ଫଟୋ, ଭିଡିଓଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ମେସେଜ୍‌ରେ ଭର୍ତ୍ତି ହୋଇଯାଏ। ହେଲେ ଏହାଦ୍ୱାରା ଅନେକ ସମୟରେ ବାରମ୍ବାର ଅନାବଶ୍ୟକ ମେସେଜ ପାଇ ଗ୍ରୁପ୍‌ର ମେମ୍ବରମାନେ ବିରକ୍ତି ପ୍ରକାଶ କରିବା ସହ କେହି କେହି ଗ୍ରୁପ୍‌ରୁ ଲେଫ୍ଟ ମଧ୍ୟ ହୋଇଯା’ନ୍ତି। ତେଣୁ କୌଣସି ମେସେଜ୍‌, ଫଟୋ କିମ୍ବା ଭିଡିଓ ଦେଖିବା ମାତ୍ରେ ଏହାକୁ ତୁରନ୍ତ ଯେକୌଣସି ଗ୍ରୁପ୍‌ରେ ଶେୟାର ନ କରି ତାହା ଗ୍ରୁପ୍‌ର ମେମ୍ବରମାନଙ୍କ କାମରେ ଆସିବ କି ନାହିଁ ବୁଝି ବିଚାରି ପଠାନ୍ତୁ।
ଫରଓ୍ବାର୍ଡ ପୂର୍ବରୁ କରନ୍ତୁ ଚେକ୍‌: ବର୍ତ୍ତମାନ ଅନେକ ଫେକ୍‌ ମେସେଜ୍‌ ସୋସିଆଲ୍‌ ସାଇଟ୍‌ରେ ଭାଇରାଲ୍‌ ହେଉଥିବା ଦେଖିବାକୁ ମିଳୁଛି। ବିଶେଷକରି ଏଭଳି ମେସେଜ୍‌ ଏକସଙ୍ଗେ ଏକାଧିକ ଗ୍ରୁପ୍‌ରେ ପଠାଯିବା ଦ୍ୱାରା ସମାଜରେ ଭୁଲ ଖବର ପ୍ରଚାରିତ ହେଉଛି। ତେଣୁ ଏଭଳି କୌଣସି ମେସେଜ୍‌ ବିଶେଷକରି ସମାଜରେ ଚାଲିଥିବା କିଛି ସମ୍ବେଦନଶୀଳ ଘଟଣାକୁ ନେଇ ମେସେଜ୍‌ ଆସିଲେ ଏହାକୁ ତୁରନ୍ତ ଫରଓ୍ବାର୍ଡ ନ କରି ପ୍ରଥମେ ତାହା ଠିକ୍‌ କି ନୁହେଁ ଜାଣିବା ପରେ ଫରଓ୍ବାର୍ଡ କରନ୍ତୁ। କାରଣ ଏଥିପାଇଁ ଫେକ୍‌ ମେସେଜ୍‌ ପଠାଇବା ଭଳି ସାଇବର କ୍ରାଇମ୍‌ ଲାଗି ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ।
ଗ୍ରୁପ୍‌ରେ ଆଣନ୍ତୁନି ବ୍ୟକ୍ତିଗତ କଥା: ଯଦି କେବେ କୌଣସି ମେମ୍ବରଙ୍କ ସହ କୌଣସି କାରଣରୁ ମତଭେଦ ବା ଝଗଡ଼ା ହୋଇଯାଏ, ତେବେ ପର୍ସନାଲ୍‌ ନମ୍ବରରେ କଥା ହୁଅନ୍ତୁ। କାରଣ ବ୍ୟକ୍ତିଗତ କାର୍ଯ୍ୟ ଲାଗି ଗ୍ରୁପ୍‌ ବ୍ୟବହାର କରିବା ଦ୍ୱାରା ଅନ୍ୟ ମେମ୍ବରମାନେ ମଧ୍ୟ ଡିଷ୍ଟର୍ବ ହୋଇପାରନ୍ତି। ବିଶେଷକରି ଗ୍ରୁପ୍‌ରେ ଚାଟ୍‌ କରି କାହା ସହ ଝଗଡ଼ା କରିବା କିମ୍ବା କାହା ବିଷୟରେ ଏଣୁତେଣୁ ଲେଖି ସମସ୍ତଙ୍କ ଆଗରେ ପରିହାସ କରିବା ଦ୍ୱାରା ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ମଧ୍ୟ ଆଞ୍ଚ ଆସିପାରେ, ସେଥିପ୍ରତି ଯତ୍ନଶୀଳ ରୁହନ୍ତୁ।

 

ତିତିଲି ପାତ୍ର (ପୁରୀ)- ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହିଥାଏ। ହ୍ବାଟ୍ସଆପ୍‌ରେ ବହୁତ ଗ୍ରୁପ୍‌ରେ ମେମ୍ବର ସହ କେତେକରେ ଆଡମିନ୍‌ ଅଛି। ଗ୍ରୁପ୍‌ରେ କେବେ ବ୍ୟକ୍ତିଗତ କଥା ଶେୟାର କରି ନଥାଏ କିମ୍ବା କାହାର ପ୍ରାଇଭେଟ୍‌ କଥାକୁ ଗସିପ୍‌ ପାଇଁ ବ୍ୟବହାର କରେ ନାହିଁ। କାହା ବିରୋଧରେ ମିଛ ଗୁଜବ କିମ୍ବା ଅପପ୍ରଚାର ନ କରିବା ପାଇଁ ପରାମର୍ଶ ଦେଇଥାଏ।

ଶିବୁନ୍‌ କୁମାର ଭୂତିଆ(ଯାଜପୁର)- ସୋସିଆଲ ମିଡିଆ ଅଧିକାଂଶ ଲୋକଙ୍କ ପାଇଁ ଆବଶ୍ୟକତା ପାଲଟିଗଲାଣି। କିଏ କେଉଁଠି କ’ଣ କରୁଛି, ସେମାନେ ଘରେ ବସି ମଧ୍ୟ ଜାଣି ପାରୁଛନ୍ତି। ଅନେକେ ଏଥିରେ ଦୀର୍ଘ ସମୟ ବିତେଉଛନ୍ତି। ସେହି ଘଣ୍ଟା ଘଣ୍ଟା ସମୟ ଅଯଥା ଖର୍ଚ୍ଚ ନ କରି ମୁଁ ସମସ୍ତଙ୍କୁ କୌଣସି ନ୍ୟୁଜ୍‌ ଉପରେ ଆଲୋଚନା କରିବାକୁ କହିଥାଏ। ସେହି ସମୟରେ ଧ୍ୟାନ ରଖେ କେହି ବି ହେଟ୍‌ ସ୍ପିଚ୍‌ ନ କୁହନ୍ତୁ କିମ୍ବା ଶେୟାର ନ କରନ୍ତୁ। କୌଣସି ଅଶାଳୀନ ମନ୍ତବ୍ୟ କିମ୍ବା ଅଶ୍ଳୀଳ ଭିଡିଓ, ଫଟୋ ଗ୍ରୁପ୍‌ରେ ଶେୟାର୍‌ ନ ହଉ। ଆମେ ଗ୍ରୁପ୍‌ରେ ପରସ୍ପରକୁ ନିଜ କାର୍ଯ୍ୟ କ୍ଷେତ୍ରରେ ଆହୁରି ଭଲ କରିବା ପାଇଁ ଉତ୍ସାହିତ ମଧ୍ୟ କରିଥାଉ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri