Posted inଫୁରସତ

ସୋସିଆଲ ମିଡିଆ ଓ ସାଇନ୍ସ କମ୍ୟୁନିକେଶନ

ସୋସିଆଲ ମିଡିଆ ଓ ସାଇନ୍ସ କମ୍ୟୁନିକେଶନ
ସୋସିଆଲ୍‌ ମିଡିଆ ଏକ କମ୍ପ୍ୟୁଟର-ଆଧାରିତ ଟେକ୍ନୋଲୋଜି, ଯାହାକି ବର୍ତ୍ତମାନ ଭର୍ଚୁଆଲ୍‌ ନେଟ୍‌ୱର୍କ ଜରିଆରେ ଜ୍ଞାନ ଏବଂ ସୂଚନା ବାଣ୍ଟିବାର ଏକ ବଳିଷ୍ଠ ମାଧ୍ୟମ ପାଲଟିଛି । ବିଶେଷକରି କରୋନା ମହାମାରୀ ସମୟରେ ଏହାର ବ୍ୟବହାର ବହୁମାତ୍ରାରେ ବୃଦ୍ଧି ପାଇଛି। ହେଲେ ଏହାର ବ୍ୟବହାର ଯେପରି କାହାର ବ୍ୟକ୍ତିଗତ ଜୀବନ ଅବା ସମାଜ ଉପରେ ନକାରାତ୍ମକ ପ୍ରଭାବ ନ ପକାଏ, ସେଥିପ୍ରତି ସମସ୍ତେ ସଜାଗ ରହିବା ଆବଶ୍ୟକ…

ବୈଜ୍ଞାନିକମାନେ କିଛି ବର୍ଷ ପୂର୍ବରୁ ସୂଚନା, ଧାରଣା, ଚିନ୍ତାଧାରା, ଟ୍ୟୁଟୋରିଆଲ୍‌, ଅନୁସନ୍ଧାନ ଏବଂ ଚାକିରିର ଅଫର୍‌ ଭଳି ସଂକ୍ଷିପ୍ତ କାର୍ଯ୍ୟକଳାପ ସମ୍ପର୍କରେ ଅନ୍ୟମାନଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ୟୁଟ୍ୟୁବ୍‌, ଇନ୍‌ଷ୍ଟାଗ୍ରାମ୍‌, ଟ୍ବିଟର, ରିସର୍ଚ୍ଚଗେଟ୍‌, ଲିଙ୍କଡଇନ୍‌, ଟିକ୍‌ଟକ୍‌, ସ୍ନାପଚେଟ୍‌, କ୍ଲବ ହାଉସ୍‌, ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ବ୍ୟବହାର କରିବା ଆରମ୍ଭ କରିଥିଲେ। ତେବେ ମହାମାରୀ ଏସବୁର ବ୍ୟବହାରକୁ ବହୁତ ଗୁଣରେ ବୃଦ୍ଧି କରିଛି। ଏହା ଜରିଆରେ ଅନେକ ବିଜ୍ଞାନ ଯୋଗାଯୋଗକାରୀମାନେ ମଧ୍ୟ ବିଶେଷଜ୍ଞ/ବୈଜ୍ଞାନିକମାନଙ୍କର ନୂତନ ଗବେଷଣା ଫଳାଫଳର ସୂଚନା ଜନସାଧାରଣଙ୍କୁ ଜଣାଇଥା’ନ୍ତି। ସେମାନେ ବିଜ୍ଞାନ ବିଷୟରେ ଜନସାଧାରଣଙ୍କ ବୁଝାମଣା ଏବଂ ଆଗ୍ରହକୁ ପ୍ରୋତ୍ସାହିତ କରିବା ପାଇଁ ପୋଡକାଷ୍ଟ ଏବଂ ଭିଡିଓ ପୋଷ୍ଟ କରନ୍ତି। ତେବେ ଏହାଦ୍ୱାରା ବାସ୍ତବରେ କେତେଜଣ ଉପକୃତ ହେଉଛନ୍ତି ତାହା ପ୍ରଶ୍ନବାଚୀ। କାରଣ ସୋସିଆଲ ମିଡିଆ ଦ୍ୱାରା ସାଇନ୍ସ କମ୍ୟୁନିକେଶନ୍‌ର ଉଭୟ ଭଲ ଏବଂ ଖରାପ ପ୍ରଭାବ ଥିବା ଦେଖିବାକୁ ମିଳୁଛି।
ସୋସିଆଲ୍‌ ମିଡିଆରେ କୌଣସି ଏକାଡେମିକ୍‌ ବିନିମୟରେ ଭାଗନେବାକୁ ଭ୍ରମଣ ପାଣ୍ଠି ଆବଶ୍ୟକ ହୋଇ ନ ଥାଏ। ସମ୍ଭାବ୍ୟ କ୍ୟାରିୟର ଚିନ୍ତା କରୁଥିବା ଛାତ୍ରୀଛାତ୍ରମାନଙ୍କୁ ବିଜ୍ଞାନର ବିଭିନ୍ନ କ୍ଷେତ୍ର ସମ୍ପର୍କରେ ଜାଣିବାରେ ଏହା ବେଶ୍‌ ସାହାଯ୍ୟ କରିଥାଏ। ସେହିପରି ବୈଜ୍ଞାନିକମାନେ ମଧ୍ୟ ନିଜ କଠିନ ପରିଶ୍ରମର ଚାପ ଏବଂ ସଂଘର୍ଷ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ଏହା ମଧ୍ୟ ଏକ ଭଲ ଉପାୟ। ତେବେ ଅପରପକ୍ଷେ ଦେଖିବାକୁ ଗଲେ, ବାସ୍ତବ ବିଜ୍ଞାନ ବକ୍ତବ୍ୟଗୁଡିକ ନିର୍ଦ୍ଦିଷ୍ଟ ନିୟମ, ପ୍ରମାଣ, ଅବ୍‌ଜେକ୍ଟିଭ୍‌ ଏବଂ ନିର୍ଭୁଲ ମୂଲ୍ୟାଙ୍କନ ଉପରେ ଆଧାରିତ ହୋଇଥିବା ବେଳେ ସୋସିଆଲ ମେଡିଆରେ ତଥ୍ୟଗୁଡ଼ିକ ଦ୍ରୁତ ଗତିଶୀଳ ଏବଂ ଅଧିକାଂଶ ସମୟରେ ଅସଙ୍ଗତ ହୋଇପାରେ, ଯାହାକି ଜନସାଧାରଣଙ୍କ ନିକଟରେ ଭୁଲ ତଥ୍ୟ ପହଞ୍ଚାଇପାରେ। ଏହାଦ୍ୱାରା ଧାର୍ମିକ ବିଶ୍ୱାସ ପ୍ରତି ହାଇପରପୋଲାରାଇଜଡ୍‌ ଜନସାଧାରଣ ଧାର୍ମିକ ଘଟଣା ଏବଂ ବୈଜ୍ଞାନିକ ପ୍ରମାଣ ସହିତ ଅତିରିକ୍ତ ଭାବରେ ସଂଯୋଗ କରି ଜନସାଧାରଣଙ୍କ ମନରେ ବିଭ୍ରାନ୍ତ ସୃଷ୍ଟି କରିପାରନ୍ତି। ଅନ୍‌ଲାଇନ୍‌ ଯୋଗାଯୋଗ ପ୍ରଣାଳୀରେ ପ୍ରକାଶିତ ପ୍ରବନ୍ଧଗୁଡ଼ିକ ନିର୍ଦ୍ଦିଷ୍ଟ ଅନୁସନ୍ଧାନମୂଳକ ପତ୍ରିକା ଅପେକ୍ଷା ଜନସାଧାରଣଙ୍କ ଉପରେ ଅଧିକ ପ୍ରଭାବ ପକାଇଥାଏ, ଯାହାର ସୁଯୋଗ ନେଇ ଅନେକେ ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରିପାରନ୍ତି।
ତେଣୁ ସୋସିଆଲ୍‌ ମିଡିଆରେ ବିଜ୍ଞାନ ଯୋଗାଯୋଗକାରୀଙ୍କର ସୂଚନା ପ୍ରଦାନ ସମୟରେ କିଛି ଦାୟିତ୍ୱ ରହିବା ଦରକାର:
– ସୌଭାଗ୍ୟର କଥା ଯେ, ଆମ ଭାରତର ଲୋକମାନେ ବୈଜ୍ଞାନିକ ଏବଂ ବିଜ୍ଞାନକୁ ବୃତ୍ତି ଭାବରେ ଉଚ୍ଚ ସମ୍ମାନ ଦିଅନ୍ତି। ତେଣୁ ବିଜ୍ଞାନଭିତ୍ତିକ ପ୍ରକ୍ରିୟା ଏବଂ ବୈଜ୍ଞାନିକମାନଙ୍କ ଉପରେ ଜନସାଧାରଣଙ୍କ ଦୃଷ୍ଟିକୋଣର ବିକାଶରେ ସାହାଯ୍ୟ କରନ୍ତୁ। ଭୁଲ ତଥ୍ୟକୁ ବିଜ୍ଞାନଭିତ୍ତିରେ ପ୍ରମାଣ କରନ୍ତୁ ନାହିଁ। ସୋସିଆଲ ମିଡିଆର ମୂଳଦୁଆ ବିଜ୍ଞାନର ଉଦ୍ଭାବନ ଉପରେ ଉପସ୍ଥାପିତ। ତେଣୁ ସୋସିଆଲ ମିଡିଆର ବିଜ୍ଞାନ ପ୍ରତି ନୂତନ challenge ଗୁଡିକ ପରାସ୍ତ କରିବା ପାଇଁ ବୈଜ୍ଞାନିକ ସମ୍ପ୍ରଦାୟ, ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନ ମଧ୍ୟରେ ସହଭାଗିତା ଆବଶ୍ୟକ।
– ଡ. ସ୍ନିଗ୍ଧା ପଣ୍ଡା
କଲ୍ୟାଣୀ, ପଶ୍ଚିମବଙ୍ଗ


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri