୧୨ ଜିଏମ୍‌ଏପିଭି ବିଦ୍ୟାଳୟ ନୂତନ ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ କଲେ ଆଲୋଚନା

କୋରାପୁଟ,୭ା୬(ଅମିତାଭ ବେହେରା): କୋରାପୁଟ ଜିଲାର ୧୨ ଚୟନିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ(ଜିଏମଏପିଭି)ର ନୂତନ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ ମାଧ୍ୟମରେ ରବିବାର ଶିଳାନ୍ୟାସ କରିଛନ୍ତି।

ଏହି ଅବସରରେ ସେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ ଆଲୋଚନା କରି ତାଙ୍କ ଭବିଷ୍ୟତ ଲକ୍ଷ୍ୟ ଓ ଜିଏମଏପିଭି ବିଦ୍ୟାଳୟର ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଜିଲାର ଲମତାପୁଟ ବ୍ଲକ ଅଧୀନ ମାଛକୁଣ୍ଡ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଜିଲାସ୍ତରୀୟ କାର୍ଯ୍ୟକ୍ରମର ଆୟୋଜକ ବିଦ୍ୟାଳୟ ଭାବେ ଚୟନ କରାଯାଇଛି।

ଜିଲାର ୧୨ ଚୟନିତ ବିଦ୍ୟାଳୟରେ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟ, ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ। ନୂତନ ଭବନ ନିର୍ମାଣ ଯୋଗୁ ଛାତ୍ରୀଛାତ୍ର ଆଧୁନିକ ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷାର ସୁବିଧା ପାଇପାରିବେ।

କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ମାଛ, ଜିଲାପାଳ ମନୋଜ ସତ୍ୟବାନ ମହାଜନ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭଗବାନ ମୁଦୁଲି, ଲମତାପୁଟ ବ୍ଲକ ଅଧ୍ୟକ୍ଷ ତାପସ କୁମାର ଚାଲାନ ଓ ଚିକେନପୁଟ ସରପଞ୍ଚ ସୁନାଧର ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ପ୍ରଣାଳୀରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଆକ୍ସନରେ ଭାରତ ସରକାର

ନୂଆଦିଲ୍ଲୀ,୧୪।୭: ହର୍ମୁଜ ପ୍ରଣାଳୀରେ ୟୁଏଇ ଟ୍ୟାଙ୍କର ଉପରେ ଆକ୍ରମଣ ପରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି, ଯାହା ଭାରତ ସରକାରଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

ଟ୍ରେନରେ ଚତୁର୍ଥୀ ପରେ ଏବେ ରୁଦ୍ରାଭିଷେକ, ଭାଇରାଲ ହୋଇଛି ଭିଡିଓ

ନୂଆଦିଲ୍ଲୀ,୧୪ା୭: ନିକଟରେ, ଏକ ଟ୍ରେନରେ ଫୁଲ ସଜା ହୋଇ ଚତୁର୍ଥୀ ରାତି ପାଇଁ ଆୟୋଜନ ହୋଇଥିବା ଭିଡିଓ ଭାଇରାଲ ହୋଇଥିଲା । ବର୍ତ୍ତମାନ ଚଳନ୍ତା ଟ୍ରେନରେ ପୂଜା…

ଶାବର ଶ୍ରୀକ୍ଷେତ୍ରରେ ନବଯୌବନ ବେଶରେ ମହାପ୍ରଭୁ: ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ସମାଗମ

କୋରାପୁଟ, ୧୪।୭ (ଅମିତାଭ ବେହେରା): ପବିତ୍ର ନେତ୍ର ଉତ୍ସବ ଅବସରରେ ମଙ୍ଗଳବାର କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ନବଯୌବନ ବେଶରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସକାଳଠାରୁ ଭକ୍ତଙ୍କ ପ୍ରବଳ…

ଜାତିସଂଘ ସୁରକ୍ଷା ପରିଷଦରେ ସଦସ୍ୟତା ପାଇଁ ଅଣ୍ଟା ଭିଡ଼ିଲା ଭାରତ

ନୂଆଦିଲ୍ଲୀ,୧୪।୭:ଭାରତ ୨୦୨୮-୨୯ କାର୍ଯ୍ୟକାଳ ପାଇଁ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ଅସ୍ଥାୟୀ ସଦସ୍ୟ ହେବା ପାଇଁ ନିର୍ବାଚନ ଅଭିଯାନ ଆରମ୍ଭ କରିଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର…

ନା ଘର ନା ଗାଡ଼ି…, ଭାଜପା ପ୍ରାର୍ଥୀ ନୀରଜ ସିହ୍ନାଙ୍କ ସମ୍ପତ୍ତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ପାଟନା,୧୪।୭: ବାଙ୍କିପୁର ବିଧାନସଭା ଉପନିର୍ବାଚନ ପାଇଁ ସୋମବାର (ଜୁଲାଇ ୧୩) ଭାଜପା ପ୍ରାର୍ଥୀ ନୀରଜ ସିହ୍ନା ତାଙ୍କର ନାମାଙ୍କନ ଦାଖଲ କରିଥିଲେ। ତାଙ୍କ ଶପଥପତ୍ରରୁ କିଛି ବିବରଣୀ…

ଶେଷ ପର୍ଯ୍ୟାୟରେ ରଥଯାତ୍ରା ପ୍ରସ୍ତୁତି: ଯୋଗ ଦେବେ କନ୍ଧମାଳ ଏମ୍‌ପି

ରାଇକିଆ, ୧୪।୭(ପ୍ରଦିପ ବେହେରା): କନ୍ଧମାଳ ଜିଲା ରାଇକିଆ ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ନେତ୍ରୋତ୍ସବ ଅନୁଷ୍ଠିତ ହେବା ସହ ମହାପ୍ରଭୁ ଜଗନ୍ନାଥ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ।…

୧ ବିଲିୟନ ଡଲାର କ୍ଲବରେ ‘ମାଇକେଲ୍‌’

ଲସ୍‌ ଆଞ୍ଜେଲସ୍‌, ୧୪।୭: କିଙ୍ଗ୍‌ ଅଫ୍‌ ପପ୍‌ ଭାବେ ପରିଚିତ ମାଇକେଲ୍‌ ଜ୍ୟାକସନ୍‌ଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ୍‌’ ବିଶ୍ୱ ବକ୍ସ ଅଫିସରେ ନୂଆ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri